ଆନ୍ଧ୍ର-ଓଡିଶା ସୀମାନ୍ତ କାଟ୍ରାଗଡ ଅଞ୍ଚଳରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୪ ହାତୀଙ୍କ ମୃତ୍ୟୁ !

The Sakala Picture
Published On

ଗୁଣୁପୁର: ସଙ୍କଟରେ ଗଜରାଜ । ବିଦ୍ୟୁତ୍‌ ଆଘାତରେ ଚାଲିଗଲା ୪ ହାତୀଙ୍କ ଜୀବନ । ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଶ୍ରୀକାକୁଲମ ଜିଲ୍ଲା କାଟ୍ରାଗଡ ନିକଟରେ ୪ଟି ହାତୀଙ୍କ ମୃତଦେହ ଠାବ ହୋଇଛି। ତେବେ ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବିଦ୍ୟତ୍ ଟ୍ରାନ୍ସଫର୍ମର ନିକଟରେ ହାତୀଙ୍କ ମୃତଦେହ ପଡ଼ିଥିବାରୁ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଓଡ଼ିଶାରୁ ୬ ଟିକିଆ ହାତୀପଲ ଆନ୍ଧ୍ର ସୀମା ପାର ହେଉଥିବା ବେଳେ ବିଦ୍ୟୁତ ଆଘାତରୁ ମୃତ୍ୟୁ ହୋଇଥିବା […]

ଗୁଣୁପୁର: ସଙ୍କଟରେ ଗଜରାଜ । ବିଦ୍ୟୁତ୍‌ ଆଘାତରେ ଚାଲିଗଲା ୪ ହାତୀଙ୍କ ଜୀବନ । ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଶ୍ରୀକାକୁଲମ ଜିଲ୍ଲା କାଟ୍ରାଗଡ ନିକଟରେ ୪ଟି ହାତୀଙ୍କ ମୃତଦେହ ଠାବ ହୋଇଛି। ତେବେ ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବିଦ୍ୟତ୍ ଟ୍ରାନ୍ସଫର୍ମର ନିକଟରେ ହାତୀଙ୍କ ମୃତଦେହ ପଡ଼ିଥିବାରୁ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଓଡ଼ିଶାରୁ ୬ ଟିକିଆ ହାତୀପଲ ଆନ୍ଧ୍ର ସୀମା ପାର ହେଉଥିବା ବେଳେ ବିଦ୍ୟୁତ ଆଘାତରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଗୁଣପୁର ପଦୁପୁର ନୁଆଗଡ଼ ଅଞ୍ଚଳରେ ଥିଲେ ହାତୀପଲ । କିଛି ମାସ ତଳେ ଆନ୍ଧ୍ର ମୁହାଁ ହୋଇଥିଲେ । ଆଉ ଦୁଇଟି ହାତୀ ଜୀବନ ବିକଳରେ ପାଖ ଜଙ୍ଗଲରେ ବୁଲୁଥିବା ଦେଖିବାକୁ ମିଳୁଛି । ଆନ୍ଧ୍ର ବନ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରୁଛନ୍ତି ଲୋକ ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଘଟଣାସ୍ଥଳରେ ଆନ୍ଧ୍ର ପୁଲିସ ଓ ବନ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି। ମୃତ ହାତୀଙ୍କ ମଧ୍ୟରେ ୨ଟି ମାଈ ହାତୀ, ୨ ଅଣ୍ଡିରା ହାତୀ ରହିଥିବାର ଜଣାପଡ଼ିଛି। ପ୍ରକୃତ ତଦନ୍ତ ପରେ ତମାମ ଘଟଣା ଉପରୁ ପରଦା ହଟିପାରିବ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର