ବିଏମ୍‍ସି ଡେପୁଟି ମେୟର ରେସରୁ ବାଦ ପଡ଼ିବା ପରେ ଏବେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ଶେଷ ଆଶା

The Sakala Picture
Published On

ଭୁବନେଶ୍ୱର: ବିଏମ୍‍ସି ଡେପୁଟି ମେୟର ରେସରୁ ବାଦ ପଡ଼ିବା ପରେ ଏବେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ଉପରେ ନଜର ରହିଛି। ସାଧାରଣ କର୍ପୋରେଟର ନ ରହି କୌଣସି ଏକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହୋଇ ସାମାନ୍ୟ ସମ୍ମାନ ଲକ୍ଷ୍ୟରେ ଅନେକ ବରିଷ୍ଠ କର୍ପୋରେଟର ରହିଛନ୍ତି। ବିଏମ୍‍ସିରେ ୯ ଟି ଷ୍ଟାଣ୍ଡିଂ କମିଟି ରହିଥିବା ବେଳେ ଏହି କମିଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେଇଥାଏ। ତେଣୁ କୌଣସି ଏହି କମିଟିର ଅଧ୍ୟକ୍ଷ ହୋଇ କର୍ପୋରେସନରେ ଦବଦବା […]

ଭୁବନେଶ୍ୱର: ବିଏମ୍‍ସି ଡେପୁଟି ମେୟର ରେସରୁ ବାଦ ପଡ଼ିବା ପରେ ଏବେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ଉପରେ ନଜର ରହିଛି। ସାଧାରଣ କର୍ପୋରେଟର ନ ରହି କୌଣସି ଏକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହୋଇ ସାମାନ୍ୟ ସମ୍ମାନ ଲକ୍ଷ୍ୟରେ ଅନେକ ବରିଷ୍ଠ କର୍ପୋରେଟର ରହିଛନ୍ତି। ବିଏମ୍‍ସିରେ ୯ ଟି ଷ୍ଟାଣ୍ଡିଂ କମିଟି ରହିଥିବା ବେଳେ ଏହି କମିଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେଇଥାଏ। ତେଣୁ କୌଣସି ଏହି କମିଟିର ଅଧ୍ୟକ୍ଷ ହୋଇ କର୍ପୋରେସନରେ ଦବଦବା ଜାହିର କରିବା ପାଇଁ କିଛି କର୍ପୋରେଟର ଲକ୍ଷ୍ୟ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

୯ଟି ଷ୍ଟାଣ୍ଡିଂ କମିଟିରୁ କଣ୍ଟ୍ରାକ୍ଟ୍‍ସ କମିଟିରେ ମେୟର ମୁଖ୍ୟ ରହିବାର ପ୍ରାବଧାନ ରହିଛି। ସେଥିପାଇଁ ଏହି କମିଟିକୁ ବାଦ୍‍ ଦେଇ ଆଉ ୮ଟି କମିଟି ବଳୁଛି। ବାକି ରହୁଥିବା ୮ଟି କମିଟିରୁ ଅର୍ଥ, ପରିମଳ ଓ ପୂର୍ତ୍ତ ଭଳି ଗୁରୁତ୍ୱପୂର୍ଣ୍ଣ କମିଟି ଅଧ୍ୟକ୍ଷ ପଦ ଉପରେ ସମସ୍ତଙ୍କ ନଜର ରହିଛି। ପ୍ରତି କମିଟିରେ ୭ ଜଣ ଲେଖା ସଦସ୍ୟ ରହିବା ସହିତ ଅଧିକାରୀମାନଙ୍କୁ ମଧ୍ୟ ସ୍ଥାନ ମିଳିଥାଏ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମତଭେଦ ହେଲେ ନିୟମ ପାସ୍‍ ପାଇଁ ଭୋଟିଂ କରାଯାଏ। ଯେଉଁ ମତ ସପକ୍ଷରେ ଅଧିକ ଭୋଟ୍‍ ପଡ଼େ ସେ ନିଷ୍ପତ୍ତିକୁ ପାସ୍‍ କରାଯାଅ। ତେବେ ଏଥିରେ ସ୍ଥାନିତ ହେଉଥିବା ଅଧିକାରୀଙ୍କର ଭୋଟ୍‍ ଦେବାର କ୍ଷମତା ନ ଥାଏ ବୋଲି ଜଣାପଡ଼ିଛି। ଅର୍ଥ କମିଟିରେ ଟାକ୍ସ, ଫାଇନାନ୍ସ ଓ ଆକାଉଣ୍ଟସ ଆଦି ବିଷୟରେ ନିଷ୍ପତ୍ତି ହେଉଥିବା ବେଳେ ପରିମଳରେ ଜନସ୍ୱାସ୍ଥ୍ୟ, ବିଦ୍ୟୁତ, ପାନୀୟଜଳ, ଡ୍ରେନେଜ୍‍ ଓ ପରିବେଶ ଆଦି ସମ୍ପର୍କରେ ନିଷ୍ପତ୍ତି ହୁଏ। ସେହିଭଳି ୱାର୍କ୍ସ, ପ୍ଲାନିଂ, ଶିକ୍ଷା, ଲାଇସେନ୍ସ୍‍ ଓ ଅପିଲ, ଏଷ୍ଟାବ୍ଲିସମେଣ୍ଟ ଏବଂ ଅଭିଯୋଗ ଓ ସାମାଜିକ ନ୍ୟାୟ ଭଳି କମିଟି ରହିଛି। ଖୁବ୍‍ଶୀଘ୍ର ନବନିର୍ବାଚିତ କର୍ପୋରେଟରମାନଙ୍କୁ ନେଇ ଏହି ଷ୍ଟାଣ୍ଡିଂ କମିଟି ଗଠନ କରାଯିବ। ଏହି କମିଟି ଗଠନ କରିବାର କ୍ଷମତା କେବଳ ମେୟରଙ୍କ ହାତରେ ଥିବା ବେଳେ ସମ୍ଭବତଃ ଏକ ଗୁରୁତ୍ୱପୂର୍ଣ୍ଣ କମିଟିରେ ଡେପୁଟି ମେୟରଙ୍କୁ ମଧ୍ୟ ସେ ସ୍ଥାନିତ କରିପାରନ୍ତି। ଏହି ସବୁ ଷ୍ଟାଣ୍ଡିଂ କମିଟିରେ ରହିବା ପାଇଁ କିଛି କିଛି ଲବି ଆରମ୍ଭ ହୋଇଯାଇଥିବା ବେଳେ ଏଥିରେ ବରିଷ୍ଠମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ସୂଚନା ମିଳିଛି। ପ୍ରତିମାସ ଏହି ଷ୍ଟାଣ୍ଡିଂ କମିଟି ବୈଠକ ବସୁଥିବା ବେଳେ ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୁଏ ଓ ଏହା କମିଟିରେ ପାସ୍‍ କରାଯାଏ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର