ରାଇରଙ୍ଗପୁର ପୌରପାଳିକାରେ ବିଜେଡ଼ିର ବାଜିମାତ୍, ଅଭିଷେକ ପଟ୍ଟନାୟକ ପୌରାଧ୍ୟକ୍ଷ ରୂପେ ନିର୍ବାଚିତ

The Sakala Picture
Published On

ରାଇରଙ୍ଗପୁର : ଗତ ୨୪ ତାରିଖ ଅନୁଷ୍ଠିତ ରାଇରଙ୍ଗପୁର ପୌରପାଳିକାର ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି। ୧୫ଟି ୱାର୍ଡ଼ ବିଶିଷ୍ଟ ଏହି ପୌରପାଳିକାର ୧୧ଟି ୱାର୍ଡ଼ରେ ବିଜେଡ଼ି ଓ ୪ଟି ୱାର୍ଡ଼ରେ ବିଜେପି ପ୍ରାର୍ଥୀମାନେ କାଉନସିଲ ଭାବେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ, ଜେ.ଏମ୍.ଏମ୍ର ପୌରାଧ୍ୟକ୍ଷ ପ୍ରାର୍ଥୀ ସମେତ କାଉନସିଲର ପ୍ରାର୍ଥୀମାନଙ୍କୁ ଶୋଚନୀୟ ପରାଜୟ ବରଣ କରିବାକୁ ପଡ଼ିଛି। ପୌରାଧ୍ୟକ୍ଷ ନିର୍ବାଚନରେ ଅଭିଷେକ ପଟ୍ଟନାୟକ(ବିଜେଡ଼ି) ୭୦୨୫, ନବୀନ କୁମାର ରାମ(ବିଜେପି) ୫୮୭୭, ଭଜହରି ମହାନ୍ତ(କଂଗ୍ରେସ) ୨୧୫, ସାରଥୀ […]

ରାଇରଙ୍ଗପୁର : ଗତ ୨୪ ତାରିଖ ଅନୁଷ୍ଠିତ ରାଇରଙ୍ଗପୁର ପୌରପାଳିକାର ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି। ୧୫ଟି ୱାର୍ଡ଼ ବିଶିଷ୍ଟ ଏହି ପୌରପାଳିକାର ୧୧ଟି ୱାର୍ଡ଼ରେ ବିଜେଡ଼ି ଓ ୪ଟି ୱାର୍ଡ଼ରେ ବିଜେପି ପ୍ରାର୍ଥୀମାନେ କାଉନସିଲ ଭାବେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ, ଜେ.ଏମ୍.ଏମ୍ର ପୌରାଧ୍ୟକ୍ଷ ପ୍ରାର୍ଥୀ ସମେତ କାଉନସିଲର ପ୍ରାର୍ଥୀମାନଙ୍କୁ ଶୋଚନୀୟ ପରାଜୟ ବରଣ କରିବାକୁ ପଡ଼ିଛି। ପୌରାଧ୍ୟକ୍ଷ ନିର୍ବାଚନରେ ଅଭିଷେକ ପଟ୍ଟନାୟକ(ବିଜେଡ଼ି) ୭୦୨୫, ନବୀନ କୁମାର ରାମ(ବିଜେପି) ୫୮୭୭, ଭଜହରି ମହାନ୍ତ(କଂଗ୍ରେସ) ୨୧୫, ସାରଥୀ ମୁର୍ମୁ (ଜେ.ଏମ୍.ଏମ୍) ୧୬୩, ପିତାମ୍ବର ବେହେରା(ସ୍ୱାଧୀନ) ୬୦ ଏବଂ ନୋଟା ସପକ୍ଷରେ ୭୫ଟି ଭୋଟ ମିଳିଛି। ବିଜେଡ଼ିର ଅଭିଷେକ ପଟ୍ଟନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ନବୀନ କୁମାର ରାମଙ୍କୁ ୧୧୪୮ ଭୋଟରେ ପରାସ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

ସେହିପରି ୱାର୍ଡ଼ ୧,୨,୩,୪,୭,୮,୧୧,୧୨,୧୩,୧୪ ଓ ୧୫ରେ ବିଜେଡ଼ିର କାଉନସିଲର ପ୍ରାର୍ଥୀମାନେ ବିଜୟୀ ହୋଇଥିବା ବେଳେ ୫,୬,୯ ଓ ୧୦ ୱାର୍ଡ଼ରେ ବିଜେପି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ପୌରପାଳିକା ନିର୍ବାଚନରେ ବିଜେଡ଼ି ପୌରପାଳ ପଦବୀକୁ ଅକ୍ତିଆର କରିବା ସହିତ ସଂଖ୍ୟା ଗରିଷ୍ଠ କାଉନସିଲରଙ୍କୁ ଜିତାଇବାକୁ ସକ୍ଷମ ହୋଇଛି। ବିଜେଡ଼ିର ବିଜୟୀ କାଉନସିଲର ପ୍ରାର୍ଥୀମାନେ ହେଲେ ୧-ଅରୁଣ କୁମାର ପାଲ(ୱାର୍ଡ଼ ନଂ ୧), ୨-ସୁକଦେବ ବେହେରା(ୱାର୍ଡ଼ ନଂ ୨), ୩-ସୁଶାନ୍ତ ମହାନ୍ତ (ୱାର୍ଡ଼ ନଂ ୩), ୪-ଆରତୀ ମାର୍ଣ୍ଡି (ୱାର୍ଡ଼ ନଂ ୪), ୫-ଦେବସ୍ମିତା ଡ଼ଗରା( ୱାର୍ଡ଼ ନଂ୭), ୬-ପୂର୍ଣ୍ଣିମା ମହାନ୍ତ (ୱାର୍ଡ଼ ନଂ ୮), ୭-ସାଇରୁନ୍ ନେଶା (ୱାର୍ଡ଼ ନଂ ୧୧), ୮-ଅନୁପ ମହାନ୍ତି (ୱାର୍ଡ଼ ନଂ ୧୨), ୯-ଧୀରା ବେଶ୍ରା (ୱାର୍ଡ଼ ନଂ ୧୩), ୧୦-ଚନ୍ଦ୍ରକାନ୍ତି ସେଠୀ (ୱାର୍ଡ଼ ନଂ-୧୪) ଏବଂ ୧୧-ମମିତା ଚୌଧୁରୀ (ୱାର୍ଡ଼ ନଂ ୧୫)। ସେହିପରି ବିଜେପିର ବିଜୟୀ କାଉନସିଲର ପ୍ରାର୍ଥୀ ହେଲେ ୧-ସୂର୍ଯ୍ୟମଣି ହାଁସଦାଃ (ୱାର୍ଡ଼ ନଂ ୫), ୨-କ୍ରିଷ୍ଣାଦେବୀ ସ୍ୱାମୀ (ୱାର୍ଡ଼ ନଂ ୬), ୩-ଦେବାଶୀଷ ନାଏକ (ୱାର୍ଡ଼ ନଂ ୯) ଏବଂ ୪-ଆଲୋକରଞ୍ଜନ ମହାନ୍ତ (ୱାର୍ଡ଼ ନଂ ୧୦)।

ଆହୁରି ପଢ଼ନ୍ତୁ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା

ରାଜକିଶୋର ଦାସଙ୍କ ପାଇଁ ବିଜେଡ଼ିକୁ ରାଇରଙ୍ଗପୁରରେ ସଫଳତା

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ବର୍ତ୍ତମାନର ରାଇରଙ୍ଗପୁର ପୌରପାଳିକାକୁ ଲଗାତାର ବିଜେପି ୫ ଥର ଦଖଲ କରିଥିଲା। ଅବଶ୍ୟ ସେତେବେଳେ ଏହା ବିଜ୍ଞାପିତ ଅଞ୍ଚଳ ପରିଷଦ ଥିଲା। ବିଜେପି ତରଫରୁ ରାଇରଙ୍ଗପୁରର ପ୍ରଥମ ନଗରପାଳ ହୋଇଥିଲେ ରାଜକିଶୋର ଦାସ। ରାଜକିଶୋର ଦାସଙ୍କ ସାଙ୍ଗଠନିକ ଦକ୍ଷତା ଯୋଗୁଁ ରାଇରଙ୍ଗପୁରରେ ବିଜେପି ୨୫ ବର୍ଷ ଧରି କବଜାରେ  ରଖିଥିଲା। ସେ ନିଜେ ଦୁଇଥର ରାଇରଙ୍ଗପୁରର ନଗରପାଳ ହୋଇଥିବା ବେଳେ ତାଙ୍କ ପରେ ପରେ ପ୍ରୀତିନନ୍ଦା କାନୁନଗୋ, ନବକୁମାର ମାଝୀ ଓ ଶୈଳବାଳା ମହାନ୍ତ ପ୍ରମୁଖଙ୍କୁ ନଗରପାଳ କରାଇବାରେ ତାଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ତେବେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜକିଶୋର ଦାସ ବିଜେପି ଦଳ ତ୍ୟାଗ କରି ବିଜେଡ଼ିର ପ୍ରାର୍ଥୀ ରୂପେ ମୋରଡ଼ା ଆସନରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଛନ୍ତି।

ଅତୀତର ବିଜେପିର ରାଜକିଶୋର ଦାସ ଏବେ ବିଜେଡ଼ିରେ। ଚଳିତ ପୌରପାଳିକା ନିର୍ବାଚନରେ ବିଜେଡ଼ିର ସାଜିଥିଲେ ସେନାପତି। ତାଙ୍କରି ଅକ୍ଳାନ୍ତ ପରିଶ୍ରମ ସାଙ୍ଗକୁ ରାଜନୈତିକ ଗୋଟି ଚାଳନା ଯୋଗୁଁ ବିଜେଡ଼ି ଏଥର ୧୫ ଟି ୱାର୍ଡ଼ ମଧ୍ୟରୁ ୧୧ଟି ୱାର୍ଡ଼ କାଉନସିଲ ସହିତ ପୌରପାଳ ଆସନରେ ବିଜେଡ଼ି ବିଜୟୀ ହେବାକୁ ସକ୍ଷମ ହୋଇଛି। ତେବେ ରାଜକିଶୋର ଦାସ ବିଜେପିରୁ ବିଜେଡ଼ିକୁ ଯିବାପରେ ବିଜେପିକୁ ମାତ୍ର ୪ଟି ୱାର୍ଡ଼ କାଉନସିଲର ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅତୀତରେ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍.ଏ.ସି) ଦଖଲ ବେଳେ ବିଜେପିର ସେନାପତି ରାଜୁ ଦାସ ଏବେ ରାଇରଙ୍ଗପୁର ପୌରପାଳିକାକୁ ବିଜେଡ଼ି ଦଖଲ କରାଇବାରେ ସେନାପତି ସାଜିଥିଲେ।

26 Mar 2022 By The Sakala

ରାଇରଙ୍ଗପୁର ପୌରପାଳିକାରେ ବିଜେଡ଼ିର ବାଜିମାତ୍, ଅଭିଷେକ ପଟ୍ଟନାୟକ ପୌରାଧ୍ୟକ୍ଷ ରୂପେ ନିର୍ବାଚିତ

ରାଇରଙ୍ଗପୁର : ଗତ ୨୪ ତାରିଖ ଅନୁଷ୍ଠିତ ରାଇରଙ୍ଗପୁର ପୌରପାଳିକାର ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି। ୧୫ଟି ୱାର୍ଡ଼ ବିଶିଷ୍ଟ ଏହି ପୌରପାଳିକାର ୧୧ଟି ୱାର୍ଡ଼ରେ ବିଜେଡ଼ି ଓ ୪ଟି ୱାର୍ଡ଼ରେ ବିଜେପି ପ୍ରାର୍ଥୀମାନେ କାଉନସିଲ ଭାବେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ, ଜେ.ଏମ୍.ଏମ୍ର ପୌରାଧ୍ୟକ୍ଷ ପ୍ରାର୍ଥୀ ସମେତ କାଉନସିଲର ପ୍ରାର୍ଥୀମାନଙ୍କୁ ଶୋଚନୀୟ ପରାଜୟ ବରଣ କରିବାକୁ ପଡ଼ିଛି। ପୌରାଧ୍ୟକ୍ଷ ନିର୍ବାଚନରେ ଅଭିଷେକ ପଟ୍ଟନାୟକ(ବିଜେଡ଼ି) ୭୦୨୫, ନବୀନ କୁମାର ରାମ(ବିଜେପି) ୫୮୭୭, ଭଜହରି ମହାନ୍ତ(କଂଗ୍ରେସ) ୨୧୫, ସାରଥୀ ମୁର୍ମୁ (ଜେ.ଏମ୍.ଏମ୍) ୧୬୩, ପିତାମ୍ବର ବେହେରା(ସ୍ୱାଧୀନ) ୬୦ ଏବଂ ନୋଟା ସପକ୍ଷରେ ୭୫ଟି ଭୋଟ ମିଳିଛି। ବିଜେଡ଼ିର ଅଭିଷେକ ପଟ୍ଟନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ନବୀନ କୁମାର ରାମଙ୍କୁ ୧୧୪୮ ଭୋଟରେ ପରାସ୍ତ କରିଛନ୍ତି।

ସେହିପରି ୱାର୍ଡ଼ ୧,୨,୩,୪,୭,୮,୧୧,୧୨,୧୩,୧୪ ଓ ୧୫ରେ ବିଜେଡ଼ିର କାଉନସିଲର ପ୍ରାର୍ଥୀମାନେ ବିଜୟୀ ହୋଇଥିବା ବେଳେ ୫,୬,୯ ଓ ୧୦ ୱାର୍ଡ଼ରେ ବିଜେପି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ପୌରପାଳିକା ନିର୍ବାଚନରେ ବିଜେଡ଼ି ପୌରପାଳ ପଦବୀକୁ ଅକ୍ତିଆର କରିବା ସହିତ ସଂଖ୍ୟା ଗରିଷ୍ଠ କାଉନସିଲରଙ୍କୁ ଜିତାଇବାକୁ ସକ୍ଷମ ହୋଇଛି। ବିଜେଡ଼ିର ବିଜୟୀ କାଉନସିଲର ପ୍ରାର୍ଥୀମାନେ ହେଲେ ୧-ଅରୁଣ କୁମାର ପାଲ(ୱାର୍ଡ଼ ନଂ ୧), ୨-ସୁକଦେବ ବେହେରା(ୱାର୍ଡ଼ ନଂ ୨), ୩-ସୁଶାନ୍ତ ମହାନ୍ତ (ୱାର୍ଡ଼ ନଂ ୩), ୪-ଆରତୀ ମାର୍ଣ୍ଡି (ୱାର୍ଡ଼ ନଂ ୪), ୫-ଦେବସ୍ମିତା ଡ଼ଗରା( ୱାର୍ଡ଼ ନଂ୭), ୬-ପୂର୍ଣ୍ଣିମା ମହାନ୍ତ (ୱାର୍ଡ଼ ନଂ ୮), ୭-ସାଇରୁନ୍ ନେଶା (ୱାର୍ଡ଼ ନଂ ୧୧), ୮-ଅନୁପ ମହାନ୍ତି (ୱାର୍ଡ଼ ନଂ ୧୨), ୯-ଧୀରା ବେଶ୍ରା (ୱାର୍ଡ଼ ନଂ ୧୩), ୧୦-ଚନ୍ଦ୍ରକାନ୍ତି ସେଠୀ (ୱାର୍ଡ଼ ନଂ-୧୪) ଏବଂ ୧୧-ମମିତା ଚୌଧୁରୀ (ୱାର୍ଡ଼ ନଂ ୧୫)। ସେହିପରି ବିଜେପିର ବିଜୟୀ କାଉନସିଲର ପ୍ରାର୍ଥୀ ହେଲେ ୧-ସୂର୍ଯ୍ୟମଣି ହାଁସଦାଃ (ୱାର୍ଡ଼ ନଂ ୫), ୨-କ୍ରିଷ୍ଣାଦେବୀ ସ୍ୱାମୀ (ୱାର୍ଡ଼ ନଂ ୬), ୩-ଦେବାଶୀଷ ନାଏକ (ୱାର୍ଡ଼ ନଂ ୯) ଏବଂ ୪-ଆଲୋକରଞ୍ଜନ ମହାନ୍ତ (ୱାର୍ଡ଼ ନଂ ୧୦)।

ରାଜକିଶୋର ଦାସଙ୍କ ପାଇଁ ବିଜେଡ଼ିକୁ ରାଇରଙ୍ଗପୁରରେ ସଫଳତା

ବର୍ତ୍ତମାନର ରାଇରଙ୍ଗପୁର ପୌରପାଳିକାକୁ ଲଗାତାର ବିଜେପି ୫ ଥର ଦଖଲ କରିଥିଲା। ଅବଶ୍ୟ ସେତେବେଳେ ଏହା ବିଜ୍ଞାପିତ ଅଞ୍ଚଳ ପରିଷଦ ଥିଲା। ବିଜେପି ତରଫରୁ ରାଇରଙ୍ଗପୁରର ପ୍ରଥମ ନଗରପାଳ ହୋଇଥିଲେ ରାଜକିଶୋର ଦାସ। ରାଜକିଶୋର ଦାସଙ୍କ ସାଙ୍ଗଠନିକ ଦକ୍ଷତା ଯୋଗୁଁ ରାଇରଙ୍ଗପୁରରେ ବିଜେପି ୨୫ ବର୍ଷ ଧରି କବଜାରେ  ରଖିଥିଲା। ସେ ନିଜେ ଦୁଇଥର ରାଇରଙ୍ଗପୁରର ନଗରପାଳ ହୋଇଥିବା ବେଳେ ତାଙ୍କ ପରେ ପରେ ପ୍ରୀତିନନ୍ଦା କାନୁନଗୋ, ନବକୁମାର ମାଝୀ ଓ ଶୈଳବାଳା ମହାନ୍ତ ପ୍ରମୁଖଙ୍କୁ ନଗରପାଳ କରାଇବାରେ ତାଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ତେବେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜକିଶୋର ଦାସ ବିଜେପି ଦଳ ତ୍ୟାଗ କରି ବିଜେଡ଼ିର ପ୍ରାର୍ଥୀ ରୂପେ ମୋରଡ଼ା ଆସନରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଛନ୍ତି।

ଅତୀତର ବିଜେପିର ରାଜକିଶୋର ଦାସ ଏବେ ବିଜେଡ଼ିରେ। ଚଳିତ ପୌରପାଳିକା ନିର୍ବାଚନରେ ବିଜେଡ଼ିର ସାଜିଥିଲେ ସେନାପତି। ତାଙ୍କରି ଅକ୍ଳାନ୍ତ ପରିଶ୍ରମ ସାଙ୍ଗକୁ ରାଜନୈତିକ ଗୋଟି ଚାଳନା ଯୋଗୁଁ ବିଜେଡ଼ି ଏଥର ୧୫ ଟି ୱାର୍ଡ଼ ମଧ୍ୟରୁ ୧୧ଟି ୱାର୍ଡ଼ କାଉନସିଲ ସହିତ ପୌରପାଳ ଆସନରେ ବିଜେଡ଼ି ବିଜୟୀ ହେବାକୁ ସକ୍ଷମ ହୋଇଛି। ତେବେ ରାଜକିଶୋର ଦାସ ବିଜେପିରୁ ବିଜେଡ଼ିକୁ ଯିବାପରେ ବିଜେପିକୁ ମାତ୍ର ୪ଟି ୱାର୍ଡ଼ କାଉନସିଲର ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅତୀତରେ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍.ଏ.ସି) ଦଖଲ ବେଳେ ବିଜେପିର ସେନାପତି ରାଜୁ ଦାସ ଏବେ ରାଇରଙ୍ଗପୁର ପୌରପାଳିକାକୁ ବିଜେଡ଼ି ଦଖଲ କରାଇବାରେ ସେନାପତି ସାଜିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର