ଛେଳି ଚରାଇ ଫେରିବାବେଳେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ମହିଳା ମୃତ

The Sakala Picture
Published On

ତେଲକୋଇ/କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ତେଲକୋଇ ଥାନା ଅନ୍ତର୍ଗତ ଟାଙ୍ଗିରୀ ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଥିବା ଖବର ମିଳିଛି। ଛେଳି ଚରାଇ ଫେରିବାବେକେ ତଳେ ପଡିଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଜଣ ମହିଳାଙ୍କ ଜୀବନ ଯାଇଥିବା ଖବର ମିଳିଛି। ଛେଳିକୁ ବଞ୍ଚାଇବାକୁ ଯାଇ ଏହି ଘଟଣା ଘଟିଥିବା ଖବର ମିଳିଛି। ସୂଚନା ଅନୁସାରେ ତେଲକୋଇର ବିମଳା ପଞ୍ଚାୟତ ଟାଙ୍ଗିରୀ ଗ୍ରାମର ତିନିଜଣ ମହିଳା ଗ୍ରାମ ନିକଟସ୍ଥ ଟମକିଆ ଜଙ୍ଗଲକୁ […]

ତେଲକୋଇ/କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ତେଲକୋଇ ଥାନା ଅନ୍ତର୍ଗତ ଟାଙ୍ଗିରୀ ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଥିବା ଖବର ମିଳିଛି। ଛେଳି ଚରାଇ ଫେରିବାବେକେ ତଳେ ପଡିଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଜଣ ମହିଳାଙ୍କ ଜୀବନ ଯାଇଥିବା ଖବର ମିଳିଛି। ଛେଳିକୁ ବଞ୍ଚାଇବାକୁ ଯାଇ ଏହି ଘଟଣା ଘଟିଥିବା ଖବର ମିଳିଛି।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

ସୂଚନା ଅନୁସାରେ ତେଲକୋଇର ବିମଳା ପଞ୍ଚାୟତ ଟାଙ୍ଗିରୀ ଗ୍ରାମର ତିନିଜଣ ମହିଳା ଗ୍ରାମ ନିକଟସ୍ଥ ଟମକିଆ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଜଙ୍ଗଲରୁ ଫେରିବା ବେଳେ ଗାଁ କୁ ଆସିଥିବା ୧୧ କେଭି ବିଦ୍ୟୁତ ତାରରୁ ବଗିଚାକୁ ନିଆଯାଇଥିବା ବିଦ୍ୟୁତ ତାର ଛିଣ୍ଡି ପଡିଥିଲା। ଗୋଟିଏ ଛେଳି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛଟ ପଟ ହୋଇଥିଲା। ଏହାଦେଖି ଛେଳିଧରି ଆସୁଥିବା କାଠି ଜୁଆଙ୍ଗ(62),ନିରାଧି ଜୁଆଙ୍ଗ(50), ମେଂଜାରୀ ଜୁଆଙ୍ଗ(34)ଜଣଙ୍କ ପରେ ଜଣେ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିଲେ। ସୂଚନା ଅନୁସାରେ ବିଦ୍ୟୁତ ତାର ଗାଁର ଦୁଇଜଣ ଲୋକ ତଳେ ପକାଇ ନେଇଥିଲେ। ତେଣୁ ଏଭଳି ଅଭାବନୀୟ ଘଟଣା ଘଟିଛି। ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି। ଘଟଣାଟିକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

22 Oct 2022 By The Sakala

ଛେଳି ଚରାଇ ଫେରିବାବେଳେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ମହିଳା ମୃତ

ତେଲକୋଇ/କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ତେଲକୋଇ ଥାନା ଅନ୍ତର୍ଗତ ଟାଙ୍ଗିରୀ ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଥିବା ଖବର ମିଳିଛି। ଛେଳି ଚରାଇ ଫେରିବାବେକେ ତଳେ ପଡିଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଜଣ ମହିଳାଙ୍କ ଜୀବନ ଯାଇଥିବା ଖବର ମିଳିଛି। ଛେଳିକୁ ବଞ୍ଚାଇବାକୁ ଯାଇ ଏହି ଘଟଣା ଘଟିଥିବା ଖବର ମିଳିଛି।

ସୂଚନା ଅନୁସାରେ ତେଲକୋଇର ବିମଳା ପଞ୍ଚାୟତ ଟାଙ୍ଗିରୀ ଗ୍ରାମର ତିନିଜଣ ମହିଳା ଗ୍ରାମ ନିକଟସ୍ଥ ଟମକିଆ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଜଙ୍ଗଲରୁ ଫେରିବା ବେଳେ ଗାଁ କୁ ଆସିଥିବା ୧୧ କେଭି ବିଦ୍ୟୁତ ତାରରୁ ବଗିଚାକୁ ନିଆଯାଇଥିବା ବିଦ୍ୟୁତ ତାର ଛିଣ୍ଡି ପଡିଥିଲା। ଗୋଟିଏ ଛେଳି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛଟ ପଟ ହୋଇଥିଲା। ଏହାଦେଖି ଛେଳିଧରି ଆସୁଥିବା କାଠି ଜୁଆଙ୍ଗ(62),ନିରାଧି ଜୁଆଙ୍ଗ(50), ମେଂଜାରୀ ଜୁଆଙ୍ଗ(34)ଜଣଙ୍କ ପରେ ଜଣେ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିଲେ। ସୂଚନା ଅନୁସାରେ ବିଦ୍ୟୁତ ତାର ଗାଁର ଦୁଇଜଣ ଲୋକ ତଳେ ପକାଇ ନେଇଥିଲେ। ତେଣୁ ଏଭଳି ଅଭାବନୀୟ ଘଟଣା ଘଟିଛି। ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି। ଘଟଣାଟିକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର