ରାତିରେ ଖାଇ ଶୋଇଥିଲେ, ସକାଳେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ...

Deviprasad Mohanty Picture
Published On

ଅନୁଗୁଳ: ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କର ଅକାଳ ବିୟୋଗ ଘଟିଛି। ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଅସନବଣି ଗାଁରେ ଏହି ଅଘଟଣ ଘଟିଥିବା ବେଳେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ମା’ ଏବଂ ତାଙ୍କର ଦୁଇ ପୁଅ ରହିଛନ୍ତି। ସମସ୍ତେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ସୂଚନା ଅନୁଯାୟୀ, ଗତକାଲି ରାତିରେ ପରିବାର ଲୋକେ ଖାଇପିଇ ଶୋଇଥିଲେ। ରାତ୍ରି ଭୋଜନରେ ସେମାନେ ଚିକେନ୍, ଭାତ ଏବଂ ପାଳଙ୍ଗ ଶାଗ ଖାଇଥିଲେ। ତେବେ ଖାଇ ସାରିବା ପରେ ସେମାନେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ଆଜି ସକାଳେ ସେମାନଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ମା’ ଓ ଦୁଇ ପୁଅଙ୍କର ମୃତ୍ୟୁ ଘଟିଛି। ଏହା ଖାଦ୍ୟ ବିଷାକ୍ତ (ଫୁଡ୍ ପଏଜନିଂ) ଯୋଗୁଁ ହୋଇଛି ନା ଅନ୍ୟ କିଛି କାରଣ ରହିଛି, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସ୍କୁଲରେ ଡିଇଓଙ୍କ ଅଚାନକ ଚଢ଼ଉ! ପଦାକୁ ଆସିଲା ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା, କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର