ଗାଡି ସାଇଡ଼ ମରାକୁ ନେଇ ସିଆରପି ଛକରେ ମାରପିଟ୍ ଅଭିଯୋଗ

The Sakala Picture
Published On

ଭୁବନେଶ୍ବର: ସିଆରପି ଛକରେ ଯାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଗାଡି ସାଇଡ଼ ମରାକୁ ନେଇ ମାରପିଟ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ, ‘ମୋ ବସ୍’ ଓ ବାଇକ ଚାଳକଙ୍କ ମଧ୍ୟରେ ଗାଡି ସାଇଡମରାକୁ ଉତ୍ତେଜନା ଦେଖିବାକୁ ମିଳିଛି। ବାଇକ ଚାଳକଙ୍କୁ ମୋ ବସ ଡ୍ରାଇଭର ଗାଳିଗୁଳଜ କରିବାରୁ ସେ ବାଇକକୁ ସାଇଡରେ ରଖି ‘ମୋ ବସ୍’ ଡ୍ରାଇଭରଙ୍କ ପାଖକୁ ଆସିଥିଲେ। କାହିଁକି ଗାଳିଗୁଳଜ କରୁଛ ବୋଲି ପଚାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ‘ମୋ ବସ୍’ ଚାଳକ […]

ଭୁବନେଶ୍ବର: ସିଆରପି ଛକରେ ଯାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଗାଡି ସାଇଡ଼ ମରାକୁ ନେଇ ମାରପିଟ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଯାଜପୁରର ଜଖପୁରା ଷ୍ଟେସନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ବଗି

ପ୍ରାଥମିକ ସୂଚନା ଅନୁଯାୟୀ, ‘ମୋ ବସ୍’ ଓ ବାଇକ ଚାଳକଙ୍କ ମଧ୍ୟରେ ଗାଡି ସାଇଡମରାକୁ ଉତ୍ତେଜନା ଦେଖିବାକୁ ମିଳିଛି। ବାଇକ ଚାଳକଙ୍କୁ ମୋ ବସ ଡ୍ରାଇଭର ଗାଳିଗୁଳଜ କରିବାରୁ ସେ ବାଇକକୁ ସାଇଡରେ ରଖି ‘ମୋ ବସ୍’ ଡ୍ରାଇଭରଙ୍କ ପାଖକୁ ଆସିଥିଲେ। କାହିଁକି ଗାଳିଗୁଳଜ କରୁଛ ବୋଲି ପଚାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ‘ମୋ ବସ୍’ ଚାଳକ ଜଣଙ୍କ ବାଇକ ଚାଳକଙ୍କୁ ମାରପିଟ କରିଥିବା ଜଣାପଡ଼ିଛି। ଘଟଣାର ଖବର ପାଇଁ ପିସିଆର ପହଞ୍ଚିଛି।  ବସ କର୍ମଚାରୀ ଓ ବାଇକ ଚଳାକ ଉଭୟଙ୍କୁ ଅଟକ ରଖିଥିବା ସୂଚନା । ପ୍ରତିବାଦରେ ସିଆରପି ଛକରେ ରାସ୍ତା ଜାମ ହୋଇଥିବା ଦେଖିବାକୁ ମିଳିଛି। ରାସ୍ତା ଉପରେ ବସ୍ ଥୋଇ ଗଣ୍ଡଗୋଳ ନେଇ ଅଭିଯୋଗ ହୋଇଛି। ଫଳରେ ଟ୍ରାଫିକ ସମସ୍ୟା ଉପୁଜିଛି। ଉକ୍ତ ରୋଡରେ ଯାତାୟତ କରୁଥିବା ଗାଡିଗୁଡିକ ମଧ୍ୟ ଅଟକି ରହିଛି।  ଘଟଣାସ୍ଥଳରେ ନୂୟାପଲ୍ଲୀ ପୁଲିସ ଓ ଖଣ୍ଡଗିରି ପୁଲିସ ପହଞ୍ଚି ଛାନଭିନ ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ, ବିଦ୍ୟୁତ ସଂଯୋଗ ପାଇଁ ନେଉଥିଲେ ୨୦ ହଜାର ଲାଞ୍ଚ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp