ଏଣିକି ପଞ୍ଚାୟତରେ ମିଳିବ ବ୍ଲକର ସବୁ ସୁବିଧା, ପ୍ରତି ପଞ୍ଚାୟତରେ ରହିବେ ଅନ୍ୟୂନ ୪ କର୍ମଚାରୀ

The Sakala Picture
Published On

ଭୁବନେଶ୍ୱର : ଗାଁରେ ରହିଛି ଭାରତର ଆତ୍ମା। ମହାତ୍ମା ଗାନ୍ଧୀ ଏଇଥିପାଇଁ ‘ଗ୍ରାମ୍ୟ ସ୍ୱରାଜ’ର ପରିକଳ୍ପନା କରିଥିଲେ। ଗାଁରେ ରହିଥିବା ସମାଜର ଶେଷତମ ସାଧାରଣ ଲୋକଟି ଯେପରି ହାତପାହାନ୍ତାରେ ସମସ୍ତ ସୁବିଧା ପାଇପାରିବ, ସେଥିପ୍ରତି ଦୃଷ୍ଟିଦେବା ଓ ଏକ ଉତ୍ତରଦାୟୀ ପ୍ରଶାସନିକ ବ୍ୟବସ୍ଥା ସୃଷ୍ଟି କରିବା ଏହାର ଲକ୍ଷ୍ୟ ଥିଲା। ଗ୍ରାମବହୁଳ ରାଜ୍ୟ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ପଥରେ ଆରମ୍ଭ କରିଛନ୍ତି କାର୍ଯ୍ୟକ୍ରମ। ପଞ୍ଚାୟତ କାର୍ଯ୍ୟାଳୟଟି ଗାଁର ସାଧାରଣ ଲୋକ ପାଇଁ ସଚିବାଳୟ ପରି। […]

ଭୁବନେଶ୍ୱର : ଗାଁରେ ରହିଛି ଭାରତର ଆତ୍ମା। ମହାତ୍ମା ଗାନ୍ଧୀ ଏଇଥିପାଇଁ ‘ଗ୍ରାମ୍ୟ ସ୍ୱରାଜ’ର ପରିକଳ୍ପନା କରିଥିଲେ। ଗାଁରେ ରହିଥିବା ସମାଜର ଶେଷତମ ସାଧାରଣ ଲୋକଟି ଯେପରି ହାତପାହାନ୍ତାରେ ସମସ୍ତ ସୁବିଧା ପାଇପାରିବ, ସେଥିପ୍ରତି ଦୃଷ୍ଟିଦେବା ଓ ଏକ ଉତ୍ତରଦାୟୀ ପ୍ରଶାସନିକ ବ୍ୟବସ୍ଥା ସୃଷ୍ଟି କରିବା ଏହାର ଲକ୍ଷ୍ୟ ଥିଲା। ଗ୍ରାମବହୁଳ ରାଜ୍ୟ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ପଥରେ ଆରମ୍ଭ କରିଛନ୍ତି କାର୍ଯ୍ୟକ୍ରମ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ପଞ୍ଚାୟତ କାର୍ଯ୍ୟାଳୟଟି ଗାଁର ସାଧାରଣ ଲୋକ ପାଇଁ ସଚିବାଳୟ ପରି। ତେଣୁ ସେହିଠାରେ ତା’ର ସମସ୍ୟା ସମାଧାନ ନିମନ୍ତେ ରାଜ୍ୟ ସରକାର ଯୋଜନା କରିଛନ୍ତି। ସମାଜର ଶେଷତମ ବର୍ଗର ସବୁଠୁ ଶେଷରେ ଥିବା ମଣିଷଟି ପାଇଁ କାର୍ଯ୍ୟ କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଓ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଅନୁରୂପ ଗ୍ରାମାଞ୍ଚଳ ଲୋକଙ୍କୁ ସମସ୍ତ ସରକାରୀ ସୁବିଧା ହାତ ପାହାନ୍ତାରେ ଯୋଗାଇଦେବା ସହ ଗ୍ରାମାଞ୍ଚଳର ଲୋକଙ୍କୁ ସଶକ୍ତ ଓ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ସରକାରୀସ୍ତରରେ ନିର୍ଦ୍ଦିଷ୍ଟ ଯୋଜନା ମଧ୍ୟ ପ୍ରସ୍ତୁତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଗତ ବର୍ଷକ ମଧ୍ୟରେ ରାଜ୍ୟ ସରକାର ଯେତେସବୁ ପଦକ୍ଷେପ ନେଇଛନ୍ତି; ସେଥିରୁ ଅଧିକାଂଶ ନିଷ୍ପତ୍ତି ଗ୍ରାମକୈନ୍ଦ୍ରିକ ଥିବା ଦେଖାଯାଇଛି। ଦିନକ ତଳେ କ୍ୟାବିନେଟ୍‍ ବୈଠକରେ ଗ୍ରାମାଞ୍ଚଳ ପ୍ରଶାସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଜିଲ୍ଲା ପରିଷଦ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ)ର ସମ୍ମିଶ୍ରଣ ନିଷ୍ପତ୍ତି ନିଆଯାଇଛି। ଏଣିକି ଡିଆରଡିଏ ଜିଲ୍ଲା ପରିଷଦ ଅଧୀନରେ କାର୍ଯ୍ୟ କରିବ। ଫଳରେ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ଯୋଜନା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟବଧାନ ହ୍ରାସ ପାଇବ। ଲୋକ ପ୍ରତିନିଧିଙ୍କ ଗୁରୁତ୍ୱ ପୂର୍ବାପେକ୍ଷା ଆହୁରି ବୃଦ୍ଧି ପାଇବ।ଏନେଇ ଆଇନଗତ ସଂଶୋଧନ କରାଯାଇ ସରକାର ସମୁଚିତ ପଦକ୍ଷେପ ନେଇଛନ୍ତି। ଗ୍ରାମାଞ୍ଚଳ ପ୍ରଶାସନରେ ଜିଲ୍ଲା ପରିଷଦ ପରେ ବ୍ଲକ କାର୍ଯ୍ୟାଳୟ ସର୍ବାଧିକ ଗୁରୁତ୍ୱ ବହନ କରିଥାଏ। ବ୍ଲକକୁ ଏକକ ଭାବେ ଗ୍ରହଣ କରି ସାରା ରାଜ୍ୟର ଗ୍ରାମାଞ୍ଚଳର ବିଭିନ୍ନ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି। ବ୍ଲକ ମୁଖ୍ୟାଳୟରେ ବହୁ ପ୍ରଶାସନିକ କାର୍ଯ୍ୟ ସଙ୍ଗଠିତ ହୋଇଥାଏ। ମାତ୍ର ୨୦୨୬ ସୁଦ୍ଧା ଦ୍ୱାର ମୁହଁରେ ସେବା ଯୋଗାଇ ଦେବା ପାଇଁ ପଞ୍ଚାୟତକୁ ଏକକ ଭାବେ ନିଆଯିବ। ତେଣୁ ବ୍ଲକ କାର୍ଯ୍ୟାଳୟ ଉପରୁ ଚାପ ହ୍ରାସ ପାଇବ। ଏଥିପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇସାରିଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଅପରପକ୍ଷରେ ବ୍ଲକସ୍ତରୀୟ ରୋଜଗାର ନିଯୁକ୍ତି ମେଳା, ଦକ୍ଷ ମାନବସମ୍ବଳକୁ ପ୍ରଶିକ୍ଷଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ନେଇ ସଚେତନତା କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଅଧିକ ଗୁରୁତ୍ୱ ଦିଆଯିବ। ବ୍ଲକସ୍ତରରେ ବିଭିନ୍ନ ନିଯୁକ୍ତି ସମ୍ପର୍କିତ ପ୍ରକ୍ରିୟାର କାର୍ଯ୍ୟାନ୍ୱୟନ ପାଇଁ ସଂଯୋଜକ ନିଯୁକ୍ତି ହେବେ। ବ୍ଲକରେ ମାନବସମ୍ବଳ ଡାଟାବେସ୍‍ ପ୍ରସ୍ତୁତ କରାଯିବ ସହ ନିଯୁକ୍ତି ସମ୍ପର୍କିତ ମନିଟରିଂ କରାଯିବ। ତେଣୁ ପଞ୍ଚାୟତକୁ ସମୃଦ୍ଧ କରିବା ନେଇ ଖାଲି ଥିବା ପଦରେ ନିଯୁକ୍ତି ଓ ସେବା ଯୋଗାଇ ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନରେ ପ୍ରାୟ ୧୦,୦୦୦ ନିଯୁକ୍ତି କେବଳ ପଞ୍ଚାୟତସ୍ତରରେ କରାଯିବ। ପ୍ରତି ପଞ୍ଚାୟତରେ ଅନ୍ୟୂନ ୪ ଅଧିକାରୀ ରହିବେ। ଡିବିଟି ସୁବିଧା ପାଇଁ ବ୍ୟାଙ୍କ୍‍ ଶାଖା ଖୋଲାଯିବ, ପଞ୍ଚାୟତରେ ପ୍ରତିଟି ସେବା ଯୋଗାଇ ଦେବାକୁ ଥିବା ଅଧିକାରୀଙ୍କୁ ନିୟମିତ ପ୍ରଶିକ୍ଷଣ ଦିଆଯିବ।

କରୋନା ସମୟରେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇ ଏକ ନିଆରା ଉଦାହରଣ ସୃଷ୍ଟି କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ସ୍କୁଲ ଅଧିକାଂଶ ସହର ଏବଂ ସେମି-ଅର୍ବାନ ସ୍କୁଲ ରହିଥିଲା। ମାତ୍ର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ସିଂହଭାଗ ବିଦ୍ୟାଳୟ ରହିଛି। ସେହିପରି ଆଦିବାସୀ ଅଧୁଷିତ ଅଞ୍ଚଳରେ ଆବାସିକ ସ୍କୁଲ ଓ ହଷ୍ଟେଲ ପାଇଁ ମଧ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବା ସହ ବିତ୍ତୀୟ ନୀତି ମଧ୍ୟ ସ୍ଥିର ହୋଇସାରିଛି।
ଗ୍ରାମାଞ୍ଚଳ ଏକଦା ପୁରୁଷ କୈନ୍ଦ୍ରିକ ଭାବେ ପରିଚିତ ଥିଲା। ମାତ୍ର ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥାଏ ମିଶନ୍‍ ଶକ୍ତି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳରେ ମହିଳାଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି କରିଛି। ସଦ୍ୟ ସମାପ୍ତ ହୋଇଥିବା କ୍ୟାବିନେଟ୍‍ ବୈଠକରେ ପଞ୍ଚାୟତକୁ ଏକକ ଭାବେ ନେଇ ମିଶନ୍‍ ଶକ୍ତି ଗୃହ ନିର୍ମାଣ କରିବାକୁ ନିଷ୍ପତ୍ତି କରାଯାଇଛି। ଏସଏଚଜିଙ୍କ ଦ୍ୱାରା ନିର୍ମିତ ଦ୍ରବ୍ୟର ବିକ୍ରି ପାଇଁ ପଞ୍ଚାୟତକୁ ୟୁନିଟ୍‍ ଭାବେ ନେଇ ବଜାର ସୃଷ୍ଟି କରାଯିବ।

20 May 2022 By The Sakala

https://www.thesakala.in/latest-odisha-news/chief-minister-naveen-patnaik-aim-to-strong-rural-self-government/article-11722
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର