ଏମ୍‌‌ସରେ କାମ କରୁନି ‘ଏମ୍‌‌ସ ଆକ୍ଟ’: ଓଟିରେ ମିଳୁନି ଉପକରଣ, ବାହାରୁ କିଣି ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ

The Sakala Picture
Published On

ଭୁବନେଶ୍ୱର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌‌ସ) ଭୁବନେଶ୍ୱରର ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳୁଛି। ଏମ୍‌‌ସ ଆକ୍ଟ ଅନୁସାରେ, ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ମାଗଣା ଔଷଧ ଓ ଅସ୍ତ୍ରୋପଚାର ଉପକରଣ ଯୋଗାଇବାର ବ୍ୟବସ୍ଥା ଥିଲେ ମଧ୍ୟ ସେଗୁଡ଼ିକ ଦିଆଯାଉନାହିଁ। ଔଷଧ କଥା ଛାଡ଼ନ୍ତୁ ପରିସ୍ଥିତି ଏମିତି ହୋଇଛି ଯେ, ଗ୍ଲୋବ୍‌‌ସଠାରୁ ଆରମ୍ଭ କରି ସୁଚର ଯାଏ ସବୁକିଛି ରୋଗୀମାନଙ୍କୁ କିଣିବାକୁ ପଡୁଛି। ମାଗଣାରେ ଉତ୍ତମ ଚିକିତ୍ସା ପାଇବା ଆଶାରେ ଏମ୍‌‌ସ ଆସୁଥିବା ରୋଗୀ ଅଯଥାରେ ଖର୍ଚ୍ଚାନ୍ତ […]

ଭୁବନେଶ୍ୱର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌‌ସ) ଭୁବନେଶ୍ୱରର ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳୁଛି। ଏମ୍‌‌ସ ଆକ୍ଟ ଅନୁସାରେ, ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ମାଗଣା ଔଷଧ ଓ ଅସ୍ତ୍ରୋପଚାର ଉପକରଣ ଯୋଗାଇବାର ବ୍ୟବସ୍ଥା ଥିଲେ ମଧ୍ୟ ସେଗୁଡ଼ିକ ଦିଆଯାଉନାହିଁ। ଔଷଧ କଥା ଛାଡ଼ନ୍ତୁ ପରିସ୍ଥିତି ଏମିତି ହୋଇଛି ଯେ, ଗ୍ଲୋବ୍‌‌ସଠାରୁ ଆରମ୍ଭ କରି ସୁଚର ଯାଏ ସବୁକିଛି ରୋଗୀମାନଙ୍କୁ କିଣିବାକୁ ପଡୁଛି। ମାଗଣାରେ ଉତ୍ତମ ଚିକିତ୍ସା ପାଇବା ଆଶାରେ ଏମ୍‌‌ସ ଆସୁଥିବା ରୋଗୀ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ଖୋଦ୍‌‌ ଏମ୍‌‌ସ ଭୁବନେଶ୍ୱର ହିଁ ଏମ୍‌‌ସ ଆକ୍ଟ ମାନୁ ନ ଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଏମ୍‌‌ସ ଆକ୍ଟ ଅନୁସାରେ, ଜଣେ ରୋଗୀ ଡାକ୍ତରଖାନାରେ ଆଡ୍‌‌ମିଶନ ଫି’ ବାବଦକୁ ୨୫ ଟଙ୍କା ଓ ଦିନକୁ ୩୫ ଟଙ୍କା ଲେଖାଏଁ ଆଗାମୀ ୧୦ ଦିନର ଟଙ୍କା ଜମା କରିବାକୁ ହୁଏ। ମୋଟ୍‌‌ ୩୭୫ ଟଙ୍କା ଜମା କରିବା ପରେ ସେ ଆଡ୍‌‌ମିଶନ ହୋଇ ଚିକିତ୍ସିତ ହୁଅନ୍ତି। ୩୫ ଟଙ୍କା ବଦଳରେ ପ୍ରତିଦିନର ଖାଇବା, ବେଡ୍‌‌ ଚାର୍ଜ, ଆଇସିୟୁ, ଔଷଧ ଓ ଅସ୍ତ୍ରୋପଚାର ଉପକରଣ ଯୋଗାଇବାର ନିୟମ ରହିଛି। ହେଲେ କିଛି ମାସ ହେବ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପୁରୁଣା ଭୁବନେଶ୍ୱର ଅଞ୍ଚଳର ଜଣେ ବ୍ୟକ୍ତି ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଏମ୍‌‌ସରେ ଭର୍ତ୍ତି ହୋଇଥିଲେ। ପରୀକ୍ଷା କରିବାରୁ ତାଙ୍କ ଗର୍ଭାଶୟରେ ସିଷ୍ଟ ହୋଇଥିବା ଜଣାପଡ଼ିବା ପରେ ଡାକ୍ତର ତାଙ୍କୁ ଆଡ୍‌‌ମିଶନ ହୋଇ ଅସ୍ତ୍ରୋପଚାର କରାଇବା ପାଇଁ ପରାମର୍ଶ ଦେଇଥିଲେ। ସେ ୩୭୫ ଟଙ୍କା ପଇଠ କରିବା ପରେ ଏମ୍‌‌ସର ସ୍ତ୍ରୀ ଓ ପ୍ରସୂତି ବିଭାଗ ଅଧୀନରେ ଆଡ୍‌‌ମିଶନ କରାଇଥିଲେ। ଅସ୍ତ୍ରୋପଚାର ପୂର୍ବରୁ ଡାକ୍ତର ତାଙ୍କ ସମ୍ପର୍କୀୟଙ୍କୁ ଏକ ଚିଠା ଧରାଇ ବାହାରୁ କିଣିବାକୁ କହିଥିଲେ। ଯେଉଁଥିରେ କି ଗ୍ଲୋବ୍‌‌ସ, ସୁଚରଠାରୁ ଆରମ୍ଭ କରି ବିଭିନ୍ନ ଔଷଧ ଲେଖାଯାଇଥିଲା। ମାଗଣା ଚିକିତ୍ସା ବ୍ୟବସ୍ଥା ଥାଇ ମଧ୍ୟ ବାହାରୁ କିଣିବାକୁ କୁହାଯିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ଆଉ କୌଣସି ଉପାୟ ନ ପାଇ ବାଧ୍ୟ ହୋଇ ବାହାରେ ଥିବା ଦୋକାନରୁ ଡାକ୍ତର ଲେଖିଥିବା ଉପକରଣ ଏବଂ ଔଷଧ କିଣିଥିଲେ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ସେହିପରି ତମାଣ୍ଡୋ ଅଞ୍ଚଳର ଜଣେ ଯୁବକ ଛାତିରେ ଯନ୍ତ୍ରଣା ହେବାରୁ ଏମ୍‌‌ସରେ ଭର୍ତ୍ତି ହୋଇଥିଲେ। ତାଙ୍କ ଶିରାରେ ବ୍ଲକେଜ୍‌‌ ଥିବା ଜଣାପଡ଼ିଥିଲା। ଡାକ୍ତର ତାଙ୍କୁ ହୃଦୟର ଶିରାର ବ୍ଲକେଜ୍‌‌ ଖୋଲିବା ପାଇଁ ବ୍ୟବହୃତ ଷ୍ଟ୍ରେପ୍‌‌ଟୋକାଇନେଜ୍‌‌ ଜାତୀୟ ଇଞ୍ଜେକ୍ସନ ଆଣିବାକୁ କହିଥିଲେ। ଜରୁରିକାଳୀନ ପରିସ୍ଥିତି ହୋଇଥିବାରୁ ତାଙ୍କ ସମ୍ପର୍କୀୟ ବାଧ୍ୟ ହୋଇ ଇଞ୍ଜେକ୍ସନ କିଣି ଆଣିଥିଲେ। ଗୋଟିଏ କି ଦୁଇଟି ନୁହେଁ, ଏମିତି ମାଳ ମାଳ ଉଦାହରଣ ରହିଛି। କେବଳ ଗ୍ଲୋବ୍‌‌ସ, ସୁଚର ନୁହଁ କାର୍ଡିଆକ୍‌‌ ଷ୍ଟେଣ୍ଟ, କ୍ୟାଥେଟର, ଇନ୍‌‌ପ୍ଲାଣ୍ଟ ସ୍କୃ ଆଦି ବିଭିନ୍ନ ମୂଲ୍ୟବାନ ଉପକରଣ ବାହାରୁ କିଣିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସ୍ଥିତି ମଧ୍ୟ ଆଜିକାଲିର ନୁହଁ, ଦୀର୍ଘ ମାସ ହେବ ବିଭିନ୍ନ ଔଷଧ ଓ ଅସ୍ତ୍ରୋପଚାର ଉପକରଣ ଯୋଗାଇବାରେ ଏମ୍‌‌ସ ବିଫଳ ହେଉଛି। ଡାକ୍ତରଖାନାରେ ଥିବା ଫାର୍ମାସୀ ବିଭାଗର ଅବହେଳାରୁ ରୋଗୀମାନେ ବାହାରୁ ଔଷଧ ଓ ବିଭିନ୍ନ ଉପକରଣ କିଣି ଖର୍ଚ୍ଚାନ୍ତ ହେଉଛନ୍ତି।

12 Sep 2023 By The Sakala

ଏମ୍‌‌ସରେ କାମ କରୁନି ‘ଏମ୍‌‌ସ ଆକ୍ଟ’: ଓଟିରେ ମିଳୁନି ଉପକରଣ, ବାହାରୁ କିଣି ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ

ଭୁବନେଶ୍ୱର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌‌ସ) ଭୁବନେଶ୍ୱରର ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳୁଛି। ଏମ୍‌‌ସ ଆକ୍ଟ ଅନୁସାରେ, ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ମାଗଣା ଔଷଧ ଓ ଅସ୍ତ୍ରୋପଚାର ଉପକରଣ ଯୋଗାଇବାର ବ୍ୟବସ୍ଥା ଥିଲେ ମଧ୍ୟ ସେଗୁଡ଼ିକ ଦିଆଯାଉନାହିଁ। ଔଷଧ କଥା ଛାଡ଼ନ୍ତୁ ପରିସ୍ଥିତି ଏମିତି ହୋଇଛି ଯେ, ଗ୍ଲୋବ୍‌‌ସଠାରୁ ଆରମ୍ଭ କରି ସୁଚର ଯାଏ ସବୁକିଛି ରୋଗୀମାନଙ୍କୁ କିଣିବାକୁ ପଡୁଛି। ମାଗଣାରେ ଉତ୍ତମ ଚିକିତ୍ସା ପାଇବା ଆଶାରେ ଏମ୍‌‌ସ ଆସୁଥିବା ରୋଗୀ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ଖୋଦ୍‌‌ ଏମ୍‌‌ସ ଭୁବନେଶ୍ୱର ହିଁ ଏମ୍‌‌ସ ଆକ୍ଟ ମାନୁ ନ ଥିବା ଅଭିଯୋଗ ହୋଇଛି।

ଏମ୍‌‌ସ ଆକ୍ଟ ଅନୁସାରେ, ଜଣେ ରୋଗୀ ଡାକ୍ତରଖାନାରେ ଆଡ୍‌‌ମିଶନ ଫି’ ବାବଦକୁ ୨୫ ଟଙ୍କା ଓ ଦିନକୁ ୩୫ ଟଙ୍କା ଲେଖାଏଁ ଆଗାମୀ ୧୦ ଦିନର ଟଙ୍କା ଜମା କରିବାକୁ ହୁଏ। ମୋଟ୍‌‌ ୩୭୫ ଟଙ୍କା ଜମା କରିବା ପରେ ସେ ଆଡ୍‌‌ମିଶନ ହୋଇ ଚିକିତ୍ସିତ ହୁଅନ୍ତି। ୩୫ ଟଙ୍କା ବଦଳରେ ପ୍ରତିଦିନର ଖାଇବା, ବେଡ୍‌‌ ଚାର୍ଜ, ଆଇସିୟୁ, ଔଷଧ ଓ ଅସ୍ତ୍ରୋପଚାର ଉପକରଣ ଯୋଗାଇବାର ନିୟମ ରହିଛି। ହେଲେ କିଛି ମାସ ହେବ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି।

ପୁରୁଣା ଭୁବନେଶ୍ୱର ଅଞ୍ଚଳର ଜଣେ ବ୍ୟକ୍ତି ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଏମ୍‌‌ସରେ ଭର୍ତ୍ତି ହୋଇଥିଲେ। ପରୀକ୍ଷା କରିବାରୁ ତାଙ୍କ ଗର୍ଭାଶୟରେ ସିଷ୍ଟ ହୋଇଥିବା ଜଣାପଡ଼ିବା ପରେ ଡାକ୍ତର ତାଙ୍କୁ ଆଡ୍‌‌ମିଶନ ହୋଇ ଅସ୍ତ୍ରୋପଚାର କରାଇବା ପାଇଁ ପରାମର୍ଶ ଦେଇଥିଲେ। ସେ ୩୭୫ ଟଙ୍କା ପଇଠ କରିବା ପରେ ଏମ୍‌‌ସର ସ୍ତ୍ରୀ ଓ ପ୍ରସୂତି ବିଭାଗ ଅଧୀନରେ ଆଡ୍‌‌ମିଶନ କରାଇଥିଲେ। ଅସ୍ତ୍ରୋପଚାର ପୂର୍ବରୁ ଡାକ୍ତର ତାଙ୍କ ସମ୍ପର୍କୀୟଙ୍କୁ ଏକ ଚିଠା ଧରାଇ ବାହାରୁ କିଣିବାକୁ କହିଥିଲେ। ଯେଉଁଥିରେ କି ଗ୍ଲୋବ୍‌‌ସ, ସୁଚରଠାରୁ ଆରମ୍ଭ କରି ବିଭିନ୍ନ ଔଷଧ ଲେଖାଯାଇଥିଲା। ମାଗଣା ଚିକିତ୍ସା ବ୍ୟବସ୍ଥା ଥାଇ ମଧ୍ୟ ବାହାରୁ କିଣିବାକୁ କୁହାଯିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ଆଉ କୌଣସି ଉପାୟ ନ ପାଇ ବାଧ୍ୟ ହୋଇ ବାହାରେ ଥିବା ଦୋକାନରୁ ଡାକ୍ତର ଲେଖିଥିବା ଉପକରଣ ଏବଂ ଔଷଧ କିଣିଥିଲେ।

ସେହିପରି ତମାଣ୍ଡୋ ଅଞ୍ଚଳର ଜଣେ ଯୁବକ ଛାତିରେ ଯନ୍ତ୍ରଣା ହେବାରୁ ଏମ୍‌‌ସରେ ଭର୍ତ୍ତି ହୋଇଥିଲେ। ତାଙ୍କ ଶିରାରେ ବ୍ଲକେଜ୍‌‌ ଥିବା ଜଣାପଡ଼ିଥିଲା। ଡାକ୍ତର ତାଙ୍କୁ ହୃଦୟର ଶିରାର ବ୍ଲକେଜ୍‌‌ ଖୋଲିବା ପାଇଁ ବ୍ୟବହୃତ ଷ୍ଟ୍ରେପ୍‌‌ଟୋକାଇନେଜ୍‌‌ ଜାତୀୟ ଇଞ୍ଜେକ୍ସନ ଆଣିବାକୁ କହିଥିଲେ। ଜରୁରିକାଳୀନ ପରିସ୍ଥିତି ହୋଇଥିବାରୁ ତାଙ୍କ ସମ୍ପର୍କୀୟ ବାଧ୍ୟ ହୋଇ ଇଞ୍ଜେକ୍ସନ କିଣି ଆଣିଥିଲେ। ଗୋଟିଏ କି ଦୁଇଟି ନୁହେଁ, ଏମିତି ମାଳ ମାଳ ଉଦାହରଣ ରହିଛି। କେବଳ ଗ୍ଲୋବ୍‌‌ସ, ସୁଚର ନୁହଁ କାର୍ଡିଆକ୍‌‌ ଷ୍ଟେଣ୍ଟ, କ୍ୟାଥେଟର, ଇନ୍‌‌ପ୍ଲାଣ୍ଟ ସ୍କୃ ଆଦି ବିଭିନ୍ନ ମୂଲ୍ୟବାନ ଉପକରଣ ବାହାରୁ କିଣିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସ୍ଥିତି ମଧ୍ୟ ଆଜିକାଲିର ନୁହଁ, ଦୀର୍ଘ ମାସ ହେବ ବିଭିନ୍ନ ଔଷଧ ଓ ଅସ୍ତ୍ରୋପଚାର ଉପକରଣ ଯୋଗାଇବାରେ ଏମ୍‌‌ସ ବିଫଳ ହେଉଛି। ଡାକ୍ତରଖାନାରେ ଥିବା ଫାର୍ମାସୀ ବିଭାଗର ଅବହେଳାରୁ ରୋଗୀମାନେ ବାହାରୁ ଔଷଧ ଓ ବିଭିନ୍ନ ଉପକରଣ କିଣି ଖର୍ଚ୍ଚାନ୍ତ ହେଉଛନ୍ତି।

https://www.thesakala.in/latest-odisha-news/aiims-act-does-not-work-in-aiims-patients-are-pay-for-equipment-not-available-in-ot/article-25337
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର