ସୃଜନୀର ୩୫ତମ ବାର୍ଷିକ ଉତ୍ସବ, ରକ୍ଷାବନ୍ଧନ ଓ ୭୫ତମ ସ୍ୱାଧିନତାର ଅମୃତ ମହୋତ୍ସବ ପାଳିତ

The Sakala Picture
Published On

ଭୁବନେଶ୍ବର : ଓଡିଶାର ଅଗ୍ରଣୀ କଳା ସାହିତ୍ୟ, ସଂସ୍କୃତି ଓ ସମାଜସେବାର ଉତ୍ସର୍ଗୀକୃତ ଅନୁଷ୍ଠାନ ସୃଜନୀ ତାର ୩୫ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ପାଳିତ ହୋଇଛି। ଦୀର୍ଘବର୍ଷ ହେବ ସୃଜନୀ ନାଟକ ଓ ଗୀତିନାଟ୍ୟ ପ୍ରତିଯୋଗିତା କରି ନାଟ୍ୟଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ପବିତ୍ର ରକ୍ଷାବନ୍ଧନ ଉତ୍ସବ, କବି ଗଙ୍ଗାଧର ମେହର ଜନ୍ମଜୟନ୍ତୀ ସହିତ ସ୍ୱାଧିନତାର ୭୫ତମ ଅମୃତ ମହୋତ୍ସବ ପାଳିତ ହୋଇଛି। ସୃଜନୀର ସଭ୍ୟମାନେ, ନିରାଶ୍ରୟ ଓ ଦେଶର ଯବାନମାନଙ୍କୁ […]

ଭୁବନେଶ୍ବର : ଓଡିଶାର ଅଗ୍ରଣୀ କଳା ସାହିତ୍ୟ, ସଂସ୍କୃତି ଓ ସମାଜସେବାର ଉତ୍ସର୍ଗୀକୃତ ଅନୁଷ୍ଠାନ ସୃଜନୀ ତାର ୩୫ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ପାଳିତ ହୋଇଛି। ଦୀର୍ଘବର୍ଷ ହେବ ସୃଜନୀ ନାଟକ ଓ ଗୀତିନାଟ୍ୟ ପ୍ରତିଯୋଗିତା କରି ନାଟ୍ୟଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ପବିତ୍ର ରକ୍ଷାବନ୍ଧନ ଉତ୍ସବ, କବି ଗଙ୍ଗାଧର ମେହର ଜନ୍ମଜୟନ୍ତୀ ସହିତ ସ୍ୱାଧିନତାର ୭୫ତମ ଅମୃତ ମହୋତ୍ସବ ପାଳିତ ହୋଇଛି।
ସୃଜନୀର ସଭ୍ୟମାନେ, ନିରାଶ୍ରୟ ଓ ଦେଶର ଯବାନମାନଙ୍କୁ ରାକ୍ଷୀବାନ୍ଧି ଏହି ଉତ୍ସବକୁ ପାଳନ କରିଥିଲେ। ଏହି ଅବସରରେ ବିଭିନ୍ନ ଦେଶାତ୍ମବୋଧ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା ତତ୍ ସହିତ ରକ୍ଷାବନ୍ଧନ
ଉତ୍ସବପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସ୍ୱାଧିନତାର ଗାଥା ଓ ରକ୍ଷାବନ୍ଧନ ଗୀତରେ ଶ୍ରୋତାମାନେ ବିଭୋର ହୋଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଶରତ ରାଉତଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମାନ୍ୟବର ବିଧାୟକ ଭୂପିନ୍ଦର ସିଂ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତନାରାୟଣ ଜେନା ଉପସ୍ଥିତ ଥିଲେ। ଏହି ଉତ୍ସବରେ ଡ. ଦେବାଶିଷ ମହାପାତ୍ର ମୂଖ୍ୟବକ୍ତା ଭାବେ ଯୋଗଦେଇଥିଲେ, ଏବଂ ସମ୍ପାଦକ ଚିତ୍ତ ରଞ୍ଜନ ରାୟ ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ଆହୁରି ପଢ଼ନ୍ତୁ: ଗୋ ତସ୍କର ଓ ଗଞ୍ଜେଇ ମାଫିଆ ନେଇ ମୟୂରଭଞ୍ଜର ୩ଟି ସ୍ଥାନରେ ଚଢାଉ

ଏହି ଅବସରରେ ସୃଜନୀର ପ୍ରାଣ ପ୍ରତିଷ୍ଠାତା ବିଶିଷ୍ଟ କବି, ନାଟ୍ୟକାର, କଳାକାର, ନିର୍ଦ୍ଦେଶକ ଓ ସଂଗଠକ ସ୍ୱର୍ଗତ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କ ଲିଖିତ ସାମାଜିକ ନାଟକ “ସମୟର ସୁଅ”ର ଶୁଭଉନ୍ମୋଚନ ହୋଇଥିଲା।ସୃଜନୀର ଭୂୟୀସି ପ୍ରଂଶସା କରିବା ସହିତ ଆଗାମୀଦିନରେ ସୃଜନୀର ଉନ୍ନତି ପାଇଁ ସଦାସର୍ବଦା ଚେଷ୍ଟା କରିବ ବୋଲି ମୁଖ୍ୟ ଅତିଥି ପ୍ରତିଶୃତି ଦେଇଥିଲେ। ସୃଜନୀ ଭଳି ଅଗ୍ରଣୀ ଅନୁଷ୍ଠାନ ପ୍ରତିବର୍ଷ ତାର କାର୍ଯ୍ୟକ୍ରମ ଏପରି ଚଳ ଚଞ୍ଚଳ ରଖିବାକୁ ମାନ୍ୟବର ଭୁବନେଶ୍ୱର ବିଧାୟକ ଉପଦେଶ ଦେଇଥିଲେ, ଏବଂ ସୃଜନୀ ଭଳି ଅଗ୍ରଣୀ ଅନୁଷ୍ଠାନକୁ ସଦାସର୍ବଦା ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେବା ସହିତ କଳା ଓ ସଂସ୍କୃତିକୁ ବଞ୍ଚେଇବାରେ ସୃଜନୀର ଅବଦାନକୁ ଧନ୍ୟବାଦ ଦେଇଥିଲେ, ଏବଂ ଅନ୍ୟତମ ଅତିଥି ଡ. ଦେବାଶିଷ ମହାପାତ୍ର, ପ୍ରକାଶିତ ପୁସ୍ତକ “ସମୟର ସୁଅ” ଉପରେ ସମ୍ୟକ ବିବରଣୀ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଆ ଶିକ୍ଷକଙ୍କ ଦରମା ବନ୍ଦ କରି ଓଡ଼ିଆ ଅସ୍ମିତାର ମର୍ଯ୍ୟାଦାହାନୀ କରିଛନ୍ତି ସରକାର: ବିଜେଡି

ଏହି ଉତ୍ସବରେ ସୃଜନୀର ଦୁଇ ବରିଷ୍ଟ ସଦସ୍ୟ ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ ୰ ଶ୍ରୀ ସନ୍ତୋଷ ମହାନ୍ତି ଓ ଅନ୍ୟତମ ସଦସ୍ୟା ସ୍ବର୍ଗତ ଶକୁନ୍ତଳା ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପରିଶେଷରେ ଅନୁଷ୍ଠାନର ଉପସଭାପତି ଶ୍ରୀ ମାନସ ରଞ୍ଜନ ରାୟ ମହାପାତ୍ର, ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସୃଜନୀର ସମସ୍ତ ସଭ୍ୟା, ସଭ୍ୟ ଓ ଦର୍ଶକମାନଙ୍କୁ ଧନ୍ୟବାଦ ଦେବା ସହିତ ସଭାର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଉତ୍ସବରେ ଅନୁଷ୍ଠାନର ସଭ୍ୟା  ସୁପ୍ରଭା ରାୟ, ପ୍ରଶନ୍ନ ରଥ, ମିହିର ନାରାୟଣ ଜେନା, ଜଗତମୋହନ ପଟ୍ଟନାୟକ, ରଞ୍ଜନ ଦିକ୍ଷିତ, ଶଶିପ୍ରଭା ଦାସ, ସିଦ୍ଧାର୍ଥ କାନୁନଗୋ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

11 Aug 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର