ରାଜଧାନୀ ରାସ୍ତାରେ ଭାରୀଯାନର ରାଜୁତି, ସାଧାରଣ ଲୋକଙ୍କ ଚାଲାଣ କାଟିବାରେ ହେଳା ନାହିଁ

The Sakala Picture
Published On

ଭୁବନେଶ୍ୱର : ବେପୁରଆ ଗାଡ଼ି ଚାଳକଙ୍କ ବିରୋଧରେ ପରିବହନ ବିଭାଗ ସ୍ୱତନ୍ତ୍ର ଚଢ଼ଉ ଅଭିଯାନ ଆରମ୍ଭ କରିଛି। ଶହ ଶହ ଗାଡ଼ି ଚାଳକ ଧରାପଡ଼ିଛନ୍ତି, ଗିରଫ ହୋଇଛନ୍ତି ଆଉ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯାଇଛି। କିନ୍ତୁ ବାସ୍ତବତା ହେଉଛି ବିଭାଗର ନଜର ତଳେ ଶହ ଶହ ଭାରୀଯାନ ବିଶେଷ କରି ହାଇୱା, ଟିପର୍‍ ଆଦି ପ୍ରତିବନ୍ଧିତ ସମୟରେ ରାଜଧାନୀ ରାସ୍ତାରେ ଦୌଡ଼ୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏସବୁ ଭାରୀଯାନରେ ରେଜିଷ୍ଟ୍ରେସନ୍‍ ନମ୍ବର ପ୍ଲେଟ୍‍ ନାହିଁ। ଆଗରେ, […]

ଭୁବନେଶ୍ୱର : ବେପୁରଆ ଗାଡ଼ି ଚାଳକଙ୍କ ବିରୋଧରେ ପରିବହନ ବିଭାଗ ସ୍ୱତନ୍ତ୍ର ଚଢ଼ଉ ଅଭିଯାନ ଆରମ୍ଭ କରିଛି। ଶହ ଶହ ଗାଡ଼ି ଚାଳକ ଧରାପଡ଼ିଛନ୍ତି, ଗିରଫ ହୋଇଛନ୍ତି ଆଉ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯାଇଛି। କିନ୍ତୁ ବାସ୍ତବତା ହେଉଛି ବିଭାଗର ନଜର ତଳେ ଶହ ଶହ ଭାରୀଯାନ ବିଶେଷ କରି ହାଇୱା, ଟିପର୍‍ ଆଦି ପ୍ରତିବନ୍ଧିତ ସମୟରେ ରାଜଧାନୀ ରାସ୍ତାରେ ଦୌଡ଼ୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏସବୁ ଭାରୀଯାନରେ ରେଜିଷ୍ଟ୍ରେସନ୍‍ ନମ୍ବର ପ୍ଲେଟ୍‍ ନାହିଁ। ଆଗରେ, ପଛରେ କେଉଁଠି ବି ରେଜିଷ୍ଟ୍ରେସନ୍‍ ନମ୍ବର ପ୍ଲେଟ୍‍ର ଚିହ୍ନ ବର୍ଣ୍ଣ ନାହିଁ। ଦିନ ଦ୍ୱିପ୍ରହରେ ଦ୍ରୁତ ଗତିରେ ଭାରୀଯାନ ରାଜଧାନୀର ରାସ୍ତାରେ ରାଜୁତି କରୁଛନ୍ତି। କିନ୍ତୁ ସେମାନଙ୍କୁ ଧରିବା ଓ ଜରିମାନା କରିବାକୁ କେହି ନାହାନ୍ତି। ସୂଚନା ଅନୁସାରେ ଦିନ ବେଳା ସହର ମଧ୍ୟରେ ଭାରୀଯାନ ପ୍ରବେଶ ଉପରେ ଅଙ୍କୁଶ ଲାଗିଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

କିନ୍ତୁ ନିୟମକୁ ମାନୁଛି କିଏ। ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ବାଦ୍‍ ଦେଲେ ଅନ୍ୟ ଅଞ୍ଚଳରେ ଭାରୀଯାନ ଦୌଡ଼ୁଛି। ଗତି ଉପରେ ମଧ୍ୟ ଅଙ୍କୁଶ ନାହିଁ। ରାସ୍ତାରେ ସିସିଟିଭି ଲାଗିଛି, କିନ୍ତୁ ନମ୍ବର ପ୍ଲେଟ୍‍ ନଥିବାରୁ ପୁଲିସ ବି ସେମାନଙ୍କର ଚାଲାଣ କାଟି ପାରୁନି। ଅଧିକାଂଶ ଗାଡ଼ିରେ ରେଜିଷ୍ଟ୍ରେସନ୍‍ ନମ୍ବର ପ୍ଲେଟ୍‍ ରହିଛି। କିନ୍ତୁ କେଉଁ ଗାଡ଼ିର ନମ୍ବର ପ୍ଲେଟ୍‍ ଉପରେ ମାଟି ଜମି ସମ୍ପୂର୍ଣ୍ଣ ଲୁଚି ଯାଇଛି ତ ଆଉ କେଉଁ ଗାଡ଼ିରେ ନମ୍ବର ପ୍ଲେଟ୍‍ରେ ଲେଖାଯାଇଥିବା ନମ୍ବରକୁ ପଢ଼଼ିବା ସମ୍ଭବ ନୁହେଁ। ଦିନ ବେଳା ନିର୍ଦ୍ଦିଷ୍ଟ ଅଞ୍ଚଳରେ ଭାରୀଯାନ ଚଳାଚଳ କରୁଥିବା ବେଳେ ରାତି ୧୦ଟା ପରେ ସେଗୁଡ଼ିକ ସହରର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ପ୍ରବେଶ କରୁଛନ୍ତି। ଶୂନ୍‍ ଶାନ୍‍ ରାତିରେ ଦ୍ରୁତ ଗତିରେ ଗାଡ଼ି ଚାଳନା ହେଉଛି। ସାମାନ୍ୟ ଭୁଲ୍‍ ହେଲେ ସିସିଟିଭିରେ ଫଟୋ ଉଠାଇ ସମ୍ପୃକ୍ତ ଗାଡ଼ି ଚାଳକଙ୍କୁ ୨ ହଜାର ଟଙ୍କାର ଜରିମାନା ଚାଲାଣ ପଠାଇ ଦିଆଯାଉଛି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଗାଡ଼ିର ବେଗ ୫୦ କିମିରୁ ୫୧ କିମି ଛୁଇଁଲେ ସିସିଟିଭି କ୍ୟାମେରା ଫଟୋ ଉଠାଇ ନେଉଛି। ଚାଲାଣ ପଠାଇବାରେ ଆଦୌ ହେଳା କରାଯାଉ ନାହିଁ। କିନ୍ତୁ ବାଲି, ଚିପ୍ସ, ଇଟା ଆଦି ବୋହୁଥିବା ଭାରୀଯାନ ପ୍ରତି କାହାର ନଜର ଯାଉ ନାହିଁ। ରାତିରେ ସହର ମଧ୍ୟରେ ଯାଉଥିବା ଭାରୀଯାନ କେବେ ଯାଞ୍ଚ ହେଉଥିବାର କେହି କେବେ ଦେଖି ନାହାନ୍ତି। କିଛି ଦିନ ତଳେ ପଳାଶୁଣୀ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ହାଇୱା ନିୟନ୍ତ୍ରଣ ହରାଇ ଦୁଇଟି କାର୍‍ ଉପରେ ଚଢ଼ିଯାଇଥିଲା। ଫଳରେ ଜଣେ ଇଞ୍ଜିନିୟର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏହା ପରେ ପରିବହନ ବିଭାଗ ଭାରୀଯାନ ଉପରେ ଚଢ଼ଉ କରିଥିଲା। କିନ୍ତୁ ପୂର୍ବ ଭଳି ଏବେ ବି ସହର ମଧ୍ୟରେ ଏହି ଲୌହ ଦାନବ ମୁକ୍ତରେ ବିଚରଣ କରୁଥିବା ଦେଖାଯାଉଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର