ନନ୍ଦନକାନନ ରାସ୍ତାରେ କମିବ ଭିଡ଼ : ଉଦଘାଟିତ ହେଲା ରାଜ୍ୟର ପ୍ରଥମ ମଲ୍ଟି ଲେବଲ ପାର୍କିଂ

The Sakala Picture
Published On

ଭୁବନେଶ୍ବର : ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଗାଡି ପାର୍କିଂ କରିବାକୁ ଆଉ ଚିନ୍ତାରେ ରହିବେନି। କାରଣ ଆଜି ନନ୍ଦନକାନନ ପରିସରରେ ଉଦଘାଟିତ ହୋଇଛି ରାଜ୍ୟର ପ୍ରଥମ ମଲ୍ଟି ଲେବଲ ପାର୍କିଂ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି। ୩୫କୋଟିରୁ ଅଧିକ ବଜେଟରେ ନିର୍ମିତ କରାଯାଇଛି ଏହି ମଲ୍ଟି ପାର୍କିଂ ସ୍ଥଳ । ୪ମହଲା ବିଶିଷ୍ଟ ପାର୍କିଂ ସ୍ଥଳରେ ୫୮୩ଟି ଚାରିଚକିଆ ଯାନ ଓ ୨ହଜାର ଦୁଇଚକିଆ ଯାନ ରହିବାର ସୁବିଧା କରାଯାଇଛି । ପ୍ରତିଦିନ […]

ଭୁବନେଶ୍ବର : ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଗାଡି ପାର୍କିଂ କରିବାକୁ ଆଉ ଚିନ୍ତାରେ ରହିବେନି। କାରଣ ଆଜି ନନ୍ଦନକାନନ ପରିସରରେ ଉଦଘାଟିତ ହୋଇଛି ରାଜ୍ୟର ପ୍ରଥମ ମଲ୍ଟି ଲେବଲ ପାର୍କିଂ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି। ୩୫କୋଟିରୁ ଅଧିକ ବଜେଟରେ ନିର୍ମିତ କରାଯାଇଛି ଏହି ମଲ୍ଟି ପାର୍କିଂ ସ୍ଥଳ । ୪ମହଲା ବିଶିଷ୍ଟ ପାର୍କିଂ ସ୍ଥଳରେ ୫୮୩ଟି ଚାରିଚକିଆ ଯାନ ଓ ୨ହଜାର ଦୁଇଚକିଆ ଯାନ ରହିବାର ସୁବିଧା କରାଯାଇଛି ।

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

ପ୍ରତିଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବାକୁ ରାଜ୍ୟ, ଦେଶ ତଥା ଦେଶ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସନ୍ତି। ତେବେ ନନ୍ଦନକାନନ ପରିସରରେ ଗାଡି ପାର୍କିଂ କରିବା ପାଇଁ ସ୍ଥାନ ନଥିବା କାରଣରୁ ରାସ୍ତା ପାଖରେ ଗାଡି ରଖି ବୁଲିବାକୁ ଯାଆନ୍ତି। ରାସ୍ତା କଡରେ ଗାଡି ରହିବା କାରଣରୁ ପର୍ଯ୍ୟଟକମାନଙ୍କ ମନରେ ଗାଡି ଚୋରୀ ହେବା ନେଇ ଆଶଂକା ଦେଖା ଦେବା ସହ ରସ୍ତାରେ ମଧ୍ୟ ଟ୍ରାଫିକ ସମସ୍ୟା ଦେଖାଦେଇଥାଏ। ତେବେ ଏଣିକି ଆଉ ଏହି ସମସ୍ୟା ରହିବନି।ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ପର୍ଯ୍ୟଟକମାନେ ଏହି ପାର୍କିଂ ସ୍ଥଳରେ ଗାଡ଼ି ରଖିବାର ସୁବିଧା ପାଇବେ।  ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂତନ କରି ନିର୍ମାଣ ହୋଇଥିବା ବହୁତଳ ପାର୍କିଂକୁ ମୁଖ୍ୟମନ୍ତ୍ରୀ ଆଜି ଉଦଘାଟନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

ସୂଚନାଯୋଗ୍ୟ, ୫ ଏକର ଜମିରେ ୩୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ୨୦୧୮ ନଭେମ୍ବର ମାସରେ ଭୁବନେଶ୍ୱର ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ ପକ୍ଷରୁ ନିର୍ମିତ ଏହି ବହୁତଳ ପାର୍କିଂ ସ୍ଥଳ ୨୦୨୦ ଡିସେମ୍ବରରେ ଶେଷ ହୋଇଥିଲା। ଏଠାରେ ଏକ ସମୟରେ ପ୍ରାୟ ୫୮୩ ଚାରି ଚକିଆ ଏବଂ ୬୦୦ ଦୁଇ ଚକିଆ ଯାନ ରହିବାର କ୍ଷମତା ରହିଛି। ଫୁଡ୍‍ କୋର୍ଟ ସମେତ ଅନ୍ୟାନ୍ୟ ଦୋକାନ ଖୋଲା ଯିବାର ବ୍ୟବସ୍ଥା ରହିଛି। ବିଦ୍ୟୁତ୍‍, ପାଣି ଏବଂ ଲିଫ୍ଟର ବ୍ୟବସ୍ଥା ମଧ୍ୟ ରହିଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହ ଡ୍ରାଇଭରଙ୍କ ପାଇଁ ବିଶ୍ରାମ କକ୍ଷ ରହିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ପ୍ରତ୍ୟେକ ପାର୍କିଂ ମହଲା ୫ହଜାର ୬୦୦ ବର୍ଗ ମିଟରରେ ନିର୍ମିତ ହୋଇଛି । ସାଇକେଲ ୫ଟଙ୍କା, ବାଇକ ୨୦ଟଙ୍କା, କାର ୫୦ଟଙ୍କା, ବସ ୭୦ଟଙ୍କା ଟିକେଟ ମୂଲ୍ୟ ସ୍ଥିର କରାଯାଇଛି । ଏହି ଦର ୬ଘଣ୍ଟା ସମୟ ସୀମା ପର୍ଯ୍ୟନ୍ତ ଲାଗୁ ହେବ । ସିସିଟିଭି ଫୁଟେଜ ନିରୀକ୍ଷଣ ରହିବ ପାର୍କିଂ ସ୍ଥଳ । ଅଚାନକ ଅଗ୍ନିକାଣ୍ଡ ହେଲେ ସ୍ଥିତିକୁ ଆୟତ୍ତ କରିବା ପାଇଁ ସମସ୍ତ ମହଲାରେ ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ନନ୍ଦନକାନନର ମୁଖ୍ୟ ରାସ୍ତାର ଯାନବାହାନ ଭିଡ଼ କମାଇବା ପାଇଁ ଓ ଟ୍ରାଫିକ ନିୟନ୍ତ୍ରଣ ଏହି ପ୍ରକଳ୍ପର ଲକ୍ଷ୍ୟ ।

ପ୍ରତ୍ୟେକ ମହଲା ୫୬୦୦ ବର୍ଗମିଟରର ଏବଂ ଏହି ପାର୍କିଂରେ ସମୁଦାୟ ୫୮୩ଟି ଚାରିଚକିଆ ଯାନ ରହିପାରିବ । ପାର୍କିଂ ନିକଟରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଟିକଟ ଘର, ପାନୀୟ ଜଳ ସୁବିଧା, ଶୌଚାଳୟ, ଡ୍ରାଇଭର ପ୍ରତୀକ୍ଷା ଗୃହ, ଅଗ୍ନିନିର୍ବାପକ ସୁବିଧା, ସିସିଟିଭି ସହିତ ସୌନ୍ଦର୍ଯ୍ୟକରଣ ପାଇଁ ବଗିଚା ଓ ପୁଷ୍କରିଣୀ ଆଦି କରାଯାଇଛି । ତଳେ ୨୦୦୦ ଦୁଇଚକିଆ ଯାନ ରହିବା ଭଳି ମଧ୍ୟ ସୁବିଧା କରାଯାଇଛି । ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତରର ବିଧାୟକ ସୁଶାନ୍ତ କୁମାର ରାଉତ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ପ୍ରମୁଖ ମୁଖ୍ୟ ବନସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶିଶିର କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।

27 May 2022 By The Sakala

ନନ୍ଦନକାନନ ରାସ୍ତାରେ କମିବ ଭିଡ଼ : ଉଦଘାଟିତ ହେଲା ରାଜ୍ୟର ପ୍ରଥମ ମଲ୍ଟି ଲେବଲ ପାର୍କିଂ

ଭୁବନେଶ୍ବର : ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଗାଡି ପାର୍କିଂ କରିବାକୁ ଆଉ ଚିନ୍ତାରେ ରହିବେନି। କାରଣ ଆଜି ନନ୍ଦନକାନନ ପରିସରରେ ଉଦଘାଟିତ ହୋଇଛି ରାଜ୍ୟର ପ୍ରଥମ ମଲ୍ଟି ଲେବଲ ପାର୍କିଂ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି। ୩୫କୋଟିରୁ ଅଧିକ ବଜେଟରେ ନିର୍ମିତ କରାଯାଇଛି ଏହି ମଲ୍ଟି ପାର୍କିଂ ସ୍ଥଳ । ୪ମହଲା ବିଶିଷ୍ଟ ପାର୍କିଂ ସ୍ଥଳରେ ୫୮୩ଟି ଚାରିଚକିଆ ଯାନ ଓ ୨ହଜାର ଦୁଇଚକିଆ ଯାନ ରହିବାର ସୁବିଧା କରାଯାଇଛି ।

ପ୍ରତିଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବାକୁ ରାଜ୍ୟ, ଦେଶ ତଥା ଦେଶ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସନ୍ତି। ତେବେ ନନ୍ଦନକାନନ ପରିସରରେ ଗାଡି ପାର୍କିଂ କରିବା ପାଇଁ ସ୍ଥାନ ନଥିବା କାରଣରୁ ରାସ୍ତା ପାଖରେ ଗାଡି ରଖି ବୁଲିବାକୁ ଯାଆନ୍ତି। ରାସ୍ତା କଡରେ ଗାଡି ରହିବା କାରଣରୁ ପର୍ଯ୍ୟଟକମାନଙ୍କ ମନରେ ଗାଡି ଚୋରୀ ହେବା ନେଇ ଆଶଂକା ଦେଖା ଦେବା ସହ ରସ୍ତାରେ ମଧ୍ୟ ଟ୍ରାଫିକ ସମସ୍ୟା ଦେଖାଦେଇଥାଏ। ତେବେ ଏଣିକି ଆଉ ଏହି ସମସ୍ୟା ରହିବନି।ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ପର୍ଯ୍ୟଟକମାନେ ଏହି ପାର୍କିଂ ସ୍ଥଳରେ ଗାଡ଼ି ରଖିବାର ସୁବିଧା ପାଇବେ।  ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂତନ କରି ନିର୍ମାଣ ହୋଇଥିବା ବହୁତଳ ପାର୍କିଂକୁ ମୁଖ୍ୟମନ୍ତ୍ରୀ ଆଜି ଉଦଘାଟନ କରିଛନ୍ତି।

ସୂଚନାଯୋଗ୍ୟ, ୫ ଏକର ଜମିରେ ୩୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ୨୦୧୮ ନଭେମ୍ବର ମାସରେ ଭୁବନେଶ୍ୱର ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ ପକ୍ଷରୁ ନିର୍ମିତ ଏହି ବହୁତଳ ପାର୍କିଂ ସ୍ଥଳ ୨୦୨୦ ଡିସେମ୍ବରରେ ଶେଷ ହୋଇଥିଲା। ଏଠାରେ ଏକ ସମୟରେ ପ୍ରାୟ ୫୮୩ ଚାରି ଚକିଆ ଏବଂ ୬୦୦ ଦୁଇ ଚକିଆ ଯାନ ରହିବାର କ୍ଷମତା ରହିଛି। ଫୁଡ୍‍ କୋର୍ଟ ସମେତ ଅନ୍ୟାନ୍ୟ ଦୋକାନ ଖୋଲା ଯିବାର ବ୍ୟବସ୍ଥା ରହିଛି। ବିଦ୍ୟୁତ୍‍, ପାଣି ଏବଂ ଲିଫ୍ଟର ବ୍ୟବସ୍ଥା ମଧ୍ୟ ରହିଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହ ଡ୍ରାଇଭରଙ୍କ ପାଇଁ ବିଶ୍ରାମ କକ୍ଷ ରହିଛି।

ପ୍ରତ୍ୟେକ ପାର୍କିଂ ମହଲା ୫ହଜାର ୬୦୦ ବର୍ଗ ମିଟରରେ ନିର୍ମିତ ହୋଇଛି । ସାଇକେଲ ୫ଟଙ୍କା, ବାଇକ ୨୦ଟଙ୍କା, କାର ୫୦ଟଙ୍କା, ବସ ୭୦ଟଙ୍କା ଟିକେଟ ମୂଲ୍ୟ ସ୍ଥିର କରାଯାଇଛି । ଏହି ଦର ୬ଘଣ୍ଟା ସମୟ ସୀମା ପର୍ଯ୍ୟନ୍ତ ଲାଗୁ ହେବ । ସିସିଟିଭି ଫୁଟେଜ ନିରୀକ୍ଷଣ ରହିବ ପାର୍କିଂ ସ୍ଥଳ । ଅଚାନକ ଅଗ୍ନିକାଣ୍ଡ ହେଲେ ସ୍ଥିତିକୁ ଆୟତ୍ତ କରିବା ପାଇଁ ସମସ୍ତ ମହଲାରେ ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ନନ୍ଦନକାନନର ମୁଖ୍ୟ ରାସ୍ତାର ଯାନବାହାନ ଭିଡ଼ କମାଇବା ପାଇଁ ଓ ଟ୍ରାଫିକ ନିୟନ୍ତ୍ରଣ ଏହି ପ୍ରକଳ୍ପର ଲକ୍ଷ୍ୟ ।

ପ୍ରତ୍ୟେକ ମହଲା ୫୬୦୦ ବର୍ଗମିଟରର ଏବଂ ଏହି ପାର୍କିଂରେ ସମୁଦାୟ ୫୮୩ଟି ଚାରିଚକିଆ ଯାନ ରହିପାରିବ । ପାର୍କିଂ ନିକଟରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଟିକଟ ଘର, ପାନୀୟ ଜଳ ସୁବିଧା, ଶୌଚାଳୟ, ଡ୍ରାଇଭର ପ୍ରତୀକ୍ଷା ଗୃହ, ଅଗ୍ନିନିର୍ବାପକ ସୁବିଧା, ସିସିଟିଭି ସହିତ ସୌନ୍ଦର୍ଯ୍ୟକରଣ ପାଇଁ ବଗିଚା ଓ ପୁଷ୍କରିଣୀ ଆଦି କରାଯାଇଛି । ତଳେ ୨୦୦୦ ଦୁଇଚକିଆ ଯାନ ରହିବା ଭଳି ମଧ୍ୟ ସୁବିଧା କରାଯାଇଛି । ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତରର ବିଧାୟକ ସୁଶାନ୍ତ କୁମାର ରାଉତ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ପ୍ରମୁଖ ମୁଖ୍ୟ ବନସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶିଶିର କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର