ଛେଳି ଚରାଉ ଥିବାବେଳେ ଆକ୍ରମଣ କଲା କଲରାପତରିଆ ବାଘ, ଦୁଇ ଗୁରୁତର

The Sakala Picture
Published On

ଅନୁଗୁଳ: ଅନୁଗୁଳ ବନ ଖଣ୍ଡ କୃଷ୍ଣଚକ୍ରଗଡ଼ ଗାଁରେ କଲରାପତରିଆ ବାଘ ଆକ୍ରମଣରେ ଦୁଇ ଗୁରୁତର। ଦୁଇ ଗୁରୁତର ହେଲେ ଜନକ ବେହେରା ଓ ନେଙ୍କୁରି ବେହେରା। ସେମାନେ ଅପରାହ୍ନରେ ଛେଳି ଚରାଉ ଥିବା ବେଳେ ହଠାତ ବାଘ ଆକ୍ରମଣ କରିଥିଲା। ସେମାନେ ଚିତ୍କାର କରିବାରୁ ଗାଁର ଅନ୍ୟ ଲୋକମାନେ ଦୌଡ଼ି ଆସି ଯାଇଥିଲେ। ଫଳରେ ବାଘଟି ସେଠାରୁ ଦୌଡି ପଳାଇଥିଲା। ଆହତ ଅବସ୍ଥାରେ ସେମାନଙ୍କୁ ଗାଁ ଲୋକେ ସେଠାରୁ ଡାକ୍ତରଖାନା ଆଣୁଥିବା ବେଳେ ଖବର ପାଇ ବନ […]

ଅନୁଗୁଳ: ଅନୁଗୁଳ ବନ ଖଣ୍ଡ କୃଷ୍ଣଚକ୍ରଗଡ଼ ଗାଁରେ କଲରାପତରିଆ ବାଘ ଆକ୍ରମଣରେ ଦୁଇ ଗୁରୁତର। ଦୁଇ ଗୁରୁତର ହେଲେ ଜନକ ବେହେରା ଓ ନେଙ୍କୁରି ବେହେରା। ସେମାନେ ଅପରାହ୍ନରେ ଛେଳି ଚରାଉ ଥିବା ବେଳେ ହଠାତ ବାଘ ଆକ୍ରମଣ କରିଥିଲା। ସେମାନେ ଚିତ୍କାର କରିବାରୁ ଗାଁର ଅନ୍ୟ ଲୋକମାନେ ଦୌଡ଼ି ଆସି ଯାଇଥିଲେ। ଫଳରେ ବାଘଟି ସେଠାରୁ ଦୌଡି ପଳାଇଥିଲା। ଆହତ ଅବସ୍ଥାରେ ସେମାନଙ୍କୁ ଗାଁ ଲୋକେ ସେଠାରୁ ଡାକ୍ତରଖାନା ଆଣୁଥିବା ବେଳେ ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ସେମାନଙ୍କୁ ଅନୁଗୁଳ ଡାକ୍ତରଖାନାକୁ ଆଣିଥିଲେ। ତେବେ କୃଷ୍ଣଚକ୍ରଗଡ଼ ଗାଁଟି ଘଞ୍ଚ ଓ ଦୁର୍ଗମ ଜଙ୍ଗଲ ଘେରା ମଧ୍ୟରେ ରହିଛି। ଲୋକଙ୍କର ମୁଖ୍ୟ ଜୀବିକା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଏବଂ ଛେଳି ପାଳନ ହୋଇଥିବାରୁ ଏବେ ଜଙ୍ଗଲକୁ ଯିବାକୁ ଭୟ କରୁଛନ୍ତି।

ଆହୁରି ପଢ଼ନ୍ତୁ: ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଡଙ୍ଗା, ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଭୟଭୀତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର