ଗାଜା ଉପରେ ଇସ୍ରାଏଲର ପୁଣି ଜୋରଦାର ଆକ୍ରମଣ, ୩ ଦିନରେ ୨୭୦ ମୃତ, ଶତାଧିକ ଆହତ
ତେଲ୍ ଆଭିଭ୍: ଇତିମଧ୍ୟରେ ଇସ୍ରାଏଲ ସେନା ଗାଜା ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିଛି। ଗତ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଆକ୍ରମଣରେ ଅନ୍ୟୂନ ୨୭୦ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲ ବାୟୁସେନା ପକ୍ଷରୁ ଗାଜାର ବିଭିନ୍ନ ଅଞ୍ଚଳରେ ଘନ ଘନ ବୋମାମାଡ଼ କରାଯିବାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୪୬ ଜଣଙ୍କ ମୃତ୍ୟୁ ହୋଇଥିବା ପାଲେଷ୍ଟାଇନ ସରକାରଙ୍କ ପକ୍ଷରୁ କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟପ୍ରାଚ୍ୟ ଗସ୍ତ […]
ତେଲ୍ ଆଭିଭ୍: ଇତିମଧ୍ୟରେ ଇସ୍ରାଏଲ ସେନା ଗାଜା ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିଛି। ଗତ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଆକ୍ରମଣରେ ଅନ୍ୟୂନ ୨୭୦ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲ ବାୟୁସେନା ପକ୍ଷରୁ ଗାଜାର ବିଭିନ୍ନ ଅଞ୍ଚଳରେ ଘନ ଘନ ବୋମାମାଡ଼ କରାଯିବାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୪୬ ଜଣଙ୍କ ମୃତ୍ୟୁ ହୋଇଥିବା ପାଲେଷ୍ଟାଇନ ସରକାରଙ୍କ ପକ୍ଷରୁ କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟପ୍ରାଚ୍ୟ ଗସ୍ତ ଶେଷ ହେବା ପରେ ଇସ୍ରାଏଲ ଆକ୍ରମଣକୁ ଜୋରଦାର କରିଥିବା କୁହାଯାଇଛି। ଅନ୍ୟପକ୍ଷରେ ଆମେରିକା ଗାଜାରୁ ୧୦ ଲକ୍ଷ ପାଲେଷ୍ଟାଇନ ନାଗରିକଙ୍କୁ ଲିବ୍ୟା ସ୍ଥାନାନ୍ତର କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଖବର ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଏଥିପାଇଁ ବଡ଼ ଯୋଜନା କରିଛନ୍ତି ଏବଂ ଖୁବଶୀଘ୍ର ଏହି ସଂଖ୍ୟକ ଗାଜାବାସୀ ସ୍ଥାନାନ୍ତର ହେବେ ବୋଲି କୁହାଯାଇଛି। ୧୦ଲକ୍ଷ ପାଲେଷ୍ଟାଇନ ନାଗରିକଙ୍କୁ ଲିବ୍ୟାକୁ ସ୍ଥାୟୀ ଭାବେ ସ୍ଥାନାନ୍ତର କରିବା ଯୋଜନା ନେଇ ବିଚାର ବିମର୍ଶ କରାଯାଉଥିବା ବେଳେ ଏଥିପାଇଁ ଲିବିୟାକୁ ବିଲିୟନ ଡଲାରର ଅଫର ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାପୂର୍ବରୁ ଟ୍ରମ୍ପ ଗାଜାବାସୀଙ୍କୁ ପଡୋଶୀ ଆରବ ଦେଶକୁ ସ୍ଥାନାନ୍ତର କରିବାକୁ କହିଥିଲେ । ସେତେବେଳେ ଟ୍ରମ୍ପଙ୍କ ବୟାନକୁ ହମାସ ସମେତ ବହୁ ଆରବ ଦେଶ ବିରୋଧ କରିଥିଲେ। ଏହାପରେ ପାଲେଷ୍ଟାଇନ ନାଗରିକଙ୍କୁ ଏବେ ଲିବ୍ୟା ସ୍ଥାନାନ୍ତର ନେଇ ଆମେରିକା ଓ ଲିବ୍ୟା ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ସୂଚନା ମିଳିଛି ।