ଶନିବାର ରାଶିଫଳ (୨୦-୦୫-୨୦୨୩)

The Sakala Picture
Published On

ମେଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପରିବାରର ସହଯୋଗ ମିଳିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସହଯୋଗ ମନୋଭାବ ରହିବ। ଘରେ ପୂଜାପାଠର ଆୟୋଜନ ହେବ। ବାହନ ସୁଖ ପ୍ରାପ୍ତ ହେବ। ବୃଷ: ଜମିବାଡ଼ି କିଣିବା ଯୋଜନା କରିବେ। ଆଇଟି ଓ ବ୍ୟାଙ୍କ କ୍ଷେତ୍ରରେ ଉଜ୍ଜ୍ବଳ ଭବିଷ୍ୟତ ରହିବ। କୌଣସି ଶୁଭ ସମାଚାର ମିଳିବ। ସେୟାର ବଜାରରେ ନିବେଶ କରିବେ। ଛାତ୍ରଛାତ୍ରୀ ପଢ଼ାରେ ମନଯୋଗ ଦେବେ। ମିଥୁନ: ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଧାର୍ମିକ […]

ମେଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପରିବାରର ସହଯୋଗ ମିଳିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସହଯୋଗ ମନୋଭାବ ରହିବ। ଘରେ ପୂଜାପାଠର ଆୟୋଜନ ହେବ। ବାହନ ସୁଖ ପ୍ରାପ୍ତ ହେବ।

ବୃଷ: ଜମିବାଡ଼ି କିଣିବା ଯୋଜନା କରିବେ। ଆଇଟି ଓ ବ୍ୟାଙ୍କ କ୍ଷେତ୍ରରେ ଉଜ୍ଜ୍ବଳ ଭବିଷ୍ୟତ ରହିବ। କୌଣସି ଶୁଭ ସମାଚାର ମିଳିବ। ସେୟାର ବଜାରରେ ନିବେଶ କରିବେ। ଛାତ୍ରଛାତ୍ରୀ ପଢ଼ାରେ ମନଯୋଗ ଦେବେ।

ମିଥୁନ: ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଧାର୍ମିକ ପୁସ୍ତକ ପ୍ରତି ରୁଚି ବଢ଼ିବ। ଦୂରସ୍ଥାନକୁ ଯାତ୍ରାଯୋଗ ଅଛି। ଉଚ୍ଚଶିକ୍ଷା ପାଇଁ ଅନୁକୂଳ ସମୟ। କଥାବାର୍ତ୍ତାରେ ମଧୁରତା ରଖିବେ।

କର୍କଟ : ଦିନଟି ବ୍ୟସ୍ତତା ଭିତରେ କଟିବ। ଛାତ୍ରଛାତ୍ରୀ ପଢ଼ାରେ ମନୋନିବେଶ କରିବେ। ପରିବାର ସହ ଯାତ୍ରା ଯୋଗ ରହିଛି। ଘରକୁ ଅତିଥି ଆଗମନ କରିବେ। ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ।

ସିଂହ: ଦିନଟି ହସଖୁସିରେ ଅତିବାହିତ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ପରିବାରରେ କୌଣସି ସଦସ୍ୟଙ୍କୁ ନେଇ ଚିନ୍ତାରେ ରହିବେ। ଛାତ୍ରଛାତ୍ରୀ ପଢ଼ାରେ ଧ୍ୟାନ କେନ୍ଦ୍ରିତ କରିବେ ନାହିଁ।

କନ୍ୟା: ବ୍ୟବସାୟକୁ ଆଗକୁ ବଢ଼ାଇବାରେ ସଫଳ ହେବେ। ରିୟଲ ଇଷ୍ଟେଷ୍ଟ ବ୍ୟବସାୟରେ ଲାଭ ହେବ। ବନ୍ଧୁଙ୍କ ଦ୍ବାରା ଧନପ୍ରାପ୍ତି ଯୋଗ ରହିଛି। ବ୍ୟସ୍ତତା ଭିତରେ ପରିବାର ପାଇଁ ସମୟ ବାହାର କରିବେ।

ତୁଳା: ମନ ପ୍ରସନ୍ନ ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା ସମୟରେ ସଂଯମତା ରକ୍ଷା କରନ୍ତୁ। ମନପସନ୍ଦର କୌଣସି କାର୍ଯ୍ୟ କରିବେ। ବିବାହକୁ ନେଇ ଶୁଭ ସମାଚାର ମିଳିବ।

ବିଛା: ପ୍ରଶାସନିକ କ୍ଷେତ୍ରରେ ସଫଳତା ପାଇବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ବୈବାହିକ ଜୀବନରେ ମନୋମାଳିନ୍ୟ ଆସିବ। ନୂଆ ଯାନବାହନ କିଣିବାର ଯୋଗ ଅଛି।

ଧନୁ: କୌଣସି ନୂଆ କାମ ମିଳିବ। ନିବେଶ ପାଇଁ ଭଲ ସମୟ। ରାଜନୀତିରେ କ୍ୟାରିୟର ପାଇଁ ଭଲ ସମୟ ରହିବ। ନୂଆ ଲୋକଙ୍କୁ ଭେଟିବାର ସୁଯୋଗ ଜୁଟିବ। କୌଣସି କାମ ପାଇଁ ପ୍ରଶଂସିତ ହେବେ।

ମକର: ଚାକିରିରେ ବଦଳି ସମ୍ଭାବନା ରହିବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ। ସଫଳତା ପାଇଁ ଅଧିକ ପରିଶ୍ରମ କରିବେ। ବିବାହ ସ୍ଥିର ହେବା ସମ୍ଭାବନା ଅଛି।

କୁମ୍ଭ: ପରିବାରର ସହଯୋଗ ମିଳିବ। ଚାକରିେର ପଦୋନ୍ନତି ସମ୍ଭାବନା ରହିବ। ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ବିଦେଶ ଯାତ୍ରା ଯୋଗ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମୀନ: ଫୋନ୍‌ରେ କଥାବାର୍ତ୍ତାରେ ଅଧିକ ସମୟ ଅତିବାହିତ କରିବେ। କୌଣସି ନୂଆ ବିଷୟ ପ୍ରତି ଆଗ୍ରହ ବଢ଼ିବ। ପଡ଼ୋଶୀଙ୍କ ସହ ମନୋମାଳିନ୍ୟ ଦେଖାଦେବ।

About The Author

ରାଶିଫଳ