ରାଜ୍ୟ କଂଗ୍ରେସରେ ନୂଆ ଋତୁ : ଦାୟିତ୍ୱ ନେବେ ଶରତ

The Sakala Picture
Published On

ଭୁବନେଶ୍ୱର : ଦୀର୍ଘ ୧୮ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ଭାବରେ ମନୋନୀତ ହୋଇଛନ୍ତି ଦଳର ବରିଷ୍ଠ ନେତା ଶରତ ପଟ୍ଟନାୟକ। ଦାୟିତ୍ୱ ନେବାର ଦିନକ ପୂର୍ବରୁ ପୁରୀ ଗସ୍ତ କରି ଶ୍ରୀ ପଟ୍ଟନାୟକ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ପ୍ରଥମ ଥର ପାଇଁ ପିସିସି ସଭାପତି ଦାୟିତ୍ୱ ନେବା ପରେ ବୁଧବାର ଠାରୁ ଦୁଇଦିନିଆ ନବସଂକଳ୍ପ ଶିବିରରେ ଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ଶରତ ପ୍ରଥମ ଥର ପିସିସି ସଭାପତି ଦାୟିତ୍ୱ ନେବାର […]

ଭୁବନେଶ୍ୱର : ଦୀର୍ଘ ୧୮ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ଭାବରେ ମନୋନୀତ ହୋଇଛନ୍ତି ଦଳର ବରିଷ୍ଠ ନେତା ଶରତ ପଟ୍ଟନାୟକ। ଦାୟିତ୍ୱ ନେବାର ଦିନକ ପୂର୍ବରୁ ପୁରୀ ଗସ୍ତ କରି ଶ୍ରୀ ପଟ୍ଟନାୟକ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ପ୍ରଥମ ଥର ପାଇଁ ପିସିସି ସଭାପତି ଦାୟିତ୍ୱ ନେବା ପରେ ବୁଧବାର ଠାରୁ ଦୁଇଦିନିଆ ନବସଂକଳ୍ପ ଶିବିରରେ ଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ଶରତ ପ୍ରଥମ ଥର ପିସିସି ସଭାପତି ଦାୟିତ୍ୱ ନେବାର କିଛି ମାସ ପୂର୍ବରୁ କଂଗ୍ରେସ କ୍ଷମତା ହରାଇଥିଲା। ଦ୍ୱିତୀୟ ଥର ପିସିସି ସଭାପତି ନେଉଥିବା ସମୟରେ କଂଗ୍ରେସର ପୂର୍ବସ୍ଥିତି ନାହିଁ। କଂଗ୍ରେସ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହୋଇ ରହିନାହିଁ। ତେଣୁ ୧୮ ବର୍ଷ ପୂର୍ବର ଆହ୍ୱାନ ଅପେକ୍ଷା ୨୦୨୨ର ଆହ୍ୱାନ କଂଗ୍ରେସ ରାଜ୍ୟ ମୁଖିଆଙ୍କ ପାଇଁ ଅନେକ ଗୁରୁତ୍ୱ ରଖୁଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିଧାନସଭା ଆସନ ନେଇ ଉପନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ପିସିସି ସଭାପତିଙ୍କ ନାଁ ଘୋଷଣା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଦୀର୍ଘ ୮ ବର୍ଷ ପରେ କଂଗ୍ରେସ ଏହି ଆସନରେ ନିଜ ପ୍ରାର୍ଥୀକୁ ଲଢାଉଛି। ପଶ୍ଚିମ ଓଡ଼ିଶା କଂଗ୍ରେସ ରାଜନୀତିର ବରିଷ୍ଠ ନେତା କିଶୋର ପଟେଲ ଜାତୀୟ ଦଳର ପ୍ରାର୍ଥୀ ହୋଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପିସିସି ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର, ଏଆଇସିସି ସମ୍ପାଦକ ରୁଦ୍ର ରାଜୁଙ୍କ ସମେତ ଅନେକ ବରିଷ୍ଠ ନେତା ପ୍ରଚାର କରିଛନ୍ତି। ବିଜେଡି-ବିଜେପି ମଧ୍ୟରେ ମୁଖ୍ୟ ଲଢେଇ ହେଉଥିଲେ ମଧ୍ୟ କଂଗ୍ରେସ ସମ୍ମାନଜନକ ଭୋଟ ପାଇବ ବୋଲି ଆଶା ରଖିଛି। ତେଣୁ କଂଗ୍ରେସ ଯଦି ବ୍ରଜରାଜନଗରରେ ସମ୍ମାନଜନକ ଭୋଟପାଏ, ତେବେ ତାହା ଆଗାମୀ ଦିନରେ କଂଗ୍ରେସକୁ ଉତ୍ସାହିତ କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ନବସଂକଳ୍ପ ଶିବିର ପୂର୍ବରୁ ଗଣମାଧ୍ୟମରେ ମତ ରଖି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ଏବଂ ରାଜ୍ୟରେ ବିଜେଡି ସରକାର ଲୋକଙ୍କୁ ଠକିଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

କେନ୍ଦ୍ର ସରକାର ଠକିବାରେ ସବୁ ସୀମା ଅତିକ୍ରମ କରିଛନ୍ତି। ୨୦୧୪ ନିର୍ବାଚନ ପୂର୍ବରୁ ସାରା ଦେଶରେ ଅଚ୍ଛେଦିନ ଆସିବ ବୋଲି କହି ଭୋଟ ନେଇଥିଲେ। ଇତି ମଧ୍ୟରେ ତାଙ୍କ କ୍ଷମତାକୁ ୮ ବର୍ଷ ପୂରିଗଲାଣି। ସୋରିଷ ତେଲ ଲିଟର ୨୦୦ ଟଙ୍କା, ପେଟ୍ରୋଲ ଓ ଡିଜେଲ ଶତକ ପାର ଏବଂ ରନ୍ଧନ ଗ୍ୟାସ ମୂଲ୍ୟ ୧୧୦୦ ଟଙ୍କା ହେଲାଣି। ଦେଶରେ ସଂସ୍ଥା ଗଢିବେ କ’ଣ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିକ୍ରି କରିବାରେ ଲାଗିଛନ୍ତି। ତେଣୁ ସାଧାରଣ ଜନତା ରାସ୍ତାକୁ ଓହ୍ଲାଇବେ ଏବଂ କଂଗ୍ରେସକୁ ସମର୍ଥନ କରିବେ ବୋଲି ଶରତ ଦୃଢୋକ୍ତି ପ୍ରକାଶ କରିଛନ୍ତି। ପିସିସି ସଭାପତି ଭାବେ ଶରତ ପଟ୍ଟନାୟକଙ୍କୁ ଗୋଟିଏ ଗୋଷ୍ଠୀ ଦୁର୍ବଳ ବୋଲି ମନେ କରୁଛି। ଗତ ସପ୍ତାହରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ୭ ଜଣିଆ କମିଟି ଗଠନ କରିଥିଲେ। ନିକଟରେ ରାଜସ୍ଥାନ ଯୋଧପୁରରେ ସମାପ୍ତ ହୋଇଥିବା ଚିନ୍ତନ ଶିବିର ନୀତିଗତ ନିଷ୍ପତ୍ତି ଅନୁଯାୟୀ ଏହି କମିଟି ଗଠନ କରାଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଏହା ରାଜ୍ୟସ୍ତରରେ ରାଜନୈତିକ ବ୍ୟାପାର ତଦାରଖ କରିବ। ଏହି କମିଟିରେ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ନରସିଂହ ମିଶ୍ର, ଚିରଞ୍ଜିବୀ ବିଶ୍ୱାଳ (ଓବିସି), ସପ୍ତଗିରି ଉଲାକା (ଅନୁସୂଚିତ ଜନଜାତି), ଗଣେଶ୍ୱର ବେହେରା (ଅନୁସୂଚିତ ଜାତି), ବନ୍ଦିତା ପରିଡ଼ା (ମହିଳା ଓବିସି) ଓ ଅନାମ ନାଏକ (ଅନୁସୂଚିତ ଜନଜାତି-କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି) ସଦସ୍ୟ ଅଛନ୍ତି। ଉପରୋକ୍ତ କମିଟିରେ ବର୍ତ୍ତମାନର ପିସିସି ସଭାପତି ଶରତ ପଟ୍ଟନାୟକ ନାହାନ୍ତି। ଅଧିକାଂଶ ସଦସ୍ୟ ନିରଞ୍ଜନ ପଟ୍ଟନାୟକଙ୍କ ଅନୁଗତ। ତେଣୁ ଏହି କମିଟି ଆଗାମୀ ଦିନରେ ରହୁଛି ନା ପରିବର୍ତ୍ତନ ହେଉଛି, ତାହା ଦେଖିବାକୁ ବାକି ରହିଲା। ଯଦି ଏହି କମିଟି ନିଜର କାର୍ଯ୍ୟ ଜାରି ରଖିବ, ତେବେ ପିସିସି ଏବଂ କଂଗ୍ରେସ ଭବନ ଦୁର୍ବଳ ବୋଲି କର୍ମୀମାନଙ୍କ ମଧ୍ୟରେ ଏକ ବାର୍ତ୍ତା ଯିବ। ତେଣୁ ଶରତ କିଭଳି ଆଭିମୁଖ୍ୟ ପୋଷଣ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର