ରାଜ୍ୟ ସ୍ବାର୍ଥକୁ କେନ୍ଦ୍ରର ଉପେକ୍ଷା : ଦିଲ୍ଲୀରେ ଦାବି ରଖିବେ ନବୀନ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟ ସ୍ୱାର୍ଥ ସମ୍ବଳିତ ବହୁ ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ନିକଟରେ ପଡ଼ି ରହିଛି। ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗଗୁଡ଼ିକ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭିନ୍ନ ବିଭାଗର ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିଛନ୍ତି। ଏହା ସତ୍ତ୍ବେ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ କେନ୍ଦ୍ର ସରକାର ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିନାହାନ୍ତି; କିଛି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଓଡ଼ିଶା କେନ୍ଦ୍ରୀୟ ଅବହେଳାର ଶିକାର ହୋଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]

ଭୁବନେଶ୍ୱର : ରାଜ୍ୟ ସ୍ୱାର୍ଥ ସମ୍ବଳିତ ବହୁ ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ନିକଟରେ ପଡ଼ି ରହିଛି। ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗଗୁଡ଼ିକ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭିନ୍ନ ବିଭାଗର ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିଛନ୍ତି। ଏହା ସତ୍ତ୍ବେ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ କେନ୍ଦ୍ର ସରକାର ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିନାହାନ୍ତି; କିଛି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଓଡ଼ିଶା କେନ୍ଦ୍ରୀୟ ଅବହେଳାର ଶିକାର ହୋଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ କେନ୍ଦ୍ରୀୟ ସହାୟତା, ଅନୁଦାନ, ମଞ୍ଜୁରୀ ଆଦି ସମ୍ପର୍କରେ ବିଭିନ୍ନ ମନ୍ତ୍ରଣାଳୟର ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି। ସମ୍ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ବିଚାରପତିମାନଙ୍କ ଦିନିକିଆ ସମ୍ମିଳନୀ ଅନୁଷ୍ଠିତ ହେବ ଏବଂ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହା ସହ କେନ୍ଦ୍ରୀୟ ସହାୟତା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆସନ୍ତା ୨ ତାରିଖରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଏକାଧିକ ପ୍ରସଙ୍ଗରେ ସମ୍ପୃକ୍ତ ମନ୍ତ୍ରଳାଣୟ ଓ କେନ୍ଦ୍ରୀୟ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ପ୍ରଚୁର ପରିମାଣରେ ଉଷୁନା ଚାଉଳ ପ୍ରସ୍ତୁତ କରିଥାଏ। ଏହାର ଏକ ଅଂଶ ଏଫସିଆଇ ମାଧ୍ୟମରେ କେନ୍ଦ୍ର ସରକାର କ୍ରୟ କରିଥାନ୍ତି। ମାତ୍ର କେନ୍ଦ୍ର ନିର୍ଦ୍ଦିଷ୍ଟ ପରିମାଣର କ୍ରୟ କରିବା ପରେ ରାଜ୍ୟରୁ ଚାଉଳ ଉଠାଉନାହିଁ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ଏହା ଦ୍ୱାରା ରାଜ୍ୟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ବହୁଳ ଭାବେ ପ୍ରଭାବିତ ହେଉଛନ୍ତି। ସେହିପରି ଧାନ କ୍ରୟ ବାବଦରେ ଏକ ଅଂଶ କେନ୍ଦ୍ରୀୟ ପାଣ୍ଠିରୁ ମିଳିଥାଏ, ମାତ୍ର ଏହା ନିୟମିତ ଭାବେ ଯୋଗାଣ ବିଭାଗ ପାଉନାହିଁ। ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରିବା ପରେ ୪୮ ଘଣ୍ଟାରେ ସେମାନଙ୍କ ଆକାଉଣ୍ଟକୁ ସହାୟତା ରାଶି ପ୍ରଦାନ କରାଯାଉଛି। କେନ୍ଦ୍ର ଠିକ୍‍ ସମୟରେ ଅର୍ଥ ପ୍ରଦାନ ନ କରିବା ଦ୍ୱାରା ରାଜ୍ୟ ଉପରେ ଆର୍ଥିକ ଚାପ ବଢ଼ିବା ପରିସ୍ଥିତି ସୃଷ୍ଟି ହୋଇଛି। ଏହା ନିଗମକୁ ଋଣଗ୍ରସ୍ତ କରିଛି। ଅନ୍ୟପକ୍ଷରେ କେନ୍ଦ୍ର୍ର ସରକାର ସ୍ୱାମୀନାଥନ କମିଟି ସୁପାରିସ୍‍ ଆଧାରରେ ଏମଏସପି ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଉନାହିଁ। ଯାହା ଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଉଷୁନା ଚାଉଳ ଉଠାଣ ସହ ଧାନ କ୍ରୟ ସହାୟତା ରାଶି ଉଚିତ ସମୟରେ ପୈଠ ନେଇ ଖାଉଟି ବ୍ୟାପାର ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରାଯାଇପାରେ ବୋଲି ମଧ୍ୟ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ଅନ୍ୟପକ୍ଷରେ କୋଇଲା ରୟାଲଟି ସଂଶୋଧନ ସହ ପ୍ରସ୍ତାବିତ କୋଇଲା ନୀତିରେ ରାଜ୍ୟ ସ୍ୱାର୍ଥକୁ ଗୁରୁତ୍ୱ ଦେବା ପାଇଁ ଓଡ଼ିଶା ଦାବି କରିବ ବୋଲି ସୂଚନା ମିଳିଛି। ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିବା ଓଡ଼ିଶା ୧୭,୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ସହ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଦାବି କରି ଆସୁଛି। ତନ୍ମଧ୍ୟରୁ ୧୦,୦୦୦ କୋଟି ଟଙ୍କା କେବଳ ବିପର୍ଯ୍ୟୟ ପ୍ରତିରୋଧୀ ଶକ୍ତି ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ମଗାଯାଇଛି। ଏହି ଦୀର୍ଘମିଆଦୀ ଯୋଜନା ନେଇ କେନ୍ଦ୍ର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ। ପ୍ରଚଣ୍ଡ ଗ୍ରୀଷ୍ମକାଳ ହୋଇଥିଲେ ବି ମେ ମାସରେ ବାତ୍ୟା ସମ୍ଭାବନାକୁ ଏଡାଇ ଦିଆ ଯାଇ ନପାରେ। ତେଣୁ କେନ୍ଦ୍ର ଏହି ଅନୁଦାନ ମଞ୍ଜୁର କରିବା ନେଇ ରାଜ୍ୟ ଦାବି ରଖିବ। ବିପର୍ଯ୍ୟୟ ରାଜ୍ୟର ନିରନ୍ତର ଅର୍ଥନୈତିକ ଗତିବିଧିକୁ ପ୍ରଭାବିତ କରିଛି।

ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳୁ ବୋଲି ରାଜ୍ୟ ବାରମ୍ବାର ଦାବି କରି ଆସିଛି। ମାତ୍ର ଏହାକୁ କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି। ଅନୁରୂପ ଭାବରେ ବିପର୍ଯ୍ୟୟ ହେଉଥିବା ବର୍ଷରୁ ପରବର୍ତ୍ତୀ ୩ ବର୍ଷ ଯାଏଁ ରାଜ୍ୟକୁ ସ୍ୱତନ୍ତ୍ର ଧ୍ୟାନକୈନ୍ଦ୍ରିକ ରାଜ୍ୟ ମାନ୍ୟତା ଦେବାକୁ ଓଡ଼ିଶା ବାରମ୍ବାର ଦାବି କରିଛି। ଏହି ବର୍ଷ ଗୁଡ଼ିକରେ କେନ୍ଦ୍ର ଓ ରାଜ୍ୟ ଅନୁଦାନ ଅନୁପାତ ୯୦:୧୦ ଉପରେ ଗୁରୁତ୍ୱ ଦେଇଛି। ମାତ୍ର ଏହି ପ୍ରସ୍ତାବ ମଧ୍ୟ କେନ୍ଦ୍ର ଗ୍ରହଣ କରିନାହିଁ। ନିକଟ ଅତୀତରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ବିଭିନ୍ନ ରାଜ୍ୟକୁ ଘୋଷଣା କରାଯାଇଥିବା ଅର୍ଥ ପାଇବାରୁ ଓଡ଼ିଶା ବଞ୍ଚିତ ହୋଇଛି। ଏହି ସବୁ ଦାବି ନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜଣାପଡ଼ିଛି।

କରୋନା କାରଣରୁ ଜନଗଣନା-୨୦୨୧ ବାଧାପ୍ରାପ୍ତ ହୋଇଛି। ୨ ମାସ ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇପାରେ। ରାଜ୍ୟରେ ଅନ୍ୟାନ୍ୟ ପଛୁଆବର୍ଗଙ୍କ ସଂଖ୍ୟା ନେଇ କୌଣସି ପରିସଂଖ୍ୟନ ନାହିଁ। ତେଣୁ ରାଜ୍ୟ ପକ୍ଷରୁ ଜାତିଭିତ୍ତିକ ଜନଗଣନା କରାଯିବା ନେଇ କେନ୍ଦ୍ର ନିକଟରେ ଦାବି କରାଯାଇଛି। କେନ୍ଦ୍ର ସରକାର ଚାହିଁଲେ ହିଁ ଜାତି ସ୍ତମ୍ଭ ବ୍ୟବସ୍ଥା କରିବେ। ଏହା କେବଳ ଓଡ଼ିଶାର ଦାବି ନୁହେଁ, ବିହାର, ୟୁପି, ମହାରାଷ୍ଟ୍ର ମଧ୍ୟ ସମାନ ଦାବି କରିଛି। ତେଣୁଜାତିଭିତ୍ତିକ ଜନଗଣନା ଦାବି ଜୋରଦାର କରାଯିବ ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର