ଗୁରୁଦିବସ ଅବସରରେ ଦୈନିକ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଗୁରୁବ୍ରହ୍ମା ସମ୍ମାନରେ ସମ୍ମାନିତ ହେଲେ ୧୫ ଶିକ୍ଷକ

The Sakala Picture
Published On

ଭୁବନେଶ୍ବର: ପବିତ୍ର ଗୁରୁ ଦିବସରେ ଗୁରୁଙ୍କୁ ସମ୍ମାନ । ଦୈନିକ ସକାଳ ଓ ନନ୍ଦିଘୋଷ ଚିଭି ପକ୍ଷରୁ ଆଜି ରାଜ୍ୟର ୧୫ ଜଣ କୃତୀ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଗୁରୁବ୍ରହ୍ମା ସମ୍ମାନ ସହ ସମ୍ବର୍ଦ୍ଧନା ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି । ଭୁବନେଶ୍ବରରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଗୁରୁମାନଙ୍କୁ ସମ୍ମାନିତ କରିଥିଲେ । ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ସକାଳର ସମ୍ପାଦକ ଉମାକାନ୍ତ ମିଶ୍ର, କାର୍ଯ୍ୟନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାସ, ସି.ଭି […]

ଭୁବନେଶ୍ବର: ପବିତ୍ର ଗୁରୁ ଦିବସରେ ଗୁରୁଙ୍କୁ ସମ୍ମାନ । ଦୈନିକ ସକାଳ ଓ ନନ୍ଦିଘୋଷ ଚିଭି ପକ୍ଷରୁ ଆଜି ରାଜ୍ୟର ୧୫ ଜଣ କୃତୀ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଗୁରୁବ୍ରହ୍ମା ସମ୍ମାନ ସହ ସମ୍ବର୍ଦ୍ଧନା ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି । ଭୁବନେଶ୍ବରରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଗୁରୁମାନଙ୍କୁ ସମ୍ମାନିତ କରିଥିଲେ । ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ସକାଳର ସମ୍ପାଦକ ଉମାକାନ୍ତ ମିଶ୍ର, କାର୍ଯ୍ୟନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାସ, ସି.ଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ଅଧ୍ୟକ୍ଷ ପ୍ରଫେସର ସଞ୍ଜୀବ ରାଉତ, ନନ୍ଦିଘୋଷ ଟିଭିର ସିଇଓ ଜବର ସିଂ ପନୱର, ସକାଳର ସିଇଓ ସୁବ୍ରତ ଦାସ ପ୍ରମୁଖ ସମ୍ମାନ ପ୍ରଦାନ କରିଥିଲେ ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

guru bramha award-2023

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ତିନିଟି ବର୍ଗରେ ୧୫ ଜଣ କୃତୀ ଶିକ୍ଷକ ପୁରସ୍କୃତ ହୋଇଛନ୍ତି । ପ୍ରାଥମିକ ବିଦ୍ୟାଳୟ ବର୍ଗରେ କେନ୍ଦୁଝର ଜିଲ୍ଲାର ଶିକ୍ଷକ ରୋହିତ କୁମାର ବେହେରା, ନବରଙ୍ଗପୁର ଜିଲ୍ଲାର ଶିକ୍ଷୟିତ୍ରୀ ପ୍ରଭାତୀ ଦେବନାଥ ଏବଂ କଟକ ଜିଲ୍ଲାର ଶିକ୍ଷକ ସୌଭାଗ୍ୟ କୁମାର ବରାଳଙ୍କୁ ଗୁରୁବ୍ରହ୍ମା ସମ୍ମାନ ପ୍ରଦାନ କରାଯାଇଛି । ଏହି ବର୍ଗରେ ବିଶେଷ ଅବଦାନ ପାଇଁ ଭଦ୍ରକ ଜିଲ୍ଲାର ଶିକ୍ଷକ ସରୋଜ କୁମାର ଦାଶ ଓ ବଲାଙ୍ଗୀର ଜିଲ୍ଲାର ଶିକ୍ଷକ ଆଲୋକ କୁମାର ପଣ୍ଡା ପୁରସ୍କୃତ ହୋଇଛନ୍ତି । ସେହିପରି ମାଧ୍ୟମିକ ବିଦ୍ୟାଳୟ ବର୍ଗରେ ରଞ୍ଜନ କୁମାର ଦାସ, ଅଜିତ କୁମାର ଜେନା ଓ ପ୍ରସନ୍ନ କୁମାର ନାୟକଙ୍କୁ ଗୁରୁବ୍ରହ୍ମା ସମ୍ମାନ ପ୍ରଦାନ କରାଯାଇଛି । ଏହି ବର୍ଗରେ ବିଶେଷ ଅବଦାନ ପାଇଁ କେନ୍ଦୁଝର ଜିଲ୍ଲାର ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ଓ କନ୍ଧମାଳ ଜିଲ୍ଲାର ଶ୍ୟାମସୁନ୍ଦର ସାହୁ ପୁରସ୍କୃତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

guru bramha award-2023

ଉଚ୍ଚ ମାଧ୍ୟମିକ ବର୍ଗରେ ଖୋର୍ଦ୍ଧା ଜିଲ୍ଲାର ଶିକ୍ଷକ ତାପସ କୁମାର ମହାନ୍ତି, ନବରଙ୍ଗପୁର ଜିଲ୍ଲାର ଶିକ୍ଷକ ସନ୍ତୋଷ କୁମାର ଷଡ଼ଙ୍ଗୀ ଓ ବାଲେଶ୍ବର ଜିଲ୍ଲାର ଶିକ୍ଷକ ଡକ୍ଟର ପଙ୍କଜ କୁମାର ଜେନାଙ୍କୁ ଗୁରୁବ୍ରହ୍ମା ସମ୍ମାନ ପ୍ରଦାନ କରାଯାଇଛି । ଏହି ବର୍ଗରେ ବିଶେଷ ଅବଦାନ ପାଇଁ କେନ୍ଦୁଝର ଜିଲ୍ଲାର ଶିକ୍ଷକ ବିଜୟ କୁମାର ସାହୁ ଓ ଡକ୍ଟର ସୁବ୍ରତ କୁମାର ପାଣିଗ୍ରାହୀ ପୁରସ୍କୃତ ହୋଇଛନ୍ତି ।

guru bramha award-2023

ଗୁରୁବ୍ରହ୍ମା ସମ୍ମାନ ପାଇଁ ସାରା ରାଜ୍ୟରୁ ୩ ଶହରୁ ଅଧିକ ଶିକ୍ଷକ ଆବେଦନ କରିଥିଲେ । ଯାହାର ବିଚାର କରିଥିଲେ ୫ ଜଣିଆ ବିଚାରକ ମଣ୍ଡଳୀ । ଏହି ବିଚାରକ ମଣ୍ଡଳୀରେ ଶିକ୍ଷାବିତ ନିରଞ୍ଜନ ଚନ୍ଦ୍ର ପଣ୍ଡା, ଐତିହାସିକ ଓ ଶିକ୍ଷାବିତ ପ୍ରଫେସର ନିହାରରଞ୍ଜନ ପଟ୍ଟନାୟକ, ଶିକ୍ଷାବିତ ପ୍ରଫେସର ପ୍ରିୟଦର୍ଶୀ କାନୁନଗୋ, ଶିକ୍ଷାବିତ ପ୍ରଫେସର ସୁନୀଲ କୁମାର ଷଡ଼ଙ୍ଗୀ ଏବଂ ଶିକ୍ଷାବିତ ପ୍ରଫେସର ତୁଷାରକାନ୍ତି ତ୍ରିପାଠୀ ସଦସ୍ୟ ଥିଲେ । କାର୍ୟ୍ୟକ୍ରମରେ ସାଇ କଳା ସଂସଦ ପକ୍ଷରୁ ଗୁରୁବନ୍ଦନା ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ କାର୍ୟ୍ୟକ୍ରମରେ ଯୋଗ ଦେଇ ଗୁରୁଶିଷ୍ୟ ପରମ୍ପରାର ମହତ୍ବ ବୁଝିଥିଲେ ।

guru bramha award-2023

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp