ମନୋରଞ୍ଜନ
ଆମେରିକା ରାଷ୍ଟ୍ରପତିଙ୍କୁ ବିମାନ ଉପହାରକୁ ନେଇ ବିବାଦ

ରିଆଧ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ବିଦେଶ ଗସ୍ତରେ ମଙ୍ଗଳବାର ସାଉଦି ଆରବ ପରେ କାତାରରେ ପହଞ୍ଚିଛନ୍ତି। କାତାରର ଅମିର ଶେଖ ତମିମ ବିନ ହମଦ ଅଲ ଥାନି ଟ୍ରମ୍ପଙ୍କୁ ହମଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ବାଗତ କରିଛନ୍ତି। ଏହା ପରେ ତାଙ୍କର ରେଡ୍ ସାଇବର ଟ୍ରକ ଏବଂ ଓଟମ ମାଧ୍ୟମରେ ସ୍ବାଗତ କରିଥିଲେ। ଏହି ଗସ୍ତରେ ସାମରିକ ସହଯୋଗ, ଆଞ୍ଚଳିକ ସୁରକ୍ଷା, ଆର୍ଥିକ ଚୁକ୍ତିକୁ ମଝବୁତ କରିବାକୁ ଟ୍ରମ୍ପ ପ୍ରୟାସ କରିବେ। […]
ରିଆଧ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ବିଦେଶ ଗସ୍ତରେ ମଙ୍ଗଳବାର ସାଉଦି ଆରବ ପରେ କାତାରରେ ପହଞ୍ଚିଛନ୍ତି। କାତାରର ଅମିର ଶେଖ ତମିମ ବିନ ହମଦ ଅଲ ଥାନି ଟ୍ରମ୍ପଙ୍କୁ ହମଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ବାଗତ କରିଛନ୍ତି। ଏହା ପରେ ତାଙ୍କର ରେଡ୍ ସାଇବର ଟ୍ରକ ଏବଂ ଓଟମ ମାଧ୍ୟମରେ ସ୍ବାଗତ କରିଥିଲେ। ଏହି ଗସ୍ତରେ ସାମରିକ ସହଯୋଗ, ଆଞ୍ଚଳିକ ସୁରକ୍ଷା, ଆର୍ଥିକ ଚୁକ୍ତିକୁ ମଝବୁତ କରିବାକୁ ଟ୍ରମ୍ପ ପ୍ରୟାସ କରିବେ। ତେବେ ଟ୍ରମ୍ପଙ୍କୁ କାତାର ଦେବାକୁ ଥିବା ୪୦୦ ମିଲିୟନ ଡଲାରର ବୋଇଁ ୭୪୭-୮ ବିମାନ ଉପହାରକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଅନେକ ଏଭଳି ଉପହାରକୁ ସମାଲୋଚନା କରୁଛନ୍ତି। ଏପରି ସ୍ଥଳରେ ଉପହାର ଦେବାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ରିପବ୍ଲିକାନ ସାଂସଦ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ବିମାନ ଦ୍ବାରା ଜାତୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି। ସେହିପରି ଏଭଳି ମହଙ୍ଗା ଉପହାରକୁ ନେଇ ଟ୍ରମ୍ପଙ୍କୁ ପ୍ରଶ୍ନ ପଚାରିବାରୁ ସେ ଚିଡି ଯାଇଥିଲେ। ଏବେ ଆମେରିକା ସମ୍ମାନ ବାଜିରେ ଲାଗିଛି ବୋଲି କହିଥିଲେ।
ଏହା ପୂର୍ବରୁ ଟ୍ରମ୍ପ ମଙ୍ଗଳବାର ସାଉଦିରେ ସିରିଆର ଅନ୍ତରୀଣ ରାଷ୍ଟ୍ରପତି ଅହମ୍ମଦ ଅଲ-ସରା ଓରଫ ଅବୁ ମହମ୍ମଦ ଅଲ ଜୁଲାନିଙ୍କୁ ଭେଟିଥିଲେ। ୨୦୦୦ ମସିହା ପରେ ପ୍ରଥମ ଥର ପାଇଁ ଏପରି ହୋଇଛି। ଆମେରିକାର କୌଣସି ରାଷ୍ଟ୍ରମୁଖ୍ୟ ସିରିଆ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ଟ୍ରମ୍ପ ଡିସେମ୍ବରରେ ଜୁଲାନିଙ୍କ ଉପରେ ଥିବା ୮୫ କୋଟିର ପୁରସ୍କାର ରାଶିକୁ ହଟାଇ ଦେଇଥିଲେ।
ଅନ୍ୟପକ୍ଷରେ ଟ୍ରମ୍ପ ମଙ୍ଗଳବାର ସାଉଦି ସହ ବଡ଼ ପ୍ରତିରକ୍ଷା ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଦୁଇ ଦେଶ ମଧ୍ୟରେ ୧୪୨ ବିଲିୟନ ଡଲାର ଅର୍ଥାତ୍ ୧୨.୧ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତି ହୋଇଛି। ୱାଶିଂଟନ ଏହାକୁ ଇତିହାସର ସବୁଠୁ ବଡ଼ ପ୍ରତିରକ୍ଷା ଚୁକ୍ତି ଦର୍ଶାଇଛି। ଏହା ଅଧିନରେ ସାଉଦି ଆରବକୁ ସି-୧୩୦ ଟ୍ରାନ୍ସପୋର୍ଟ ବିମାନ, କ୍ଷେପଣାସ୍ତ୍ର, ରାଡାର ସିଷ୍ଟମ ଏବଂ ଅନେକ ଉନ୍ନତ ଅସ୍ତ୍ରଶସ୍ତ୍ର ପ୍ରଦାନ କରାଯିବ। ଲକ୍ହିଡ ମାର୍ଟିନ, ବୋଇଂ ଏବଂ ନର୍ଥରାପ ଗ୍ରୁମ୍ୟାନ ଭଳି କମ୍ପାନୀକୁ ଏହି ଚୁକ୍ତି ମିଳିବ।