ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ, ଭାରତ-ନେଦରଲ୍ୟାଣ୍ଡ ମ୍ୟାଚ୍‌ ଦେଖିଲେ

The Sakala Picture
Published On

ଭୁବନେଶ୍ୱର: ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଆଜି ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିଦର୍ଶନ କରି ପୁରୁଷ FIH ପ୍ରୋ ଲିଗ୍ ଭାରତ ବନାମ ନେଦରଲ୍ୟାଣ୍ଡ ମ୍ୟାଚ୍ ଦେଖିଥିଲେ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ପାଖରେ ପାଇ ଦର୍ଶକ ବେଶ ଉତ୍ସାହିତ ହେବା ସହ ସେଲଫି ନେଇଥିଲେ। ଭାରତୀୟ ହକି ଖେଳାଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମ୍ୟାଚର ହାଫ-ଟଇମରେ ଅବସରରେ […]

ଭୁବନେଶ୍ୱର: ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଆଜି ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିଦର୍ଶନ କରି ପୁରୁଷ FIH ପ୍ରୋ ଲିଗ୍ ଭାରତ ବନାମ ନେଦରଲ୍ୟାଣ୍ଡ ମ୍ୟାଚ୍ ଦେଖିଥିଲେ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ପାଖରେ ପାଇ ଦର୍ଶକ ବେଶ ଉତ୍ସାହିତ ହେବା ସହ ସେଲଫି ନେଇଥିଲେ। ଭାରତୀୟ ହକି ଖେଳାଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ମ୍ୟାଚର ହାଫ-ଟଇମରେ ଅବସରରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି ଯେ, ସୁନ୍ଦରଗଡରେ ହକି ବହୁତ ଲୋକପ୍ରିୟ ଏବଂ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱକପ ପାଇଁ ରାଉରକେଲାରେ ବିଶ୍ୱର ସର୍ବବୃହତ ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଷ୍ଟାଡିୟମ ସୁନ୍ଦରଗଡ଼ର ହକିପ୍ରେମୀଙ୍କ ସମ୍ମାନର୍ଥେ ହୋଇଥିବା ବେଳେ ଏହା ରାଉରକେଲାକୁ ହକି କ୍ଷେତ୍ରରେ ଗ୍ଲୋବାଲ ହବ୍‌ ଭାବରେ ସ୍ଥାନିତ କରିଛି। ଏଠାକାର ଦର୍ଶକ ହକି ପାଇଁ ସର୍ବୋତ୍ତମ ପରିବେଶ ସୃଷ୍ଟି କରିଥାନ୍ତି ବୋଲି ୫-ଟି ଅଧ୍ୟକ୍ଷ ମତବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଭଲ ଖେଳୁଛି ଏବଂ ବହୁତ ସମ୍ଭାବନା ଦେଖାଇଛି। ସେହିଭଳି, ଆମେ ସମସ୍ତ କ୍ରୀଡ଼ା ବିଭାଗର କ୍ରୀଡ଼ା ପରିଚାଳନାରେ ଅଧିକ ବୃତ୍ତିଗତତା ଆଣିବା ଆବଶ୍ୟକ। କର୍ପୋରେଟରମାନଙ୍କୁ କ୍ରୀଡ଼ାରେ ବିନିଯୋଗ ଆରମ୍ଭ କରିବାକୁ ପଡିବ । ଫେଡେରେସନ୍ ଏବଂ ସରକାରଙ୍କ ସହ ଅଂଶୀଦାର ହେବାକୁ ପଡିବ। ଚାଲିଥିବା ପ୍ରୋ ଲିଗ୍ ପାଇଁ ସେ ସମସ୍ତ ଦଳ ପାଇଁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ଏବଂ ଆଶା କରିଛନ୍ତି ଯେ ସମସ୍ତେ ଓଡିଶାରୁ ଏକ ଭଲ ସ୍ମୃତି ନେଇ ଘରକୁ ଫେରିବେ।

ଆହୁରି ପଢ଼ନ୍ତୁ: ପୁଅକୁ ଡାକ୍ତର କରିବାକୁ ପଣ: ଋଣ ଶୁଝିବା ଯାଏଁ ଏସ୍‌ଏଚ୍‌ଜି ନିକଟରେ ବାର୍ଦ୍ଧକ୍ୟ କାର୍ଡ ବନ୍ଧକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର