ଏଣିକି ବିମାନ ବନ୍ଦରରେ ମିଳିବ ମହାପ୍ରସାଦ, ସ୍ବତନ୍ତ୍ର ବ୍ୟବସ୍ଥା କରୁଛନ୍ତି ପର୍ଯ୍ୟଟନ ବିଭାଗ ଓ ବିମାନବନ୍ଦର କର୍ତ୍ତୃପକ୍ଷ

The Sakala Picture
Published On

ଭୁବନେଶ୍ୱର : ଏଣିକି ବିମାନ ବନ୍ଦରରେ ମିଳିବ ମହାପ୍ରସାଦ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ବିମାନବନ୍ଦର କର୍ତ୍ତୃପକ୍ଷ ମିଳିତ ଭାବେ ପ୍ରୟାସ ଆରମ୍ଭ କରିଛନ୍ତି। ବିଭିନ୍ନ କାମରେ ଭୁବନେଶ୍ୱର ବିମାନ ବନ୍ଦର ଆସୁଥିବା ପର୍ଯ୍ୟଟକ କିପରି ସୁବିଧାରେ ବିନା ଦ୍ୱିଧାରେ ଘରକୁ ମହାପ୍ରାସାଦ କିଣି ନେଇ ପାରିବେ ସେଥିପାଇଁ ଏହି ବ୍ୟବସ୍ଥା କରାଯାଉଛି। ତେବେ ମହାପ୍ରସାଦରେ ଶୁଖିଲା ଭୋଗକୁ ଅଗ୍ରାଧିକାର ଭିତ୍ତିରେ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଟର୍ମିନାଲ ଭିତରେ ଏଥିପାଇଁ ସ୍ୱତନ୍ତ୍ର ଡିଜାଇନ୍‍ର ଆଉଟଲେଟ୍‌ […]

ଭୁବନେଶ୍ୱର : ଏଣିକି ବିମାନ ବନ୍ଦରରେ ମିଳିବ ମହାପ୍ରସାଦ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ବିମାନବନ୍ଦର କର୍ତ୍ତୃପକ୍ଷ ମିଳିତ ଭାବେ ପ୍ରୟାସ ଆରମ୍ଭ କରିଛନ୍ତି। ବିଭିନ୍ନ କାମରେ ଭୁବନେଶ୍ୱର ବିମାନ ବନ୍ଦର ଆସୁଥିବା ପର୍ଯ୍ୟଟକ କିପରି ସୁବିଧାରେ ବିନା ଦ୍ୱିଧାରେ ଘରକୁ ମହାପ୍ରାସାଦ କିଣି ନେଇ ପାରିବେ ସେଥିପାଇଁ ଏହି ବ୍ୟବସ୍ଥା କରାଯାଉଛି। ତେବେ ମହାପ୍ରସାଦରେ ଶୁଖିଲା ଭୋଗକୁ ଅଗ୍ରାଧିକାର ଭିତ୍ତିରେ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଟର୍ମିନାଲ ଭିତରେ ଏଥିପାଇଁ ସ୍ୱତନ୍ତ୍ର ଡିଜାଇନ୍‍ର ଆଉଟଲେଟ୍‌ କରାଯିବ। ଯେଉଁଠି ପର୍ଯ୍ୟଟକଙ୍କ ପାଇଁ ଶୁଖିଲା ମହାପ୍ରସାଦ ଭୋଗକୁ ଆକର୍ଷଣୀୟ ଡିଜାଇନରେ ପ୍ୟାକିଂ କରି ଉପହାର ପାଇଁ ସଜାଯିବ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

କାର ପାର୍କିଂ ଅଞ୍ଚଳରେ ବି ସ୍ୱତନ୍ତ୍ର ଫୁଡ କୋର୍ଟ କରାଯିବ। ଯେଉଁଠି ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ମିଳିବ। କେବଳ ସେତିକି ନୁହେଁ ରାଜ୍ୟ ପର୍ଯ୍ୟଟନ ବିଭାଗ ବିମାନବନ୍ଦର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ବିମାନ ବନ୍ଦରକୁ କଳିଙ୍ଗ ସ୍ଥପତିର ନିଦର୍ଶନ ସ୍ୱରୂପ ଉପସ୍ଥାପିତ କରାଯିବ। ବାହ୍ୟ ଚାକଚକ୍ୟରେ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟର ଝଲକ ରହିବ। ସେହିପରି ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟରେ ବାଲୁକା କଳାକୁ ସାମିଲ କରାଯିବ। ମାସକୁ ଥରେ ଏହି ବାଲୁକା କଳା ପରିବର୍ତ୍ତନ ହେବ। ଏହାସହ ପଟ୍ଟଚିତ୍ର ଓ ଓଡ଼ିଶାର ଅନ୍ୟାନ୍ୟ ପାରମ୍ପରିକ ଚିତ୍ରକଳାକୁ ରଖାଯିବ। ଟର୍ମିନାଲ ବିଲଡିଂର ବିଭିନ୍ନ ସ୍ଥାନରେ ଏହି ଚିତ୍ରସବୁ ଶୋଭା ପାଇବେ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର