ଭୁବନେଶ୍ୱରରେ ପହଞ୍ଚି ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଗସ୍ତରେ ରାଷ୍ଟ୍ରପତି

The Sakala Picture
Published On

ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ ମହାମହିମ । ଗୁରୁବାର ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡିଶା ଗସ୍ତ । ବିମାନ ବନ୍ଦରରେ ମହାମହିମଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବଙ୍କ ସହ ପୁଲିସ ଡିଜି ମଧ୍ୟ […]

ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ ମହାମହିମ । ଗୁରୁବାର ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡିଶା ଗସ୍ତ । ବିମାନ ବନ୍ଦରରେ ମହାମହିମଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବଙ୍କ ସହ ପୁଲିସ ଡିଜି ମଧ୍ୟ ଉପସ୍ଥିତ ରହିଛନ୍ତି । ଏୟାରପୋର୍ଟ ପରିସରରେ ରାଷ୍ଟ୍ରପତିଙ୍କୁ  ଗାର୍ଡ ଅଫ ଅନର ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଡିଏପି ଏବଂ ୟୁରିଆ ବଦଳରେ କମ୍ପ୍ଲେକ୍ସ ସାର ଓ ଆମୋନିୟମ ସଲଫେଟ୍ ବ୍ୟବହାର ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ

ଏହା ପରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଗସ୍ତ କରିଛନ୍ତି ରାଷ୍ଟ୍ରପତି।  ପୁରୀରେ ଜିଲ୍ଲାପାଳ ସମର୍ଥ ବର୍ମା, ମନ୍ଦିର ଦର୍ଶନ ସମୟରେ ଗଜପତି ମହାରାଜ ଦିବ୍ୟସିଂହଦେବ ଏବଂ ଶ୍ରୀମନ୍ଦିର ପ୍ରଶାସକ ଭି ଭି ଯାଦବ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ। ଶ୍ରୀଜୀଉଙ୍କ ଦର୍ଶନ ପରେ ରାଷ୍ଟ୍ରପତି ପୁରୀସ୍ଥିତ ରାଜଭବନରେ ମଧ୍ୟାହ୍ନଭୋଜନରେ ମହାପ୍ରସାଦ ଗ୍ରହଣ କରି ପୁନଶ୍ଚ ବିମାନ ଯୋଗେ ଭୁବନେଶ୍ୱର ଫେରିବେ। ଅପରାହ୍ନ ୩ଟା ୧୫ ମିନିଟ୍‍ରୁ ୪ଟା ୧୫ ମିନିଟ୍‍ ଯାଏଁ ରାଜଧାନୀରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହା ପରେ ପୁନଶ୍ଚ ରାଜଧାନୀସ୍ଥିତ ରାଜଭବନ ଗସ୍ତ କରି କେତେକ ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରିବେ।  ରାତ୍ର ୮ଟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ନୈଶ୍ୟ ଭୋଜିରେ ଅଂଶଗ୍ରହଣ କରିବେ।

ଆହୁରି ପଢ଼ନ୍ତୁ: ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍‌ଗୁଡ଼ିକର ଆର୍ଥିକ କ୍ଷମତାକୁ ବୃଦ୍ଧି କଲେ ରାଜ୍ୟ ସରକାର

ପରଦିନ ଅର୍ଥାତ ଶୁକ୍ରବାର ମହାମହିମ ସ୍ଥାନୀୟ ଖଣ୍ଡଗିରିସ୍ଥିତ ତପୋବନ ହାଇସ୍କୁଲ, ସେ ଶିକ୍ଷାଲାଭ କରିଥିବା ୟୁନିଟ୍‍ ୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କୁନ୍ତଳା କୁମାରୀ ସାବତ ଆଦିବାସୀ ବାଳିକା ଛାତ୍ରୀନିବାସ ପରିଦର୍ଶନ କରିବେ। ସକାଳ ୯ଟାରୁ ୧୦ଟା ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ପରେ ବିଶ୍ରାମ ପାଇଁ ପୁନଶ୍ଚ ରାଜଭବନ ଗସ୍ତ କରିବେ। ସେଠାରେ କିଛି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମହାମହିମ ଭେଟିବେ। ସେହିପରି ଏଆଇସିଟିଇ ଇଂଜିନିୟରିଂ ଓଡ଼ିଆ ବହି, ଇ-କୁମ୍ଭ ପୋର୍ଟାଲ ଏବଂ ସିଏସଟିଟି ଦ୍ୱାରା କରାଯାଇଥିବା ଓଡ଼ିଆ ଭାଷାରେ ଗ୍ଲସରୀକୁ ଲୋକାର୍ପଣ କରିବେ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ଜମିବାଡ଼ି ବିବାଦର କରୁଣ ପରିଣତି: ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା, ୨ ଗିରଫ

10 Nov 2022 By The Sakala

ଭୁବନେଶ୍ୱରରେ ପହଞ୍ଚି ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଗସ୍ତରେ ରାଷ୍ଟ୍ରପତି

ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ ମହାମହିମ । ଗୁରୁବାର ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡିଶା ଗସ୍ତ । ବିମାନ ବନ୍ଦରରେ ମହାମହିମଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବଙ୍କ ସହ ପୁଲିସ ଡିଜି ମଧ୍ୟ ଉପସ୍ଥିତ ରହିଛନ୍ତି । ଏୟାରପୋର୍ଟ ପରିସରରେ ରାଷ୍ଟ୍ରପତିଙ୍କୁ  ଗାର୍ଡ ଅଫ ଅନର ଦିଆଯାଇଛି।

ଏହା ପରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଗସ୍ତ କରିଛନ୍ତି ରାଷ୍ଟ୍ରପତି।  ପୁରୀରେ ଜିଲ୍ଲାପାଳ ସମର୍ଥ ବର୍ମା, ମନ୍ଦିର ଦର୍ଶନ ସମୟରେ ଗଜପତି ମହାରାଜ ଦିବ୍ୟସିଂହଦେବ ଏବଂ ଶ୍ରୀମନ୍ଦିର ପ୍ରଶାସକ ଭି ଭି ଯାଦବ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ। ଶ୍ରୀଜୀଉଙ୍କ ଦର୍ଶନ ପରେ ରାଷ୍ଟ୍ରପତି ପୁରୀସ୍ଥିତ ରାଜଭବନରେ ମଧ୍ୟାହ୍ନଭୋଜନରେ ମହାପ୍ରସାଦ ଗ୍ରହଣ କରି ପୁନଶ୍ଚ ବିମାନ ଯୋଗେ ଭୁବନେଶ୍ୱର ଫେରିବେ। ଅପରାହ୍ନ ୩ଟା ୧୫ ମିନିଟ୍‍ରୁ ୪ଟା ୧୫ ମିନିଟ୍‍ ଯାଏଁ ରାଜଧାନୀରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହା ପରେ ପୁନଶ୍ଚ ରାଜଧାନୀସ୍ଥିତ ରାଜଭବନ ଗସ୍ତ କରି କେତେକ ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରିବେ।  ରାତ୍ର ୮ଟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ନୈଶ୍ୟ ଭୋଜିରେ ଅଂଶଗ୍ରହଣ କରିବେ।

ପରଦିନ ଅର୍ଥାତ ଶୁକ୍ରବାର ମହାମହିମ ସ୍ଥାନୀୟ ଖଣ୍ଡଗିରିସ୍ଥିତ ତପୋବନ ହାଇସ୍କୁଲ, ସେ ଶିକ୍ଷାଲାଭ କରିଥିବା ୟୁନିଟ୍‍ ୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କୁନ୍ତଳା କୁମାରୀ ସାବତ ଆଦିବାସୀ ବାଳିକା ଛାତ୍ରୀନିବାସ ପରିଦର୍ଶନ କରିବେ। ସକାଳ ୯ଟାରୁ ୧୦ଟା ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ପରେ ବିଶ୍ରାମ ପାଇଁ ପୁନଶ୍ଚ ରାଜଭବନ ଗସ୍ତ କରିବେ। ସେଠାରେ କିଛି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମହାମହିମ ଭେଟିବେ। ସେହିପରି ଏଆଇସିଟିଇ ଇଂଜିନିୟରିଂ ଓଡ଼ିଆ ବହି, ଇ-କୁମ୍ଭ ପୋର୍ଟାଲ ଏବଂ ସିଏସଟିଟି ଦ୍ୱାରା କରାଯାଇଥିବା ଓଡ଼ିଆ ଭାଷାରେ ଗ୍ଲସରୀକୁ ଲୋକାର୍ପଣ କରିବେ ବୋଲି ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର