ଦର୍ଶକ ମାନିଲେନି ସାମାଜିକ ଦୂରତା, ସିଲ୍‌ ହେଲା ଆଉ ୨ଟି ସିନେମା ହଲ୍‌

The Sakala Picture
Published On

ପାରଳାଖେମୁଣ୍ଡି : ଦର୍ଶକ ମାନିଲେନି ସାମାଜିକ ଦୂରତା । ପୁଣି ଦୁଇ ସିନେମା ହଲ୍ ସିଲ୍ । ଗଜପତି ପାରଳାଖେମୁଣ୍ଡିର ୨ଟି ସିନେମା ହଲ୍ ସିଲ୍ କରିଛି ଜିଲ୍ଲା ପ୍ରଶାସନ । କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜୟ ମା ଓ ଲକ୍ଷ୍ମୀ ସିନେମା ହଲ୍ ସିଲ୍ କରାଯାଇଛି । ସଂକ୍ରମଣ ବଢ଼ୁଥିବା ବେଳେ ପ୍ରଶାସନ ଏପରି କଡ଼ା ନିଷ୍ପତ୍ତି ନେଇଛି । ଗତକାଲି ଏକ ତେଲୁଗୁ ଫିଲ୍ମ ଦେଖିବାକୁ ସିନେମା ହଲରେ […]

ପାରଳାଖେମୁଣ୍ଡି : ଦର୍ଶକ ମାନିଲେନି ସାମାଜିକ ଦୂରତା । ପୁଣି ଦୁଇ ସିନେମା ହଲ୍ ସିଲ୍ । ଗଜପତି ପାରଳାଖେମୁଣ୍ଡିର ୨ଟି ସିନେମା ହଲ୍ ସିଲ୍ କରିଛି ଜିଲ୍ଲା ପ୍ରଶାସନ । କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜୟ ମା ଓ ଲକ୍ଷ୍ମୀ ସିନେମା ହଲ୍ ସିଲ୍ କରାଯାଇଛି । ସଂକ୍ରମଣ ବଢ଼ୁଥିବା ବେଳେ ପ୍ରଶାସନ ଏପରି କଡ଼ା ନିଷ୍ପତ୍ତି ନେଇଛି । ଗତକାଲି ଏକ ତେଲୁଗୁ ଫିଲ୍ମ ଦେଖିବାକୁ ସିନେମା ହଲରେ ପ୍ରବଡ଼ ଭିଡ଼ ଜମିଥିଲା । ଟିକେଟ କାଉଣ୍ଟରରେ ଭିଡ଼ ଜମିବାରୁ ପୋଲିସ ଲାଠି ମାଡ଼ ମଧ୍ୟ କରିଥିଲା । ଗତକାଲି କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ରାୟଗଡ଼ାର ଏକ ସିନେମା ହଲ୍ ସିଲ୍ ହୋଇଥିଲା । ସେହିପରି ଉଦୟପ୍ଲାଜା ସିନେମା ହଲକୁ କେବଳ ଚେତାବନୀ ଦେଇ ଛାଡ଼ି ଦେଇଥିଲା ପ୍ରଶାସନ।

ଆହୁରି ପଢ଼ନ୍ତୁ: କଟକ ପ୍ରେସଛକ ମାଛ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ସ୍ଥିତି ପରଖିଲେ ମେୟର

ସୂଚନା ଅନୁସାରେ ଗତକାଲି ୱକିଲ ସାବ୍ ନାମକ ଏକ ତେଲୁଗୁ ସିନେମା ରିଜିଲ୍ ହୋଇଥିଲା । ଯେଉଁଥିପାଇଁ ଗଜପତି ସମେତ ପଡୋଶୀ ଆନ୍ଧ୍ରରୁ ଶହ ଶହ ଲୋକ ସିନେମା ହଲରେ ଗହଳି ଲଗାଇଥିଲେ । କୋଭିଡ ନିମୟ ମାନୁନଥିବା ବେଳେ କେହି ମାସ୍କ ପିନ୍ଧିନଥିଲେ । ସରକାରଙ୍କ ଚେତାବନୀ ସତ୍ତ୍ୱେ ୫୦ ଭାଗ ନୁହେଁ ସିନେମା ହଲ ହାଉସଫୁଲ ହୋଇଯାଇଥିଲା। କେବଳ ଏତିକି ନୁହେଁ ବାହାରେ ମଧ୍ୟ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । ଗତକାଲି ଏଥିପାଇଁ ଲାଠି ମାଡ଼ ହୋଇଥିଲା । ଏହାର ପରିଣାମ ସ୍ୱରୂପ ଆଜି ଦୁଇଟି ସିନେମା ହଲକୁ ସିଲ୍ କରିଛି ପ୍ରଶାସନ ଓ ପୁଲିସ୍ । ଦୁଇଟି ହଲକୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ହୋଇଛି। ଯାଞ୍ଚ ବେଳେ ଆବଶ୍ୟକ ଅନୁମତି ପତ୍ର ବା କାଗଜପତ୍ର ନଥିବା ଯୋଗୁଁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିନେମା ହଲ୍ କୁ ସିଲ୍ କରାଯାଇଥିବା କହିଛନ୍ତି ପାରଳାଖେମୁଣ୍ଡି ତହସିଲଦାର ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ଆହୁରି ପଢ଼ନ୍ତୁ: ବାଲିଅନ୍ତା ବର୍ବର ହତ୍ୟାକାଣ୍ଡ: NHRC ନିକଟରେ ହାଜର ହେଲେ ଯୁବତୀ ଏବଂ ଆମ୍ବୁଲାନ୍ସ ଡ୍ରାଇଭର

10 Apr 2021 By The Sakala

ଦର୍ଶକ ମାନିଲେନି ସାମାଜିକ ଦୂରତା, ସିଲ୍‌ ହେଲା ଆଉ ୨ଟି ସିନେମା ହଲ୍‌

ପାରଳାଖେମୁଣ୍ଡି : ଦର୍ଶକ ମାନିଲେନି ସାମାଜିକ ଦୂରତା । ପୁଣି ଦୁଇ ସିନେମା ହଲ୍ ସିଲ୍ । ଗଜପତି ପାରଳାଖେମୁଣ୍ଡିର ୨ଟି ସିନେମା ହଲ୍ ସିଲ୍ କରିଛି ଜିଲ୍ଲା ପ୍ରଶାସନ । କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜୟ ମା ଓ ଲକ୍ଷ୍ମୀ ସିନେମା ହଲ୍ ସିଲ୍ କରାଯାଇଛି । ସଂକ୍ରମଣ ବଢ଼ୁଥିବା ବେଳେ ପ୍ରଶାସନ ଏପରି କଡ଼ା ନିଷ୍ପତ୍ତି ନେଇଛି । ଗତକାଲି ଏକ ତେଲୁଗୁ ଫିଲ୍ମ ଦେଖିବାକୁ ସିନେମା ହଲରେ ପ୍ରବଡ଼ ଭିଡ଼ ଜମିଥିଲା । ଟିକେଟ କାଉଣ୍ଟରରେ ଭିଡ଼ ଜମିବାରୁ ପୋଲିସ ଲାଠି ମାଡ଼ ମଧ୍ୟ କରିଥିଲା । ଗତକାଲି କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ରାୟଗଡ଼ାର ଏକ ସିନେମା ହଲ୍ ସିଲ୍ ହୋଇଥିଲା । ସେହିପରି ଉଦୟପ୍ଲାଜା ସିନେମା ହଲକୁ କେବଳ ଚେତାବନୀ ଦେଇ ଛାଡ଼ି ଦେଇଥିଲା ପ୍ରଶାସନ।

ସୂଚନା ଅନୁସାରେ ଗତକାଲି ୱକିଲ ସାବ୍ ନାମକ ଏକ ତେଲୁଗୁ ସିନେମା ରିଜିଲ୍ ହୋଇଥିଲା । ଯେଉଁଥିପାଇଁ ଗଜପତି ସମେତ ପଡୋଶୀ ଆନ୍ଧ୍ରରୁ ଶହ ଶହ ଲୋକ ସିନେମା ହଲରେ ଗହଳି ଲଗାଇଥିଲେ । କୋଭିଡ ନିମୟ ମାନୁନଥିବା ବେଳେ କେହି ମାସ୍କ ପିନ୍ଧିନଥିଲେ । ସରକାରଙ୍କ ଚେତାବନୀ ସତ୍ତ୍ୱେ ୫୦ ଭାଗ ନୁହେଁ ସିନେମା ହଲ ହାଉସଫୁଲ ହୋଇଯାଇଥିଲା। କେବଳ ଏତିକି ନୁହେଁ ବାହାରେ ମଧ୍ୟ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । ଗତକାଲି ଏଥିପାଇଁ ଲାଠି ମାଡ଼ ହୋଇଥିଲା । ଏହାର ପରିଣାମ ସ୍ୱରୂପ ଆଜି ଦୁଇଟି ସିନେମା ହଲକୁ ସିଲ୍ କରିଛି ପ୍ରଶାସନ ଓ ପୁଲିସ୍ । ଦୁଇଟି ହଲକୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ହୋଇଛି। ଯାଞ୍ଚ ବେଳେ ଆବଶ୍ୟକ ଅନୁମତି ପତ୍ର ବା କାଗଜପତ୍ର ନଥିବା ଯୋଗୁଁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିନେମା ହଲ୍ କୁ ସିଲ୍ କରାଯାଇଥିବା କହିଛନ୍ତି ପାରଳାଖେମୁଣ୍ଡି ତହସିଲଦାର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର