ଓଡ଼ିଶାରେ ୩୦୦୦ ବଙ୍ଗଳାଭାଷୀ ଅଟକ, ଜବାବ ଲୋଡ଼ିଲେ କୋଲକାତା ହାଇକୋର୍ଟ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଛି ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା। ବେଆଇନ ଅନୁପ୍ରବେଶ ଅଭିଯୋଗରେ ଏଯାଏ ୩୦୦୦ ଲୋକଙ୍କୁ ଅଟକ ରଖାଯାଇଛି। ସେମାନେ ଭାରତର ନାଗରିକ କି ନୁହନ୍ତି, ତାହାର କଡ଼ାକଡ଼ି ଯାଞ୍ଚ କରାଯାଉଛି। ତେବେ ଅଧିକାଂଶ ବଙ୍ଗଳା ଭାଷୀଙ୍କ ନିକଟରେ ଆଧାର କାର୍ଡ, ଭୋଟର ପରିଚୟ ପତ୍ର. ରାସନକାର୍ଡ ରହିଥିବାରୁ ସେମାନଙ୍କୁ ଚିହ୍ନଟରେ ସରକାର ଅକଳରେ ପଡ଼ିଛନ୍ତି। ସେମାନେ ଭାରତୀୟ ବୋଲି ପ୍ରମାଣିତ କରିବା ନିମନ୍ତେ ଅଧିକ ପ୍ରମାଣ ଲୋଡ଼ିଛି ପୁଲିସ । […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଛି ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା। ବେଆଇନ ଅନୁପ୍ରବେଶ ଅଭିଯୋଗରେ ଏଯାଏ ୩୦୦୦ ଲୋକଙ୍କୁ ଅଟକ ରଖାଯାଇଛି। ସେମାନେ ଭାରତର ନାଗରିକ କି ନୁହନ୍ତି, ତାହାର କଡ଼ାକଡ଼ି ଯାଞ୍ଚ କରାଯାଉଛି। ତେବେ ଅଧିକାଂଶ ବଙ୍ଗଳା ଭାଷୀଙ୍କ ନିକଟରେ ଆଧାର କାର୍ଡ, ଭୋଟର ପରିଚୟ ପତ୍ର. ରାସନକାର୍ଡ ରହିଥିବାରୁ ସେମାନଙ୍କୁ ଚିହ୍ନଟରେ ସରକାର ଅକଳରେ ପଡ଼ିଛନ୍ତି। ସେମାନେ ଭାରତୀୟ ବୋଲି ପ୍ରମାଣିତ କରିବା ନିମନ୍ତେ ଅଧିକ ପ୍ରମାଣ ଲୋଡ଼ିଛି ପୁଲିସ ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଯେଉଁ ୩ ହଜାର ବଙ୍ଗଳା ଭାଷୀଙ୍କୁ ସନ୍ଦେହରେ ଅଟକାଯାଇଛି, ସେମାନଙ୍କ ମଧ୍ୟରେ କେବଳ ଝାରସୁଗୁଡ଼ାରେ ୪୪୪ ଜଣ ରହିଛନ୍ତି। ଏମାନେ ପଶ୍ଚିମବଙ୍ଗ ବାସିନ୍ଦା ଓ ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ପଶ୍ଚିମବଙ୍ଗର ସାଂସଦ ଓ ବିଧାୟକ ଦାବି କରିଛନ୍ତି। କଲିକତା ହାଇକୋର୍ଟ ମଧ୍ୟ ଏହି ମାମଲାରେ ହସ୍ତକ୍ଷେପ କରି ସରକାରଙ୍କ ଠାରୁ ଜବାବ ତଲବ କରିଛନ୍ତି। ବଙ୍ଗଳା ଭାଷୀ ଏହି ଶ୍ରମିକମାନଙ୍କୁ କାହିଁକି ଓ କେଉଁ ଆଧାରରେ ଅଟକ ରଖାଯାଇଛି, ସେସଂପର୍କରେ ସୋମବାର ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏହି ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ଓଡ଼ିଶା ସରକାର ସହିତ ପଶ୍ଚିମବଙ୍ଗ ସରକାର କଥାବାର୍ତ୍ତା କରନ୍ତୁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅପରପକ୍ଷରେ ଚିହ୍ନଟ ପ୍ରକ୍ରିୟାକୁ ନେଇ ପୁଲିସ ମଧ୍ୟ ଅଡ଼ୁଆରେ ପଡ଼ିଛି। ପୁଲିସ ଉଠାଇ ନେଇଥିବା ଅଧିକାଂଶ ଲୋକଙ୍କ ପାଖରେ ଆଧାରକାର୍ଡ ଓ ଭୋଟରକାର୍ଡ ରହିଛି। ତେଣୁ ସେମାନେ ବାଂଲାଦେଶୀ ବୋଲି ପ୍ରମାଣ କରିବା ପୁଲିସ ପାଇଁ କଷ୍ଟସାଧ୍ୟ ହେଉଛି। ଯେଉଁମାନଙ୍କ ପାଖରେ ଭାରତର କୌଣସି ପରିଚୟପତ୍ର ନାହିଁଁ ସେମାନେ ବାଂଲାଦେଶୀ ବୋଲି ଚିହ୍ନଟ କରିପାରୁଛି। ମାତ୍ର ଓଡ଼ିଶା ଓ ପଶ୍ଚିମବଙ୍ଗରେ ଦୀର୍ଘଦିନ ହେଲା ରହି ଆଧାରକାର୍ଡ ଓ ଭୋଟରକାର୍ଡ ହାତେଇଥିବା ଲୋକଙ୍କୁ କିପରି ବାଂଲାଦେଶୀ ପ୍ରମାଣିତ କରିବ ତାହା ସମସ୍ୟା ପାଲଟିଛି। ପୁଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବଙ୍ଗଳା ଭାଷା କହୁ୍ଥିବା ଲୋକଙ୍କୁ ଉଠାଇ ନେଇ ପଚରାଉଚରା କରାଯାଉଛି। ସେମାନଙ୍କର ଆଧାରକାର୍ଡ ଏବଂ ଭୋଟରକାର୍ଡ ଅସଲି କି ନକଲି ତାହାର ଯାଞ୍ଚ କରାଯାଉଛି। ଯାଞ୍ଚ କରାଯିବା ପରେ ଅସଲ ହୋଇଥିବା ସ୍ପଷ୍ଟ ହେବା ପରେ ଜନ୍ମ ସାର୍ଟିଫିକେଟ ଏବଂ ଜମି ପଟ୍ଟା ମଗାଯାଉଛି। ବିଶେଷ କରି ଅଟକ ଥିବା ଅଧିକାଂଶ ଲୋକଙ୍କ ଘର ପଶ୍ଚିମବଙ୍ଗ ହୋଇଥିବା କହୁଛନ୍ତି। ତେଣୁ ତାଙ୍କ ଠାରୁ ଘରର ଠିକଣା ବୁଝାଯିବା ପରେ ପଶ୍ଚିମବଙ୍ଗର ପୁଲିସ ସହ ଯୋଗାଯୋଗ କରାଯାଉଛି। ଉକ୍ତ ବ୍ୟକ୍ତିଙ୍କ ଘର ପଶ୍ଚିମବଙ୍ଗ ନା ବାଂଲାଦେଶ, ତାହାର ଯାଞ୍ଚ କରାଯାଉଛି। ଏହାପରେ ଆଇନ୍ ଅନୁସାରେ ପଦେକ୍ଷପ ଗ୍ରହଣ କରାଯାଉଛି।
ସୂଚନାଯୋଗ୍ୟ ଯେ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଏହି ୬ ଜିଲ୍ଲାରେ ଅଧିକାଂଶ ବାଂଲାଦେଶୀ ରହିଥିବା ମନେକରି ପୁଲିସ ଏହି ଜିଲ୍ଲାଗୁଡ଼ିକରେ ଯାଞ୍ଚ ପ୍ରକ୍ରିୟା ଜୋରଦାର କରିଛି। ବାଂଲାଦେଶୀଙ୍କୁ ଚିହ୍ନଟ ପାଇଁ ସମସ୍ତ୍ ଜିଲ୍ଲା ଅଧିକାରୀ, ତଟ ସୁରକ୍ଷା ବାହିନୀ ସହ ସବୁ ଏଜେନ୍ସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ବିଧାନସଭାରେ ରଖିଥିବା ତଥ୍ୟ ଅନୁସାରେ ୧ଲକ୍ଷ ୫୭ ହଜାର ୪୩୨ଜଣ ବଂଲାଦେଶୀ ଶରଣାର୍ଥୀ ଓଡ଼ିଶାରେ ରହିଛନ୍ତି। ମାଲକାନଗିରିରେ ସର୍ବାଧିକ ୧ଲକ୍ଷ ୪ହଜାର ୨୩୩ ଜଣ, ନବରଙ୍ଗପୁରରେ ୪୬ ହଜାର, କେନ୍ଦ୍ରାପଡ଼ାରେ ୪୪୧, ଖୋର୍ଦ୍ଧାରେ ୪୬୫୩, ଯାଜପୁରରେ ୩୭୯, କଳାହାଣ୍ଡିରେ ୯୦, ବାଲେଶ୍ୱରରେ ୭୫, ଅନୁଗୁଳରେ ୧୫, କୋରାପୁଟରେ ୧୯୪, ରାୟଗଡ଼ାରେ ୩୦୪ଜଣ ଅଛନ୍ତି। ଏହାବ୍ୟତୀତ ୩୭୪୦ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ଆସିଛନ୍ତି। କେନ୍ଦ୍ରାପଡ଼ାରେ ସର୍ବାଧିକ ୧୬୪୯ ଜଣ ଓ ଜଗତସିଂହପୁରରେ ୧୧୧୨ଜଣ ରହିଛନ୍ତି। ନବରଙ୍ଗପୁରରେ ୧୦୬, ମାଲକାନଗିରିରେ ୬୫୫, ଖୋର୍ଦ୍ଧାରେ ୧୭, ଭଦ୍ରକରେ ୧୯୯, ବରଗଡ଼ରେ ୨ଜଣ ଅନୁପ୍ରବେଶକାରୀ ଅଛନ୍ତି।