ତାପଙ୍ଗରେ ସେଲ୍ପି ନେଉଥିବା ବେଳେ ଖଣି ଭିତରକୁ ଖସିପଡିଲେ ଯୁବତୀ, ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲେ ସାଥୀ ଯୁବକ

The Sakala Picture
Published On

ଖୋର୍ଦ୍ଧା : ସଦରଥାନା ଅନ୍ତର୍ଗତ ତାପଙ୍ଗ ଟାଙ୍ଗେଣୀ-୧ ପାହାଡ ଖଣିରେ କାଳହେଲା ସେଲ୍ଫିନେବା । ସେଲ୍ଫି ନେଉଥିବା ଯୁବତୀକୁ ପାଣିରୁ ବଞ୍ଚାଇବାକୁ ଯାଇ ଯୁବକ ଜଣକ ଖଣିରେ ବୁଡି ମୃତ୍ୟୁବରଣ କରିଛନ୍ତି । ମୃତକ ହେଲେ କଟକ ସିଡିଏ ସେକ୍ଟର-୧୩ ଅଞ୍ଚଳର ଆଶୁତୋଷ ବେହେରା (୨୧) । ଆଶୁତୋଷ ବନ୍ଧୁମାନଙ୍କ ସହ ଏଠାକୁ ଆସି ସେଲ୍ଫି ନେବାବେଳେ ଏଭଳି ଅଘଟଣ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସୂଚନା ଅନୁସାରେ, ଖୋର୍ଦ୍ଧା ୧୬ନମ୍ବର ଜାତୀୟ […]

ଖୋର୍ଦ୍ଧା : ସଦରଥାନା ଅନ୍ତର୍ଗତ ତାପଙ୍ଗ ଟାଙ୍ଗେଣୀ-୧ ପାହାଡ ଖଣିରେ କାଳହେଲା ସେଲ୍ଫିନେବା । ସେଲ୍ଫି ନେଉଥିବା ଯୁବତୀକୁ ପାଣିରୁ ବଞ୍ଚାଇବାକୁ ଯାଇ ଯୁବକ ଜଣକ ଖଣିରେ ବୁଡି ମୃତ୍ୟୁବରଣ କରିଛନ୍ତି । ମୃତକ ହେଲେ କଟକ ସିଡିଏ ସେକ୍ଟର-୧୩ ଅଞ୍ଚଳର ଆଶୁତୋଷ ବେହେରା (୨୧) । ଆଶୁତୋଷ ବନ୍ଧୁମାନଙ୍କ ସହ ଏଠାକୁ ଆସି ସେଲ୍ଫି ନେବାବେଳେ ଏଭଳି ଅଘଟଣ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ଆହୁରି ପଢ଼ନ୍ତୁ: Union Budget 2026: ଶସ୍ତା ହେବ ୧୭ କର୍କଟ ଔଷଧ, ଦେଶରେ ଖୋଲିବ ଆଉ ୩ ନୂଆ ଏମ୍‌ସ

ସୂଚନା ଅନୁସାରେ, ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥ ନିଜଗଡ ତାପଙ୍ଗ ଅଞ୍ଚଳରେ ଥିବା ଏହି ପାହାଡରେ ସୃଷ୍ଟି ହୋଇଥିବା କୃତିମ ହ୍ରଦର ନୀଳ ଜଳରାଶି ତଥା ମନୋରମ ପ୍ରାକୃତିକ ଦୃଶ୍ୟ ସମ୍ପର୍କରେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ପାହଡ ଚାରିପଟୁ ପଥର କଟାଯିବା ଫଳରେ ଚାରିଆଡେ ତଳ ନିମ୍ନ ଅଂଶରେ ପ୍ରାୟ ଅଢେଇ ଶହଫୁଟରୁ ଉର୍ଦ୍ଧ୍ବ ଘାଇ ସୃଷ୍ଟି ହୋଇଛି । ଲଘୁଚାପ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ଘାଇ ଜଳପୂର୍ଣ୍ଣ ହୋଇ କୃତିମ ହ୍ରଦର ଭ୍ରମ ସୃଷ୍ଟି କରୁଛି । ପଥର ଚାରିପଟେ ସିଉଳି ଲଟା, ଅନାବନା ଗଛଲତା ମାଡି ଜଳରାଶୀରେ ପଡି ନୀଳବର୍ଣ୍ଣ ଦେଖାଯାଉଛି । ଏଠାରେ ସକାଳର ସୂର୍ଯ୍ୟକୀରଣ ପଡିବା ପରେ ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗଣିତ କରୁଛି । ଏହି ନୀଳ ଜଳରାଶୀ ଏବଂ ଚାରିପଟେ ପାହାଡର ଦୃଶ୍ୟ ଏହାର ପରିବେଶକୁ ଅତି ଆକର୍ଷଣୀୟ କରୁଛି । ଫଳରେ ଏହାର ପ୍ରାକୃତିକ ବାତାବରଣ ଯୁବପିଢିଙ୍କୁ ଆକୃଷ୍ଟ କରୁଛି । ଏହାର ମନୋରମ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯୁବପିଢିଙ୍କ ସୁଅ ଛୁଟିଛି । ସକାଳ ସମୟରେ ସୂର୍ଯ୍ୟଙ୍କ ପ୍ରଥମ କୀରଣ ଏବଂ ସୂର୍ଯ୍ୟାସ୍ତ ଦୃଶ୍ୟ ଲୋକଙ୍କୁ ଆକୃଷ୍ଟ କରୁଛି । ତେବେ ନୀଳଜଳରାଶୀର ମଜା ଏବଂ ଘାଇର ଗଭୀରତାକୁ ନଜାଣି ସେଲ୍ଫି ନେବାରେ ମସଗୁଲ ହୋଇ ବିପଦକୁ ଟାଣି ଆଣୁଛନ୍ତି । ବିଗତ ଦିନରେ ଏଠାକୁ ଆସିବା ଲାଗି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା । ପାହାଡ ଖଣି ବିପଦ ସଙ୍କୁଳ ରହିଥିବାରୁ ଏଠାରେ ସେଲ୍ଫି ନେବା ଉପରେ କଟକଣା କରିଥିଲା ଜିଲ୍ଲା ପ୍ରଶାସନ । କେବଳ କଟକଣା କରି ପ୍ରଶାସନ ବସିଥିବାବେଳେ ଏଠାକୁ ଆସୁଥିବା ଯୁବଗୋଷ୍ଠିଙ୍କୁ ଅଟକାଇବାକୁ କେହି ଉଦ୍ୟମ କରୁନଥିବା ଅଭିଯୋଗ ହେଉଛି ।

ଆହୁରି ପଢ଼ନ୍ତୁ: ଯାଜପୁରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମା' ବିରଜାଙ୍କ ଦର୍ଶନ କରିବା ସହ ନାଭିଗୟାରେ ପିଣ୍ଡଦାନ କରିବେ ରାଷ୍ଟ୍ରପତି

ତେବେ ପାହାଡର ସୌନ୍ଦର୍ଯ୍ୟ ଦେଖିବାକୁ ଆଶୁତୋଷଙ୍କ ସମେତ ୩ଜଣ ପୁରୁଷ ଓ ୩ଜଣ ଯୁବତୀ ତାପଙ୍ଗ ପଥର ଖଣି ଅଂଚଳକୁ ଆଜି ଅପରାହ୍ନରେ ଆସିଥିଲେ । ଏହି ସମୟରେ ଖଣି ମଧ୍ୟରେ ସେଲ୍ଫି ନେଉଥିବା ଯୁବତୀ ଜଣକ ଅସାବଧାନତାରୁ ପାଣିରେ ଖସିପଡିବାରୁ ଉଦ୍ଧାର ପାଇଁ ଆଶୁତୋଷ ଯାଇ ବୁଡ଼ିଯାଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି । ତେବେ ଯୁବକ ଓ ଯୁବତୀମାନେ କଲେଜ ଛାତ୍ରଛାତ୍ରୀ ହୋଇଥିବା ସୂଚନା ମିଳିଛି । ଖବର ପାଇ ପୁଲିସ, ଅଗ୍ନିସମ, ଓଡ୍ରାଫ ଟିମ ପହଁଚି ଯୁବକଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିବା ଜଣାଯାଇଛି ।

ଆହୁରି ପଢ଼ନ୍ତୁ: ଶୌଚ ହେବାକୁ ଯାଉଥିବା ବେଳେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ପୋଷାକ ଚିରି ଭିଡିଓ ଭାଇରାଲ କରିବାକୁ ଧମକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp