ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଚେତୁନି ମଣିଷ- ନୀରବ ପ୍ରଶାସନ, ୮ ବର୍ଷରେ ଚିଲିକାରେ ଗଲାଣି ୧୯ ଜୀବନ

The Sakala Picture
Published On

ଖୋର୍ଦ୍ଧା/ପୁରୀ: ଚିଲିକାର ପ୍ରାକୃତିକ ଶୋଭା ବେଶ୍ ମନୋରମ। ବର୍ଷତମାମ୍ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଯେଉଁଥିପାଇଁ ଏଠାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି। ଚିଲିକାର ନୀଳ ଜଳରାଶିରେ ବୁଲିବା ସହ ବିଭିନ୍ନ ପ୍ରଜାତିର ପକ୍ଷୀ, ଡଲ୍ଫିନ ଦେଖନ୍ତି। ବଣଭୋଜି ପାଇଁ ମଧ୍ୟ ଅନେକ ପର୍ଯ୍ୟଟକ ଚିଲିକା ବକ୍ଷରେ ଥିବା ବିଭିନ୍ନ କୁଦରେ ସମବେତ ହୁଅନ୍ତି। ଏହାର ଶାନ୍ତ ଶୀତଳ ଜଳରାଶିରେ ଶହ ଶହ ଡଙ୍ଗା ପର୍ଯ୍ୟଟକଙ୍କୁ ଧରି ଆତଯାତ କରିଥାଏ। ହେଲେ ଚିଲିକା ବକ୍ଷରେ ବାରମ୍ବାର […]

ଖୋର୍ଦ୍ଧା/ପୁରୀ: ଚିଲିକାର ପ୍ରାକୃତିକ ଶୋଭା ବେଶ୍ ମନୋରମ। ବର୍ଷତମାମ୍ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଯେଉଁଥିପାଇଁ ଏଠାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି। ଚିଲିକାର ନୀଳ ଜଳରାଶିରେ ବୁଲିବା ସହ ବିଭିନ୍ନ ପ୍ରଜାତିର ପକ୍ଷୀ, ଡଲ୍ଫିନ ଦେଖନ୍ତି। ବଣଭୋଜି ପାଇଁ ମଧ୍ୟ ଅନେକ ପର୍ଯ୍ୟଟକ ଚିଲିକା ବକ୍ଷରେ ଥିବା ବିଭିନ୍ନ କୁଦରେ ସମବେତ ହୁଅନ୍ତି। ଏହାର ଶାନ୍ତ ଶୀତଳ ଜଳରାଶିରେ ଶହ ଶହ ଡଙ୍ଗା ପର୍ଯ୍ୟଟକଙ୍କୁ ଧରି ଆତଯାତ କରିଥାଏ। ହେଲେ ଚିଲିକା ବକ୍ଷରେ ବାରମ୍ବାର ଡଙ୍ଗା ବୁଡ଼ି ଘଟି ଅକାଳରେ ମୂଲ୍ୟବାନ ଜୀବନ ଯାଉଛି। ୮ ବର୍ଷ ମଧ୍ୟରେ ପ୍ରକୃତିରାଣୀ ଚିଲିକା ବକ୍ଷରେ ଗଲାଣି ୧୯ ଜୀବନ। ତଥାପି ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା ବେଳେ ମଣିଷର ଚେତା ପଶୁନି। ଡଙ୍ଗା ଦୁର୍ଘଟଣାର ପୁନରାବୃତ୍ତି ଘଟିଚାଲିଛି।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

୨୦୧୫ ମସିହାରେ ସମ୍ପର୍କୀୟଙ୍କ ସହ ଚିଲିକା ବୁଲିବାକୁ ଯାଇଥିବା ବେଳେ ଭୁବନେଶ୍ୱର ଶୈଳଶ୍ରୀ ବିହାରର ଶଶିକାନ୍ତ ମହାନ୍ତିଙ୍କ ଡଙ୍ଗାବୁଡ଼ିରେ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୬ରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୭ ଅଗଷ୍ଟ ୧୪ ତାରିଖରେ ଛତିଶଗଡ଼ ରାୟପୁରର ଆସିଦ୍ ଇକ୍ବାଲ (୨୬)ଙ୍କରମଧ୍ୟ ମୃତ୍ୟୁ ହୋଇଥିଲା। ତେବେ ୨୦୧୮ ଜୁନ ୧୬ ତାରିଖ ରଜ ସଂକ୍ରାନ୍ତିରେ ଚିଲିକାରେ ଡଙ୍ଗା ବୁଡ଼ିରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୯ରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୦୨୨ ଅଦ୍ୟାବଧି ୨ଟି ଡଙ୍ଗାବୁଡ଼ିରେ ୩ ଜଣଙ୍କ ଜୀବନ ଗଲାଣି। ଗତ ମେ ୫ ତାରିଖରେ ଚିଲିକାରେ ବୁଡ଼ି ଯାଇଥିଲା ଏକ ପର୍ଯ୍ୟଟକ ଡଙ୍ଗା। ବାଲେଶ୍ୱର ରେମୁଣା ଅଞ୍ଚଳର ୮ ଜଣ ଏବଂ ଡଙ୍ଗା ଚାଳକଙ୍କୁ ମିଶାଇ ମୋଟ ୧୧ ଜଣ ଫେରୁଥିବା ବେଳେ ଚଢେଇହଗା ପାହାଡ଼ ନିକଟରେ ହଠାତ୍ କାଳବୈଶାଖୀ ପ୍ରଭାବରେ ଡଙ୍ଗା ବୁଡ଼ିଯାଇଥିଲା। ଲାଇଫ୍ ଜ୍ୟାକେଟ ପିନ୍ଧିଥିବାରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଗତ ରବିବାର ୧୩ ଜଣ ଯୁବକ ଗମ୍ଭାରୀରୁ ଦେଶୀ ଡଙ୍ଗାରେ କାଳିଜାଇ କୁଦରୁ ଭୋଜି କରି ଫେରୁଥିବେଳେ ଡଙ୍ଗା ବୁଡ଼ିଯାଇ ପୁରୀ ତଳମାଳିସାହିର ରାକେଶ କୁମାର ସ୍ୱାଇଁ ଓ ମାର୍କଣ୍ଡେଶ୍ୱର ସାହିର ସୌମେନ୍ଦ୍ର ମହାନ୍ତିଙ୍କ ମୃତ୍ୟୁ ଘଟିଥିଲା। ୨୦୧୪ରେ ବାଲୁଗାଁ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ପାରିକୁଦ ଯିବା ସମୟରେ ଏଭଳି ଏକ ଅଘଟଣ ଘଟିଥିବାବେଳେ ସୌଭାଗ୍ୟ ବଶତଃ ସେମାନେ ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚି ଯାଇଥିଲେ। ବିଗତ ୩୫ବର୍ଷ ତଳେ ବରକୁଳ ପାନ୍ଥନିବାସଠାରୁ କାଳିଜାଇ ଦକ୍ଷିଣ ପଟ ଗଣ୍ଡରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସିମେଣ୍ଟ ମିକ୍ସଚର ଟ୍ରକ୍ ଧକ୍କାରେ ବାପା ଓ ଝିଅଙ୍କ ମୃତ୍ୟୁ

ଚିଲିକା ମଧ୍ୟରେ କାଳିଜାଇ, ନଳବଣ, ଚଢ଼େଇହଗା ପର୍ବତ, ରାଜହଂସ, ସାତପଡ଼ା ଏବଂ କୃଷ୍ଣପ୍ରସାଦ ଭଳି ଗ୍ରାମକୁ ଯାତାୟତ ପାଇଁ ଜଳପଥ ଏକମାତ୍ର ଭରସା। ପର୍ଯ୍ୟଟକମାନେ ଡଙ୍ଗାରେ ଚଢ଼ିବା ପୂର୍ବରୁ ଲାଇଫ୍ ଜ୍ୟାକେଟ୍ ପିନ୍ଧୁଛନ୍ତି କି ନାହିଁ ତାହାର ଯାଞ୍ଚ ହେଉନାହିଁ। ଝଡ଼ବର୍ଷା ସମୟରେ ଡଙ୍ଗା ଚଳାଚଳ କରିବା ଅନୁଚିତ। ବାଲୁଗାଁ, ବରକୁଳ, ବ୍ରହ୍ମଗିରି, ମଙ୍ଗଳାଯୋଡି ପ୍ରମୁଖ ସ୍ଥାନରୁ ଯାତ୍ରୀମାନେ ଚିଲିକାର ବିଭିନ୍ନ ସ୍ଥାନକୁ ଯାତାୟତ କରିଥାନ୍ତି। ତେବେ କେଉଁ ଡଙ୍ଗାରେ କେତେ ଯାତାୟତ କରି ପାରିବେ ସେ ନେଇ ନିୟମ, ଡଙ୍ଗା ପଞ୍ଜୀକରଣ, ନବୀକରଣ ଓ ଚାଳକଙ୍କ ଲାଇସେନ୍ସ ବାଧ୍ୟତାମୂଳକ କରାଯାଇଛି। ୧୦ ବର୍ଷରୁ ଅଧିକ ପୁରୁଣା ଡଙ୍ଗା ଚାଲିବା ଉପରେ କଟକଣା ରହିଛି। କିନ୍ତୁ ଚିଲିକାରେ ଭଙ୍ଗା, ଦଦରା ଡଙ୍ଗା ଚାଲୁଛି।

ଆହୁରି ପଢ଼ନ୍ତୁ: ଦଳର ବିଧାୟକ ପ୍ରାର୍ଥୀଙ୍କ ସହ ନବୀନଙ୍କ ବୈଠକ: ଏସ୍‌ଆଇଆର୍‌ ସମୟରେ ସତର୍କ ଓ ସଜାଗ ରହିବାକୁ ପରାମର୍ଶ

ପର୍ଯ୍ୟଟକଙ୍କୁ ଚିଲିକା ଭିତରକୁ ନେଇ ଯାଉଥିବା ଡଙ୍ଗାଗୁଡ଼ିକ ଗାଇଡ଼ଲାଇନ ପାଳନ କରୁଛନ୍ତି ନା ନାହିଁ। ପ୍ରତ୍ୟେକ ଡଙ୍ଗାରେ ପଞ୍ଜିକରଣ, ବୀମା ସାଙ୍ଗକୁ ଲାଇଫ୍ ଜ୍ୟାକେଟ୍ ରହିବା ବାଧ୍ୟତାମୂଳକ। ଡଙ୍ଗା ମାଲିକ ଏ ସବୁ ମାନୁଛନ୍ତି ନା ନାହିଁ, ପର୍ଯ୍ୟଟକମାନେ ଲାଇଫ୍ ଜ୍ୟାକେଟ୍ ପିନ୍ଧୁଛନ୍ତି କି ନାହିଁ ତାହାର ମଧ୍ୟ ଯାଞ୍ଚ କରାଯାଉ ନାହିଁ। ଝଡ଼ବତାସ ସମୟରେ ଡଙ୍ଗା ଚଳାଚଳ କରିବା ଅନୁଚିତ। ହେଲେ ଏହାକୁ କେତେଦୂର ପାଳନ କରାଯାଉଛି। ଏ ସବୁର ତଦାରଖ ହେଉ ନ ଥିବା ବେଳେ ବିଭିନ୍ନ ସମୟରେ ଚିଲିକାରେ ଡଙ୍ଗାବୁଡ଼ି ଭଳି ଦୁଃଖଦ ଘଟଣା ଘଟୁଛି।

ବାଲୁଗାଁ ସ୍ଥିତ କାଳିଯାଈ ମଟର ବୋଟ ଆସୋସିଏସନର ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରାଙ୍କ କହିବା ଅନୁଯାୟୀ, ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ନିୟମକୁ ମଟର ବୋଟ ଆସୋସିଏସନ ପଳନ କରୁଛି। ଗତ ୪ବର୍ଷ ତଳେ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଲାଇଭ ଜ୍ୟାକେଟରୁ କିଛି ନଷ୍ଟ ହୋଇଗଲାଣି। ପୁନର୍ବାର ଲାଇଭ ଜ୍ୟାକେଟ ପ୍ରଦାନ ପାଇଁ ପ୍ରଶାସନ ନିକଟରେ ଆବେଦନ କରିଥିଲେ ସୁଦ୍ଧା ଏଯାଏଁ ମିଳିନାହିଁ। ତେଣୁ ଡଙ୍ଗାରେ ରଖିବା ନିମନ୍ତେ ପର୍ଯ୍ୟାପ୍ତ ସଂଖ୍ୟକ ଟ୍ୟୁବ୍ ଓ ଲାଇଭ୍ ଜ୍ୟାକେଟ ଖୁବଶୀଘ୍ର ଯୋଗାଇ ଦେବା ପାଇଁ ପ୍ରଶାସନ କୁ ସେ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଆଇନ ମାନୁନଥିବା ଡଙ୍ଗା ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ସୂଚନା ଦେଇଛନ୍ତି।

ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ନିକଟରେ ବୋଟ ଆସୋସିଏଶନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଖୁବ୍ଶୀଘ୍ର ସିଙ୍ଗିଲୱିଣ୍ଡୋ ସିଷ୍ଟମ ବ୍ୟବସ୍ଥା କରାଯିବ। ଏହାଦ୍ୱାରା ଜଣେ ପର୍ଯ୍ୟଟକ ପହଞ୍ଚି ସେଠାରେ ବୁକିଂ କରି ସବୁପ୍ରକାର ସୁବିଧା ପାଇପାରିବେ। ସବୁ ଡଙ୍ଗାର ବୀମା ଓ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସବୁ ବୋଟରେ ଲାଇଫ୍ ଜ୍ୟାକେଟ ରହିବା କଥା। ଅନେକ ସମୟରେ ଏଥିରେ ତ୍ରୁଟି ହେଉଛି। ଗାଇଡ଼ଲାଇନକୁ ଆହୁରି କଡ଼ିକଡ଼ି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

12 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର