୩ ଗଞ୍ଜେଇ ମାଫିଆଙ୍କ ୧.୨୨ କୋଟିର ସମ୍ପତ୍ତି ବାଜ୍ୟାପ୍ତ

The Sakala Picture
Published On

ନବରଙ୍ଗପୁର/ଉମରକୋଟ : ଆନ୍ତଃରାଜ୍ୟ  ଗଞ୍ଜେଇ  ମାଫିଆଙ୍କ ୧.୨୨ କୋଟି ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି ନବରଙ୍ଗପୁର ପୁଲିସ। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଧଡ଼ରା ପଞ୍ଚାୟତ ଅନ୍ତର୍ଗତ ବିଏସ ପଦର, ବାଣୁଆଗୁଡା ଗ୍ରାମର  ସୁବାସ ବିଷୋୟୀ, ସୁଧୀର ବିଷୋୟୀ ଓ ରାମଚନ୍ଦ୍ର ବିଷୋୟୀ ଗଞ୍ଜେଇ କାରବାର କରି ସମ୍ପତ୍ତି ଠୁଳ କରିଥିବା ପ୍ରମାଣ ପାଇବା ପରେ ନବରଙ୍ଗପୁର ଏସ୍‌ପି ସ୍ମିତ ପରମାର  ସମ୍ପତ୍ତି ବାଜ୍ୟାପ୍ତି ପାଇଁ କୋଲକାତାସ୍ଥିତ କମ୍ପିଟେଣ୍ଟ ଅଥରିଟିଙ୍କୁ ଅନୁମତି ଆବେଦନ […]

ନବରଙ୍ଗପୁର/ଉମରକୋଟ : ଆନ୍ତଃରାଜ୍ୟ  ଗଞ୍ଜେଇ  ମାଫିଆଙ୍କ ୧.୨୨ କୋଟି ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି ନବରଙ୍ଗପୁର ପୁଲିସ। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଧଡ଼ରା ପଞ୍ଚାୟତ ଅନ୍ତର୍ଗତ ବିଏସ ପଦର, ବାଣୁଆଗୁଡା ଗ୍ରାମର  ସୁବାସ ବିଷୋୟୀ, ସୁଧୀର ବିଷୋୟୀ ଓ ରାମଚନ୍ଦ୍ର ବିଷୋୟୀ ଗଞ୍ଜେଇ କାରବାର କରି ସମ୍ପତ୍ତି ଠୁଳ କରିଥିବା ପ୍ରମାଣ ପାଇବା ପରେ ନବରଙ୍ଗପୁର ଏସ୍‌ପି ସ୍ମିତ ପରମାର  ସମ୍ପତ୍ତି ବାଜ୍ୟାପ୍ତି ପାଇଁ କୋଲକାତାସ୍ଥିତ କମ୍ପିଟେଣ୍ଟ ଅଥରିଟିଙ୍କୁ ଅନୁମତି ଆବେଦନ କରିଥିଲେ।

ଆହୁରି ପଢ଼ନ୍ତୁ: ଅକୁଣ୍ଠ ସମର୍ଥନ ପ୍ରତିବଦଳରେ ଓଡ଼ିଶାବାସୀଙ୍କୁ ଧୋକା ଦେଉଛି ଡବଲ ଇଞ୍ଜିନ ସରକାର: ବିଜେଡି

ଜବତ ସମ୍ପତ୍ତି ମଧ୍ୟରେ ରହିଛି ଦୁଇଟି ଘର, ଗୋଟିଏ ବୁଲେଟ ସହ ନଗଦ ୪ ଲକ୍ଷ ୩୯ ହଜାର ୯୦୯ ଟଙ୍କା। ପାପଡ଼ାହାଣ୍ଡି ଏସଡିପିଓ ଆଦିତ୍ୟ ସେନ୍‌ଙ୍କ ନେତୃତ୍ୱରେ ଉମରକୋଟ ଅତିରିକ୍ତ ଆଇଆଇସି ଲିମାରାଜ ପ୍ରଧାନ , ଏସ୍‌ଆଇ ଶରତ ଚନ୍ଦ୍ର କୁତୃକାଙ୍କ ସମେତ ଉମରକୋଟ ଥାନା କର୍ମଚାରୀଙ୍କ ଉପସ୍ଥିତିରେ  ଏହି ସମ୍ପତ୍ତି ବାଜ୍ୟାପ୍ତି କରାଯାଇଥିଲା। ୩ ଅଭିଯୁକ୍ତଙ୍କ ନାମରେ କୋଷାଗୁମୁଡା ଓ କୋଡ଼ିଙ୍ଗା ଥାନାରେ ମାମଲା ରହିଥିଲା।

ଆହୁରି ପଢ଼ନ୍ତୁ: ନକଲି ପୋଲିସ ସାଜି ଲୋକଙ୍କୁ ଲୁଟୁଥିଲେ, ଠକ ବାପା-ପୁଅଙ୍କୁ ବାନ୍ଧିଲା ଅସଲି ପୋଲିସ

02 Jun 2022 By The Sakala

୩ ଗଞ୍ଜେଇ ମାଫିଆଙ୍କ ୧.୨୨ କୋଟିର ସମ୍ପତ୍ତି ବାଜ୍ୟାପ୍ତ

ନବରଙ୍ଗପୁର/ଉମରକୋଟ : ଆନ୍ତଃରାଜ୍ୟ  ଗଞ୍ଜେଇ  ମାଫିଆଙ୍କ ୧.୨୨ କୋଟି ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି ନବରଙ୍ଗପୁର ପୁଲିସ। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଧଡ଼ରା ପଞ୍ଚାୟତ ଅନ୍ତର୍ଗତ ବିଏସ ପଦର, ବାଣୁଆଗୁଡା ଗ୍ରାମର  ସୁବାସ ବିଷୋୟୀ, ସୁଧୀର ବିଷୋୟୀ ଓ ରାମଚନ୍ଦ୍ର ବିଷୋୟୀ ଗଞ୍ଜେଇ କାରବାର କରି ସମ୍ପତ୍ତି ଠୁଳ କରିଥିବା ପ୍ରମାଣ ପାଇବା ପରେ ନବରଙ୍ଗପୁର ଏସ୍‌ପି ସ୍ମିତ ପରମାର  ସମ୍ପତ୍ତି ବାଜ୍ୟାପ୍ତି ପାଇଁ କୋଲକାତାସ୍ଥିତ କମ୍ପିଟେଣ୍ଟ ଅଥରିଟିଙ୍କୁ ଅନୁମତି ଆବେଦନ କରିଥିଲେ।

ଜବତ ସମ୍ପତ୍ତି ମଧ୍ୟରେ ରହିଛି ଦୁଇଟି ଘର, ଗୋଟିଏ ବୁଲେଟ ସହ ନଗଦ ୪ ଲକ୍ଷ ୩୯ ହଜାର ୯୦୯ ଟଙ୍କା। ପାପଡ଼ାହାଣ୍ଡି ଏସଡିପିଓ ଆଦିତ୍ୟ ସେନ୍‌ଙ୍କ ନେତୃତ୍ୱରେ ଉମରକୋଟ ଅତିରିକ୍ତ ଆଇଆଇସି ଲିମାରାଜ ପ୍ରଧାନ , ଏସ୍‌ଆଇ ଶରତ ଚନ୍ଦ୍ର କୁତୃକାଙ୍କ ସମେତ ଉମରକୋଟ ଥାନା କର୍ମଚାରୀଙ୍କ ଉପସ୍ଥିତିରେ  ଏହି ସମ୍ପତ୍ତି ବାଜ୍ୟାପ୍ତି କରାଯାଇଥିଲା। ୩ ଅଭିଯୁକ୍ତଙ୍କ ନାମରେ କୋଷାଗୁମୁଡା ଓ କୋଡ଼ିଙ୍ଗା ଥାନାରେ ମାମଲା ରହିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର