ଚେହେରା ବିଗିଡିଥିଲା ମନ ନୁହେଁ : ପ୍ରମୋଦିନୀଙ୍କୁ ଜନ୍ମ ଜନ୍ମର ସାଥୀ କଲେ ସରୋଜ

The Sakala Picture
Published On

ଭୁବନେଶ୍ବର : ଆଜି ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ଦୁଇ ପ୍ରେମ ପକ୍ଷୀ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କନକପୁରର ଏସିଡ୍‌ ପୀଡିତା ପ୍ରମୋଦିନୀ ଆଜି ତାଙ୍କ ପ୍ରେମିକ ସରୋଜଙ୍କୁ ଜୀବନସାଥୀ କରିଛନ୍ତି। ଦୁଇ ପ୍ରେମ ପକ୍ଷୀ ପ୍ରମୋଦିନୀ ଓ ସରୋଜଙ୍କ ବାହାଘର କେବଳ ଏକ ବିବାହ ନୁହେଁ ଏହା ସମାଜ ପାଇଁ ଏକ ନିଆରା ଭଲ ପାଇବା ଉଦାହରଣ ମଧ୍ୟ। ଆଜି ବିବାହ ପରେ ଆଉ ଟିକେ ବିବିଡ ହୋଇଛି ପ୍ରମୋଦିନୀ ଓ ସରୋଜଙ୍କ ପ୍ରେମ ସମ୍ପର୍କ। ଦିନେ […]

ଭୁବନେଶ୍ବର : ଆଜି ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ଦୁଇ ପ୍ରେମ ପକ୍ଷୀ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କନକପୁରର ଏସିଡ୍‌ ପୀଡିତା ପ୍ରମୋଦିନୀ ଆଜି ତାଙ୍କ ପ୍ରେମିକ ସରୋଜଙ୍କୁ ଜୀବନସାଥୀ କରିଛନ୍ତି। ଦୁଇ ପ୍ରେମ ପକ୍ଷୀ ପ୍ରମୋଦିନୀ ଓ ସରୋଜଙ୍କ ବାହାଘର କେବଳ ଏକ ବିବାହ ନୁହେଁ ଏହା ସମାଜ ପାଇଁ ଏକ ନିଆରା ଭଲ ପାଇବା ଉଦାହରଣ ମଧ୍ୟ। ଆଜି ବିବାହ ପରେ ଆଉ ଟିକେ ବିବିଡ ହୋଇଛି ପ୍ରମୋଦିନୀ ଓ ସରୋଜଙ୍କ ପ୍ରେମ ସମ୍ପର୍କ। ଦିନେ ଏସିଡ୍‌ ପୀଡିତା ପ୍ରେମୋଦିନୀଙ୍କୁ ସରୋଜ ବିନା ସ୍ବାର୍ଥରେ ସହାୟତାରେ ହାତ ବଢାଇଥିଲେ। ଚିକିତ୍ସାଠାରୁ ଆରମ୍ଭ କରି ଆର୍ଥିକ କ୍ଷେତ୍ରରେ ମଧ୍ୟ ସହଯୋଗ କରିଥିଲେ। ଉଭୟ ଭଲ ବନ୍ଧୁରୁ ପରସ୍ପର କେତେବେଳେ ପ୍ରେମରେ ପଡିଗଲେ ତାହା ଜାଣିପାରିଲେ ନାହିଁ।

ଆହୁରି ପଢ଼ନ୍ତୁ: ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୧୦,୩୭୨ ସ୍ନାତକ (UG) ସିଟ୍ ବୃଦ୍ଧି କଲେ ସରକାର

ଆହୁରି ପଢ଼ନ୍ତୁ: ରାୟଗଡ଼ା ଭିଡ଼ ହିଂସା ଓ ବର୍ବରତା: ଏନ୍‌ଜିଓ କର୍ମୀଙ୍କୁ ମାଡ଼ ଘଟଣାରେ ଆଉ ୪ଜଣଙ୍କୁ ବାନ୍ଧିଲା ପୋଲିସ, ଗିରଫ ସଂଖ୍ୟା ୨୦କୁ ବୃଦ୍ଧି

୨୦୦୯ରେ ଏସିଡ୍‌ ଆକ୍ରମଣର ଶୀକାର ହୋଇ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ  ପ୍ରମୋଦିନୀ। ୨୦୦୯ ରୁ ୨୦୧୪ ୫ ବର୍ଷ ଧରି କୋମାରେ ରହିଥିଲେ ପ୍ରମୋଦିନୀ। କଟକରେ ଚିକିତ୍ସା ଚାଲିଥିବା ବେଳେ ୨୦୧୪ ଏପ୍ରିଲ ୮ ତାରିଖରେ ପ୍ରମୋଦିନୀ ଓ ସରୋଜଙ୍କର ସାକ୍ଷାତ ହୋଇଥିଲା । ଏହାପରେ ପ୍ରମୋଦିନୀ ନ୍ୟାୟ ପାଇବା ପାଇଁ ତାଙ୍କ ସଂଗ୍ରାମରେ ସରୋଜ ସାମିଲ ହୋଇଥିଲା । ନ୍ୟାୟ ପାଇଁ ସଂଗ୍ରାମ ଭିତରେ ପ୍ରମୋଦିନୀଙ୍କୁ ଜୀବନ ସାଥି କରି ସବୁ ସମୟରେ ତାଙ୍କ ସୁଖ ଦୁଃଖରେ ସାମିଲ ହେବାପାଇଁ ସରୋଜ ନିର୍ଣ୍ଣୟ ନେଇଥିଲେ।

ଆହୁରି ପଢ଼ନ୍ତୁ: ପୁରୀର ଐତିହାସିକ ଅଠରନଳା ଉପରେ ମାଂସ ରନ୍ଧା ଓ ଭୋଜିଭାତ: ଐତିହ୍ୟସ୍ଥଳୀର ଅବମାନନାକୁ ନେଇ ତୀବ୍ର ଅସନ୍ତୋଷ

୨୦୧୬ ମସିହା ଜାନୁଆରୀ ୧୪ ତାରିଖରେ ସରୋଜ ପ୍ରମୋଦିନୀଙ୍କୁ ଜୀବନ ସାଥି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ପ୍ରଥମେ ପ୍ରମୋଦିନୀ ଅମଙ୍ଗ ହୋଇଥିଲେ ମଧ୍ୟ ପରେ ସରୋଜ କଥାରେ ରାଜି ହୋଇଥିଲେ। ସରୋଜି ବି ନିଜ ପରିବାରଲୋକଙ୍କୁ ଏଥିପାଇଁ ରାଜି କରାଇଥିଲେ। ଏହାପରେ ୨୦୧୮ ଫେବୃଆରୀ ୧୪ ଭାଲେଣ୍ଟାଇନ୍‌ ଡେ ‘ ରେ ପ୍ରମୋଦିନୀ ଏବଂ ସରୋଜଙ୍କ ମଧ୍ୟରେ ଲକ୍ଷ୍ନୌର ଶିରୋଜ କାଫେରେ ଏକ ସମାରୋହରେ ନିର୍ବନ୍ଧ ହୋଇଥିଲା। ଏହି ସମୟରେ ସରୋଜ ପ୍ରମୋଦିନୀଙ୍କ ସହିତ କୋର୍ଟରେ ବିବାହ କରିଥିଲେ। କିନ୍ତୁ ବିବାହକୁ ସାମାଜିକ ସିକୃତି ଦେବା ପାଇଁ ଉଭୟଙ୍କ ମଧ୍ୟରେ ଆଜି ସମ୍ପୁର୍ଣ୍ଣ ବୌଦିକରୀତିନୀତିରେ ବିବାହ ଅନୁଷ୍ଠିତ ହେଉଛି।

ଏହି ବିବାହକୁ ସାମାଜିକ ମାନ୍ୟତା ଦେବା ଲାଗି ସାମାଜିକ କର୍ମୀ ଶୁଭଶ୍ରୀ ଦାସଙ୍କ ଉଦ୍ୟମରେ ବୈବାହିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆଜି ଜଗତସିଂପୁରରେ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହେବ ଏବଂ କାଲି ଅର୍ଥାତ ମାର୍ଚ୍ଚ ୨ ତାରିଖରେ  ଭୁବନେଶ୍ଵରରେ ବିବାହ ଭୋଜି ଅନୁଷ୍ଠିତ ହେବ। ଏହି ବିବାହରେ ଭୁବନେଶ୍ଵରରେ ରହୁଥିବା ସେଲିବ୍ରିଟିମାନେ ପ୍ରମୋଦିନୀ ଏବଂ ସରୋଜଙ୍କୁ ଆଶୀର୍ବାଦ ଦେବାକୁ ଉତ୍ସବରେ ସାମିଲ ହେବେ। ଉଭୟଙ୍କ ବିବାହ ପାଇଁ ନିମନ୍ତ୍ରଣ ପତ୍ର ମଧ୍ୟ ବଣ୍ଟନ କରାଯାଉଛି। ଉଭୟଙ୍କ ବିବାହ ଆୟୋଜନ ଏ​‌ବେ ଚର୍ଚ୍ଚାରେ ଥିବାବେଳେ ସରୋଜଙ୍କ ସାହସିକ ପଦକ୍ଷେପକୁ ଭୂରି ଭୂରି ପ୍ରଶଂସା କରାଯାଉଛି। ଏହି ବିବାହରେ ଦୁଇ ପକ୍ଷର ପରିବାର ଲୋକେ ଉପସ୍ଥିତ ରହିବେ। ପ୍ରମୋଦିନୀ ଯେତେବେଳେ ଛୋଟ ଥିଲେ ସେବେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିଲା। କୁହାଯାଉଛି ଯେ, ଏସିଡ୍‌ ଆକ୍ରମଣ ପୀଡ଼ିତା ହୋଇଥିବାରୁ ତାଙ୍କୁ ପରିବାରରୁ ଯେତିକି ସମର୍ଥନ ମିଳିବା ଦରକାର ତାହା ମିଳି ନାହିଁ। ଏପରି ସ୍ଥିତିରେ ସରୋଜ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି।

ସୂଚନାଯୋଗ୍ୟ ଜଗତସିଂହପୁର ଜିଲାରେ ପ୍ରମୋଦିନୀ ଓରଫ ରାନୀଙ୍କ ୨୦୦୯ ମସିହାରେ ଯୁକ୍ତ ଦୁଇରେ ପାଠ ପଢୁଥିଲେ । ଏହି ସମୟରେ ତାଙ୍କୁ ତାଙ୍କ  ପଡ଼ୋଶୀ ଜଣେ ଯୁବକ ପ୍ରେମ ନିବେଦନ କରିଥିଲେ। କିନ୍ତୁ ପ୍ରମୋଦିନୀ ତାଙ୍କ ପ୍ରେମ ନିବେଦନକୁ ପତ୍ୟାଖାନ କରିଦେଇଥିଲେ। ଆଉ ଏହାପରେ ପ୍ରେମ ନିବେଦନ କରି ବିଫଳ ହେବା ସେହି ଯୁବକ ଜଣଙ୍କ ପ୍ରମୋଦିନୀଙ୍କ ମୁହଁରେ ଏସିଡ୍‌ ପକାଇ ଦେଇଥିଲେ। କଟକରେ ଚିକିତ୍ସା ସମୟରେ ପ୍ରମୋଦିନୀଙ୍କ ଦେଖାଶୁଣା କରୁଥିଲେ ସରୋଜ। ବିନା ସାହାରାରେ ପ୍ରମୋଦିନୀ ଦୁଇ ପାଦ ଚାଲିବା କଷ୍ଟକର ଥିଲା। ଏଭଳି ପରିସ୍ଥିତିରେ ସରୋଜ ତାଙ୍କ ଅନ୍ଧକାରମୟ ଜୀବନରେ ଆଲୋକ ଭରିଦେଇଥିଲେ। ଚିକିତ୍ସାଠାରୁ ଆରମ୍ଭ କରି ସମସ୍ତ ଦାୟିତ୍ଵ ତୁଲାଇଥିଲେ। ଏହି ସମୟ ଭିତରେ ସରୋଜ ତାଙ୍କୁ ଭଲପାଇ ବସିଥିଲେ। ପ୍ରମୋଦିନୀଙ୍କ ହୃଦୟରେ ବି ସରୋଜଙ୍କ ପାଇଁ ଭଲପାଇବା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟେ ଉଭୟଙ୍କୁ ନିଜର ମନକଥା ଜଣାଇଥିଲେ, ଯାହା ଆଜି ଅର୍ଥାତ  ମାର୍ଚ୍ଚ ୧ରେ ବିବାହର ରୂପ ନେଇଛି।

01 Mar 2021 By The Sakala

ଚେହେରା ବିଗିଡିଥିଲା ମନ ନୁହେଁ : ପ୍ରମୋଦିନୀଙ୍କୁ ଜନ୍ମ ଜନ୍ମର ସାଥୀ କଲେ ସରୋଜ

ଭୁବନେଶ୍ବର : ଆଜି ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ଦୁଇ ପ୍ରେମ ପକ୍ଷୀ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କନକପୁରର ଏସିଡ୍‌ ପୀଡିତା ପ୍ରମୋଦିନୀ ଆଜି ତାଙ୍କ ପ୍ରେମିକ ସରୋଜଙ୍କୁ ଜୀବନସାଥୀ କରିଛନ୍ତି। ଦୁଇ ପ୍ରେମ ପକ୍ଷୀ ପ୍ରମୋଦିନୀ ଓ ସରୋଜଙ୍କ ବାହାଘର କେବଳ ଏକ ବିବାହ ନୁହେଁ ଏହା ସମାଜ ପାଇଁ ଏକ ନିଆରା ଭଲ ପାଇବା ଉଦାହରଣ ମଧ୍ୟ। ଆଜି ବିବାହ ପରେ ଆଉ ଟିକେ ବିବିଡ ହୋଇଛି ପ୍ରମୋଦିନୀ ଓ ସରୋଜଙ୍କ ପ୍ରେମ ସମ୍ପର୍କ। ଦିନେ ଏସିଡ୍‌ ପୀଡିତା ପ୍ରେମୋଦିନୀଙ୍କୁ ସରୋଜ ବିନା ସ୍ବାର୍ଥରେ ସହାୟତାରେ ହାତ ବଢାଇଥିଲେ। ଚିକିତ୍ସାଠାରୁ ଆରମ୍ଭ କରି ଆର୍ଥିକ କ୍ଷେତ୍ରରେ ମଧ୍ୟ ସହଯୋଗ କରିଥିଲେ। ଉଭୟ ଭଲ ବନ୍ଧୁରୁ ପରସ୍ପର କେତେବେଳେ ପ୍ରେମରେ ପଡିଗଲେ ତାହା ଜାଣିପାରିଲେ ନାହିଁ।

୨୦୦୯ରେ ଏସିଡ୍‌ ଆକ୍ରମଣର ଶୀକାର ହୋଇ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ  ପ୍ରମୋଦିନୀ। ୨୦୦୯ ରୁ ୨୦୧୪ ୫ ବର୍ଷ ଧରି କୋମାରେ ରହିଥିଲେ ପ୍ରମୋଦିନୀ। କଟକରେ ଚିକିତ୍ସା ଚାଲିଥିବା ବେଳେ ୨୦୧୪ ଏପ୍ରିଲ ୮ ତାରିଖରେ ପ୍ରମୋଦିନୀ ଓ ସରୋଜଙ୍କର ସାକ୍ଷାତ ହୋଇଥିଲା । ଏହାପରେ ପ୍ରମୋଦିନୀ ନ୍ୟାୟ ପାଇବା ପାଇଁ ତାଙ୍କ ସଂଗ୍ରାମରେ ସରୋଜ ସାମିଲ ହୋଇଥିଲା । ନ୍ୟାୟ ପାଇଁ ସଂଗ୍ରାମ ଭିତରେ ପ୍ରମୋଦିନୀଙ୍କୁ ଜୀବନ ସାଥି କରି ସବୁ ସମୟରେ ତାଙ୍କ ସୁଖ ଦୁଃଖରେ ସାମିଲ ହେବାପାଇଁ ସରୋଜ ନିର୍ଣ୍ଣୟ ନେଇଥିଲେ।

୨୦୧୬ ମସିହା ଜାନୁଆରୀ ୧୪ ତାରିଖରେ ସରୋଜ ପ୍ରମୋଦିନୀଙ୍କୁ ଜୀବନ ସାଥି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ପ୍ରଥମେ ପ୍ରମୋଦିନୀ ଅମଙ୍ଗ ହୋଇଥିଲେ ମଧ୍ୟ ପରେ ସରୋଜ କଥାରେ ରାଜି ହୋଇଥିଲେ। ସରୋଜି ବି ନିଜ ପରିବାରଲୋକଙ୍କୁ ଏଥିପାଇଁ ରାଜି କରାଇଥିଲେ। ଏହାପରେ ୨୦୧୮ ଫେବୃଆରୀ ୧୪ ଭାଲେଣ୍ଟାଇନ୍‌ ଡେ ‘ ରେ ପ୍ରମୋଦିନୀ ଏବଂ ସରୋଜଙ୍କ ମଧ୍ୟରେ ଲକ୍ଷ୍ନୌର ଶିରୋଜ କାଫେରେ ଏକ ସମାରୋହରେ ନିର୍ବନ୍ଧ ହୋଇଥିଲା। ଏହି ସମୟରେ ସରୋଜ ପ୍ରମୋଦିନୀଙ୍କ ସହିତ କୋର୍ଟରେ ବିବାହ କରିଥିଲେ। କିନ୍ତୁ ବିବାହକୁ ସାମାଜିକ ସିକୃତି ଦେବା ପାଇଁ ଉଭୟଙ୍କ ମଧ୍ୟରେ ଆଜି ସମ୍ପୁର୍ଣ୍ଣ ବୌଦିକରୀତିନୀତିରେ ବିବାହ ଅନୁଷ୍ଠିତ ହେଉଛି।

ଏହି ବିବାହକୁ ସାମାଜିକ ମାନ୍ୟତା ଦେବା ଲାଗି ସାମାଜିକ କର୍ମୀ ଶୁଭଶ୍ରୀ ଦାସଙ୍କ ଉଦ୍ୟମରେ ବୈବାହିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆଜି ଜଗତସିଂପୁରରେ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହେବ ଏବଂ କାଲି ଅର୍ଥାତ ମାର୍ଚ୍ଚ ୨ ତାରିଖରେ  ଭୁବନେଶ୍ଵରରେ ବିବାହ ଭୋଜି ଅନୁଷ୍ଠିତ ହେବ। ଏହି ବିବାହରେ ଭୁବନେଶ୍ଵରରେ ରହୁଥିବା ସେଲିବ୍ରିଟିମାନେ ପ୍ରମୋଦିନୀ ଏବଂ ସରୋଜଙ୍କୁ ଆଶୀର୍ବାଦ ଦେବାକୁ ଉତ୍ସବରେ ସାମିଲ ହେବେ। ଉଭୟଙ୍କ ବିବାହ ପାଇଁ ନିମନ୍ତ୍ରଣ ପତ୍ର ମଧ୍ୟ ବଣ୍ଟନ କରାଯାଉଛି। ଉଭୟଙ୍କ ବିବାହ ଆୟୋଜନ ଏ​‌ବେ ଚର୍ଚ୍ଚାରେ ଥିବାବେଳେ ସରୋଜଙ୍କ ସାହସିକ ପଦକ୍ଷେପକୁ ଭୂରି ଭୂରି ପ୍ରଶଂସା କରାଯାଉଛି। ଏହି ବିବାହରେ ଦୁଇ ପକ୍ଷର ପରିବାର ଲୋକେ ଉପସ୍ଥିତ ରହିବେ। ପ୍ରମୋଦିନୀ ଯେତେବେଳେ ଛୋଟ ଥିଲେ ସେବେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିଲା। କୁହାଯାଉଛି ଯେ, ଏସିଡ୍‌ ଆକ୍ରମଣ ପୀଡ଼ିତା ହୋଇଥିବାରୁ ତାଙ୍କୁ ପରିବାରରୁ ଯେତିକି ସମର୍ଥନ ମିଳିବା ଦରକାର ତାହା ମିଳି ନାହିଁ। ଏପରି ସ୍ଥିତିରେ ସରୋଜ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି।

ସୂଚନାଯୋଗ୍ୟ ଜଗତସିଂହପୁର ଜିଲାରେ ପ୍ରମୋଦିନୀ ଓରଫ ରାନୀଙ୍କ ୨୦୦୯ ମସିହାରେ ଯୁକ୍ତ ଦୁଇରେ ପାଠ ପଢୁଥିଲେ । ଏହି ସମୟରେ ତାଙ୍କୁ ତାଙ୍କ  ପଡ଼ୋଶୀ ଜଣେ ଯୁବକ ପ୍ରେମ ନିବେଦନ କରିଥିଲେ। କିନ୍ତୁ ପ୍ରମୋଦିନୀ ତାଙ୍କ ପ୍ରେମ ନିବେଦନକୁ ପତ୍ୟାଖାନ କରିଦେଇଥିଲେ। ଆଉ ଏହାପରେ ପ୍ରେମ ନିବେଦନ କରି ବିଫଳ ହେବା ସେହି ଯୁବକ ଜଣଙ୍କ ପ୍ରମୋଦିନୀଙ୍କ ମୁହଁରେ ଏସିଡ୍‌ ପକାଇ ଦେଇଥିଲେ। କଟକରେ ଚିକିତ୍ସା ସମୟରେ ପ୍ରମୋଦିନୀଙ୍କ ଦେଖାଶୁଣା କରୁଥିଲେ ସରୋଜ। ବିନା ସାହାରାରେ ପ୍ରମୋଦିନୀ ଦୁଇ ପାଦ ଚାଲିବା କଷ୍ଟକର ଥିଲା। ଏଭଳି ପରିସ୍ଥିତିରେ ସରୋଜ ତାଙ୍କ ଅନ୍ଧକାରମୟ ଜୀବନରେ ଆଲୋକ ଭରିଦେଇଥିଲେ। ଚିକିତ୍ସାଠାରୁ ଆରମ୍ଭ କରି ସମସ୍ତ ଦାୟିତ୍ଵ ତୁଲାଇଥିଲେ। ଏହି ସମୟ ଭିତରେ ସରୋଜ ତାଙ୍କୁ ଭଲପାଇ ବସିଥିଲେ। ପ୍ରମୋଦିନୀଙ୍କ ହୃଦୟରେ ବି ସରୋଜଙ୍କ ପାଇଁ ଭଲପାଇବା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟେ ଉଭୟଙ୍କୁ ନିଜର ମନକଥା ଜଣାଇଥିଲେ, ଯାହା ଆଜି ଅର୍ଥାତ  ମାର୍ଚ୍ଚ ୧ରେ ବିବାହର ରୂପ ନେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର