ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଆଜିଠୁ ଚିଲିକାରେ ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ୍ ଚାଲିବ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଚିଲିକା: ଆଜିଠୁ ଚିଲିକାରେ ବୁଲିବ ବହୁ ପ୍ରତିକ୍ଷୀତ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ୍ ’ଗରୁଡ଼’ । ସକାଳ ୯ଟା ୩୦ରେ ଭର୍ଚୁଆଲରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନ ସମୟରେ ଉପସ୍ଥିତ ରହିବେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବନୀ କୁମାର ପାତ୍ର । ଗରୁଡ଼ ବୋଟରେ ଜନ୍ମଦିନ, ରିଙ୍ଗ ସେରମୋନି, ବିବାହ ବାର୍ଷିକୀ ପାଳନ, ରାତ୍ରିଯାପନ ବ୍ୟବସ୍ଥା ଇତ୍ୟାଦିର ମଜା ନେଇପାରିବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ଖୁସି ଏବଂ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ ସହ […]

ଚିଲିକା: ଆଜିଠୁ ଚିଲିକାରେ ବୁଲିବ ବହୁ ପ୍ରତିକ୍ଷୀତ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ୍ ’ଗରୁଡ଼’ । ସକାଳ ୯ଟା ୩୦ରେ ଭର୍ଚୁଆଲରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନ ସମୟରେ ଉପସ୍ଥିତ ରହିବେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବନୀ କୁମାର ପାତ୍ର । ଗରୁଡ଼ ବୋଟରେ ଜନ୍ମଦିନ, ରିଙ୍ଗ ସେରମୋନି, ବିବାହ ବାର୍ଷିକୀ ପାଳନ, ରାତ୍ରିଯାପନ ବ୍ୟବସ୍ଥା ଇତ୍ୟାଦିର ମଜା ନେଇପାରିବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ଖୁସି ଏବଂ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ ସହ ସବୁ ପ୍ରକାରର ସୁବିଧା ବୋଟରେ ଉପଲବ୍ଧ ରହିଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଖୋଲିବ SEBI ର ନୂଆ ବ୍ରାଞ୍ଚ ଅଫିସ: ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ

ଡବଲ୍ ଇଞ୍ଜିନ୍ ବିଶିଷ୍ଟ ଏହି ବୋଟର ଲମ୍ବା ୧୦୫ଫୁଟ୍, ଓସାର ୨୨ଫୁଟ୍ ରହିଛି । ଚିଲିକାର ଜଳବାୟୁ ଓ ପରିବେଶ ଅନୁଯାୟୀ ଏହାର ଡିଜାଇନ୍ କରାଯାଇଛି । ବୋଟର ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର୍ ସହିତ ଲାଉଞ୍ଜ ଅଛି । ୩୦ ଜଣ ଲୋକ ଏକାଠି ହୋଇପାରିବେ । ସୁସ୍ୱାଦୁ ମଧ୍ୟାହ୍ନଭୋଜନ, ହାଇ ଟି, ରାତ୍ରିଭୋଜନ ଓ ସକାଳ ଜଳଖିଆ ମିଳିବ । ବୋଟରେ ଥିବା ପ୍ରାଇଭେଟ୍ ଲାଉଞ୍ଜରେ ୪ଟି ପ୍ରିମିୟମ ରୁମ୍ ରହିଛି । ଦୁଇଟି ସୁଟ୍ ରୁମରେ ନୀଳାମ୍ବୁ ଚିଲାକାର ମନୋରମ ଦୃଶ୍ୟକୁ ୧୮୦ଡିଗ୍ରୀରୁ ଉପଭୋଗ କରିପାରିବେ । ତା’ ସାଙ୍ଗକୁ କିଙ୍ଗ୍ ସାଇଜ୍ ବେଡ୍, ବସିବା ଲାଗି ରାଜକୀୟ ସୋଫାର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଆହୁରି ପଢ଼ନ୍ତୁ: ବ୍ରହ୍ମପୁର ଗିରିରୋଡରେ ଅମାନୁଷିକ ଆକ୍ରମଣ ଘଟଣାକୁ ନିନ୍ଦା କଲେ ନବୀନ, କହିଲେ 'ରାଜ୍ୟରେ ବିଜେପିର ଶାସନ ନୁହେଁ ତ ଲାଗୁଛି ଗୁଣ୍ଡାରାଜ୍ ଚାଲିଛି'

09 Jun 2022 By The Sakala

ଆଜିଠୁ ଚିଲିକାରେ ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ୍ ଚାଲିବ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଚିଲିକା: ଆଜିଠୁ ଚିଲିକାରେ ବୁଲିବ ବହୁ ପ୍ରତିକ୍ଷୀତ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ୍ ’ଗରୁଡ଼’ । ସକାଳ ୯ଟା ୩୦ରେ ଭର୍ଚୁଆଲରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନ ସମୟରେ ଉପସ୍ଥିତ ରହିବେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବନୀ କୁମାର ପାତ୍ର । ଗରୁଡ଼ ବୋଟରେ ଜନ୍ମଦିନ, ରିଙ୍ଗ ସେରମୋନି, ବିବାହ ବାର୍ଷିକୀ ପାଳନ, ରାତ୍ରିଯାପନ ବ୍ୟବସ୍ଥା ଇତ୍ୟାଦିର ମଜା ନେଇପାରିବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ଖୁସି ଏବଂ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ ସହ ସବୁ ପ୍ରକାରର ସୁବିଧା ବୋଟରେ ଉପଲବ୍ଧ ରହିଛି ।

ଡବଲ୍ ଇଞ୍ଜିନ୍ ବିଶିଷ୍ଟ ଏହି ବୋଟର ଲମ୍ବା ୧୦୫ଫୁଟ୍, ଓସାର ୨୨ଫୁଟ୍ ରହିଛି । ଚିଲିକାର ଜଳବାୟୁ ଓ ପରିବେଶ ଅନୁଯାୟୀ ଏହାର ଡିଜାଇନ୍ କରାଯାଇଛି । ବୋଟର ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର୍ ସହିତ ଲାଉଞ୍ଜ ଅଛି । ୩୦ ଜଣ ଲୋକ ଏକାଠି ହୋଇପାରିବେ । ସୁସ୍ୱାଦୁ ମଧ୍ୟାହ୍ନଭୋଜନ, ହାଇ ଟି, ରାତ୍ରିଭୋଜନ ଓ ସକାଳ ଜଳଖିଆ ମିଳିବ । ବୋଟରେ ଥିବା ପ୍ରାଇଭେଟ୍ ଲାଉଞ୍ଜରେ ୪ଟି ପ୍ରିମିୟମ ରୁମ୍ ରହିଛି । ଦୁଇଟି ସୁଟ୍ ରୁମରେ ନୀଳାମ୍ବୁ ଚିଲାକାର ମନୋରମ ଦୃଶ୍ୟକୁ ୧୮୦ଡିଗ୍ରୀରୁ ଉପଭୋଗ କରିପାରିବେ । ତା’ ସାଙ୍ଗକୁ କିଙ୍ଗ୍ ସାଇଜ୍ ବେଡ୍, ବସିବା ଲାଗି ରାଜକୀୟ ସୋଫାର ମଧ୍ୟ ବ୍ୟବସ୍ଥା କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର