ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ୧୩୦ ୟୁନିଟ ରକ୍ତ ସଂଗୃହିତ

The Sakala Picture
Published On

ଭୁବନେଶ୍ବର: କୋଭିଡ ସଙ୍କଟ ସମୟରେ ରକ୍ତ ଅଭାବର ସଙ୍କଟ ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିରରେ ୧୩୦ ୟୁନିଟ ରକ୍ତ ସଂଗୃହିତ ହୋଇଛି। କରୋନା ମହାମାରୀ ସମୟରେ ରକ୍ତାଭାବ ସଙ୍କଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ […]

ଭୁବନେଶ୍ବର: କୋଭିଡ ସଙ୍କଟ ସମୟରେ ରକ୍ତ ଅଭାବର ସଙ୍କଟ ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିରରେ ୧୩୦ ୟୁନିଟ ରକ୍ତ ସଂଗୃହିତ ହୋଇଛି। କରୋନା ମହାମାରୀ ସମୟରେ ରକ୍ତାଭାବ ସଙ୍କଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ସିଇସିଙ୍କ ବିରୋଧରେ ନୂଆଦିଲ୍ଲୀରେ ବିରୋଧୀଙ୍କ ପଦଯାତ୍ରାରେ ସାମିଲ ହେବ ବିଜେଡି

ଆଜିର ଏହି କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରକ୍ତାଭାବ ଦୂର କରିବା ପାଇଁ ଆଗାମୀ ଦିନରେ ଲୋକଙ୍କ ଜୀବନ ରକ୍ଷା ପାଇଁ ରକ୍ତ ସଂଗ୍ରହ ଅଭିଯାନକୁ ଏକ ଆନ୍ଦୋଳନରେ ପରିଣତ କରିବା ସହ ସଶକ୍ତ ଓଡ଼ିଶା ଗଠନ ନିମନ୍ତେ ବିଜୁ ଛାତ୍ର ଜନତା ଦଳ ତରଫରୁ ସାମାଜିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

ଆହୁରି ପଢ଼ନ୍ତୁ: ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସମଗ୍ର ଶିକ୍ଷା ଅଭିଯାନର ପ୍ରୋଗ୍ରାମର

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନରେ ବିଜେପିର ଅରାଜକତା ଗଣତନ୍ତ୍ରକୁ ହତ୍ୟା କରୁଛି: ବିଜେଡି

ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ, ବିଧାୟକ ପ୍ରଣବ କୁମାର ବଳବନ୍ତ ରାୟ ପ୍ରତାପ ଦେବ, ଅନନ୍ତ ନାରାୟଣ ଜେନା, ଶୁଶାନ୍ତ ରାଉତ୍‍, ବିଜୁ ଜନତା ଦଳ କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତ ରାୟ, ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ଉଠା ଜନସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍‍ି, ତନ୍ମୟ ସ୍ୱାଇଁ, କୁନୁ ବିହାରି ଦାସ, ରୁଦ୍ର ସାମନ୍ତ ରାୟ, ଧୃତି ରଞ୍ଜନ ମାର୍ଥା, ଜ୍ୟୋସ୍ନା ପରିଡ଼ା, ଜ୍ୟୋତି ରଞ୍ଜନ ଜେନା, ସୁଭେନ୍ଦୁ ମଙ୍ଗରାଜ, ରାକେଶ କୁମାର ରାମ, ଏଲିନା ଦାସ, ସ୍ମୃତି ଦାସ, ମନୋଜ ମହାନ୍ତି, ତାରିଣୀ ପ୍ରସାଦ ନାୟକ, ସ୍ୱାଗତିକା ମହାନ୍ତି, ସୁଚିସ୍ମିତା ବେହେରା,. ଦୀପକ ବେହେରା, ଲଗ୍ନାଦୀପା ମିଶ୍ର, ସୋନାଲି ପ୍ରିୟଦର୍ଶିନୀ, ଅବିନାଶ ପ୍ରଧାନ, ସୁଶାନ୍ତ ମହାନ୍ତି, ରଶ୍ମିରଞ୍ଜନ ଦାସ, ଭଗବାନ ସାହୁ, ଅବିନାଶ ଠାକୁର୍‍, ଅଜିତ୍‍ ବେହେରା, କମଳଜ୍ୟୋତି ଦାସ, ସ୍ଥିତପ୍ରଜ୍ଞା ଦାସ, ଏବଂ ବିଜୁ ଛାତ୍ର ଯୁବ ଜନଜତା ଦଳର ଅନ୍ୟାନ୍ୟ ଛାତ୍ର ଯୁବ ନେତାମାନେ ଯୋପ ଦେଇଥିଲେ।

ଏହି ଆୟୋଜିତ କାର୍ଯ୍ୟକ୍ରମକୁ ରାଜ୍ୟ ସାଧାରଣ ସମ୍ପାଦକ ଅରୂପ ଶ୍ରୀଚନ୍ଦନ, ରାଜ୍ୟ ସମ୍ପାଦକ ରଶ୍ମି ରଞ୍ଜନ ପରିଡ଼ା, ଛାତ୍ର ନେତା ସନ୍ତୋଷ ବେହେରା, ବିକାଶ ସାହୁ, ସାଇ ଶୁଭମ୍‍, ରୁଦ୍ର ପଟ୍ଟନାୟକ, ଅନିଶ ରଥ, ଶାଶ୍ୱତୀ ମିଶ୍ର, ପ୍ରିୟବ୍ରତ ନାୟକ, ଆଦିତ୍ୟ କର, ଆଶୁତୋଷ ମଙ୍ଗରାଜ, ସଚିକାନ୍ତ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର