ନବୀନଙ୍କ ମନ୍ତ୍ରୀମଣ୍ଡଳର ନବକଳେବର : ୫ ମହିଳାଙ୍କୁ ମିଳିଛି ସ୍ଥାନ

The Sakala Picture
Published On

ଭୁବନେଶ୍ବର : ନିଜ ପଞ୍ଚମ ପାଳିର ୩ୟ ବର୍ଷ ପୂରଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ରାଜ୍ୟ ମନ୍ତ୍ରୀମଣ୍ଡଳର ନବକଳେବର କରିବାକୁ ଯାଉଛନ୍ତି। ଏହି ମନ୍ତ୍ରିମଣ୍ଡଳ ପୂର୍ବର ସବୁ ମନ୍ତ୍ରିମଣ୍ଡଳଠାରୁ ଭିନ୍ନ ହେବ ଏବଂ ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନ ନିମନ୍ତେ ଦଳର ଆଭିମୁଖ୍ୟ ଏଥିରେ ପ୍ରତିଫଳିତ ହେବ। ଏଥିନିମନ୍ତେ ରାଜ୍ୟ ରାଜନୀତି ଇତିହାସରେ ପ୍ରଥମଥର ଭାବେ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ୨୦ଜଣ ମନ୍ତ୍ରୀ ଗତକାଲି ଏକସଙ୍ଗରେ ନିଜର ଇସ୍ତଫା ପ୍ରଦାନ କରିଥିବା […]

ଭୁବନେଶ୍ବର : ନିଜ ପଞ୍ଚମ ପାଳିର ୩ୟ ବର୍ଷ ପୂରଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ରାଜ୍ୟ ମନ୍ତ୍ରୀମଣ୍ଡଳର ନବକଳେବର କରିବାକୁ ଯାଉଛନ୍ତି। ଏହି ମନ୍ତ୍ରିମଣ୍ଡଳ ପୂର୍ବର ସବୁ ମନ୍ତ୍ରିମଣ୍ଡଳଠାରୁ ଭିନ୍ନ ହେବ ଏବଂ ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନ ନିମନ୍ତେ ଦଳର ଆଭିମୁଖ୍ୟ ଏଥିରେ ପ୍ରତିଫଳିତ ହେବ। ଏଥିନିମନ୍ତେ ରାଜ୍ୟ ରାଜନୀତି ଇତିହାସରେ ପ୍ରଥମଥର ଭାବେ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ୨୦ଜଣ ମନ୍ତ୍ରୀ ଗତକାଲି ଏକସଙ୍ଗରେ ନିଜର ଇସ୍ତଫା ପ୍ରଦାନ କରିଥିବା ବେଳେ ଆଜି ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ଚଳିତ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀମଣ୍ଡଳରେ ୨୧ ଜଣଙ୍କୁ ମନ୍ତ୍ରୀଙ୍କୁ ପଦ ମିଳିବ । ଏହା ଭିତରୁ ୧୩ ଜଣ କ୍ୟାବିନେଟ ମିନିଷ୍ଟର ଓ ୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ୱାଧୀନ ପାହ୍ୟା ମିଳିବ । କ୍ୟାବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ ହେବାକୁ ଥିବା ତାଲିକାରେ ଅନେକ ନୂଆ ପୁରୁଣା ମୁହଁ ଥିବା ବେଳେ ନୂଆ ଟିମରେ ବି ମହିଳାଙ୍କୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ଏରସମା ଶିଆଳି ବେଳାଭୂମି ନିକଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ନେଇଗଲେ ଦୁବୃର୍ତ୍ତ

ନୂଆ ମନ୍ତ୍ରିମଣ୍ଡଳରେ ୫ଜଣ ମହିଳାଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିବାକୁ ଥିବାବେଳେ ସେଥିରେ ୩ଜଣଙ୍କୁ କ୍ୟାବିନେଟ୍ ଓ ୨ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ। ରାଜନୀତିରେ ମହିଳାଙ୍କୁ ସର୍ବାଧିକ ଗୁରୁତ୍ବ ଦେଉଥିବା ନବୀନ ପଟ୍ଟନାୟକ ୨୧ ଜଣିଆ ମନ୍ତ୍ରୀମଣ୍ଡଳରେ ୫ ଜଣ ମହିଳାଙ୍କୁ ସ୍ଥାନ ଦେଇ ବିଜେଡି ମହିଳାଙ୍କୁ ଗୁରୁତ୍ବ ଦେଉଥିବା ଦର୍ଶାଇଛନ୍ତି। ନବୀନଙ୍କ ମନ୍ତ୍ରୀମଣ୍ଡଳରେ ପ୍ରମିଳା ମଲ୍ଲିକ, ଉଷା ଦେବୀ, ଟୁକୁନି ସାହୁ,ରୀତା ସାହୁ ଏବଂ ବାସନ୍ତୀ ହେମ୍ବ୍ରମଙ୍କ ନାଁ ରହିଛି। ତେବେ ଏମୋନଙ୍କ ମଧ୍ୟରୁ ପ୍ରମିଳା ମଲ୍ଲିକ, ଉଷା ଦେବୀ, ଟୁକୁନି ସାହୁଙ୍କୁ କ୍ୟାବିନେଟ୍ ପାହ୍ୟା ମିଳୁଥିବା ନେଇ ସମ୍ଭାବ୍ୟ ତାଲିକାରେ ନାଁ ଥିବା ବେଳେ ରାଷ୍ଟ୍ରମନ୍ତ୍ରୀ ଭାବେ ରୀତା ସାହୁ ଏବଂ ବାସନ୍ତୀ ହେମ୍ବ୍ରମଙ୍କ ନାଁ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବରଗଡ଼ର ପଞ୍ଚାୟତ ସମିତି ସଭ୍ୟଙ୍କ ମୃତ୍ୟୁ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର