ଇନ୍ଦ୍ରାବତୀ ଜଳଭଣ୍ଡାରରେ ଅଚଳ ହେଲା ଯନ୍ତ୍ର ଚାଳିତ ଡଙ୍ଗା, ବୋଟ୍ ଅମ୍ବୁଲାନ୍ସ ଦ୍ବାରା ଉଦ୍ଧାର ହେଲେ ୨୫ ଯାତ୍ରୀ

The Sakala Picture
Published On

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗୁରୁବାର ଏକ ବଡ ଅଘଟଣରୁ ବର୍ତ୍ତିଲା ଡଙ୍ଗା, ବର୍ତ୍ତିଲେ ୨୫ ଯାତ୍ରୀ। ଗୁଞ୍ଜମାଳିରୁ ଇନ୍ଦ୍ରାବତୀ ଖାତିଗୁଡା ଆସୁଥିବାବେଳେ ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଯାନ୍ତ୍ରିକ ତୃଟି ଯୋଗୁଁ ଅଚଳ ହେଲା ଡଙ୍ଗା। କୌଣସି ଅଘଟଣ ଘଟିବା ପୁର୍ବରୁ ୨୫ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ୍ ଅମ୍ବୁଲାନ୍ସ। ସୁରକ୍ଷିତଭାବେ ଉଦ୍ଧାର ହୋଇଥିବା ସମସ୍ତ ଯାତ୍ରୀମାନେ ହେଲେ ଥୁଆମୂଳ ରାମପୁର ଥାନା ପୋଡାପଦର ପଞ୍ଚାୟତ ଗୁଞ୍ଜମାଳି ଗାଁର । […]

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗୁରୁବାର ଏକ ବଡ ଅଘଟଣରୁ ବର୍ତ୍ତିଲା ଡଙ୍ଗା, ବର୍ତ୍ତିଲେ ୨୫ ଯାତ୍ରୀ। ଗୁଞ୍ଜମାଳିରୁ ଇନ୍ଦ୍ରାବତୀ ଖାତିଗୁଡା ଆସୁଥିବାବେଳେ ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଯାନ୍ତ୍ରିକ ତୃଟି ଯୋଗୁଁ ଅଚଳ ହେଲା ଡଙ୍ଗା। କୌଣସି ଅଘଟଣ ଘଟିବା ପୁର୍ବରୁ ୨୫ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ୍ ଅମ୍ବୁଲାନ୍ସ। ସୁରକ୍ଷିତଭାବେ ଉଦ୍ଧାର ହୋଇଥିବା ସମସ୍ତ ଯାତ୍ରୀମାନେ ହେଲେ ଥୁଆମୂଳ ରାମପୁର ଥାନା ପୋଡାପଦର ପଞ୍ଚାୟତ ଗୁଞ୍ଜମାଳି ଗାଁର ।

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

ସୂଚନା ଅନୁସାରେ, ଗୁଞ୍ଜମାଳି ଗ୍ରାମର ୨୫ ଜଣ ଲୋକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ଲମତାଗୁଡା ସାପ୍ତାହିକ ହାଟକୁ ସଉଦା କରିବା ପାଇଁ ଡଙ୍ଗାରେ ଆସୁଥିଲେ। ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ଇନ୍ଦ୍ରାବତୀ ଜଳଭଣ୍ଡାରର ଅକାତକାତ ଜଳରାଶି ମଝିରେ ଅଚଳ ହୋଇପଡିଥିଲା। ଏପଟେ ପବନ ବେଗରେ ଡଙ୍ଗାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନଥିଲେ ଚାଳକ। ପବନ ବେଗରେ ଢେଉ ପାଣି ଡଙ୍ଗା ମଧ୍ୟରେ ପଶିବାକୁ ଲାଗିଥିଲା । ଫଳରେ ଡଙ୍ଗାର ଓଜନ ବଢିବାରେ ଲାଗିଥିବାବେଳେ ବଡ ଡଙ୍ଗା ବୁଡି ଘଟଣାର ଆଶଙ୍କା ଦେଖି ସମସ୍ତ ଯାତ୍ରୀ ଆତଙ୍କିତ ଅବସ୍ଥାରେ ଥିଲେ । ସମସ୍ତ ଯାତ୍ରୀ ଭଗବାନଙ୍କୁ ଡାକିବା ଆରମ୍ଭ କରିଥିଲେ। ଏହି ସମୟରେ ପୋଡ଼ାଗଡ଼ରେ ଥିବା ୧୦୮ ବୋଟ୍ ଅମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିଲେ ଯାତ୍ରୀ। ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ବୋଟ୍ ଅମ୍ବୁଲାନ୍ସ। ଡଙ୍ଗାରେ ଫସି ରହିଥିବା ସମସ୍ତ ୨୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କଲେ ୧୦୮ ବୋଟ ଆମ୍ବୁଲାନ୍ସ କର୍ମଚାରୀ । ଗୁଞ୍ଜମାଳି ଗ୍ରାମର ୨୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ଜଣ ମହିଳା,୬ ଜଣ ପୁରୁଷ ଓ ୪ଜଣ ଛୋଟ ଶିଶୁଥିବା ଜଣାପଡିଛି । ଯଦି ୧୦୮ ବୋଟ୍ ଅମ୍ବୁଲାନ୍ସ ଘଟଣା ସ୍ଥଳରେ ଆସିବାକୁ ଟିକେ ବିଳମ୍ବ ହୋଇଥିଲେ ଏକ ବଡ ଅଘଟଣ ଘଟିଥାଆନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ କମୁଥିବା ଭୂତଳ ଜଳସ୍ତରକୁ ନେଇ ସରକାରଙ୍କ ଚିନ୍ତା, ୫ ବର୍ଷରେ କମିଛି ୦.୫୩% MBGL

15 Sep 2022 By The Sakala

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଅଚଳ ହେଲା ଯନ୍ତ୍ର ଚାଳିତ ଡଙ୍ଗା, ବୋଟ୍ ଅମ୍ବୁଲାନ୍ସ ଦ୍ବାରା ଉଦ୍ଧାର ହେଲେ ୨୫ ଯାତ୍ରୀ

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗୁରୁବାର ଏକ ବଡ ଅଘଟଣରୁ ବର୍ତ୍ତିଲା ଡଙ୍ଗା, ବର୍ତ୍ତିଲେ ୨୫ ଯାତ୍ରୀ। ଗୁଞ୍ଜମାଳିରୁ ଇନ୍ଦ୍ରାବତୀ ଖାତିଗୁଡା ଆସୁଥିବାବେଳେ ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଯାନ୍ତ୍ରିକ ତୃଟି ଯୋଗୁଁ ଅଚଳ ହେଲା ଡଙ୍ଗା। କୌଣସି ଅଘଟଣ ଘଟିବା ପୁର୍ବରୁ ୨୫ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ୍ ଅମ୍ବୁଲାନ୍ସ। ସୁରକ୍ଷିତଭାବେ ଉଦ୍ଧାର ହୋଇଥିବା ସମସ୍ତ ଯାତ୍ରୀମାନେ ହେଲେ ଥୁଆମୂଳ ରାମପୁର ଥାନା ପୋଡାପଦର ପଞ୍ଚାୟତ ଗୁଞ୍ଜମାଳି ଗାଁର ।

ସୂଚନା ଅନୁସାରେ, ଗୁଞ୍ଜମାଳି ଗ୍ରାମର ୨୫ ଜଣ ଲୋକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ଲମତାଗୁଡା ସାପ୍ତାହିକ ହାଟକୁ ସଉଦା କରିବା ପାଇଁ ଡଙ୍ଗାରେ ଆସୁଥିଲେ। ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ଇନ୍ଦ୍ରାବତୀ ଜଳଭଣ୍ଡାରର ଅକାତକାତ ଜଳରାଶି ମଝିରେ ଅଚଳ ହୋଇପଡିଥିଲା। ଏପଟେ ପବନ ବେଗରେ ଡଙ୍ଗାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନଥିଲେ ଚାଳକ। ପବନ ବେଗରେ ଢେଉ ପାଣି ଡଙ୍ଗା ମଧ୍ୟରେ ପଶିବାକୁ ଲାଗିଥିଲା । ଫଳରେ ଡଙ୍ଗାର ଓଜନ ବଢିବାରେ ଲାଗିଥିବାବେଳେ ବଡ ଡଙ୍ଗା ବୁଡି ଘଟଣାର ଆଶଙ୍କା ଦେଖି ସମସ୍ତ ଯାତ୍ରୀ ଆତଙ୍କିତ ଅବସ୍ଥାରେ ଥିଲେ । ସମସ୍ତ ଯାତ୍ରୀ ଭଗବାନଙ୍କୁ ଡାକିବା ଆରମ୍ଭ କରିଥିଲେ। ଏହି ସମୟରେ ପୋଡ଼ାଗଡ଼ରେ ଥିବା ୧୦୮ ବୋଟ୍ ଅମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିଲେ ଯାତ୍ରୀ। ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ବୋଟ୍ ଅମ୍ବୁଲାନ୍ସ। ଡଙ୍ଗାରେ ଫସି ରହିଥିବା ସମସ୍ତ ୨୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କଲେ ୧୦୮ ବୋଟ ଆମ୍ବୁଲାନ୍ସ କର୍ମଚାରୀ । ଗୁଞ୍ଜମାଳି ଗ୍ରାମର ୨୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ଜଣ ମହିଳା,୬ ଜଣ ପୁରୁଷ ଓ ୪ଜଣ ଛୋଟ ଶିଶୁଥିବା ଜଣାପଡିଛି । ଯଦି ୧୦୮ ବୋଟ୍ ଅମ୍ବୁଲାନ୍ସ ଘଟଣା ସ୍ଥଳରେ ଆସିବାକୁ ଟିକେ ବିଳମ୍ବ ହୋଇଥିଲେ ଏକ ବଡ ଅଘଟଣ ଘଟିଥାଆନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର