ଆଇନ ନମାନି ବଡ଼ଦାଣ୍ଡରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରାକୁ ସବୁଠି ନିନ୍ଦା

The Sakala Picture
Published On

ଭୁବନେଶ୍ୱର: ଆଇନ ନମାନି ବଡ଼ଦାଣ୍ଡରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରାକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଇଛି। ସାଂସଦଙ୍କ ଏହି ପଦଯାତ୍ରାକୁ ନେଇ ପ୍ରତିକ୍ରିୟା ରଖିଲେ ସେବାୟତ ଓ ପୁରୀର ବୁଦ୍ଧିଜୀବୀ । ଅପରାଜିତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ଯାନୁଷ୍ଠାନ ହେବା ଉଚିତ୍‌ ବୋଲି ସେମାନେ ଦାବି କରିଛନ୍ତି। ରାଜନୀତି କରିବାକୁ ଅନେକ କ୍ଷେତ୍ର ରହିଛି। ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ନେଇ ରାଜନୀତି କରାନଯାଉ। ସାଂସଦ ଆଜି ଯେଉଁ ରାଜନୀତି କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି […]

ଭୁବନେଶ୍ୱର: ଆଇନ ନମାନି ବଡ଼ଦାଣ୍ଡରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରାକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଇଛି। ସାଂସଦଙ୍କ ଏହି ପଦଯାତ୍ରାକୁ ନେଇ ପ୍ରତିକ୍ରିୟା ରଖିଲେ ସେବାୟତ ଓ ପୁରୀର ବୁଦ୍ଧିଜୀବୀ । ଅପରାଜିତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ଯାନୁଷ୍ଠାନ ହେବା ଉଚିତ୍‌ ବୋଲି ସେମାନେ ଦାବି କରିଛନ୍ତି। ରାଜନୀତି କରିବାକୁ ଅନେକ କ୍ଷେତ୍ର ରହିଛି। ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ନେଇ ରାଜନୀତି କରାନଯାଉ। ସାଂସଦ ଆଜି ଯେଉଁ ରାଜନୀତି କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେବାୟତ ଓ ବୁଦ୍ଧିଜୀବୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ସାଂସଦ ଅପରାଜିତାଙ୍କ ଏହି କାର୍ଯ୍ଯକଳାପକୁ ନେଇ ବର୍ଷିଲେ ପୁରୀ ସାଂସଦ ପିନାକୀ ମିଶ୍ର । ନିଜ ଦଳରେ ପତିଆରା ଜାହିର ପାଇଁ ଅପରାଜିତା ଶ୍ରୀଜଗନ୍ନାଥଙ୍କୁ ନେଇ ଏଭଳି ରାଜନୀତି କରୁଛନ୍ତି । ତାଙ୍କ ଦଳ ଯେତେବେଳେ ଏହି ପଦଯାତ୍ରାକୁ ସମର୍ଥନ କରୁନି, ସେତେବେଳେ ଅପରାଜିତା ଆଇନ ଉଲ୍ଲଂଘନ କରି ପଦଯାତ୍ରା କରିବାର ଅସଲ ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହେଉଛି । ପରିକ୍ରମା ପ୍ରକଳ୍ପ ପାଇଁ ଏଏସଆଇ ଓ ଏନଏମଏର ଅନୁମତି ନାହିଁ ବୋଲି ଅପରାଜିତା ବାରମ୍ବାର ଅଭିଯୋଗ କରୁଥିବା ବେଳେ ସେ ଆଇନ ବୁଝିପାରୁନାହାନ୍ତି ବୋଲି କହିଛନ୍ତି ପିନାକୀ ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ସେହିପରି ସାଂସଦଙ୍କ ଏହି କାର୍ୟ୍ୟକୁ ନିନ୍ଦା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ପୋଲିସ ଆଇନ ଶୃଙ୍ଖଳା ଦୃଷ୍ଟିରୁ କଟକଣା ଲଗାଇ ପାରିବ । ଯଦି ସେ ଏତେ ଲୋକଙ୍କୁ ନେଇ ଯାଇଛନ୍ତି, ତେବେ ସେଠାରେ ପ୍ରଶାସନ କ’ଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର ।

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୫ଶହ ବର୍ଷ ପାଇଁ ପ୍ରସ୍ତୁତ ହେଉଛି। ସାରା ବିଶ୍ୱରେ ଏହା ଆଦୃତ ହେଉଛି। ତେବେ ଆଶ୍ଚର୍ୟ୍ୟ କଥା କିଛି ଲୋକ ରାଜନୀତି କରୁଛନ୍ତି। ସେମାନଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା। ସେ ଜଣେ ଅଭ୍ୟାସଗତ ଆଇନ ଉଲ୍ଲଂଘନକାରୀ ଭାବେ ଜଣାଶୁଣା । ପୁରୀରେ ବି ଜିଲ୍ଲା ପ୍ରଶାସନର କଟକଣାକୁ ଖାତିର କରିନାହାନ୍ତି । ଜଗନ୍ନାଥଙ୍କ ଦ୍ବାହି ଦେଇ ନିଜ ରାଜନୈତିକ ଇଚ୍ଛା ପୂରଣ ପାଇଁ ଏଭଳି ହୀନ ଉଦ୍ୟମ କରୁଛନ୍ତି । ରାଜ୍ୟବାସୀ ଏହାର ଜବାବ ଦେବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

ସେପଟେ ସାଂସଦଙ୍କ ଏହି କାର୍ଯ୍ଯକଳାପକୁ ନିନ୍ଦା କରିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ଓ ଶୀତଳ ତରଙ୍ଗ ବେଉରିଆ। ଅପରାଜିତା କେବଳ ଜଣେ ସାଂସଦ ନୁହନ୍ତି ବରଂ ଜଣେ ପୂର୍ବତନ ପ୍ରଶାସିକା । ଆଇନ କାନୁନ ବିଷୟରେ ତାଙ୍କୁ ଭଲ ଭାବେ ଜଣା। ତାଙ୍କ ପୂର୍ବ ଘୋଷିତ କାର୍ୟ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନର କଟକଣାକୁ ଖାତିର କରିନାହାନ୍ତି । ଆଇନ ଉଲ୍ଲଂଘନ ହୋଇଥିଲେ ତୁରନ୍ତ କାର୍ଯ୍ଯାନୁଷ୍ଠାନ ହେବା କଥା ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ । ଏହା କେବଳ ଶସ୍ତା ରାଜନୀତି ପାଇଁ ଉଦ୍ଧିଷ୍ଟ। ଜଣେ ସାଂସଦ ସର୍ବନିମ୍ନ ସୌଜନ୍ୟ ଦେଖାଇବା ସହ ଆଇନକୁ ସମ୍ମାନ ଦେବା କଥା। ଜଗନ୍ନାଥ ଦର୍ଶନ ପାଇଁ ଯାଉଥିଲେ ଚେଲା ଚାମୁଣ୍ଡା ଧରି ଯାଇ ନ ଥାନ୍ତେ ବୋଲି କହିଛନ୍ତି ଶୀତଳ ତରଙ୍ଗ ବେଉରିଆ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର