ପିପିଲି ଉପନିର୍ବାଚନ ସମର: ସଜବାଜ ଆରମ୍ଭ, ବିଗୁଲ୍‌କୁ ଅପେକ୍ଷା

The Sakala Picture
Published On

ପିପିଲି ସମର ଲାଗି ତିନି ଦଳ ଆରମ୍ଭ କଲେଣି ସମରସଜ୍ଜା, କେବଳ ବିଗୁଲକୁ ଅପେକ୍ଷା। ନିର୍ବାଚନ କମିଶନ ପିପିଲି ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ନିମନ୍ତେ ଯେବେ ସବୁଜସଙ୍କେତ ଦେବେ ମଇଦାନକୁ ଡ଼େଇଁବେ ଯୋଦ୍ଧା। ନିଜର ପାରମ୍ପରିକ ଦୁର୍ଗକୁ ବଜାୟ ରଖିବା ପାଇଁ ବିଜେଡି ରଣନୀତି ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ବାଲେଶ୍ୱର ପରାଜୟର ପ୍ରତିଶୋଧ ନେବା ପାଇଁ ଗୋପନ ନୀତି ପ୍ରସ୍ତୁତ କରିଛି ବିଜେପି। ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ନିଜ ସମ୍ମାନ ରକ୍ଷା ନିମନ୍ତେ ପିପିଲିରେ ଉଦ୍ୟମ କରିବାକୁ […]

ପିପିଲି ସମର ଲାଗି ତିନି ଦଳ ଆରମ୍ଭ କଲେଣି ସମରସଜ୍ଜା, କେବଳ ବିଗୁଲକୁ ଅପେକ୍ଷା। ନିର୍ବାଚନ କମିଶନ ପିପିଲି ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ନିମନ୍ତେ ଯେବେ ସବୁଜସଙ୍କେତ ଦେବେ ମଇଦାନକୁ ଡ଼େଇଁବେ ଯୋଦ୍ଧା। ନିଜର ପାରମ୍ପରିକ ଦୁର୍ଗକୁ ବଜାୟ ରଖିବା ପାଇଁ ବିଜେଡି ରଣନୀତି ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ବାଲେଶ୍ୱର ପରାଜୟର ପ୍ରତିଶୋଧ ନେବା ପାଇଁ ଗୋପନ ନୀତି ପ୍ରସ୍ତୁତ କରିଛି ବିଜେପି। ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ନିଜ ସମ୍ମାନ ରକ୍ଷା ନିମନ୍ତେ ପିପିଲିରେ ଉଦ୍ୟମ କରିବାକୁ ଲକ୍ଷ୍ୟ ରଖିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

କେବଳ ପୁରୀ ଜିଲ୍ଲାର ନୁହେଁ ରାଜ୍ୟର ଏକ ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ପିପିଲି। ଆଗକୁ ଏହି ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବ। ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲିପଡ଼ିଥିବା ଏହି ଆସନ ପାଇଁ ଯେ କୌଣସି ମୁହୂର୍ତ୍ତରେ ବାଜିପାରେ ନିର୍ବାଚନ ବିଗୁଲ। ଏହାକୁ ନଜରରେ ରଖି ପିପିଲି ମହାସମର ପାଇଁ ରାଜନୈତିକ ଦଳଗୁଡ଼ିକ ଆରମ୍ଭ କରିଦେଲେଣି ପ୍ରସ୍ତୁତି ପର୍ବ। ବିଶେଷକରି ବିଜେଡିର ଅଭେଦ୍ୟ ଗଡ଼ ରହିଆସିଥିବା ଏହି ଆସନକୁ ଦଖଲ ପାଇଁ ଯୋଜନା ଚଳାଇଛନ୍ତି ଦୁଇ ପ୍ରମୁଖ ବିରୋଧୀ ବିଜେପି ଓ କଂଗ୍ରେସ; କିନ୍ତୁ ନିଜ ଗଡ଼କୁ ସୁରକ୍ଷା ଦେବା ପାଇଁ ସୁସଙ୍ଗଠିତ ଢଙ୍ଗରେ ଆଗକୁ ବଢୁଛି ବିଜେଡି। ଏହି ତିନି ପ୍ରମୁଖ ଦଳ ଏବେ ନିଜ ନିଜସ୍ତରରେ ଉପନିର୍ବାଚନ ପାଇଁ ସଜବାଜ ହେଲେଣି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଏବେ କୌଣସି ଦଳ ପ୍ରାର୍ଥିତ୍ୱକୁ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆଣିନାହାନ୍ତି। ଯଦିଓ ଆଶାୟୀ ଜନ ସମର୍ଥନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି କିନ୍ତୁ ଏବେ କେଉଁ ଦଳରୁ କିଏ ପ୍ରାର୍ଥୀ ହେଉଛନ୍ତି ତାହାକୁ ନେଇ ଚାଲିଛି ଚର୍ଚ୍ଚା ଆଲୋଚନା। ବିଜେଡି ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ପରିବାର ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ଅଧିକ ବୋଲି କୁହାଯାଉଛି। ଅତୀତରେ ବିଭିନ୍ନ ଉପନିର୍ବାଚନରେ ଦଳ ଏହି ଫର୍ମୁଲା ଆପଣାଇ ସଫଳ ବି ହୋଇଛି। ତେଣୁ ପିପିଲିରେ ଏହାର ପୁନରାବୃତ୍ତି ହେବା ଚର୍ଚ୍ଚା ଜୋର୍‍ ଧରିଛି। ତଥାପି ଦଳର ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବ ଜିଲ୍ଲାର ଜନ ପ୍ରତିନିଧି ବିଶେଷକରି ପିପିଲି ଓ ଡେଲାଙ୍ଗ ବାସୀଙ୍କ ମତାମତ ଗ୍ରହଣ କରିଛନ୍ତି। କାହାକୁ ପ୍ରାର୍ଥୀ କଲେ ଦଳ ଅଧିକ ସଫଳତା ପାଇବ ସେ ଦିଗରେ ରଣନୀତି ପ୍ରସ୍ତୁତ କରୁଛି। ଦଳ ପ୍ରତ୍ୟକ କର୍ମୀ ଓ ପ୍ରାର୍ଥିତ୍ୱର ସହମତି ଉପରେ ଅଧିକ ଗୁରୁତ୍ୱ ଦେଉଛି। ବିଶେଷକରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ହେଉଛି ବିଜଡିର ପୁଞ୍ଜି। ଯଦିଓ ପୂର୍ବରୁ ପ୍ରଦୀପ ମହାରଥୀ ଏଠାରେ ଜିତିଥିଲେ ଉପନିର୍ବାଚନରେ ଦଳ ବଡ଼ ବ୍ୟବଧାନରେ ବାଜି ମାରିବା ପାଇଁ ଗୋଟି ଚାଳନା କରୁଛି। ସମାନ ଢଙ୍ଗରେ ଦୁଇ ପ୍ରମୁଖ ବିରୋଧୀ କଂଗ୍ରେସ ଏବଂ ବିଜେପି ବି ସାଙ୍ଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ଆଶାୟୀମାନେ ଦଳୀୟ ନେତୃତ୍ୱଙ୍କୁ ସାଥୀରେ ଧରି ପିପିଲି ଓ ଡେଲାଙ୍ଗ ଅଞ୍ଚଳ ବୁଲୁଛନ୍ତି। କେଉଁ ପ୍ରସଙ୍ଗ ନେଇ ଭୋଟରଙ୍କ ପାଖକୁ ଯିବେ ତାହାର ତାଲିକା ପ୍ରସ୍ତୁତ କରାଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଇତିମଧ୍ୟରେ ଚିରଞ୍ଜୀବ ବିଶ୍ୱାଳଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ପିପିଲି ଗସ୍ତ କରି ସାମ୍ପ୍ରତିକ ଦୃଶ୍ୟପଟ୍ଟ ସଂକ୍ରାନ୍ତରେ ପିସିସି ମୁଖିଆଙ୍କୁ ଅବଗତ କରାଇଛନ୍ତି। ଦଳ ପକ୍ଷରୁ କିଏ ମଇଦାନକୁ ଓହ୍ଲାଇବ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ସଭାସମିତିରେ ଯୋଗଦାନ କରୁଥିବା ବେଳେ ତାଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଛି। ଗତଥର ନିର୍ବାଚନ ଲଢି ପରାଜିତ ହୋଇଥିବା ଅଜିତ୍‍ ମଙ୍ଗରାଜ ଇତିମଧ୍ୟରେ ଜିଲ୍ଲା କଂଗ୍ରେସ ମୁଖିଆ ପଦବୀ ହାସଲ କରିଛନ୍ତି। କିନ୍ତୁ ଗତ ନିର୍ବାଚନରେ ସେ ଶୋଚନୀୟ ଭାବେ ପରାଜୟ ହୋଇଥିଲେ। ଏପେଟ କିନ୍ତୁ ପୁରୁଖା କଂଗ୍ରେସ ନେତା ଯୁଧିଷ୍ଠିର ନୀରବ ରହିଛନ୍ତି। ତେଣୁ ଏହି ଜାତୀୟ ଦଳ କାହାକୁ ଭରସା କରି ମଇଦାନକୁ ଛାଡିବ ତାହା ସ୍ପଷ୍ଟ ଜଣାପଡ଼ି ନାହିଁ।

ତେବେ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲିକୁ ଦଖଲ ପାଇଁ ଏବେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି ପଦ୍ମ ଦଳ। ଗତ ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର ଦେଇଥିଲେ ଆଶ୍ରିତ ପଟ୍ଟନାୟକ। ବର୍ତ୍ତମାନ ସେ ଜିଲ୍ଲା ସଭାପତି ଥିବାରୁ ଦୌଡରେ ଆଗରେ ରହିଛନ୍ତି। ଆପାତତଃ ବିଜେପି ତାଙ୍କୁ ପୁଣିଥରେ ଏଠାରୁ ସୁଯୋଗ ଦେବା ଏକ ପ୍ରକାର ନିଶ୍ଚିତ। ତେଣୁ ଆଶ୍ରିତ ଏବେ ଭୋଟରଙ୍କ ଆଶ୍ରା ନେବା ପାଇଁ ତାଙ୍କ ଅଭିଯାନ ଆରମ୍ଭ କରିଦେଲେଣି। ମୋଟାମୋଟି ଏବେ ପ୍ରମୁଖ ତିନିଦଳ କାହାକୁ ପ୍ରାର୍ଥୀ କରିବେ ତାକୁ ନେଇ ଅଙ୍କ କଷୁଛନ୍ତି।

ନିୟମ ଅନୁଯାୟୀ, ୬ ମାସ ମଧ୍ୟରେ ଏହି ଉପନିର୍ବାଚନ କରାଯିବ। ଗତ ଅକ୍ଟୋବର ୪ରେ ମହାରଥୀଙ୍କ ବିୟୋଗ ହୋଇଥିଲା। ତେଣୁ ଆସନ୍ତା ଏପ୍ରିଲ ୩ ସୁଦ୍ଧା ଏଠାରେ ଉପନିର୍ବାଚନ ହେବ। ଏହାକୁ ନଜରରେ ରଖି ଏବେ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟ ରାଜନୀତିରେ ପିପିଲିର ଏକ ସ୍ୱତନ୍ତ୍ରତା ରହିଛି। ତେବେ ଏହି ଆସନ ପ୍ରଥମେ କଂଗ୍ରେସର ଗଡ଼ ରହିଥିଲା।

୧୯୫୧ରୁ ୧୯୭୭ ପର୍ଯ୍ୟନ୍ତ କଂଗ୍ରେସ କମ୍‍ଜାରେ ରହିଥିଲା ପିପିଲି। ୧୯୮୫ ପରଠାରୁ ପ୍ରଦୀପ ମହାରଥୀ ଏହାକୁ ନିଜ ଅକ୍ତିଆରରେ ରଖି ଆସିଥିଲେ। କେବଳ ମଝିରେ ଅର୍ଥାତ୍‍ ୧୯୯୫ରେ କଂଗ୍ରେସର ଯୁଧିଷ୍ଠିର ସାମନ୍ତରାୟ ବିଜୟୀ ହୋଇଥିଲେ। ୧୯୮୫ ଏବଂ ୧୯୯୦ରେ ଜନତା ଦଳରୁ ଜିତିଥିବା ମହାରଥୀ ବିଜୁ ଜନତା ଦଳ ଗଠନ ପରଠାରୁ ଅର୍ଥାତ୍‍ ୨୦୦୦ ମସିହାରୁ ଲଗାତର ପାଞ୍ଚଥର ବିଜୟୀ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ମହାରଥୀ ଭାଜପା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ। ମହାରଥୀ ୮୮,୫୧୮ ଭୋଟ ପାଇଥିବା ବେଳେ ଆଶ୍ରିତଙ୍କୁ ମିଳିଥିଲା ୭୨,୭୩୧ ଭୋଟ। ୨୦୧୯ରେ କଂଗ୍ରେସ ଏଠାରୁ ଅଜିତ ମଙ୍ଗରାଜଙ୍କଚ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ତାଙ୍କ ପୂର୍ବରୁ ଦଳ ଲଗାତର ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ କରି ଦ୍ୱିତୀୟ ସ୍ଥାନରେ ରହୁଥିଲା।
କିନ୍ତୁ ଗତ ନିର୍ବାଚନରେ ଭାଜପା ଦ୍ୱିତୀୟ ସ୍ଥାନକୁ ଉଠିଥିବା ବେଳେ କଂଗ୍ରେସ ତୃତୀୟ ସ୍ଥାନକୁ ଖସିଥିଲା।କିନ୍ତୁ ପିପିଲିକୁ ନେଇ ରାଜନୈତିକ ପରିବର୍ତ୍ତନର ସ୍ୱପ୍ନ ଦେଖୁଛନ୍ତି ଉଭୟ କଂଗ୍ରେସ ଓ ବିଜେପି।

ଆରମ୍ଭରୁ ଏହି ଆସନ କଂଗ୍ରେସ କବ୍‍ଜାରେ ଥିଲା।ପରବର୍ତ୍ତୀ ସମୟରେ ଏହା ବିଜେଡି ଗଡ଼ ଭାବେ ରହିଆସିଛି। କିନ୍ତୁ ୨୦୧୯ରେ କଂଗ୍ରେସକୁ କାଟି ଭାଜପା ଦ୍ୱିତୀୟ ସ୍ଥାନ ଦଖଲ କରିଛି। ତେଣୁ ଏକ ପରିବର୍ତ୍ତନ ଆଶା ନେଇ ଭାଜପା ଏଠାରେ ମଇଦାନକୁ ଓହ୍ଲାଇବ। ଅନ୍ୟପକ୍ଷରେ ଗଡ଼ ସମ୍ଭାଳିବାକୁ ବିଜେଡି ଏଠାରେ ଅନୁକମ୍ପା କାର୍ଡ ଖେଳିପାରେ ବୋଲି ଆଲୋଚନା ହେଉଛି। କାରଣ ପୂର୍ବରୁ ଏଥିରେ ବିଜେଡିକୁ ହିଁ ସଫଳତା ମିଳିଛି। ଅତୀତରେ ବିଜେପୁର, ତିର୍ତ୍ତୋଲ, ପାଟକୁରାରେ ଏହି ରଣନୀତି ସଫଳ ମଧ୍ୟ ହୋଇଛି। କୋଭିଡ଼ କଟକଣା ଭିତରେ ଉପନିର୍ବାଚନ କରାଯିବା ସହ ଶୃଙ୍ଖଳିତ ଭୋଟ କରିବା ପାଇଁ ଅଧିକ ବୁଥ୍‍ କରାଯାଇଛି। ପିପିଲିରେ ମୋଟ ୨ଲକ୍ଷ ୨୯ ହଜାର ୫୮୩ ଜଣ ଭୋଟର ଅଛନ୍ତି। ସେଥିମଧ୍ୟରୁ ୧ଲକ୍ଷ ୧୯ ହଜାର ୨୦ ଜଣ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟର ସଂଖ୍ୟା ୧ଲକ୍ଷ ୧୦ ହଜାର ୫୬୧। ସେହିପରି ମୋଟ ବୁଥ୍‍ ସଂଖ୍ୟା ୨୭୩ ଥିବାବେଳେ ଏଥିମଧ୍ୟରୁ ୭୫ଟି ଅତିସମ୍ବେଦନଶୀଳ ବୁଥ୍‍ ରହିଛି। ଉପନିର୍ବାଚନ ପାଇଁ ପ୍ରତି ବୁଥ୍‍ରେ ୧,୦୦୦ ଭୋଟର ମତଦାନ କରିବେ।

15 Feb 2021 By The Sakala

https://www.thesakala.in/latest-odisha-news/pipili-by-election-2021/article-11
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର