ଚିନ୍ତା ବଢ଼ାଇଛି କରୋନାର ଦୁଇ ନୂଆ ଭ୍ୟାରିଆଣ୍ଟ

The Sakala Picture
Published On

ନୂଆଦିଲ୍ଲୀ : ଦକ୍ଷିଣ ଏସିଆର ବିଭିନ୍ନଦ୍ଶେରେ ଏବେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢି ଚାଲିଥିଲା ବେଳେ ଭାରତରେ ମଧ୍ୟ ସ୍ଥିତି ଚିନ୍ତାଜନକ ହେବାରେ ଲାଗିଛି। ସପ୍ତାହ ମଧ୍ୟରେ କରୋନା ସକ୍ରିୟ ମାମଲା ବୃଦ୍ଧି ପାଇ ମଙ୍ଗଳବାର ସୁଦ୍ଧା ୧୦୧୦ରେ ପହଞ୍ଚିଥିବା କୁହାଯାଇଛି। କେରଳରୁ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରାୟ ୨୦ ରାଜ୍ୟରେ ନୂଆ ମାମଲା ବଢି ଚାଲିଛି। ଏବେ ସୁଦ୍ଧା ଦେଶରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ କେବଳ ମହାରାଷ୍ଟ୍ରରେ ୫ ଜଣଙ୍କ […]

ନୂଆଦିଲ୍ଲୀ : ଦକ୍ଷିଣ ଏସିଆର ବିଭିନ୍ନଦ୍ଶେରେ ଏବେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢି ଚାଲିଥିଲା ବେଳେ ଭାରତରେ ମଧ୍ୟ ସ୍ଥିତି ଚିନ୍ତାଜନକ ହେବାରେ ଲାଗିଛି। ସପ୍ତାହ ମଧ୍ୟରେ କରୋନା ସକ୍ରିୟ ମାମଲା ବୃଦ୍ଧି ପାଇ ମଙ୍ଗଳବାର ସୁଦ୍ଧା ୧୦୧୦ରେ ପହଞ୍ଚିଥିବା କୁହାଯାଇଛି। କେରଳରୁ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରାୟ ୨୦ ରାଜ୍ୟରେ ନୂଆ ମାମଲା ବଢି ଚାଲିଛି। ଏବେ ସୁଦ୍ଧା ଦେଶରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ କେବଳ ମହାରାଷ୍ଟ୍ରରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏହାମଧ୍ୟରେ କରୋନାର ଦୁଇଟି ନୂଆ ଭ୍ୟାରିଆଣ୍ଟ ଚିନ୍ତା ବଢାଇଛି।

ଆହୁରି ପଢ଼ନ୍ତୁ: ଭାରତ ପାଇଁ ଏନର୍ଜିର ନୂଆ ରାସ୍ତା ଖୋଲିବ ଆମେରିକା! ତୈଳ ଏବଂ ଏଲଏନଜି ସପ୍ଲାଇ ବଢ଼ାଇବାକୁ ବଡ଼ ଘୋଷଣା

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟ ଅନୁଯାୟୀ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଅତିକ୍ରମ କରିଥିଲା ବେଳେ କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି।ସକ୍ରିୟ ମାମଲା ମଧ୍ୟରୁ ୭୫୨ଟି ମାମଲା ସମ୍ପର୍କରେ ରିପୋର୍ଟ କରାଯାଇଛି। ଏଭଳି ସ୍ଥିତିରେ ଭାରତୀୟ ମେଡିକାଲ ଗବେଷଣା ପରିଷଦ(ଆଇସିଏମଆର) ପକ୍ଷରୁ ସ୍ଥିତି ଉପରେ ନଜର ରଖାଯିବା ସହିତ ପଦକ୍ଷେପ ନେବାକୁ ପ୍ରୟାସ ଆରମ୍ଭ ହୋଇଛି। ଆଇସିଏମଆର କହିଛି ଯେ , ଦେଶରେ ଏବେ ଏଲଏଫ.୭, ଏକ୍ସଏଫଜି, ଜେଏନ.୧ ଏବଂ ଏନବି.୧.୮.୧ ଭଳି ୪ ପ୍ରକାରର ଭ୍ୟାରିଆଣ୍ଟ ଦେଖାଦେଇଛି। ଏହାମଧ୍ୟରୁ କେତେକଙ୍କ ରିପୋର୍ଟରେ ଏନବି.୧.୮.୧ଏବଂ ଏଲଏଫ.୭ ଚିହ୍ନଟ ହୋଇଛି।

ଆହୁରି ପଢ଼ନ୍ତୁ: ଉଜ୍ଜୈନର ଶାହୀ ମସଜିଦ୍ ଭଙ୍ଗାଯିବା ନେଇ ଉତ୍ତେଜନା ପରେ ପୋଲିସ ଉପରକୁ ପଥର ମାଡ଼, ୧୦ ଅଟକ

ମୁମ୍ବାଇ, ପୁଣେ ଏବଂ ଥାନେ ଭଳି ସହରରେ ନୂଆ ଭାରିଆଣ୍ଟ ଦ୍ବାରା ସର୍ବାଧିକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ କେରଳରେ କରୋନା ସ୍ଥିତି ସବୁଠୁ ଚିନ୍ତାଜନକ ରହିଥିବା କୁହାଯାଇଛି। ଏଠାରେ ୪ ଶହରୁ ଅଧିକ ସକ୍ରିୟ କରୋନା ମାମଲା ପଞ୍ଜିକୃତ ହୋଇଛି। ଏହା ପଛକୁ ମହାରାଷ୍ଟ୍ର, ଦିଲ୍ଲୀ ଏବଂ କର୍ଣ୍ଣାଟକ ରହିଛି। ସେଥÒପାଇଁ ଏହିସବୁ ରାଜ୍ୟଗୁଡିକ ପକ୍ଷରୁ ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ସମସ୍ତ ହସ୍ପିଟାଲରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ଆହୁରି ପଢ଼ନ୍ତୁ: ଇରାକରୁ ୨୩ ବର୍ଷ ପରେ ବିଦାୟ ନେଲା ଆମେରିକା ସେନା; ପୁଣି ସକ୍ରିୟ ହେବେ କି ଆତଙ୍କବାଦୀ ଓ ଇରାନ ସମର୍ଥିତ ଗୋଷ୍ଠୀ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର