ଆଜିଠୁ ପୁନଃଯାଞ୍ଚ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ମାନ, ନାକ୍‌‌ ମାନ୍ୟତା ନେଇ ସମୀକ୍ଷା କରିବ ଦଳ

The Sakala Picture
Published On

ଭୁବନେଶ୍ୱର: ଆଜିଠୁ ପୁଣି ଯାଞ୍ଚ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍‌‌ ମାନ୍ୟତା। ନାକ୍‌‌ ଟିମ୍‌‌ ତିନିଦିନିଆ ଗସ୍ତକରି ବିଶ୍ୱବିଦ୍ୟାଳୟର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବେ। ଗତ ଏପ୍ରିଲ ମାସରେ ନାକ୍‌‌ ଟିମ୍‌‌ ଗସ୍ତ ଓ ମୂଲ୍ୟାୟନରେ ବିଶ୍ୱବିଦ୍ୟାଳୟରେ ନାକ୍‌‌ ମାନ ହ୍ରାସ ଘଟିବା ପରେ ଏହାକୁ ନେଇ ବିବାଦ ତେଜିଥିଲା। ମାନ୍ୟତାରେ ହ୍ରାସ ଘଟିବା ପରେ କର୍ତ୍ତୃପକ୍ଷ ପୁନଃଯାଞ୍ଚ ଲାଗି ଆବେଦନ କରିଥିଲେ। ତଦନୁଯାୟୀ ନାକ୍‌‌ର ପ୍ରତିନିଧି ମଣ୍ଡଳୀ ୨୮ ତାରିଖ ପର୍ଯ୍ୟନ୍ତ ପୁଣି ଥରେ କ୍ୟାମ୍ପସ୍‌‌ ପରିଦର୍ଶନରେ […]

ଭୁବନେଶ୍ୱର: ଆଜିଠୁ ପୁଣି ଯାଞ୍ଚ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍‌‌ ମାନ୍ୟତା। ନାକ୍‌‌ ଟିମ୍‌‌ ତିନିଦିନିଆ ଗସ୍ତକରି ବିଶ୍ୱବିଦ୍ୟାଳୟର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବେ। ଗତ ଏପ୍ରିଲ ମାସରେ ନାକ୍‌‌ ଟିମ୍‌‌ ଗସ୍ତ ଓ ମୂଲ୍ୟାୟନରେ ବିଶ୍ୱବିଦ୍ୟାଳୟରେ ନାକ୍‌‌ ମାନ ହ୍ରାସ ଘଟିବା ପରେ ଏହାକୁ ନେଇ ବିବାଦ ତେଜିଥିଲା। ମାନ୍ୟତାରେ ହ୍ରାସ ଘଟିବା ପରେ କର୍ତ୍ତୃପକ୍ଷ ପୁନଃଯାଞ୍ଚ ଲାଗି ଆବେଦନ କରିଥିଲେ। ତଦନୁଯାୟୀ ନାକ୍‌‌ର ପ୍ରତିନିଧି ମଣ୍ଡଳୀ ୨୮ ତାରିଖ ପର୍ଯ୍ୟନ୍ତ ପୁଣି ଥରେ କ୍ୟାମ୍ପସ୍‌‌ ପରିଦର୍ଶନରେ ଆସିବେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଉତ୍କଳ ବିଶ୍ୱବିଦ୍ୟାଳୟ ଶୈକ୍ଷିକ ମାନ ଯାଞ୍ଚ କରିବାକୁ ପୁଣିଥରେ ନ୍ୟାସନାଲ ଆସେସ୍‌‌ମେଣ୍ଟ ଆଣ୍ଡ ଆକ୍ରିଡେସନ୍‌‌ କାଉନସିଲ୍‌‌(ନାକ୍‌‌)ର ପ୍ରତିନିଧି ଦଳ ଶୁକ୍ରବାରଠୁ କ୍ୟାମ୍ପସ ଆସିବେ। ପ୍ରଥମ ଦିନରେ ନାକ୍‌‌ ଟିମ ବିଭିନ୍ନ ବିଭାଗ ବୁଲି ପାଠପଢ଼଼ା ଏବଂ ଶିକ୍ଷାଦାନର ମାନ ଯାଞ୍ଚ କରିବେ। ଦ୍ୱିତୀୟ ଦିନରେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଯାଞ୍ଚ ହେବାକୁ ଥିବାବେଳେ ତୃତୀୟ ଦିନ ନାକ୍‌‌ ଟିମ ବିଭିନ୍ନ ହଷ୍ଟେଲ ପରିଦର୍ଶନ କରିବେ। ୩ ଦିନ ଧରି ଏହି ପ୍ରତିନିଧି ଦଳର ସଦସ୍ୟମାନେ କ୍ୟାମ୍ପସର ଭିତ୍ତିଭୂମି, ଶିକ୍ଷାଦାନର ମାନ ସମେତ ଗବେଷଣା ବିଷୟ ଉପରେ ପୁନଃମୂଲ୍ୟାୟନ କରିବେ। ଗତ ଏପ୍ରିଲ ମାସରେ ଆସିଥିବା ପ୍ରତିନିଧି ଦଳ ଯେଉଁ ରିପୋର୍ଟ ଦେଇଥିଲା ତାହାକୁ ସମୀକ୍ଷା କରିବେ। ସେମାନେ ଯେଉଁ ରିପୋର୍ଟ ଦେବେ ତାହାରି ଆଧାରରେ ବିଶ୍ୱବିଦ୍ୟାଳୟକୁ ନାକ୍‌‌ ଗ୍ରେଡ୍‌‌ ମିଳିବ। ତେବେ ନାକ୍‌‌ ଟିମ୍‌‌ ଆସିବା ପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ପ୍ରସ୍ତୁତିକୁ ଜୋର୍‌‌ଦାର କରିଛନ୍ତି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଏକାଧିକ କମିଟି ଏବେ ପୂର୍ବ ତଥ୍ୟଗୁଡ଼ିକୁ ଯାଞ୍ଚ କରିବା ସହ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନେଇଛନ୍ତି। ୫ ମାସ ପରେ ନାକ ଟିମ୍‌‌ ଆସୁଥିବାରୁ ଯେଉଁ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ପଛରେ ପଡ଼ିଥିଲା ସେଥିରେ ସୁଧାର ଅଣାଯାଇଛି। କ୍ୟାମ୍ପସ୍‌‌ ଭିତରେ ଥିବା ସେଣ୍ଟ୍ରାଲ କ୍ୟାଣ୍ଟିନ୍‌‌କୁ କାର୍ଯ୍ୟକ୍ଷମ କରାଯାଇଛି। ଗୋଟିଏ ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିବାକୁ ଏହି ପୁରାତନ କ୍ୟାଣ୍ଟିନ୍‌‌ର ନବୀକରଣ କରାଯାଇଛି। ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସୋମବାର ଅପରାହ୍ଣରେ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ୨୦୧୬ରେ ନାକ୍‌‌ ଗସ୍ତ ସମୟରେ ଶିକ୍ଷାନୁଷ୍ଠାନକୁ ‘ଏ+’ ଗ୍ରେଡ୍‌‌ ମାନ୍ୟତା ମିଳିଥିବାରୁ ଏଥର ପୁନଃମୂଲ୍ୟାୟନ ସମୟରେ ସମାନ ଗ୍ରେଡ୍‌‌ ବଜାୟ ରଖିବା ଲାଗି ଉଦ୍ୟମ ହୋଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର