ରାଜ୍ୟ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି: ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ୧ ହଜାର ଟଙ୍କା, ଯୁବବର୍ଗଙ୍କୁ ବିନା ସୁଧରେ ୧ ଲକ୍ଷ ଋଣ

The Sakala Picture
Published On

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ବୈଠକ। ଏହି ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି। ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ବଡ ଘୋଷଣା କରାଯାଇଛି।  ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା । ପରିବାର ପିଛା ୧ ହଜାର ଟଙ୍କା ଓ ୨ଟି ଝୋଟ ବ୍ୟାଗ୍‌ ମିଳିବ ।  ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ମିଳିବ ଏହି […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ବୈଠକ। ଏହି ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ବଡ ଘୋଷଣା କରାଯାଇଛି।  ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା । ପରିବାର ପିଛା ୧ ହଜାର ଟଙ୍କା ଓ ୨ଟି ଝୋଟ ବ୍ୟାଗ୍‌ ମିଳିବ ।  ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ମିଳିବ ଏହି ଟଙ୍କା ଓ ବ୍ୟାଗ୍‌ । ରାଜ୍ୟର ୯୫ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ । ଯୋଜନାରେ ରାଜ୍ୟ ସରକାର ୯୫୯.୫ କୋଟି ଖର୍ଚ୍ଚ କରିବେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଯୁବବର୍ଗଙ୍କ ଲାଗି ସ୍ବୟଂ ଯୋଜନାକୁ କ୍ୟାବିନେଟ ମଞ୍ଜୁରି ମିଳିଛି।  ଗ୍ରାମୀଣ ଛାତ୍ର ଓ ଯୁବକଙ୍କ ଲାଗି ସୁଧ ମୁକ୍ତ ବ୍ୟାଙ୍କ ଋଣ ପ୍ରଦାନ କରାଯିବ। ୧ ଲକ୍ଷ ଟଙ୍କା ସୁଧମୁକ୍ତ ଋଣ ମିଳିବ । ୧୮ରୁ ୩୫ ବର୍ଷ ବୟସ ସୀମା ରହିଛି। ଋଣ ଶୁଝିବା ଅବଧି ୪ ବର୍ଷ ରହିବ। ଏଥିପାଇଁ ୪୪୮ କୋଟି ଟଙ୍କା ବ୍ୟୟବରାଦ ରହିଛି। ସହରାଞ୍ଚଳ ଯୁବକଯୁବତୀ ଲାଗି ଯୁବ ଉଦ୍ୟମ ସହରୀ ଯୋଜନା ।  ରାଜ୍ୟର ସହରାଞ୍ଚଳ ଯୁବକଯୁବତୀଙ୍କ ସୁଧମୁକ୍ତ ଋଣ ପ୍ରଦାନ କରାଯିବ । ଏସ୍‌ସି/ଏସ୍‌ଟି ଓ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ସର୍ବାଧିକ ବୟସ ସୀମା ୪୦ ବର୍ଷ ରହିଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଜମିଜମା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ୬ଟି ନିଷ୍ପତ୍ତି ନେଇଛନ୍ତି। ଜମି ସେଟଲମେଣ୍ଟ ଆଇନରେ ସଂଶୋଧନ ହୋଇଛି।  ଅଗ୍ରଗ୍ରାମୀ ଅଘରିଆ ସମାଜକୁ ମଗଣା ଜମି।  ଗଣ୍ଡ ଭବନ ପାଇଁ ଭୁବନେଶ୍ବରରରେ ମାଗଣା ଜମି ପ୍ରଦାନ କରିବେ ରାଜ୍ୟସରକାର । ଭୀମଭୋଇ ଅଲେଖ ଟ୍ରଷ୍ଟକୁ ମଧ୍ୟ ମାଗଣା ଜମି ଯୋଗାଇବେ ରାଜ୍ୟ ସରକାର। ଭୁବନେଶ୍ବର ୨ଟି ମସଜିଦ ପାଇଁ ମାଗଣା ଜମି ପ୍ରଦାନ କରିବେ ରାଜ୍ୟ ସରକାର । ରିଜର୍ଭ ପୁଲିସ ଲାଇନ ମସଜିଦକୁ ମାଗଣା ଜମି ମିଳିବ ସେହିପରି କ୍ୟାପିଟାଲ ମସଜିଦ କମିଟିକୁ ମଧ୍ୟ ମାଗଣା ଜମି ପ୍ରଦାନ କରାଯିବ ବୋଲି କ୍ୟବିନେଟର ଆଜି ନିଷ୍ପତ୍ତି ନିଆଯାଇଛି। ମେହେର ସମାଜକୁ ଭୁବନେଶ୍ବରରେ ମାଗଣା ଜମି ପ୍ରଦାନ କରାଯିବ। ନିର୍ମାଣ ହେବ ସ୍ବାଭ କବି ଗଙ୍ଗାଧରମ ମେହେର ଭବନ।

ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାକୁ କ୍ୟାବିନେଟ ଆଜି ଅନୁମୋଦନ କରିଛି । ୨୦୨୩-୨୪ ଆର୍ଥୀକ ବର୍ଷରେ ୪୪୮ କୋଟିଟଙ୍କା କାର୍ଯ୍ୟକାରୀ ହେବ। ଯୋଜନାରେ ୧୧ ହଜାର ମହିଳା ଏସଏଜଜିଙ୍କ ସମେତ ୫୦ ହଜାର ମତ୍ସ୍ୟଜୀବୀ ଉପକୃତ ହେବେ।  ମାଆ ସମଲେଶ୍ବରୀ ମନ୍ଦିରର ଯୋଜନା କାର୍ଯ୍ୟ କାରିତା ବୃଦ୍ଧିକୁ କ୍ୟାବିନେଟ ମୋହର ମାରିଛି । ଏହା ୨୦୨୧-୨୨ରୁ ବଢି ୨୦୨୪-୨୫ ପର୍ଯ୍ୟନ୍ତ ଜାରି ରହିବ। ସେହିପରି ପ୍ରଭୁ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏକାମ୍ର ପ୍ରକଳ୍ପର ଅବଧି ୨୦୨୪-୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ମାଳତି ପ୍ରାକ ବିଦ୍ୟାଳୟ ପରିଧାନ ଯୋଜନାକୁ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିରେ ୩ରୁ ୬ ବର୍ଷ ଶିଶୁ ମାନଙ୍କୁ ପୋଷାକ, ଜୋତା, ମୋଜା ଓ ସ୍ବିଟର ଦିଆଯାଉଛି । ସେହିପରି ସ୍କୁଲରେ ପ୍ରଚଳିତ ଖୁସି ଯୋଜନାକୁ ଖୁସି ପ୍ଲସକୁ ବିସ୍ତାର କରାଯାଇଛି। ଏହାଦ୍ବାରା ରାଜ୍ୟର ୩୦ଟି ଜିଲ୍ଲାରେ ସାନିଟାରୀ ନାପକିନକୁ ମାଗଣାରେ ମହାଳାମାନଙ୍କୁ ପ୍ରସବ ଓ ଗର୍ଭପାତ ନିମନ୍ତେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ସହ ସୋନପୁର ଜିଲ୍ଲାର ବୀରମହାରାଜପୁରକୁ ସଂଯୋଗ ପାଇଁ ମହାନଦୀ ଉପରେ ଦ୍ବତୀୟ ଉଚ୍ଚସେତୁ ନିର୍ମାଣ ପାଇଁ କ୍ୟାବିନେଟ ମୋହର ମାରିଛି।

12 Feb 2024 By The Sakala

ରାଜ୍ୟ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି: ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ୧ ହଜାର ଟଙ୍କା, ଯୁବବର୍ଗଙ୍କୁ ବିନା ସୁଧରେ ୧ ଲକ୍ଷ ଋଣ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ବୈଠକ। ଏହି ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି।

ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ବଡ ଘୋଷଣା କରାଯାଇଛି।  ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା । ପରିବାର ପିଛା ୧ ହଜାର ଟଙ୍କା ଓ ୨ଟି ଝୋଟ ବ୍ୟାଗ୍‌ ମିଳିବ ।  ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ମିଳିବ ଏହି ଟଙ୍କା ଓ ବ୍ୟାଗ୍‌ । ରାଜ୍ୟର ୯୫ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ । ଯୋଜନାରେ ରାଜ୍ୟ ସରକାର ୯୫୯.୫ କୋଟି ଖର୍ଚ୍ଚ କରିବେ।

ଯୁବବର୍ଗଙ୍କ ଲାଗି ସ୍ବୟଂ ଯୋଜନାକୁ କ୍ୟାବିନେଟ ମଞ୍ଜୁରି ମିଳିଛି।  ଗ୍ରାମୀଣ ଛାତ୍ର ଓ ଯୁବକଙ୍କ ଲାଗି ସୁଧ ମୁକ୍ତ ବ୍ୟାଙ୍କ ଋଣ ପ୍ରଦାନ କରାଯିବ। ୧ ଲକ୍ଷ ଟଙ୍କା ସୁଧମୁକ୍ତ ଋଣ ମିଳିବ । ୧୮ରୁ ୩୫ ବର୍ଷ ବୟସ ସୀମା ରହିଛି। ଋଣ ଶୁଝିବା ଅବଧି ୪ ବର୍ଷ ରହିବ। ଏଥିପାଇଁ ୪୪୮ କୋଟି ଟଙ୍କା ବ୍ୟୟବରାଦ ରହିଛି। ସହରାଞ୍ଚଳ ଯୁବକଯୁବତୀ ଲାଗି ଯୁବ ଉଦ୍ୟମ ସହରୀ ଯୋଜନା ।  ରାଜ୍ୟର ସହରାଞ୍ଚଳ ଯୁବକଯୁବତୀଙ୍କ ସୁଧମୁକ୍ତ ଋଣ ପ୍ରଦାନ କରାଯିବ । ଏସ୍‌ସି/ଏସ୍‌ଟି ଓ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ସର୍ବାଧିକ ବୟସ ସୀମା ୪୦ ବର୍ଷ ରହିଛି।

ଜମିଜମା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ୬ଟି ନିଷ୍ପତ୍ତି ନେଇଛନ୍ତି। ଜମି ସେଟଲମେଣ୍ଟ ଆଇନରେ ସଂଶୋଧନ ହୋଇଛି।  ଅଗ୍ରଗ୍ରାମୀ ଅଘରିଆ ସମାଜକୁ ମଗଣା ଜମି।  ଗଣ୍ଡ ଭବନ ପାଇଁ ଭୁବନେଶ୍ବରରରେ ମାଗଣା ଜମି ପ୍ରଦାନ କରିବେ ରାଜ୍ୟସରକାର । ଭୀମଭୋଇ ଅଲେଖ ଟ୍ରଷ୍ଟକୁ ମଧ୍ୟ ମାଗଣା ଜମି ଯୋଗାଇବେ ରାଜ୍ୟ ସରକାର। ଭୁବନେଶ୍ବର ୨ଟି ମସଜିଦ ପାଇଁ ମାଗଣା ଜମି ପ୍ରଦାନ କରିବେ ରାଜ୍ୟ ସରକାର । ରିଜର୍ଭ ପୁଲିସ ଲାଇନ ମସଜିଦକୁ ମାଗଣା ଜମି ମିଳିବ ସେହିପରି କ୍ୟାପିଟାଲ ମସଜିଦ କମିଟିକୁ ମଧ୍ୟ ମାଗଣା ଜମି ପ୍ରଦାନ କରାଯିବ ବୋଲି କ୍ୟବିନେଟର ଆଜି ନିଷ୍ପତ୍ତି ନିଆଯାଇଛି। ମେହେର ସମାଜକୁ ଭୁବନେଶ୍ବରରେ ମାଗଣା ଜମି ପ୍ରଦାନ କରାଯିବ। ନିର୍ମାଣ ହେବ ସ୍ବାଭ କବି ଗଙ୍ଗାଧରମ ମେହେର ଭବନ।

ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାକୁ କ୍ୟାବିନେଟ ଆଜି ଅନୁମୋଦନ କରିଛି । ୨୦୨୩-୨୪ ଆର୍ଥୀକ ବର୍ଷରେ ୪୪୮ କୋଟିଟଙ୍କା କାର୍ଯ୍ୟକାରୀ ହେବ। ଯୋଜନାରେ ୧୧ ହଜାର ମହିଳା ଏସଏଜଜିଙ୍କ ସମେତ ୫୦ ହଜାର ମତ୍ସ୍ୟଜୀବୀ ଉପକୃତ ହେବେ।  ମାଆ ସମଲେଶ୍ବରୀ ମନ୍ଦିରର ଯୋଜନା କାର୍ଯ୍ୟ କାରିତା ବୃଦ୍ଧିକୁ କ୍ୟାବିନେଟ ମୋହର ମାରିଛି । ଏହା ୨୦୨୧-୨୨ରୁ ବଢି ୨୦୨୪-୨୫ ପର୍ଯ୍ୟନ୍ତ ଜାରି ରହିବ। ସେହିପରି ପ୍ରଭୁ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏକାମ୍ର ପ୍ରକଳ୍ପର ଅବଧି ୨୦୨୪-୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ମାଳତି ପ୍ରାକ ବିଦ୍ୟାଳୟ ପରିଧାନ ଯୋଜନାକୁ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିରେ ୩ରୁ ୬ ବର୍ଷ ଶିଶୁ ମାନଙ୍କୁ ପୋଷାକ, ଜୋତା, ମୋଜା ଓ ସ୍ବିଟର ଦିଆଯାଉଛି । ସେହିପରି ସ୍କୁଲରେ ପ୍ରଚଳିତ ଖୁସି ଯୋଜନାକୁ ଖୁସି ପ୍ଲସକୁ ବିସ୍ତାର କରାଯାଇଛି। ଏହାଦ୍ବାରା ରାଜ୍ୟର ୩୦ଟି ଜିଲ୍ଲାରେ ସାନିଟାରୀ ନାପକିନକୁ ମାଗଣାରେ ମହାଳାମାନଙ୍କୁ ପ୍ରସବ ଓ ଗର୍ଭପାତ ନିମନ୍ତେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ସହ ସୋନପୁର ଜିଲ୍ଲାର ବୀରମହାରାଜପୁରକୁ ସଂଯୋଗ ପାଇଁ ମହାନଦୀ ଉପରେ ଦ୍ବତୀୟ ଉଚ୍ଚସେତୁ ନିର୍ମାଣ ପାଇଁ କ୍ୟାବିନେଟ ମୋହର ମାରିଛି।

https://www.thesakala.in/latest-odisha-news/27-proposals-were-approved-by-the-state-cabinet/article-29859
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର