ମନରୁ ଲିଭିନି ପ୍ରକୃତିର ତାଣ୍ଡବ: ଓଡ଼ିଶା ଇତିହାସରେ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ‘ମହାବାତ୍ୟା’କୁ ପୂରିଛି ୨୩ ବର୍ଷ…..

The Sakala Picture
Published On

ଓଡ଼ିଶା ଇତିହାସରେ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ର ‘ମହାବାତ୍ୟା’। ଇତିମଧ୍ୟରେ ମହାବାତ୍ୟାକୁ ପୂରିଛି ୨୩ ବର୍ଷ। ମହାବାତ୍ୟାର ମହାତାଣ୍ଡବକୁ ପାଖରୁ ଦେଖିଥିବା ଲୋକେ ଅକ୍ଟୋବର ମାସ ଆସିଲେ ଏକ ଅଜଣା ଭୟରେ ଆତଙ୍କିତ ଥାଆନ୍ତି। ନିକଟରେ ସିତରାଙ୍ଗ ମହାବାତ୍ୟାକୁ ନେଇ ଓଡ଼ିଶାବାସୀ ୧୯୯୯ର ପ୍ରକୃତିର ତାଣ୍ଡବକୁ ମନେ ପକାଇ ଭୟଭୀତ ଥିଲେ। ଅବଶ୍ୟ ସିତରାଙ୍ଗ ବାଂଲାଦେଶରେ ପ୍ରଳୟ ରଚିଛି। ଅନ୍ୟପଟେ ୧୯୯୯ ମହାବାତ୍ୟାର ସେହି କାଳରାତ୍ରିର କରାଳ ଦୃଶ୍ୟକୁ ଦେଖିଥିବା […]

ଓଡ଼ିଶା ଇତିହାସରେ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ର ‘ମହାବାତ୍ୟା’। ଇତିମଧ୍ୟରେ ମହାବାତ୍ୟାକୁ ପୂରିଛି ୨୩ ବର୍ଷ। ମହାବାତ୍ୟାର ମହାତାଣ୍ଡବକୁ ପାଖରୁ ଦେଖିଥିବା ଲୋକେ ଅକ୍ଟୋବର ମାସ ଆସିଲେ ଏକ ଅଜଣା ଭୟରେ ଆତଙ୍କିତ ଥାଆନ୍ତି। ନିକଟରେ ସିତରାଙ୍ଗ ମହାବାତ୍ୟାକୁ ନେଇ ଓଡ଼ିଶାବାସୀ ୧୯୯୯ର ପ୍ରକୃତିର ତାଣ୍ଡବକୁ ମନେ ପକାଇ ଭୟଭୀତ ଥିଲେ। ଅବଶ୍ୟ ସିତରାଙ୍ଗ ବାଂଲାଦେଶରେ ପ୍ରଳୟ ରଚିଛି। ଅନ୍ୟପଟେ ୧୯୯୯ ମହାବାତ୍ୟାର ସେହି କାଳରାତ୍ରିର କରାଳ ଦୃଶ୍ୟକୁ ଦେଖିଥିବା ଲୋକଙ୍କ ଦେହ ଆଜି ବି ଶିହରି ଉଠେ।

ଆହୁରି ପଢ଼ନ୍ତୁ: ତତଲା ଖରାରେ ସିଝୁଛି ପଶ୍ଚିମ ଓଡିଶା, ୨୨ ତାରିଖ ଯାଏଁ ଭୀଷଣ ତାତି ଓ ଗୁଳୁଗୁଳି ଆଶଙ୍କା

ସେଦିନର କେଇ ଘଣ୍ଟାର ତାଣ୍ଡବ ଓଡ଼ିଶାର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ଅକ୍ଟୋବର ୨୫ରେ ଆଣ୍ଡାମାନ ଦ୍ବୀପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା ଓ ପରବର୍ତ୍ତୀ ସମୟରେ ତାହା ମହାବାତ୍ୟାର ରୂପ ନେଇ ମହାତାଣ୍ଡବ ରଚିଥିଲା। ଅକ୍ଟୋବର ୨୯ ସକାଳ ପ୍ରାୟ ୧୦ଟା ୩୦ରେ ଜଗତସିଂହପୁରର ଏରସମା ଓ ବାଲିକୁଦା ମଧ୍ୟରେ ମହାବାତ୍ୟା ମାଡ଼ ହୋଇଥିଲା । ଘଣ୍ଟା ପ୍ରତି ୩୦୦ କିଲୋମିଟରରୁ ଅଧିକ ବେଗରେ ପବନ ବହିଥିଲା ଓ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିଲା। ପ୍ରକୃତିର ଏହି ସଂହାର ଲୀଳାରେ ପ୍ରଭାବିତ ହୋଇଥିଲା ଅର୍ଦ୍ଧାଧିକ ଓଡ଼ିଶା। ମୋଟାମୋଟି କହିବାକୁ ଗଲେ, ଓଡ଼ିଶାର ମେରୁଦଣ୍ଡ ଦୋହଲି ଯାଇଥିଲା।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

ଉପକୂଳ ଓଡ଼ିଶାର ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିଲା। ବିଶେଷକରି ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ବରରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଥିଲା। ମୁଖ୍ୟତଃ ଜଗତସିଂହପୁର ଜିଲ୍ଲାର ଏରସମା ଓ ପୁରୀର ଅସ୍ତରଙ୍ଗକୁ ଅଧିକ କ୍ଷତି ସହିବାକୁ ପଡ଼ିଥିଲା। ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟିଥିଲା। ବହୁସଂଖ୍ୟାରେ ଗୃହପାଳିତ ପଶୁଙ୍କ ଜୀବନ ଯାଇଥିଲା। କିଛି ଭାବିବା ପୁର୍ବରୁ ସମୁଦ୍ର ପାଣିରେ ଭାସି ଯାଇଥିଲେ ଲୋକେ। ମଣିଷ, ପଶୁପକ୍ଷୀ, ଆସବାବପତ୍ର ସବୁ ଏକାକାର ହୋଇ ଯାଇଥିଲା ସମୁଦ୍ର ଗର୍ଭରେ ।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ପାଣି ଛାଡ଼ି ଯିବା ପରେ କୁଢ଼କୁଢ଼ ଶବ ପଡ଼ି ରହିଥିଲା। ଯେଉଁମାନେ ବଞ୍ଚି ଯାଇଥିଲେ ସେମାନେ ନିଜର ଲୋକଙ୍କୁ ଖୋଜି ଆର୍ତ୍ତଚିତ୍କାର କରୁଥିଲେ। ସେତେବେଳେ ସରକାରୀ ହିସାବରେ ମୃତ୍ୟୁ ସଂଖ୍ୟା ୧୦ହଜାର ଥିଲା, ଯାହା ବେସରକାରୀ ହିସାବରେ ଢେର ଅଧିକ କୁହାଯାଇଥିଲା। ଅନ୍ୟପଟେ ବାତ୍ୟା ପରବର୍ତ୍ତୀ ପର୍ଯ୍ୟାୟର ଦୃଶ୍ୟ ହାହାକାରମୟ ଥିଲା। ଅବଶ୍ୟ ୧୯୯୯ ମହାବାତ୍ୟା ପରେ ଓଡ଼ିଶା ଏଯାବତ୍ ଅନେକ ବାତ୍ୟାକୁ ସାମ୍ନା କରିଛି। ୨୦୨୦ରେ ‘ଅମ୍ପାନ୍‌’, ୨୦୧୯ରେ ‘ଫନି’, ୨୦୧୮ରେ ‘ତିତ୍‌ଲି’, ୨୦୧୪ରେ ‘ହୁଡ଼୍‌ହୁଡ୍‌’, ୨୦୧୩ରେ ‘ଫାଇଲିନ୍‌’ ଭଳି ବାତ୍ୟା ଦେଖିଛି ଓଡ଼ିଶା। ତେବେ ମହାବାତ୍ୟା ଲୋକଙ୍କୁ ଏକ ପ୍ରକାର ସତର୍କ ତଥା ମୁକାବିଲା ପାଇଁ ଶିକ୍ଷା ପ୍ରଦାନ କରିଛି। ବିଶେଷକରି ରାଜ୍ୟ ସରକାରଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଦିଗରେ ଆଗୁଆ ପଦକ୍ଷେପ ନେବା ଶିଖାଇଛି। ‘ମହାବାତ୍ୟା’ର ଶିକ୍ଷାକୁ ଗ୍ରହଣ କରି ରାଜ୍ୟ ସରକାର ଶୂନ୍ୟ ମୃତାହତ ମିଶନ୍‌ ହାତକୁ ନେଇ ସଫଳ ହୋଇଛନ୍ତି। ଯେଉଁଥିପାଇଁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଦିଗରେ ଓଡ଼ିଶା ଏବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ମଡେଲ ସାଜିଛି। ୨୩ ବର୍ଷ ପରେ ବି ମହାବାତ୍ୟା ଛାଡ଼ିଯାଇଥିବା ପଦଚିହ୍ନକୁ ଲୋକେ ଭୁଲି ପାରୁନାହାନ୍ତି।

29 Oct 2022 By The Sakala

ମନରୁ ଲିଭିନି ପ୍ରକୃତିର ତାଣ୍ଡବ: ଓଡ଼ିଶା ଇତିହାସରେ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ‘ମହାବାତ୍ୟା’କୁ ପୂରିଛି ୨୩ ବର୍ଷ…..

ଓଡ଼ିଶା ଇତିହାସରେ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ର ‘ମହାବାତ୍ୟା’। ଇତିମଧ୍ୟରେ ମହାବାତ୍ୟାକୁ ପୂରିଛି ୨୩ ବର୍ଷ। ମହାବାତ୍ୟାର ମହାତାଣ୍ଡବକୁ ପାଖରୁ ଦେଖିଥିବା ଲୋକେ ଅକ୍ଟୋବର ମାସ ଆସିଲେ ଏକ ଅଜଣା ଭୟରେ ଆତଙ୍କିତ ଥାଆନ୍ତି। ନିକଟରେ ସିତରାଙ୍ଗ ମହାବାତ୍ୟାକୁ ନେଇ ଓଡ଼ିଶାବାସୀ ୧୯୯୯ର ପ୍ରକୃତିର ତାଣ୍ଡବକୁ ମନେ ପକାଇ ଭୟଭୀତ ଥିଲେ। ଅବଶ୍ୟ ସିତରାଙ୍ଗ ବାଂଲାଦେଶରେ ପ୍ରଳୟ ରଚିଛି। ଅନ୍ୟପଟେ ୧୯୯୯ ମହାବାତ୍ୟାର ସେହି କାଳରାତ୍ରିର କରାଳ ଦୃଶ୍ୟକୁ ଦେଖିଥିବା ଲୋକଙ୍କ ଦେହ ଆଜି ବି ଶିହରି ଉଠେ।

ସେଦିନର କେଇ ଘଣ୍ଟାର ତାଣ୍ଡବ ଓଡ଼ିଶାର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ଅକ୍ଟୋବର ୨୫ରେ ଆଣ୍ଡାମାନ ଦ୍ବୀପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା ଓ ପରବର୍ତ୍ତୀ ସମୟରେ ତାହା ମହାବାତ୍ୟାର ରୂପ ନେଇ ମହାତାଣ୍ଡବ ରଚିଥିଲା। ଅକ୍ଟୋବର ୨୯ ସକାଳ ପ୍ରାୟ ୧୦ଟା ୩୦ରେ ଜଗତସିଂହପୁରର ଏରସମା ଓ ବାଲିକୁଦା ମଧ୍ୟରେ ମହାବାତ୍ୟା ମାଡ଼ ହୋଇଥିଲା । ଘଣ୍ଟା ପ୍ରତି ୩୦୦ କିଲୋମିଟରରୁ ଅଧିକ ବେଗରେ ପବନ ବହିଥିଲା ଓ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିଲା। ପ୍ରକୃତିର ଏହି ସଂହାର ଲୀଳାରେ ପ୍ରଭାବିତ ହୋଇଥିଲା ଅର୍ଦ୍ଧାଧିକ ଓଡ଼ିଶା। ମୋଟାମୋଟି କହିବାକୁ ଗଲେ, ଓଡ଼ିଶାର ମେରୁଦଣ୍ଡ ଦୋହଲି ଯାଇଥିଲା।

ଉପକୂଳ ଓଡ଼ିଶାର ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିଲା। ବିଶେଷକରି ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ବରରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଥିଲା। ମୁଖ୍ୟତଃ ଜଗତସିଂହପୁର ଜିଲ୍ଲାର ଏରସମା ଓ ପୁରୀର ଅସ୍ତରଙ୍ଗକୁ ଅଧିକ କ୍ଷତି ସହିବାକୁ ପଡ଼ିଥିଲା। ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟିଥିଲା। ବହୁସଂଖ୍ୟାରେ ଗୃହପାଳିତ ପଶୁଙ୍କ ଜୀବନ ଯାଇଥିଲା। କିଛି ଭାବିବା ପୁର୍ବରୁ ସମୁଦ୍ର ପାଣିରେ ଭାସି ଯାଇଥିଲେ ଲୋକେ। ମଣିଷ, ପଶୁପକ୍ଷୀ, ଆସବାବପତ୍ର ସବୁ ଏକାକାର ହୋଇ ଯାଇଥିଲା ସମୁଦ୍ର ଗର୍ଭରେ ।

ପାଣି ଛାଡ଼ି ଯିବା ପରେ କୁଢ଼କୁଢ଼ ଶବ ପଡ଼ି ରହିଥିଲା। ଯେଉଁମାନେ ବଞ୍ଚି ଯାଇଥିଲେ ସେମାନେ ନିଜର ଲୋକଙ୍କୁ ଖୋଜି ଆର୍ତ୍ତଚିତ୍କାର କରୁଥିଲେ। ସେତେବେଳେ ସରକାରୀ ହିସାବରେ ମୃତ୍ୟୁ ସଂଖ୍ୟା ୧୦ହଜାର ଥିଲା, ଯାହା ବେସରକାରୀ ହିସାବରେ ଢେର ଅଧିକ କୁହାଯାଇଥିଲା। ଅନ୍ୟପଟେ ବାତ୍ୟା ପରବର୍ତ୍ତୀ ପର୍ଯ୍ୟାୟର ଦୃଶ୍ୟ ହାହାକାରମୟ ଥିଲା। ଅବଶ୍ୟ ୧୯୯୯ ମହାବାତ୍ୟା ପରେ ଓଡ଼ିଶା ଏଯାବତ୍ ଅନେକ ବାତ୍ୟାକୁ ସାମ୍ନା କରିଛି। ୨୦୨୦ରେ ‘ଅମ୍ପାନ୍‌’, ୨୦୧୯ରେ ‘ଫନି’, ୨୦୧୮ରେ ‘ତିତ୍‌ଲି’, ୨୦୧୪ରେ ‘ହୁଡ଼୍‌ହୁଡ୍‌’, ୨୦୧୩ରେ ‘ଫାଇଲିନ୍‌’ ଭଳି ବାତ୍ୟା ଦେଖିଛି ଓଡ଼ିଶା। ତେବେ ମହାବାତ୍ୟା ଲୋକଙ୍କୁ ଏକ ପ୍ରକାର ସତର୍କ ତଥା ମୁକାବିଲା ପାଇଁ ଶିକ୍ଷା ପ୍ରଦାନ କରିଛି। ବିଶେଷକରି ରାଜ୍ୟ ସରକାରଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଦିଗରେ ଆଗୁଆ ପଦକ୍ଷେପ ନେବା ଶିଖାଇଛି। ‘ମହାବାତ୍ୟା’ର ଶିକ୍ଷାକୁ ଗ୍ରହଣ କରି ରାଜ୍ୟ ସରକାର ଶୂନ୍ୟ ମୃତାହତ ମିଶନ୍‌ ହାତକୁ ନେଇ ସଫଳ ହୋଇଛନ୍ତି। ଯେଉଁଥିପାଇଁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଦିଗରେ ଓଡ଼ିଶା ଏବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ମଡେଲ ସାଜିଛି। ୨୩ ବର୍ଷ ପରେ ବି ମହାବାତ୍ୟା ଛାଡ଼ିଯାଇଥିବା ପଦଚିହ୍ନକୁ ଲୋକେ ଭୁଲି ପାରୁନାହାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର