ରାଜ୍ୟର ୧୦୮ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ, ଡବଲ ଇଂଜିନ ଏବେ ଡବଲ ବିନାଶ: ବିଜେଡି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଉଦବେଗ୍‌ଜନକ ସ୍ଥିତିରେ ଥିବା ବେଳେ ଆମ୍ବୁଲାନ୍ସ ସେବାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଦୁଃଖ ଓ ପରିତାପର ବିଷୟ ଯେ, ଆମ୍ବୁଲାନ୍ସ ଭଳି ଏକ ଜରୁରୀ କାଳୀନ ସେବା ଏକ ପ୍ରକାରର ଠପ ହୋଇଯାଇଥିବା ବେଳେ, ସରକାର ଏକ ବର୍ଷ ପୂର୍ତ୍ତି ଉତ୍ସବ ରାଜ୍ୟବ୍ୟାପୀ ପାଳନ କରୁଛି। ରାଜ୍ୟବାସୀଙ୍କ କଷ୍ଟ ଉପାର୍ଜିତ ଧନରୁ ଟିକସ ମାଧ୍ୟମରେ ରାଜକୋଷକୁ ଆସିଥିବା ଅର୍ଥକୁ ବିଜେପି ଉତ୍ସବ […]

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଉଦବେଗ୍‌ଜନକ ସ୍ଥିତିରେ ଥିବା ବେଳେ ଆମ୍ବୁଲାନ୍ସ ସେବାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଦୁଃଖ ଓ ପରିତାପର ବିଷୟ ଯେ, ଆମ୍ବୁଲାନ୍ସ ଭଳି ଏକ ଜରୁରୀ କାଳୀନ ସେବା ଏକ ପ୍ରକାରର ଠପ ହୋଇଯାଇଥିବା ବେଳେ, ସରକାର ଏକ ବର୍ଷ ପୂର୍ତ୍ତି ଉତ୍ସବ ରାଜ୍ୟବ୍ୟାପୀ ପାଳନ କରୁଛି। ରାଜ୍ୟବାସୀଙ୍କ କଷ୍ଟ ଉପାର୍ଜିତ ଧନରୁ ଟିକସ ମାଧ୍ୟମରେ ରାଜକୋଷକୁ ଆସିଥିବା ଅର୍ଥକୁ ବିଜେପି ଉତ୍ସବ ପାଳନରେ ଖର୍ଚ୍ଚ ନକରି ସେହି ଅର୍ଥରେ ଆମ୍ୱୁଲାନ୍ସ କିଣାଯାଉ ବୋଲି ବିଜୁ ଜନତା ଦଳ ଦାବୀ କରିଛି।

ଆହୁରି ପଢ଼ନ୍ତୁ: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଜଳସ୍ତର, ବାଲେଶ୍ୱରରେ ପୁଣି ବନ୍ୟା ଆଶଙ୍କା

ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖା ଶ୍ରୀ ସାମନ୍ତସିଂହାର କହିଥିଲେ, ଗତକାଲି କୋରାପୁଟର ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜରେ ଭୁଲ ଇଞ୍ଜେକସନ ଦିଆଯିବା ଦ୍ୱାରା ୬ ଜଣଙ୍କ ମୃତ୍ୟୁ ହୋଇଥିବା ଭଳି ଦୁଃଖଦ ଖବର ସାମ୍ନାକୁ ଆସିଥିଲା। ଆଜି ରାଜ୍ୟରେ ଆମ୍ୱୁଲାନ୍ସ ସେବା ବିପର୍ଯ୍ୟସ୍ତ ହୋଇ ପଡିଥିବାର କରୁଣ ଚିତ୍ର ସାମ୍ନାକୁ ଆସିଛି। ଜଗତସିଂହପୁର ଜିଲ୍ଲାରେ ଏକ ୧୦୮ ଆମ୍ବୁଲାନ୍ସରେ ରୋଗୀ ଓ ତାଙ୍କ ପରିବାର ସଦସ୍ୟଙ୍କ ସହିତ ହସ୍ପିଟାଲକୁ ଆସୁଥିବା ବେଳେ ରାସ୍ତାରେ ଆମ୍ୱୁଲାନ୍ସର ଟାୟାର ପଂକଚର ହୋଇ ଯାଇଥିଲା। ସେହି ଆମ୍ବୁଲାନ୍ସଟିରେ ଷ୍ଟେପିନ୍‌ ଟାୟାର ନଥିଲା। ଡ୍ରାଇଭର କଲ ସେଣ୍ଟରର ସହାୟତା ମାଗିଥିଲେ ମଧ୍ୟ କୌଣସି ସହାୟତା ମିଳି ପାରି ନଥିଲା। ଆମ୍ବୁଲାନ୍ସରେ ମୁର୍ମୁଷୁ ଅବସ୍ଥାରେ ଥିବା ରୋଗୀଙ୍କ ଅବସ୍ଥା ଆହୁରି ଖରାପ ହୋଇଥିଲା। ଏହି ଖବର ପାଇ ବାଲିକୁଦା ଏରସମା ବିଧାୟକ ଶ୍ରୀ ସାରଦା ପ୍ରସାଦ ଜେନା ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଏକ ଗାଡ଼ିରେ ରୋଗୀଙ୍କୁ ଏରସମା ସିଏଚସିକୁ ପଠାଇଥିଲେ। ଏହାଛଡା, ରାଜ୍ୟ ସରକାରଙ୍କ ଦ୍ୱାରା ୧୦୮ ଆମ୍ୱୁଲାନ୍ସ ଗୁଡିକର ମରାମତି ଓ ରକ୍ଷଣାବେକ୍ଷଣା କରାଯାଉନଥିବା କାରଣରୁ ରାଜ୍ୟର ଆମ୍ବୁଲାନ୍ସ ସେବା ଠପ ହୋଇ ପଡିଛି। ୧୦୮ ଆମ୍ବୁଲାନ୍ସ ଗୁଡିକ ଅକାମି ହୋଇ ପଡ଼ି ରହିଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। କିନ୍ତୁ ରାଜ୍ୟ ସରକାରଙ୍କ ଏଥିପ୍ରତି ନିଘାନାହିଁ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ଭଦ୍ରକ-ହରିଦାସପୁର ଏବଂ କଟକ-ପାରାଦୀପ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ

ଡ଼ ସାମନ୍ତସିଂହାର କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟରେ ୧୦୮ ଆମ୍ୱୁଲାନ୍ସ ସେବା ଆରମ୍ଭ କରାଯାଇଥିଲା ଓ ବ୍ୟବସ୍ଥିତ ଢଙ୍ଗରେ ଚାଲି ଆସୁଥିଲା। କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିବା ପରେ ଆମ୍ୱୁଲାନ୍ସ ଗୁଡିକର ରକ୍ଷଣାବେକ୍ଷଣା ନକରିବା କାରଣରୁ ଏହି ଜରୁରୀକାଳୀନ ସେବା ରାଜ୍ୟରେ ବିପର୍ଯ୍ୟସ୍ତ ହୋଇ ଯାଇଛି। ମରାମତି ଅଭାବରୁ ରାଜ୍ୟରେ ଚାଲୁଥିବା ଆମ୍ବୁଲାନ୍ସ ଗୁଡିକ ଏବେ ମରଣଯନ୍ତା ପାଲଟିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଉଛୁଳୁଛି ସୁବର୍ଣ୍ଣରେଖା: ପାଣିଘେର ଭିତରେ ୪୦ରୁ ଉର୍ଦ୍ଧ୍ୱ ପଞ୍ଚାୟତ, ପ୍ରାୟ ୨ଲକ୍ଷ ଲୋକ ପ୍ରଭାବିତ

ଡ଼ ସାମନ୍ତସିଂହାର କହିଥିଲେ, ଡବଲ ଇଂଜିନ ଡବଲ ବିକାଶ ନାରା ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କ ଇଂଜିନ ଅଚଳ ହୋଇ ପଡିଛି ଓ ଡବଲ ବିକାଶ ଏବେ ଡବଲ ବିନାଶ ହୋଇ ପଡିଛି। ରାଜ୍ୟର ଅତ୍ୟାବଶକୀୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ବିଜେପି ସରକାର ଉତ୍ସବ ପାଳନ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରି ଏହି ଉତ୍ସବ ପାଳନ ପ୍ରସ୍ତାବକୁ ତୁରନ୍ତ ବାତିଲ କରି ସେହି ଅର୍ଥରେ ୧୦୦୦ଟି ଜରୁରୀକାଳୀନ ସେବା ଥିବା ଆମ୍ୱୁଲାନ୍ସ କିଣାଯାଉ ବୋଲି ଡ଼ ସାମନ୍ତସିଂହାର ଦାବି କରିଛନ୍ତି।

05 Jun 2025 By The Sakala

ରାଜ୍ୟର ୧୦୮ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ, ଡବଲ ଇଂଜିନ ଏବେ ଡବଲ ବିନାଶ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଉଦବେଗ୍‌ଜନକ ସ୍ଥିତିରେ ଥିବା ବେଳେ ଆମ୍ବୁଲାନ୍ସ ସେବାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଦୁଃଖ ଓ ପରିତାପର ବିଷୟ ଯେ, ଆମ୍ବୁଲାନ୍ସ ଭଳି ଏକ ଜରୁରୀ କାଳୀନ ସେବା ଏକ ପ୍ରକାରର ଠପ ହୋଇଯାଇଥିବା ବେଳେ, ସରକାର ଏକ ବର୍ଷ ପୂର୍ତ୍ତି ଉତ୍ସବ ରାଜ୍ୟବ୍ୟାପୀ ପାଳନ କରୁଛି। ରାଜ୍ୟବାସୀଙ୍କ କଷ୍ଟ ଉପାର୍ଜିତ ଧନରୁ ଟିକସ ମାଧ୍ୟମରେ ରାଜକୋଷକୁ ଆସିଥିବା ଅର୍ଥକୁ ବିଜେପି ଉତ୍ସବ ପାଳନରେ ଖର୍ଚ୍ଚ ନକରି ସେହି ଅର୍ଥରେ ଆମ୍ୱୁଲାନ୍ସ କିଣାଯାଉ ବୋଲି ବିଜୁ ଜନତା ଦଳ ଦାବୀ କରିଛି।

ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖା ଶ୍ରୀ ସାମନ୍ତସିଂହାର କହିଥିଲେ, ଗତକାଲି କୋରାପୁଟର ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜରେ ଭୁଲ ଇଞ୍ଜେକସନ ଦିଆଯିବା ଦ୍ୱାରା ୬ ଜଣଙ୍କ ମୃତ୍ୟୁ ହୋଇଥିବା ଭଳି ଦୁଃଖଦ ଖବର ସାମ୍ନାକୁ ଆସିଥିଲା। ଆଜି ରାଜ୍ୟରେ ଆମ୍ୱୁଲାନ୍ସ ସେବା ବିପର୍ଯ୍ୟସ୍ତ ହୋଇ ପଡିଥିବାର କରୁଣ ଚିତ୍ର ସାମ୍ନାକୁ ଆସିଛି। ଜଗତସିଂହପୁର ଜିଲ୍ଲାରେ ଏକ ୧୦୮ ଆମ୍ବୁଲାନ୍ସରେ ରୋଗୀ ଓ ତାଙ୍କ ପରିବାର ସଦସ୍ୟଙ୍କ ସହିତ ହସ୍ପିଟାଲକୁ ଆସୁଥିବା ବେଳେ ରାସ୍ତାରେ ଆମ୍ୱୁଲାନ୍ସର ଟାୟାର ପଂକଚର ହୋଇ ଯାଇଥିଲା। ସେହି ଆମ୍ବୁଲାନ୍ସଟିରେ ଷ୍ଟେପିନ୍‌ ଟାୟାର ନଥିଲା। ଡ୍ରାଇଭର କଲ ସେଣ୍ଟରର ସହାୟତା ମାଗିଥିଲେ ମଧ୍ୟ କୌଣସି ସହାୟତା ମିଳି ପାରି ନଥିଲା। ଆମ୍ବୁଲାନ୍ସରେ ମୁର୍ମୁଷୁ ଅବସ୍ଥାରେ ଥିବା ରୋଗୀଙ୍କ ଅବସ୍ଥା ଆହୁରି ଖରାପ ହୋଇଥିଲା। ଏହି ଖବର ପାଇ ବାଲିକୁଦା ଏରସମା ବିଧାୟକ ଶ୍ରୀ ସାରଦା ପ୍ରସାଦ ଜେନା ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଏକ ଗାଡ଼ିରେ ରୋଗୀଙ୍କୁ ଏରସମା ସିଏଚସିକୁ ପଠାଇଥିଲେ। ଏହାଛଡା, ରାଜ୍ୟ ସରକାରଙ୍କ ଦ୍ୱାରା ୧୦୮ ଆମ୍ୱୁଲାନ୍ସ ଗୁଡିକର ମରାମତି ଓ ରକ୍ଷଣାବେକ୍ଷଣା କରାଯାଉନଥିବା କାରଣରୁ ରାଜ୍ୟର ଆମ୍ବୁଲାନ୍ସ ସେବା ଠପ ହୋଇ ପଡିଛି। ୧୦୮ ଆମ୍ବୁଲାନ୍ସ ଗୁଡିକ ଅକାମି ହୋଇ ପଡ଼ି ରହିଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। କିନ୍ତୁ ରାଜ୍ୟ ସରକାରଙ୍କ ଏଥିପ୍ରତି ନିଘାନାହିଁ।

ଡ଼ ସାମନ୍ତସିଂହାର କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟରେ ୧୦୮ ଆମ୍ୱୁଲାନ୍ସ ସେବା ଆରମ୍ଭ କରାଯାଇଥିଲା ଓ ବ୍ୟବସ୍ଥିତ ଢଙ୍ଗରେ ଚାଲି ଆସୁଥିଲା। କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିବା ପରେ ଆମ୍ୱୁଲାନ୍ସ ଗୁଡିକର ରକ୍ଷଣାବେକ୍ଷଣା ନକରିବା କାରଣରୁ ଏହି ଜରୁରୀକାଳୀନ ସେବା ରାଜ୍ୟରେ ବିପର୍ଯ୍ୟସ୍ତ ହୋଇ ଯାଇଛି। ମରାମତି ଅଭାବରୁ ରାଜ୍ୟରେ ଚାଲୁଥିବା ଆମ୍ବୁଲାନ୍ସ ଗୁଡିକ ଏବେ ମରଣଯନ୍ତା ପାଲଟିଛି।

ଡ଼ ସାମନ୍ତସିଂହାର କହିଥିଲେ, ଡବଲ ଇଂଜିନ ଡବଲ ବିକାଶ ନାରା ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କ ଇଂଜିନ ଅଚଳ ହୋଇ ପଡିଛି ଓ ଡବଲ ବିକାଶ ଏବେ ଡବଲ ବିନାଶ ହୋଇ ପଡିଛି। ରାଜ୍ୟର ଅତ୍ୟାବଶକୀୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ବିଜେପି ସରକାର ଉତ୍ସବ ପାଳନ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରି ଏହି ଉତ୍ସବ ପାଳନ ପ୍ରସ୍ତାବକୁ ତୁରନ୍ତ ବାତିଲ କରି ସେହି ଅର୍ଥରେ ୧୦୦୦ଟି ଜରୁରୀକାଳୀନ ସେବା ଥିବା ଆମ୍ୱୁଲାନ୍ସ କିଣାଯାଉ ବୋଲି ଡ଼ ସାମନ୍ତସିଂହାର ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର