ଗ୍ୟାସ ଅଭାବକୁ ନେଇ ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା, ବାରମ୍ବାର ଗୃହ ମୁଲତବି
ଭୁବନେଶ୍ୱର: ଗୃହରେ ଗ୍ୟାସ ତାତି । ଗ୍ୟାସ ଅଭାବକୁ ନେଇ ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ। ଚାଲିପାରୁନି ବିଧାନସଭା ବଜେଟ ଅଧିବେଶନ ପ୍ରଶ୍ନକାଳ । ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଧରି ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଓ ନାରାବାଜି । ଗୃହ କାର୍ଯ୍ୟ ଚାଲନପାରିବାରୁ ପୂର୍ବାହ୍ଣ ପ୍ରଥମେ ୧୧ଟା୩୦ ଯାଏ ଗୃହ ମୁଲତବି ରଖିଥିଲେ ବାଚସ୍ପତି । ପୁଣି ଦିନ ୧୨ ଟା ୧୦ ଯାଏ ଗୃହ ମୁଲତବି ରଖିଥିଲେ ବାଚସ୍ପତି । ଗୃହ ଆରମ୍ଭରୁ ହଟ୍ଟଗୋଳ କରୁଛନ୍ତି କଂଗ୍ରେସ ବିଧାୟକ । LPG ଗ୍ୟାସ ଅବ୍ୟବସ୍ଥl, ଗ୍ୟାସ ମିଳୁ ନଥିବାରୁ ଲୋକ ହନ୍ତସନ୍ତ ନେଇ ଗୃହରେ ହୋହାଲ୍ଲା କଲେ ବିରୋଧୀ । ମୁଖ୍ୟମନ୍ତ୍ରୀ ଆସି ଗୃହରେ ବିବୃତି ରଖନ୍ତୁ ବୋଲି ଦାବି କଲେ ବିରୋଧୀ ।