ଟ୍ରେନ୍ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ
ଅନୁଗୋଳ: ଟ୍ରେନ ଧକ୍କାରେ ଏକ ଦନ୍ତାର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଜରଡ଼ା ଗ୍ରାମ ନିକଟରେ ଟ୍ରେନ୍ ଲାଇନ ପାର ହେଉଥିବା ବେଳେ ଏକ ପ୍ରାପ୍ତବୟସ୍କ ଦନ୍ତାହାତୀକୁ ସମ୍ବଲପୁର-ହାୱଡା ଏକ୍ସପ୍ରେସ ଗତକାଲି ରାତି ୧୦ଟା ୩୫ରେ ଧକ୍କା ଦେଇଥିଲା। ଏହାପରେ ଘଟଣାସ୍ଥଳରେ ଦନ୍ତାହାତୀର ମୃୃତ୍ୟୁ ଘଟିଥିଲା। ଏବେ ଘଟଣାସ୍ଥଳରେ ଜଙ୍ଗଲ ବିଭାଗ କର୍ମଚାରୀ ଉପସ୍ଥିତ ଅଛନ୍ତି। ତେବେ ଘଟଣାସ୍ଥଳକୁ କାହାକୁ ଛାଡାଯାଉ ନାହିଁ। ଆଜି ହାତୀର ଶବ ବ୍ୟବଚ୍ଛେଦ କରାଯିବ […]
ଅନୁଗୋଳ: ଟ୍ରେନ ଧକ୍କାରେ ଏକ ଦନ୍ତାର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଜରଡ଼ା ଗ୍ରାମ ନିକଟରେ ଟ୍ରେନ୍ ଲାଇନ ପାର ହେଉଥିବା ବେଳେ ଏକ ପ୍ରାପ୍ତବୟସ୍କ ଦନ୍ତାହାତୀକୁ ସମ୍ବଲପୁର-ହାୱଡା ଏକ୍ସପ୍ରେସ ଗତକାଲି ରାତି ୧୦ଟା ୩୫ରେ ଧକ୍କା ଦେଇଥିଲା। ଏହାପରେ ଘଟଣାସ୍ଥଳରେ ଦନ୍ତାହାତୀର ମୃୃତ୍ୟୁ ଘଟିଥିଲା। ଏବେ ଘଟଣାସ୍ଥଳରେ ଜଙ୍ଗଲ ବିଭାଗ କର୍ମଚାରୀ ଉପସ୍ଥିତ ଅଛନ୍ତି। ତେବେ ଘଟଣାସ୍ଥଳକୁ କାହାକୁ ଛାଡାଯାଉ ନାହିଁ। ଆଜି ହାତୀର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜରପଡ଼ା ରେଞ୍ଜର ସୂଚନା ଦେଇଛନ୍ତି।






