ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ପ୍ରଥମ ଥର ପାଇଁ କୋଟିଆ ପଞ୍ଚାୟତରେ ପ୍ରତିଷ୍ଠା ହେବ ଆଦର୍ଶ ବିଦ୍ୟାଳୟ

The Sakala Picture
Published On

ଜୟପୁର: କୋଟିଆରେ ଆରମ୍ଭ ହେବ ବିକାଶର ନୂଆ ଅଧ୍ୟାୟ । ସୀମାକୁ ନେଇ ପଡ଼ୋଶୀ ଆନ୍ଧ୍ର ସହ ବିବାଦ ଲାଗି ରହିଥିଲେ ବି ବିକାଶ ହିଁ ରାଜ୍ୟ ସରକାରଙ୍କ ଏକମାତ୍ର ଏଜେଣ୍ଡା । କୋଟିଆ ଗ୍ରାମପୁଞ୍ଜର କୋଟିଆ ପଞ୍ଚାୟତରେ ପ୍ରଥମ ଥର ପାଇଁ ପ୍ରତିଷ୍ଠା ହେବ ଆଦର୍ଶ ବିଦ୍ୟାଳୟ । ସ୍ଥାନୀୟ ମହିଳା ଓ ଯୁବକ ଯୁବତୀଙ୍କ ପାଇଁ ମଧ୍ୟ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏନେଇ କୋଟିଆରେ ମୁଖ୍ୟ ଶାସନ ସଚିବ ପ୍ରସ୍ତୁତ […]

ଜୟପୁର: କୋଟିଆରେ ଆରମ୍ଭ ହେବ ବିକାଶର ନୂଆ ଅଧ୍ୟାୟ । ସୀମାକୁ ନେଇ ପଡ଼ୋଶୀ ଆନ୍ଧ୍ର ସହ ବିବାଦ ଲାଗି ରହିଥିଲେ ବି ବିକାଶ ହିଁ ରାଜ୍ୟ ସରକାରଙ୍କ ଏକମାତ୍ର ଏଜେଣ୍ଡା । କୋଟିଆ ଗ୍ରାମପୁଞ୍ଜର କୋଟିଆ ପଞ୍ଚାୟତରେ ପ୍ରଥମ ଥର ପାଇଁ ପ୍ରତିଷ୍ଠା ହେବ ଆଦର୍ଶ ବିଦ୍ୟାଳୟ । ସ୍ଥାନୀୟ ମହିଳା ଓ ଯୁବକ ଯୁବତୀଙ୍କ ପାଇଁ ମଧ୍ୟ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏନେଇ କୋଟିଆରେ ମୁଖ୍ୟ ଶାସନ ସଚିବ ପ୍ରସ୍ତୁତ କରିଛନ୍ତି ବିକାଶର ନୂଆ ବ୍ଲୁ ପ୍ରିଣ୍ଟ ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

କୋଟିଆରେ ପ୍ରତିଷ୍ଠା ହେବ ଓଡ଼ିଶା ଆଦର୍ଶ ବିଦ୍ୟାଳୟ । କୋଟିଆ ପଞ୍ଚାୟତ ପାଇଁ ଚଳିତ ବର୍ଷ ରାଜ୍ୟ ସରକାର ଦୁଇଟି ଆଦର୍ଶ ବିଦ୍ୟାଳୟକୁ ମଞ୍ଜୁରୀ ଦେଇଛନ୍ତି । ଏଥିସହ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଚଳିତ ଶିକ୍ଷା ବର୍ଷରୁ କୋଟିଆ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି ବିବାଦୀୟ କୋଟିଆ ଅଞ୍ଚଳ ଗସ୍ତ କରି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଏଥିସହିତ ସେ କୋଟିଆର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ କାର୍ଯ୍ୟର ସମୀକ୍ଷା କରିଛନ୍ତି । କୋଟିଆରେ ଆଦିବାସୀ ମହିଳାମାନେ କିପରି ସ୍ୱାବଲମ୍ବୀ ହେବେ ସେଥିପାଇଁ ଜୀବନ ଜୀବିକା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି ।

ଆହୁରି ପଢ଼ନ୍ତୁ: ଦଶପଲ୍ଲା ବିଡିଓଙ୍କ ଗାଡ଼ି ଉପରକୁ ପଥର ମାଡ଼, ଅଳ୍ପକେ ବର୍ତ୍ତିଲେ ଅଧିକାରୀ

କୋଟିଆର ମହିଳା ସ୍ୱୟଂ ସହାୟକ ଗ୍ରୁପକୁ ମଧ୍ୟ ଏଥିରେ ସାମିଲ୍ କରି ଝାଡୁ, ଖଲିପତ୍ର ପ୍ରସ୍ତୁତ କରାଯାଉଛି । ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଖଲିପତ୍ର ଓ ଝାଡୁ ତିଆରି କେନ୍ଦ୍ରକୁ ବୁଲି ଦେଖିଥିଲେ ମୁଖ୍ୟ ଶାସନ ସଚିବ । ଆଗାମୀ ଦିନରେ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପାଇଁ ବଜାର ସୁଯୋଗ ସୃଷ୍ଟି କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ମଧ୍ୟ ବୁଲିଥିଲେ ମୁଖ୍ୟ ଶାସନ ସଚିବ ।

ଆହୁରି ପଢ଼ନ୍ତୁ: ଗୋ ତସ୍କର ଓ ଗଞ୍ଜେଇ ମାଫିଆ ନେଇ ମୟୂରଭଞ୍ଜର ୩ଟି ସ୍ଥାନରେ ଚଢାଉ

କୋଟିଆକୁ ରାଜ୍ୟ ପ୍ରଶାସନିକ ମୁଖ୍ୟଙ୍କ ଗସ୍ତକୁ ନେଇ ଅଞ୍ଚଳବାସୀ ବେଶ ଉତ୍ସାହିତ ଥିବା ବେଳେ ନିଜ ନିଜ ଅଞ୍ଚଳର ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି । କୋଟିଆରେ ଟେଲିଫୋନ୍ ନେଟୱର୍କ ସମସ୍ୟାର ଖୁବଶୀଘ୍ର ସମାଧାନ ହେବ । କୋଟିଆବାସୀଙ୍କ ପାଇଁ ସ୍ୱତନ୍ତ୍ର ଜୀବିକାମିଶନ କାର୍ଯ୍ୟକ୍ରମ ସହ ଲୋକଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି ।

କୋଟିଆ ସହ ଦେଓମାଳି ବିକାଶର ମଧ୍ୟ ସ୍ୱତନ୍ତ୍ର ପ୍ଲାନ୍ ହୋଇଛି । ଇକୋ ଟୁରିଜିମରେ ସାମିଲ ହେବ ଦେଓମାଳି । ପର୍ଯ୍ୟଟକଙ୍କ ପାଇଁ କଟେଜ୍ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସହ ଆଲୋକୀକରଣ ଏବଂ ପର୍ଯ୍ୟଟକଙ୍କ ପାଇଁ ହୋଟେଲ୍ ଏବଂ ହିଲ୍ ଭ୍ୟୁ ପଏଣ୍ଟ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

16 Apr 2022 By The Sakala

ପ୍ରଥମ ଥର ପାଇଁ କୋଟିଆ ପଞ୍ଚାୟତରେ ପ୍ରତିଷ୍ଠା ହେବ ଆଦର୍ଶ ବିଦ୍ୟାଳୟ

ଜୟପୁର: କୋଟିଆରେ ଆରମ୍ଭ ହେବ ବିକାଶର ନୂଆ ଅଧ୍ୟାୟ । ସୀମାକୁ ନେଇ ପଡ଼ୋଶୀ ଆନ୍ଧ୍ର ସହ ବିବାଦ ଲାଗି ରହିଥିଲେ ବି ବିକାଶ ହିଁ ରାଜ୍ୟ ସରକାରଙ୍କ ଏକମାତ୍ର ଏଜେଣ୍ଡା । କୋଟିଆ ଗ୍ରାମପୁଞ୍ଜର କୋଟିଆ ପଞ୍ଚାୟତରେ ପ୍ରଥମ ଥର ପାଇଁ ପ୍ରତିଷ୍ଠା ହେବ ଆଦର୍ଶ ବିଦ୍ୟାଳୟ । ସ୍ଥାନୀୟ ମହିଳା ଓ ଯୁବକ ଯୁବତୀଙ୍କ ପାଇଁ ମଧ୍ୟ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏନେଇ କୋଟିଆରେ ମୁଖ୍ୟ ଶାସନ ସଚିବ ପ୍ରସ୍ତୁତ କରିଛନ୍ତି ବିକାଶର ନୂଆ ବ୍ଲୁ ପ୍ରିଣ୍ଟ ।

କୋଟିଆରେ ପ୍ରତିଷ୍ଠା ହେବ ଓଡ଼ିଶା ଆଦର୍ଶ ବିଦ୍ୟାଳୟ । କୋଟିଆ ପଞ୍ଚାୟତ ପାଇଁ ଚଳିତ ବର୍ଷ ରାଜ୍ୟ ସରକାର ଦୁଇଟି ଆଦର୍ଶ ବିଦ୍ୟାଳୟକୁ ମଞ୍ଜୁରୀ ଦେଇଛନ୍ତି । ଏଥିସହ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଚଳିତ ଶିକ୍ଷା ବର୍ଷରୁ କୋଟିଆ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି ବିବାଦୀୟ କୋଟିଆ ଅଞ୍ଚଳ ଗସ୍ତ କରି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଏଥିସହିତ ସେ କୋଟିଆର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ କାର୍ଯ୍ୟର ସମୀକ୍ଷା କରିଛନ୍ତି । କୋଟିଆରେ ଆଦିବାସୀ ମହିଳାମାନେ କିପରି ସ୍ୱାବଲମ୍ବୀ ହେବେ ସେଥିପାଇଁ ଜୀବନ ଜୀବିକା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି ।

କୋଟିଆର ମହିଳା ସ୍ୱୟଂ ସହାୟକ ଗ୍ରୁପକୁ ମଧ୍ୟ ଏଥିରେ ସାମିଲ୍ କରି ଝାଡୁ, ଖଲିପତ୍ର ପ୍ରସ୍ତୁତ କରାଯାଉଛି । ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଖଲିପତ୍ର ଓ ଝାଡୁ ତିଆରି କେନ୍ଦ୍ରକୁ ବୁଲି ଦେଖିଥିଲେ ମୁଖ୍ୟ ଶାସନ ସଚିବ । ଆଗାମୀ ଦିନରେ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପାଇଁ ବଜାର ସୁଯୋଗ ସୃଷ୍ଟି କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ମଧ୍ୟ ବୁଲିଥିଲେ ମୁଖ୍ୟ ଶାସନ ସଚିବ ।

କୋଟିଆକୁ ରାଜ୍ୟ ପ୍ରଶାସନିକ ମୁଖ୍ୟଙ୍କ ଗସ୍ତକୁ ନେଇ ଅଞ୍ଚଳବାସୀ ବେଶ ଉତ୍ସାହିତ ଥିବା ବେଳେ ନିଜ ନିଜ ଅଞ୍ଚଳର ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି । କୋଟିଆରେ ଟେଲିଫୋନ୍ ନେଟୱର୍କ ସମସ୍ୟାର ଖୁବଶୀଘ୍ର ସମାଧାନ ହେବ । କୋଟିଆବାସୀଙ୍କ ପାଇଁ ସ୍ୱତନ୍ତ୍ର ଜୀବିକାମିଶନ କାର୍ଯ୍ୟକ୍ରମ ସହ ଲୋକଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି ।

କୋଟିଆ ସହ ଦେଓମାଳି ବିକାଶର ମଧ୍ୟ ସ୍ୱତନ୍ତ୍ର ପ୍ଲାନ୍ ହୋଇଛି । ଇକୋ ଟୁରିଜିମରେ ସାମିଲ ହେବ ଦେଓମାଳି । ପର୍ଯ୍ୟଟକଙ୍କ ପାଇଁ କଟେଜ୍ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସହ ଆଲୋକୀକରଣ ଏବଂ ପର୍ଯ୍ୟଟକଙ୍କ ପାଇଁ ହୋଟେଲ୍ ଏବଂ ହିଲ୍ ଭ୍ୟୁ ପଏଣ୍ଟ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର