ବନ୍ଦ ଘରୁ ଉଦ୍ଧାର ହେଲା ଗୋଟିଏ ପରିବାରର ୪ ଜଣଙ୍କ ଗଳିତ ଶବ, ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

The Sakala Picture
Published On

ବରଗଡ : ବନ୍ଦ ଘରୁ ଉଦ୍ଧାର ହେଲା ଗୋଟିଏ ପରିବାରର ୪ ଜଣଙ୍କ ଗଳିତ ଶବ। ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍‌ ଅନ୍ତର୍ଗତ ଜାଣ୍ଡୋଲ ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ୬ଟା ବେଳେ ଭେଡେନ ପୁଲିସ ନିକଟକୁ ଏକ ଫୋନ୍‌ କଲ୍‌ ଆସିଥିଲା କି ଜାଣ୍ଡୋଲ ଗ୍ରାମର ବନ୍ଧପଡ଼ା ୟୁପିସ୍କୁଲ୍ ପାଖରେ ଥିବା ଶେଷ ମେହେରଙ୍କ ଘର ଭିତରୁ ଦୁର୍ଗନ୍ଧ ବାହାରୁଚି। ସୂଚନା ପାଇ  ସଙ୍ଗେ ସଙ୍ଗେ […]

ବରଗଡ : ବନ୍ଦ ଘରୁ ଉଦ୍ଧାର ହେଲା ଗୋଟିଏ ପରିବାରର ୪ ଜଣଙ୍କ ଗଳିତ ଶବ। ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍‌ ଅନ୍ତର୍ଗତ ଜାଣ୍ଡୋଲ ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ୬ଟା ବେଳେ ଭେଡେନ ପୁଲିସ ନିକଟକୁ ଏକ ଫୋନ୍‌ କଲ୍‌ ଆସିଥିଲା କି ଜାଣ୍ଡୋଲ ଗ୍ରାମର ବନ୍ଧପଡ଼ା ୟୁପିସ୍କୁଲ୍ ପାଖରେ ଥିବା ଶେଷ ମେହେରଙ୍କ ଘର ଭିତରୁ ଦୁର୍ଗନ୍ଧ ବାହାରୁଚି। ସୂଚନା ପାଇ  ସଙ୍ଗେ ସଙ୍ଗେ ଥାନା ଅଧିକାରୀ ସଙ୍ଗୀତା ମହାପାତ୍ର ଆଉ ତାଙ୍କ ଷ୍ଟାଫ ପହଞ୍ଚି ମାଜିଷ୍ଟେଟଙ୍କ ଉପସ୍ଥିତିରେ ଘର ଖୋଲିବା ପରେ ଘର ଭିତରେ ୪ଝଣଙ୍କ ଗଳିତ ଶବ ପଡିଥିବା ଦେଖିଥିଲେ।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

୪ ଜଣ ମୃତକ ଗୋଟିଏ ପରିବାର ହୋଇଥିବା ଜଣାପଡିଛି। ମୃତକଙ୍କ ମାନେ ହେଲେ ଶେଷଦେବ ମେହେର(୫୫), ଖିରେଶ୍ଵରି ମେହେର (୪୮),ଅରବିନ୍ଦ ମେହେର(୨୮) ଓ ଶିବାନୀ ମେହେର (20)।ଗୋଟିଏ ପରିବାର ଗଳିତ ଶବ ଗୋଟିଏ ସ୍ଥାନରେ ଦେଖି ଗ୍ରାମବାସୀଙ୍କ ସମେତ ପୁଲିସ ମଧ୍ୟ ହତବାକ ହୋଇଯାଇଛନ୍ତି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏହାର କାରଣ ଅସ୍ପଷ୍ଟ ରହିଛି। ଆଜି ରାତି ହୋଇଯାଇଥିବାରୁ କାଲି ସକାଳୁ ସାଇନ୍ତିଫିକ ଟିମ୍ ଆଉ ଡଗ୍‌ ସ୍ୱାଡ ପହଞ୍ଚିବା ପରେ ତଦନ୍ତ କରାଯିବ, ଏବଂ ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବରଗଡ଼ ଏସପି କହିଛନ୍ତି।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରା ଜଗନ୍ନାଥ ସଂସ୍କୃତିକୁ ଅପମାନ: ଇସ୍କନର ମନମାନି ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ଓଡ଼ିଆ ଅସ୍ମିତା ପରିଷଦ

ବର୍ତ୍ତମାନ ଘଟଣା ସ୍ଥଳରେ ରଗଡ଼ sdpo ଆମ୍ରିତ୍ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଘର ଚାରି ପଟେ ପୁଲିସ ଜଗି ରହିଛନ୍ତି। କେଉଁ ପରିସ୍ଥିତିରେ ଗୋଟେ ପରିବାର ରେ ଏମିତି ଏତେ ବଡ ଘଟଣା ଘଟିଲା ତାହା ନେଇ ସମଗ୍ର ବରଗଡ ଜିଲ୍ଲାରେ ଚଞ୍ଚଲ୍ୟ ଖେଳି ଯାଇଛି। ହତ୍ୟା ନା ଆତ୍ମହତ୍ୟା ଏବେ ପୁଲିସ୍ ତଦନ୍ତ ପରେ ଜଣା ପଡ଼ିବ,ଭେଡେନ ଥାନା ଅଂଚଳରେ ଏଭଳି ଘଟଣା କେବେ ବି ଘଟି ନ ଥିଲା କେବେ ଠୁ କେମିତି ସେମାନେ ମରିଲେ,ପାଖ ପଡିଶା ଲୋକ କେମିତି ଟିକେ ଜାଣି ବି ପାରିଲେନି,ଆଉ ଆଜି ସେ ଘର ଭିତରୁ ଦୁର୍ଗନ୍ଧ ବାହାରିଲା ପରେ ଜାଣି ପୁଲିସକୁ ସନ୍ଧ୍ୟାରେରେ ଖବର ଦେଲେ। ଏସବୁ ଚର୍ଚ୍ଚାର ବିଷୟ ହୋଇଚି।

ଆହୁରି ପଢ଼ନ୍ତୁ: ଜିତୁ ମୁଣ୍ଡା କଙ୍କାଳ ବୋହିବା ଘଟଣା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ, ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ

30 Oct 2022 By The Sakala

ବନ୍ଦ ଘରୁ ଉଦ୍ଧାର ହେଲା ଗୋଟିଏ ପରିବାରର ୪ ଜଣଙ୍କ ଗଳିତ ଶବ, ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ବରଗଡ : ବନ୍ଦ ଘରୁ ଉଦ୍ଧାର ହେଲା ଗୋଟିଏ ପରିବାରର ୪ ଜଣଙ୍କ ଗଳିତ ଶବ। ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍‌ ଅନ୍ତର୍ଗତ ଜାଣ୍ଡୋଲ ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ୬ଟା ବେଳେ ଭେଡେନ ପୁଲିସ ନିକଟକୁ ଏକ ଫୋନ୍‌ କଲ୍‌ ଆସିଥିଲା କି ଜାଣ୍ଡୋଲ ଗ୍ରାମର ବନ୍ଧପଡ଼ା ୟୁପିସ୍କୁଲ୍ ପାଖରେ ଥିବା ଶେଷ ମେହେରଙ୍କ ଘର ଭିତରୁ ଦୁର୍ଗନ୍ଧ ବାହାରୁଚି। ସୂଚନା ପାଇ  ସଙ୍ଗେ ସଙ୍ଗେ ଥାନା ଅଧିକାରୀ ସଙ୍ଗୀତା ମହାପାତ୍ର ଆଉ ତାଙ୍କ ଷ୍ଟାଫ ପହଞ୍ଚି ମାଜିଷ୍ଟେଟଙ୍କ ଉପସ୍ଥିତିରେ ଘର ଖୋଲିବା ପରେ ଘର ଭିତରେ ୪ଝଣଙ୍କ ଗଳିତ ଶବ ପଡିଥିବା ଦେଖିଥିଲେ।

୪ ଜଣ ମୃତକ ଗୋଟିଏ ପରିବାର ହୋଇଥିବା ଜଣାପଡିଛି। ମୃତକଙ୍କ ମାନେ ହେଲେ ଶେଷଦେବ ମେହେର(୫୫), ଖିରେଶ୍ଵରି ମେହେର (୪୮),ଅରବିନ୍ଦ ମେହେର(୨୮) ଓ ଶିବାନୀ ମେହେର (20)।ଗୋଟିଏ ପରିବାର ଗଳିତ ଶବ ଗୋଟିଏ ସ୍ଥାନରେ ଦେଖି ଗ୍ରାମବାସୀଙ୍କ ସମେତ ପୁଲିସ ମଧ୍ୟ ହତବାକ ହୋଇଯାଇଛନ୍ତି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏହାର କାରଣ ଅସ୍ପଷ୍ଟ ରହିଛି। ଆଜି ରାତି ହୋଇଯାଇଥିବାରୁ କାଲି ସକାଳୁ ସାଇନ୍ତିଫିକ ଟିମ୍ ଆଉ ଡଗ୍‌ ସ୍ୱାଡ ପହଞ୍ଚିବା ପରେ ତଦନ୍ତ କରାଯିବ, ଏବଂ ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବରଗଡ଼ ଏସପି କହିଛନ୍ତି।

ବର୍ତ୍ତମାନ ଘଟଣା ସ୍ଥଳରେ ରଗଡ଼ sdpo ଆମ୍ରିତ୍ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଘର ଚାରି ପଟେ ପୁଲିସ ଜଗି ରହିଛନ୍ତି। କେଉଁ ପରିସ୍ଥିତିରେ ଗୋଟେ ପରିବାର ରେ ଏମିତି ଏତେ ବଡ ଘଟଣା ଘଟିଲା ତାହା ନେଇ ସମଗ୍ର ବରଗଡ ଜିଲ୍ଲାରେ ଚଞ୍ଚଲ୍ୟ ଖେଳି ଯାଇଛି। ହତ୍ୟା ନା ଆତ୍ମହତ୍ୟା ଏବେ ପୁଲିସ୍ ତଦନ୍ତ ପରେ ଜଣା ପଡ଼ିବ,ଭେଡେନ ଥାନା ଅଂଚଳରେ ଏଭଳି ଘଟଣା କେବେ ବି ଘଟି ନ ଥିଲା କେବେ ଠୁ କେମିତି ସେମାନେ ମରିଲେ,ପାଖ ପଡିଶା ଲୋକ କେମିତି ଟିକେ ଜାଣି ବି ପାରିଲେନି,ଆଉ ଆଜି ସେ ଘର ଭିତରୁ ଦୁର୍ଗନ୍ଧ ବାହାରିଲା ପରେ ଜାଣି ପୁଲିସକୁ ସନ୍ଧ୍ୟାରେରେ ଖବର ଦେଲେ। ଏସବୁ ଚର୍ଚ୍ଚାର ବିଷୟ ହୋଇଚି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର