ରେଭେନ୍ସା ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ

The Sakala Picture
Published On

କଟକ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣିଥରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୟାମ୍ପସରୁ ପଜିଟିଭ୍ ଚିହ୍ନଟ ପରେ ବାତିଲ ହେଲା ରେଭେନ୍ସାର ସବୁ ପରୀକ୍ଷା । ରେଭେନ୍ସାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି । ସ୍ଥିତି ସ୍ୱାଭାବିକ ନହେବା ଯାଏଁ ସବୁ ପରୀକ୍ଷା ବାତିଲ କରାଯାଇଛି । ଆଜିଠୁ ଅଫଲାଇନ ଶିକ୍ଷାଦାନ ବନ୍ଦ ହେବା ସହ […]

କଟକ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣିଥରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୟାମ୍ପସରୁ ପଜିଟିଭ୍ ଚିହ୍ନଟ ପରେ ବାତିଲ ହେଲା ରେଭେନ୍ସାର ସବୁ ପରୀକ୍ଷା । ରେଭେନ୍ସାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି । ସ୍ଥିତି ସ୍ୱାଭାବିକ ନହେବା ଯାଏଁ ସବୁ ପରୀକ୍ଷା ବାତିଲ କରାଯାଇଛି । ଆଜିଠୁ ଅଫଲାଇନ ଶିକ୍ଷାଦାନ ବନ୍ଦ ହେବା ସହ ଅନଲାଇନ ଶିକ୍ଷା ଦାନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଜଣାପଡିଛି।କ୍ୟାମ୍ପସ ଭିତରକୁ ବାହାର ବ୍ୟକ୍ତିଙ୍କ ପ୍ରବେଶ ମନା କରାଯାଇଛି ।

ଆହୁରି ପଢ଼ନ୍ତୁ: ରେବ ନଦୀ କୂଳରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରେଭେନ୍ସାରେ ପ୍ରଥମେ ଗୋଟିଏ ବିଭାଗରୁ ଜଣେ ଶିକ୍ଷକ କରୋନା ପଜିଟିଭ ଚିହ୍ନ ହୋଇଥିଲେ । ଏହାପରେ ହଷ୍ଟେଲରେ ଦୁଇ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାକି ଏବେ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାରେ ବିଷୟ ପାଲଟିଛି । ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ରୀଙ୍କୁ ଆସନ୍ତା ଦୁଇଦିନ ମଧ୍ୟରେ ହଷ୍ଟେଲ ଛାଡିବାକୁ ପରାମର୍ଶ ଦିଆଯାଇଛି। ଆକ୍ରାନ୍ତ ହୋଇଥିବା ଦୁଇଜଣ ଛାତ୍ରୀ ଷ୍ଟଡିରୁମ ସହ ଶୌଚାଳୟ ବି ବ୍ୟବହାର କରିଥିଲେ । ତେଣୁ ସେମାନଙ୍କ ସହ ମିଶିଥିବା ସହପାଠୀ ଆଶଙ୍କା ମଧ୍ୟରେ ଅଛନ୍ତି ।

ଆହୁରି ପଢ଼ନ୍ତୁ: ବନ୍ୟପ୍ରାଣୀ ସଂପଦ ରକ୍ଷଣାବେକ୍ଷଣରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ: ବିଜେଡି

ଚଳିତ ମାସର ୨୪ ଦିନ ମଧ୍ୟରେ କେବଳ ୨ ତାରିଖ, ୫ ତାରିଖ ଓ ୮ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିଥିବା ବେଳେ ଅନ୍ୟ ସବୁ ଦିନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକ ଲୋକ କଟକ ବାହାରୁ ଆସିଛନ୍ତି। ଏବେ ନିଗମ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଓ ଟେଷ୍ଟିଂକୁ ଅଧିକ ଗୁରୁତ୍ବ ଦିଆଯଉଛି। ନିଗମରେ ରାପିଡ ରେସ୍ପନ୍ସ ଟିମ ଓ କଣ୍ଟ୍ରୋଲ ରୁମକୁ ଅଧିକ ଆକ୍ଟିଭ୍ କରାଯାଇଛି। ଆସନ୍ତା ଦିନରେ କୋଭିଡ ନିୟମକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ସିଏମସି କମିସନର ଅନନ୍ୟା ଦାସ କହିଛନ୍ତି।

ଆହୁରି ପଢ଼ନ୍ତୁ: ବୟସ୍କଙ୍କୁ ଭତ୍ତା ଦେବାରେ ଡବଲ ଇଞ୍ଜିନ ସରକାର
ସମ୍ପୂର୍ଣ୍ଣ ବିଫଳ: ବିଜେଡି

25 Mar 2021 By The Sakala

ରେଭେନ୍ସା ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ

କଟକ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣିଥରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୟାମ୍ପସରୁ ପଜିଟିଭ୍ ଚିହ୍ନଟ ପରେ ବାତିଲ ହେଲା ରେଭେନ୍ସାର ସବୁ ପରୀକ୍ଷା । ରେଭେନ୍ସାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି । ସ୍ଥିତି ସ୍ୱାଭାବିକ ନହେବା ଯାଏଁ ସବୁ ପରୀକ୍ଷା ବାତିଲ କରାଯାଇଛି । ଆଜିଠୁ ଅଫଲାଇନ ଶିକ୍ଷାଦାନ ବନ୍ଦ ହେବା ସହ ଅନଲାଇନ ଶିକ୍ଷା ଦାନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଜଣାପଡିଛି।କ୍ୟାମ୍ପସ ଭିତରକୁ ବାହାର ବ୍ୟକ୍ତିଙ୍କ ପ୍ରବେଶ ମନା କରାଯାଇଛି ।

ରେଭେନ୍ସାରେ ପ୍ରଥମେ ଗୋଟିଏ ବିଭାଗରୁ ଜଣେ ଶିକ୍ଷକ କରୋନା ପଜିଟିଭ ଚିହ୍ନ ହୋଇଥିଲେ । ଏହାପରେ ହଷ୍ଟେଲରେ ଦୁଇ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାକି ଏବେ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାରେ ବିଷୟ ପାଲଟିଛି । ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ରୀଙ୍କୁ ଆସନ୍ତା ଦୁଇଦିନ ମଧ୍ୟରେ ହଷ୍ଟେଲ ଛାଡିବାକୁ ପରାମର୍ଶ ଦିଆଯାଇଛି। ଆକ୍ରାନ୍ତ ହୋଇଥିବା ଦୁଇଜଣ ଛାତ୍ରୀ ଷ୍ଟଡିରୁମ ସହ ଶୌଚାଳୟ ବି ବ୍ୟବହାର କରିଥିଲେ । ତେଣୁ ସେମାନଙ୍କ ସହ ମିଶିଥିବା ସହପାଠୀ ଆଶଙ୍କା ମଧ୍ୟରେ ଅଛନ୍ତି ।

ଚଳିତ ମାସର ୨୪ ଦିନ ମଧ୍ୟରେ କେବଳ ୨ ତାରିଖ, ୫ ତାରିଖ ଓ ୮ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିଥିବା ବେଳେ ଅନ୍ୟ ସବୁ ଦିନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକ ଲୋକ କଟକ ବାହାରୁ ଆସିଛନ୍ତି। ଏବେ ନିଗମ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଓ ଟେଷ୍ଟିଂକୁ ଅଧିକ ଗୁରୁତ୍ବ ଦିଆଯଉଛି। ନିଗମରେ ରାପିଡ ରେସ୍ପନ୍ସ ଟିମ ଓ କଣ୍ଟ୍ରୋଲ ରୁମକୁ ଅଧିକ ଆକ୍ଟିଭ୍ କରାଯାଇଛି। ଆସନ୍ତା ଦିନରେ କୋଭିଡ ନିୟମକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ସିଏମସି କମିସନର ଅନନ୍ୟା ଦାସ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର