ଶବର ଶେଷ ସାଥୀ ଚିନ୍ମୟୀ

The Sakala Picture
Published On

ଅନୁଗୁଳ: କରୋନାର କରାଳ ରୂପ ଏତେ ଭୟାବହ ହେଲାଣି ଯେ ନିଜ ପ୍ରିୟଜନଙ୍କୁ ହରାଇବା ଏବେ ଏକ ସାଧାରଣ କଥା ପାଲଟିଛି । ପ୍ରିୟଜନଙ୍କୁ ହରାଇବାର କଷ୍ଟକୁ ବି ବଳିଯାଉଛି ଶବକୁ ଶେଷ ବିଦାୟ ନ ଦେଇ ପାରିବା। ଧର୍ମ ଓ ଶାସ୍ତ୍ରାନୁମୋଦିତ ଏହି ଶେଷ ଅର୍ଘ୍ୟକୁ ଠିକ୍ ଭାବେ ଅନୁପାଳନ ନ କରିପାରି ଏବେ ଶହ ଶହ ଲୋକ ମାନସିକ ଚିନ୍ତାରେ ଥିବା ବେଳେ ଶବର ଶେଷ ସାଥୀ ହେବାକୁ ସହଯୋଗର ହାତ ବଢ଼ାଇଛନ୍ତି କିନ୍ନର […]

ଅନୁଗୁଳ: କରୋନାର କରାଳ ରୂପ ଏତେ ଭୟାବହ ହେଲାଣି ଯେ ନିଜ ପ୍ରିୟଜନଙ୍କୁ ହରାଇବା ଏବେ ଏକ ସାଧାରଣ କଥା ପାଲଟିଛି । ପ୍ରିୟଜନଙ୍କୁ ହରାଇବାର କଷ୍ଟକୁ ବି ବଳିଯାଉଛି ଶବକୁ ଶେଷ ବିଦାୟ ନ ଦେଇ ପାରିବା। ଧର୍ମ ଓ ଶାସ୍ତ୍ରାନୁମୋଦିତ ଏହି ଶେଷ ଅର୍ଘ୍ୟକୁ ଠିକ୍ ଭାବେ ଅନୁପାଳନ ନ କରିପାରି ଏବେ ଶହ ଶହ ଲୋକ ମାନସିକ ଚିନ୍ତାରେ ଥିବା ବେଳେ ଶବର ଶେଷ ସାଥୀ ହେବାକୁ ସହଯୋଗର ହାତ ବଢ଼ାଇଛନ୍ତି କିନ୍ନର ଚିନ୍ମୟୀ । ପୂରା ନାମ ଚିନ୍ମୟୀ ଦାସ। ଅନୁଗୁଳ ଜିଲ୍ଲାର ଜରପଡ଼ା ଅଞ୍ଚଳରେ ଏକ ଲେଡିଜ୍ କଣ୍ଠର କରିଥିବା ଚିନ୍ମୟୀ କିନ୍ତୁ ଏଭଳି ବଦାନ୍ୟତା ପାଇଁ କାହାଠାରୁ ସାହାଯ୍ୟ ନିଅନ୍ତି ନାହିଁ; ବରଂ ଆତ୍ମସନ୍ତୋଷ ପାଇଁ ଏସବୁ ପ୍ରବୃତ୍ତିକୁ ଆପଣେଇଥିବା କହନ୍ତି।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

ସ୍ଥାନୀୟ ଅଞ୍ଚଳର ଗରିବ, ଦୁଃଖ୍ ବେସାହାରାଙ୍କୁ ସାହାରା ଦେବା ସହ ସେମାନଙ୍କ ବିପଦରେ ଛିଡ଼ା ହେବା ପାଇଁ ଚିନ୍ମୟୀ ଏଭଳି ସେବାରାସ୍ତାରେ ପାଦ ଥାପିଛନ୍ତି। ଦିନେ ସମାଜ ଆନ୍ଧ୍ରରେ ଅବହେଳିତ ଓ ଘୃଣ୍ୟ ପାଲଟିଥିବା କିନ୍ନର ଚିନ୍ମୟା ଏବେ ସମସ୍ତ କରୋନା ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ଦେବଦୂତ ସଦୃଶ। ଯାହାକି ତାଙ୍କୁ ଅନ୍ୟମାନଙ୍କ ଆଗରେ କେବଳ ପ୍ରଶଂସିତ କରିନି; ଏଥୂପାଇଁ ତାଙ୍କ ମର୍ଯ୍ୟାଦା ବି ବଢ଼ାଇଛି। ବୃତ୍ତିରେ ଯଦିଓ ସେ କୌଣସି ଅଙ୍ଗନବାଡ଼ି ଦିଦି, ଅଶା କର୍ମୀ, ଏଏନ୍ଏମ୍ ନୁହଁନ୍ତି; ତଥାପି ତାଙ୍କ ଉତ୍ସର୍ଗୀକୃତ ସେବା ମନୋଭାବ ତାଙ୍କୁ ଅନ୍ୟ ତୁଳନାରେ ସ୍ଵତନ୍ତ୍ର କରି ପାରିଛି। ନିଜର ନିଚ୍ଛକ ସେବା ମନୋଭାବ ଯୋଗୁଁ ଚିନ୍ମୟ ଇତି ମଧ୍ୟରେ ୨୦ରୁ ଅଧିକ ଶବର ସତ୍କାର କରି ସାରିଛନ୍ତି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

କେବଳ ଶବଦାହ ନୁହେଁ; ଜିଲ୍ଲାକୁ ଆସୁଥିବା କରୋନା ପୋଜେଟିଭ୍ ରୋଗୀଙ୍କୁ କିପରି ସବୁ ପ୍ରକାର ସୁବିଧା ସହଜରେ ମିଳିପାରିବ ସେଥପାଇଁ ସେ ଡାକ୍ତରୀ ବ୍ୟବସ୍ଥା ମଧ୍ୟ କରାଇ ଦେଉଛନ୍ତି । ରୋଗୀଙ୍କ ପାଇଁ ଅମ୍ଳଜାନ ସଂଗ୍ରହ କରିବା କଥା ହେଉ, କି କରୋନା ରୋଗୀ ପାଇଁ ଆମ୍ବୁଲାନ୍ସ ବନ୍ଦୋବସ୍ତ କରିବା ଅବା ଧାଡ଼ିରେ ଛିଡ଼ା ହୋଇ କରୋନା ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା କଥା | ସବୁଥ୍‌ରେ ସବୁ କଥାରେ ଖୋଜା ପଡ଼ନ୍ତି ଚିନ୍ମୟୀ। ଏସବୁକୁ ଛାଡ଼ିଦେଲେ ବସ୍‌ଷ୍ଟାଣ୍ଡ ଷ୍ଟେସନ୍, ଜଳଗହଳିପୂର୍ଣ୍ଣ ସ୍ଥାନକୁ ଯାଇ ସେ କରୋନା ସଚେତନତାର ପାଠ ପଢ଼ାଉଛନ୍ତି। ଗାଁ ଲୋକ କିପରି କରୋନା ଭଳ ଜଟଳ ଶବ୍ଦ ସହ ଅବଗତ ହୋଇପାରିବେ, ଏହାର ପ୍ରତିଷେଧକ ପାଇଁ ବିଭିନ୍ନ ପନ୍ଥା ଗ୍ରହଣ କରିବେ, ସେଥପାଇଁ ସେ ଗାଁ ଗାଁରେ ବୁଲି ଲୋକଙ୍କୁ ସଚେତନ ବି କରୁଛନ୍ତି। ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡ଼ି ଦିଦିଙ୍କ ଭଳି ପ୍ରତିଦିନ ଘରକୁ ଘର ବୁଲି ସେ ଲୋକଙ୍କ ଭଲ ମନ୍ଦ ପଚାରି ବୁଝୁଛନ୍ତି। ଆବଶ୍ୟକ ସ୍ଥଳରେ ଔଷଧ ଯୋଗାଇବା ଓ ଲୋକଙ୍କୁ ମନସିକ ସ୍ତରରେ ସହାନୁଭୂତି ଯୋଗାଇବା କାମ ବି କରୁଛନ୍ତି। ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଦାୟିତ୍ଵରେ ଥିବା ଅଞ୍ଚଳରେ କରୋନା ସଚେତନା ଦାୟିତ୍ଵ ମୁଣ୍ଡାଇଥିବା ବେଳେ ଚିନ୍ମୟୀ ଜିଲ୍ଲା ଯାକ ବିଭିନ୍ନ ସ୍ଥାନରେ ଏହି କାମକୁ ତ୍ବରାନ୍ବିତ କରୁଛନ୍ତି। ଜିଲ୍ଲାର ଯେକୌଣସି ସ୍ଥାନରୁ କରୋନା ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଖବର ଆସେ ସେ ସଙ୍ଗେ ସଙ୍ଗେ ସେହି ସ୍ଥାନରେ ପହଞ୍ଚିଯାଆନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଚିନ୍ମୟୀଙ୍କ ପ୍ରକୃତ ନାମ ଥିଲା ଗଗନ ବିହାରୀ ଦାସ | ୧୯୮୪ ମସିହାରେ ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ପୋଷଇ ଗାଁରେ ଜନ୍ମ ହୋଇଥିଲେ ଗଗନ । ଦଶମ ଶ୍ରେଣୀ ଯାଏଁ ପାଠ ପଢ଼ିଥିବା ଗଗନ ପିଲାବେଳୁ କିନ୍ନର ଥିବାରୁ ଗାଁରେ ଓ ସାହିପଡ଼ିଶାରେ ଟାହି ଟାପରା ସହିଛନ୍ତି। ଚାରି ଭାଇଭଉଣୀ ଓ ବାପା, ମା’ଙ୍କୁ ନେଇ ଗଗନଙ୍କ ପରିବାର। ଦାରିଦ୍ର୍ୟର କଷାଘାତରେ ପୀଡ଼ିତ ହୋଇ ଗଗନ ମାମୁଁ ଘର ଇରିକୁଣ୍ଡଳକୁ ଯାଇ ପିଲାବେଳ କାଟିଥିଲେ। ଗରିବ ଗୋପାଳ ପରିବାରରେ ଜନ୍ମ ହୋଇଥିବାରୁ ପିଲାବେଳେ ଗାଁ ମହିଷି ଚରେଇ ପରିବାରର ବୋଝ ମୁଣ୍ଡାଇଥିଲେ | ପିଲାବେଳୁ ମାଇଚିଆ ସ୍ଵାଭବର ହୋଇଥିବାରୁ ତାଙ୍କ ସହ କେହି ସାଙ୍ଗ ହେଉ ନ ଥିଲେ । ନିଜକୁ ଅଶୁଭ ମନେ କରି ଗଗନ ନିଜେ ସମସ୍ତଙ୍କଠାରୁ ଦୂରେଇ ରହି ଏକଲା ଜୀବନ ବିତାଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ନିଜେ ରୋଜଗାର ପନ୍ଥା ଆପଣେଇବାକୁ ଯାଇ ନିଜ ନାମ ପରିବର୍ତ୍ତନ କରି ଚିନ୍ମୟୀ କରିଦେଇଥିଲେ |

ଚିନ୍ମୟୀ କହନ୍ତି, ଏବେ କରୋନା ସମୟ ତେଣୁ ବିପଦରେ ଥିବା ଲୋକଙ୍କୁ ସହଯୋଗର ହାତ ବଢ଼ାଇବା ହିଁ ପ୍ରକୃତ ସେବାର ମୂଲ୍ୟ | ମୁଁ ନିଜେ ଶୃଙ୍ଖଳିତ ଭାବେ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରୁଛି। ଏବେ ସେବାର ପ୍ରକୃତ ମୂଲ୍ୟ ଦେବାର ସମୟ ଆସିଛି।

04 Jun 2021 By The Sakala

https://www.thesakala.in/latest-odisha-news/angul/corona-warrior-chinmaee/article-2655
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର