ବର୍ଷ ଶେଷରେ ଭାରତ ଆସିବେ ମସ୍କ

The Sakala Picture
Published On

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗୀ ତଥା ଟେସ୍‌ଲା ସିଇଓ ଏଲନ ମସ୍କ ଚଳିତ ବର୍ଷ ଶେଷରେ ଭାରତ ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍‌ରେ କଥାହେବାର ଦିନକ ପରେ ଶନିବାର ମସ୍କ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥାହେବା ସମ୍ମାନର ବିଷୟ। ଚଳିତ ବର୍ଷ ଶେଷରେ ଭାରତ ଯିବାକୁ ଅପେକ୍ଷା କରିଛି। ଏହା ପୂର୍ବରୁ ଶୁକ୍ରବାର ସେ ମୋଦୀଙ୍କ ସହ କଥା ହୋଇ ପ୍ରଯୁକ୍ତିବିଦ୍ୟା […]

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗୀ ତଥା ଟେସ୍‌ଲା ସିଇଓ ଏଲନ ମସ୍କ ଚଳିତ ବର୍ଷ ଶେଷରେ ଭାରତ ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍‌ରେ କଥାହେବାର ଦିନକ ପରେ ଶନିବାର ମସ୍କ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥାହେବା ସମ୍ମାନର ବିଷୟ। ଚଳିତ ବର୍ଷ ଶେଷରେ ଭାରତ ଯିବାକୁ ଅପେକ୍ଷା କରିଛି। ଏହା ପୂର୍ବରୁ ଶୁକ୍ରବାର ସେ ମୋଦୀଙ୍କ ସହ କଥା ହୋଇ ପ୍ରଯୁକ୍ତିବିଦ୍ୟା ଏବଂ ନବୋନ୍ମେଷ କ୍ଷେତ୍ରରେ ସହଯୋଗକୁ ନେଇ ଚର୍ଚ୍ଚା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ କରି ଏହାର ସୂଚନା ଦେଇଥିଲେ। ଫେବୃଆରୀ ୧୨ ଏବଂ ୧୩ରେ ମୋଦୀ ଆମେରିକା ଗସ୍ତରେ ଯାଇଥିଲେ। ଏହି ସମୟରେ ମଧ୍ୟ ସେ ମସ୍କଙ୍କୁ ଭେଟି ଥିଲେ। ରିପୋର୍ଟ ଅନୁଯାୟୀ ଆମେରିକା ଇଲେକ୍‌ଟ୍ରିକ୍‌ ଭେଇକିଲ କମ୍ପାନୀ ଟେସ୍‌ଲା ଭାରତରେ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛି। ଏହି କମ୍ପାନୀର ଅଧିକାରୀ ଚଳିତ ମାସରେ ଭାରତ ଗସ୍ତରେ ଆସିବେ। ସେମାନେ କମ୍ପାନୀର ପରିଚାଳନା ସମ୍ବନ୍ଧିତ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ), ଭାରି ଉଦ୍ୟୋଗ, ପରିବହନ ଏବଂ ବାଣିଜ୍ୟ ମନ୍ତ୍ରାଳୟର ଅଧିକାରୀଙ୍କୁ ଭେଟିବେ। ଟେସ୍‌ଲା ମହାରାଷ୍ଟ୍ରର ଚାକନ, ସମ୍ଭାଜୀ ନଗର ଏବଂ ଗୁଜରାଟରେ ଉତ୍ପାଦନ କେନ୍ଦ୍ର ନିର୍ମାଣ କରିବାକୁ ପସନ୍ଦ କରିଛି। ଉତ୍ପାଦନ ସୁବିଧା ନିର୍ମାଣ ପାଇଁ କମ୍ପାନୀ ପ୍ରଥମେ ଏଠାରେ ୩ରୁ ୫ ବିଲିୟନ ଡଲାର (ପ୍ରାୟ ୨.୭ରୁ ୪.୩ ଲକ୍ଷ କୋଟି ଟଙ୍କା) ନିବେଶ କରିବ।

ଆହୁରି ପଢ଼ନ୍ତୁ: ବିହାରରେ ଗଙ୍ଗାସ୍ନାନ ବେଳେ ବୁଡ଼ିଗଲେ ୫ ନାବାଳିକା; ଜଣଙ୍କ ମୃତଦେହ ଉଦ୍ଧାର, ୪ ନିଖୋଜ

20 Apr 2025 By The Sakala

ବର୍ଷ ଶେଷରେ ଭାରତ ଆସିବେ ମସ୍କ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗୀ ତଥା ଟେସ୍‌ଲା ସିଇଓ ଏଲନ ମସ୍କ ଚଳିତ ବର୍ଷ ଶେଷରେ ଭାରତ ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍‌ରେ କଥାହେବାର ଦିନକ ପରେ ଶନିବାର ମସ୍କ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥାହେବା ସମ୍ମାନର ବିଷୟ। ଚଳିତ ବର୍ଷ ଶେଷରେ ଭାରତ ଯିବାକୁ ଅପେକ୍ଷା କରିଛି। ଏହା ପୂର୍ବରୁ ଶୁକ୍ରବାର ସେ ମୋଦୀଙ୍କ ସହ କଥା ହୋଇ ପ୍ରଯୁକ୍ତିବିଦ୍ୟା ଏବଂ ନବୋନ୍ମେଷ କ୍ଷେତ୍ରରେ ସହଯୋଗକୁ ନେଇ ଚର୍ଚ୍ଚା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ କରି ଏହାର ସୂଚନା ଦେଇଥିଲେ। ଫେବୃଆରୀ ୧୨ ଏବଂ ୧୩ରେ ମୋଦୀ ଆମେରିକା ଗସ୍ତରେ ଯାଇଥିଲେ। ଏହି ସମୟରେ ମଧ୍ୟ ସେ ମସ୍କଙ୍କୁ ଭେଟି ଥିଲେ। ରିପୋର୍ଟ ଅନୁଯାୟୀ ଆମେରିକା ଇଲେକ୍‌ଟ୍ରିକ୍‌ ଭେଇକିଲ କମ୍ପାନୀ ଟେସ୍‌ଲା ଭାରତରେ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛି। ଏହି କମ୍ପାନୀର ଅଧିକାରୀ ଚଳିତ ମାସରେ ଭାରତ ଗସ୍ତରେ ଆସିବେ। ସେମାନେ କମ୍ପାନୀର ପରିଚାଳନା ସମ୍ବନ୍ଧିତ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ), ଭାରି ଉଦ୍ୟୋଗ, ପରିବହନ ଏବଂ ବାଣିଜ୍ୟ ମନ୍ତ୍ରାଳୟର ଅଧିକାରୀଙ୍କୁ ଭେଟିବେ। ଟେସ୍‌ଲା ମହାରାଷ୍ଟ୍ରର ଚାକନ, ସମ୍ଭାଜୀ ନଗର ଏବଂ ଗୁଜରାଟରେ ଉତ୍ପାଦନ କେନ୍ଦ୍ର ନିର୍ମାଣ କରିବାକୁ ପସନ୍ଦ କରିଛି। ଉତ୍ପାଦନ ସୁବିଧା ନିର୍ମାଣ ପାଇଁ କମ୍ପାନୀ ପ୍ରଥମେ ଏଠାରେ ୩ରୁ ୫ ବିଲିୟନ ଡଲାର (ପ୍ରାୟ ୨.୭ରୁ ୪.୩ ଲକ୍ଷ କୋଟି ଟଙ୍କା) ନିବେଶ କରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର