କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ, ଓଡ଼ିଶାକୁ ‘ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ’ ସମ୍ମାନ

The Sakala Picture
Published On

ଭୁବନେଶ୍ୱର, ୩୦ା୩ (ସମିସ): କ୍ରୀଡ଼ାର ବିକାଶ ଲାଗି ରାଜ୍ୟ ସରକାରଙ୍କର ଉଦ୍ୟମକୁ ପୁଣି ଥରେ ମିଳିଛି ସୀକୃତି ଓ ପ୍ରଶଂସା। ଖ୍ୟାତନାମା କ୍ରୀଡ଼ା ପତ୍ରିକା ଷ୍ପୋର୍ଟ୍ସ ଷ୍ଟାର ପକ୍ଷରୁ ‘କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ’ ଭାବେ ଓଡ଼ିଶାକୁ ସମ୍ମାନିତ କରାଯାଇଛି। ୨୦୧୧ରୁ ୨୦୨୦ ମଧ୍ୟରେ କ୍ରୀଡ଼ାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ବିଚାର କରି ଏହି ପୁରସ୍କାର ପ୍ରଦାନ କରାଯାଇଛି। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର […]

ଭୁବନେଶ୍ୱର, ୩୦ା୩ (ସମିସ): କ୍ରୀଡ଼ାର ବିକାଶ ଲାଗି ରାଜ୍ୟ ସରକାରଙ୍କର ଉଦ୍ୟମକୁ ପୁଣି ଥରେ ମିଳିଛି ସୀକୃତି ଓ ପ୍ରଶଂସା। ଖ୍ୟାତନାମା କ୍ରୀଡ଼ା ପତ୍ରିକା ଷ୍ପୋର୍ଟ୍ସ ଷ୍ଟାର ପକ୍ଷରୁ ‘କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ’ ଭାବେ ଓଡ଼ିଶାକୁ ସମ୍ମାନିତ କରାଯାଇଛି। ୨୦୧୧ରୁ ୨୦୨୦ ମଧ୍ୟରେ କ୍ରୀଡ଼ାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ବିଚାର କରି ଏହି ପୁରସ୍କାର ପ୍ରଦାନ କରାଯାଇଛି। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେଶର ବହୁ ସୁନାମଧନ୍ୟ କ୍ରୀଡ଼ାବିତଙ୍କ ଉପସ୍ଥିତିରେ ପ୍ରଖ୍ୟାତ ହକି ଖେଳାଳି ଏମ୍‍ଏମ୍‍ ସୌମୟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ସମ୍ମାନକୁ ସାଢ଼େ ଚାରି କୋଟି ଓଡ଼ିଆ ବିଶେଷକରି ଯୁବବର୍ଗଙ୍କୁ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ପ୍ରତ୍ୟେକ କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହ ଏକ ନୂଆ ଓଡ଼ିଶା, ଏକ ସଶକ୍ତ ଓଡ଼ିଶା ନିର୍ମାଣ ଆଡ଼କୁ ଅଗ୍ରସର ହେବା ଲାଗି ମୁଖ୍ୟମନ୍ତ୍ରୀ ଓଡ଼ିଶାର ଯୁବକ ଯୁବତୀଙ୍କୁ ଆହ୍ୱାନ ଦେଇଛନ୍ତି। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିପର୍ଯ୍ୟୟ ପରିଚାଳନା ହେଉ ଅବା କୋଭିଡ୍‍ ମହାମାରୀ ପରିଚାଳନା, ଆମେ ପ୍ରତ୍ୟେକ ଆହ୍ୱାନର ସାହସର ସହିତ ମୁକାବିଲା କରିଛୁ ଏବଂ ପରିଶେଷରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବା ସହ ବିଜୟ ଧ୍ୱଜା ଉଡ଼ାଇଛୁ। ସମଗ୍ର ଓଡ଼ିଶାବାସୀଙ୍କ ତରଫରୁ ମୁଁ ଆଜି ଏହି ପୁରସ୍କାର ଗ୍ରହଣ କରିଛି। ଏହା ଆମ ଓଡ଼ିଶା ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଏହି ପୁରସ୍କାର ପାଇଁ ସୁନୀଲ ଗାଭାସ୍କରଙ୍କ ନେତୃତ୍ୱରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ଚୟନ କରିଥିବା ବିଚାରକମଣ୍ଡଳୀଙ୍କୁ ସାଧୁବାଦ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଯେ ଭାରତୀୟ ଯୁବ ପିଢ଼ି ପାଇଁ ସ୍ପୋଷ୍ଟସ୍‍ ଷ୍ଟାର ହେଉଛି ବିଶ୍ୱ କ୍ରୀଡ଼ାର ଏକ ଝରକା। ଟିଭି ଓ ଇଣ୍ଟରନେଟ୍‍ର ଯୁଗରେ ଦଶନ୍ଧି ଦଶନ୍ଧି ଧରି ଏହା ପ୍ରେରଣାର ଉତ୍ସ ହୋଇରହିଛି। ଭାରତରେ କ୍ରୀଡ଼ା ଉପଲବ୍ଧିକୁ ଚିହ୍ନିବା ଏବଂ ତାହାକୁ ପ୍ରୋତ୍ସାହିତ କରିବା ନେଇ ସ୍ପୋର୍ଟସ ଷ୍ଟାର ପତ୍ରିକା ଜାରି ରଖିଥିବା ପରମ୍ପରାର ପ୍ରଶଂସା କରିବା ସହ ଆଗାମୀ ଭବିଷ୍ୟତ ପାଇଁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଏକ ଶୃଙ୍ଖଳିତ ଓ ସୁସ୍ଥ ସମାଜ ଗଠନ କରିବା ଦିଗରେ କ୍ରୀଡ଼ାର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯୁବଗୋଷ୍ଠୀ କିପରି ନିଜ ଶକ୍ତିର ସଦୁପଯୋଗ କରିବା ସହ ବଳିଷ୍ଠ ବ୍ୟକ୍ତିତ୍ୱର ଅଧିକାରୀ ହେବେ ସେଥିପାଇଁ ସେମାନଙ୍କୁ ଉଚିତ ପରାମର୍ଶ ମିଳିବା ଆବଶ୍ୟକ। ଏହି ଲକ୍ଷ୍ୟ ନେଇ ଆମେ ସମଗ୍ର ରାଜ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଇଆସୁଛୁ। ୨୦୧୭ ମସିହାରେ ମାତ୍ର ୯୦ ଦିନ ମଧ୍ୟରେ ଓଡ଼ିଶା ଏସିଆନ୍‍ ଆଥଲେଟିକ୍‍ ଆୟୋଜନ ସମ୍ପର୍କରେ ଅବତାରଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖୁବ୍‍ କମ୍‍ ସମୟ ମଧ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ସଫଳ ଆୟୋଜନ କରି ଓଡ଼ିଶା ସର୍ବତ୍ର ପ୍ରଶଂସାର ପାତ୍ର ହୋଇ ପାରିଛି। ୨୦୧୮ ପୁରୁଷ ହକି ବିଶ୍ୱକପ୍‍ର ସଫଳ ଆୟୋଜନ ପରେ ଓଡ଼ିଶା ୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ଏହାର ପରବର୍ତ୍ତି ସଂସ୍କରଣ ଆୟୋଜନ କରିବାକୁ ଯାଉଛି। ବିଶ୍ୱକପ୍‍ ହକି ପାଇଁ ଓଡ଼ିଶା ସରକାର ରାଉରକେଲା ଠାରେ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ୍‍ର ନିର୍ମାଣ କରୁଛନ୍ତି। ଆମେ ମଧ୍ୟ ଭାରତର ପ୍ରଥମ ଇନ୍‍ଡୋର୍‍ ଆଥଲେଟିକ୍‍ ଟ୍ରାକ୍‍ର ନିର୍ମାଣ କରୁଛୁ। ଆମେ ବୋଧହୁଏ ଦେଶର ପ୍ରଥମ ରାଜ୍ୟ ଯିଏ ପ୍ରତ୍ୟେକ ସହରାଞ୍ଚଳରେ ଏକ ସଙ୍ଗରେ ଇନଡୋର ସ୍ପୋର୍ଷ୍ଟସ୍‍ ହଲ୍‍ ଏବଂ ଖେଳ ପଡ଼ିଆ ନିର୍ମାଣ କରିବାକୁ ଯାଉଛୁ। ଖୁବ୍‍ ଶୀଘ୍ର ଏହି ପ୍ରକଳ୍ପ ଆରମ୍ଭ ହେବ ଏବଂ ଆସନ୍ତା ବର୍ଷ ଏହା ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏକ ଅଭିନବ ଉଦ୍ୟମକ୍ରମେ ବିଭିନ୍ନ କ୍ରୀଡ଼ା ବର୍ଗରେ ହାଇ ପର୍‍ଫର୍ମାନ୍ସ ସେଣ୍ଟର ଆରମ୍ଭ ପାଇଁ ରାଜ୍ୟ ସରକାର କର୍ପୋରେଟ୍‍ ସଂସ୍ଥା ଓ ଖ୍ୟାତନାମା କ୍ରୀଡ଼ାବିତ୍‍ଙ୍କ ସହ ହାତ ମିଳାଇଛନ୍ତି। କଳିଙ୍ଗ ଷ୍ଟାଡିୟମ୍‍ କ୍ରୀଡ଼ା କମ୍ପେ୍ଲକ୍ସ ଦେଶର ପ୍ରମୁଖ କ୍ରୀଡ଼ା କ୍ଷେତ୍ର ଭାବେ ଉଭା ହୋଇଛି। ନିକଟରେ ଟୋକିଓ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତି ନିମନ୍ତେ ଭାରତୀୟ ଜାଭେଲିନ୍‍ ଟିମ୍‍ କଳିଙ୍ଗ ଷ୍ଟାଡିୟମ୍‍ରେ ରହି ଅଭ୍ୟାସ କରିଛନ୍ତି। ଏହା ବ୍ୟତୀତ ଆମେ ତୃଣମୂଳସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ବହୁ ଅନ୍ତର୍ଜାତୀୟ ହକି ତାରକାଙ୍କୁ ଜନ୍ମ ଦେଇଥିବା ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‍ରେ ରାଜ୍ୟ ସରକାର ସିନ୍ଥେଟିକ୍‍ ହକି ଟର୍ଫ ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଓଡ଼ିଶାରେ କ୍ରୀଡ଼ାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର କ୍ରୀଡ଼ା କାର୍ଯ୍ୟକ୍ରମକୁ ନେଇ ଆମେ ବେଶ୍‍ ଆଶାବାଦୀ ଅଛୁ ଏବଂ ଶ୍ରେଷ୍ଠ ଭିତ୍ତିଭୂମି ନିର୍ମାଣ କରି ଆମ କ୍ରୀଡ଼ାବିତ୍‍ଙ୍କୁ ଉଚ୍ଚକୋଟୀର ପ୍ରଶିକ୍ଷଣ ଦେବା ପାଇଁ ଲକ୍ଷ୍ୟ ରଖିଛୁ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଖ୍ୟାତନାମା ହକି ଖେଳାଳୀ ଏମ୍‍ଏମ୍‍ ସୋମାୟା କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାକୁ ହୃଦୟରୁ ଭଲପାନ୍ତି। ତିନି କ୍ଷେତ୍ରକୁ ବିଚାରକୁ ନେଇ ଓଡ଼ିଶାକୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ବଳିଷ୍ଠ ଭିତ୍ତିଭୂମି ସହ କ୍ରୀଡ଼ା ପ୍ରତିଭାର ବିକାଶ, ଶିଳ୍ପ ସଂସ୍ଥା ଓ କ୍ରୀଡ଼ାବିତ୍‍ଙ୍କ ସହ ମିଳିତ ଭାବେ ହାଇ ପରଫର୍ମାନ୍ସ ସେଣ୍ଟର ନିର୍ମାଣ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ ପାଇଁ ଓଡ଼ିଶାକୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି। ସ୍ୱାଗତ ଭାଷଣ ଦେଇ ହିନ୍ଦୁ ଗ୍ରୁପ୍‍ର ବରିଷ୍ଠ ସମ୍ପାଦକ ଆୟାନ ସେନଗୁପ୍ତା, ଗତ ଦଶନ୍ଧି ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ବୈପ୍ଳବିକ ପରିବର୍ତ୍ତନ ଆଣିଛି ବୋଲି କହିଥିଲେ। ଓଡ଼ିଶାର ଏହି ପ୍ରଦର୍ଶନରେ ସୁନାମଧନ୍ୟ କ୍ରିକେଟର୍‍ ସୁନୀଲ ଗାଭାସ୍କର ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି ବୋଲି ସେ କହିଥିଲେ। ହିନ୍ଦୁ ଗ୍ରୁପ୍‍ ସିଇଓ ଏଲଭି ନଭନୀତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁନୀଲ ଗାଭାସ୍କର, ବାଇଚୁଙ୍ଗ ଭୂତିଆ, ବିଶ୍ୱନାଥନ୍‍ ଆନନ୍ଦ, ଅପର୍ଣ୍ଣା ପୋପଟ ଭିଡିଓ ବାର୍ତ୍ତାରେ ଓଡ଼ିଶାର ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଦିଲ୍ଲୀପ ତିର୍କୀ, କ୍ରୀଡ଼ା ସଚିବ ବିଶାଲ ଦେବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

31 Mar 2021 By The Sakala

https://www.thesakala.in/latest-odisha-news/development-in-the-field-of-sports/article-1098
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର