ମନୋରଞ୍ଜନ
ଓଡ଼ିଶା
ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି
ପିପିଲି: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଶୁକ୍ରବାର ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ଦିଂବଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କ ନାଁ ଉପରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ। ସଭାପତି ଶ୍ରୀ @Naveen_Odisha ଆଗାମୀ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ରୁଦ୍ର ପ୍ରତାପ ମହାରଥୀଙ୍କୁ ଦଳର ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ରାଜ୍ୟବାସୀଙ୍କ କଲ୍ୟାଣ ଓ ସେବା ପାଇଁ ବିଜୁ ଜନତା ଦଳକୁ ଆଶୀର୍ବାଦ କରନ୍ତୁ। […]
ପିପିଲି: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଶୁକ୍ରବାର ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ଦିଂବଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କ ନାଁ ଉପରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ।
ସଭାପତି ଶ୍ରୀ @Naveen_Odisha ଆଗାମୀ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ରୁଦ୍ର ପ୍ରତାପ ମହାରଥୀଙ୍କୁ ଦଳର ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ରାଜ୍ୟବାସୀଙ୍କ କଲ୍ୟାଣ ଓ ସେବା ପାଇଁ ବିଜୁ ଜନତା ଦଳକୁ ଆଶୀର୍ବାଦ କରନ୍ତୁ। #Odisha #BJD pic.twitter.com/ilFwETN9YW
ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ— Biju Janata Dal (@bjd_odisha) March 26, 2021
ରୁଦ୍ରପ୍ରତାପ ମହାରଥୀଙ୍କ ନାଁ ଘୋଷଣା ପରେ ସେ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯାବଦା ଜଣାଇଛନ୍ତି। ଏହା ସହ ନିଜେ ପ୍ରତିକ୍ରିୟା ଦେବା ବେଳେ ଭାବ ବିହୋଳ ହୋଇ ଯାଇଥିଲେ। ମୋ ଉପରେ ବାପା ଓ ମାଆଙ୍କ ଆଶୀର୍ବାଦ ରହିଛି। ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବେ ବୋଲି କହିଛନ୍ତି।
ସୂଚନା ଅନୁଯାୟୀ, ପିପିଲି ଉପନିର୍ବାଚନ ଲାଗି ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଥିବା ଆଶ୍ରିତ ପଟ୍ଟନାୟକଙ୍କୁ ବିଜେପି ପୁଣିଥରେ ଟିକେଟ ଦେଇଛି। ସେ ଆଜି ତାଙ୍କ ପାର୍ଥୀପତ୍ର ଦାଖଲ କରି ସାରିଛନ୍ତି।
୨୦୧୯ ନିର୍ବାଚନରେ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଠାରୁ ପରାସ୍ତ ହୋଇଥିଲେ ଆଶ୍ରିତ ପଟ୍ଟନାୟକ। ସେ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲା। ସେତେବେଳେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ୨୦୨୦ ଅକ୍ଟୋବର ମାସରେ ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଥିଲା। ତା’ପରଠୁ ପିପିଲି ବିଧାନସଭା ଆସନ ଖାଲି ପଡ଼ିଛି।






