ମୁଖ୍ୟ ସମାଚାର
ଶନିବାର ରାଶିଫଳ ( ୨୭-୦୯-୨୦୨୫ )

ମେଷ: ପରିଶ୍ରମ ଅନୁସାରେ ଫଳ ମିଳିବ। ମାନସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଆଶାଜନକ ପରିଣାମ ମିଳିବ ନାହିଁ। ଦୂରସ୍ଥାନକୁ ଯାତ୍ରା ଯୋଗ ଅଛି। ନକାରାତ୍ମକ ଚିନ୍ତା ଦୂର ହେବ। ବୃଷ: ଅଚାନକ ଖୁସି ଖବର ପାଇବେ। ପରିବାରର ଦାୟିତ୍ବ ବଢ଼ିପାରେ। ଲେଖକ/ଲେଖିକାଙ୍କ ପାଇଁ ଦିନଟି ବହୁତ ଭଲ। ଅତିଥି ସତ୍କାର କରିପାରନ୍ତି। ଚକ୍ଷୁ ସମସ୍ୟା ଭୋଗିପାରନ୍ତି। ମିଥୁନ: ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଭଲ ସମୟ। ପ୍ରେମ ବ୍ୟାପାରରେ ସଫଳ ହେବେ। ଚକ୍ଷୁ ସମସ୍ୟା ଭୋଗି ପାରନ୍ତି। […]
ମେଷ: ପରିଶ୍ରମ ଅନୁସାରେ ଫଳ ମିଳିବ। ମାନସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଆଶାଜନକ ପରିଣାମ ମିଳିବ ନାହିଁ। ଦୂରସ୍ଥାନକୁ ଯାତ୍ରା ଯୋଗ ଅଛି। ନକାରାତ୍ମକ ଚିନ୍ତା ଦୂର ହେବ।
ବୃଷ: ଅଚାନକ ଖୁସି ଖବର ପାଇବେ। ପରିବାରର ଦାୟିତ୍ବ ବଢ଼ିପାରେ। ଲେଖକ/ଲେଖିକାଙ୍କ ପାଇଁ ଦିନଟି ବହୁତ ଭଲ। ଅତିଥି ସତ୍କାର କରିପାରନ୍ତି। ଚକ୍ଷୁ ସମସ୍ୟା ଭୋଗିପାରନ୍ତି।
ମିଥୁନ: ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଭଲ ସମୟ। ପ୍ରେମ ବ୍ୟାପାରରେ ସଫଳ ହେବେ। ଚକ୍ଷୁ ସମସ୍ୟା ଭୋଗି ପାରନ୍ତି। ଧାର୍ମିକ ପୁସ୍ତକ ପ୍ରତି ଆଗ୍ରହ ବଢ଼ିବ। ମନ ପ୍ରସନ୍ନ ରହିବ।
କର୍କଟ: ଆୟ ଅନୁସାରେ ବ୍ୟୟ ଅଧିକ ହେବ। ଦୀର୍ଘ ଦିନରୁ ଚାଲିଥÒବା ପାରିବାରି ସମସ୍ୟାରୁ ମୁକ୍ତି ମିଳିବ। ପିଲାଙ୍କ ଗତିବିଧି ଉପରେ ମା’ ମାନେ ନଜର ରଖନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂତନ କାମ କରନ୍ତୁ।
ସିଂହ: ରାଜନେତାଙ୍କ ପାଇଁ ଦିନଟି ଭଲ। ବ୍ୟକ୍ତିଗତ କଥାକୁ ଗୋପନୀୟ ରଖନ୍ତୁ। ପଡୋଶୀଙ୍କ ସହ ଛୋଟ ଛୋଟ କଥାରେ ମନୋମାଳିନ୍ୟ ହୋଇପାରେ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ହେବ।
କନ୍ୟା: ଚାକିରିକୁ ନେଇ କୌଣସି ସମସ୍ୟା ଦେଖା ଦେଇପାରେ। ପାରିବାରିକ ଜୀବନ ସୁଖମୟ ହେବ। ଆୟର ନୂଆ ଅବସର ପ୍ରାପ୍ତ ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।
ତୁଳା: ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆର୍ଥିକ ସ୍ଥିତି ମଜଭୁତ୍ ହେବ। ବିବାହ ପ୍ରସ୍ତାବ ଆସିପାରେ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ଅତିବାହିତ କରିବେ।
ବିଛା: ଆଇଟି ଓ ବ୍ୟାଙ୍କ କ୍ଷେତ୍ରରେ ସଫଳତା ମିଳିବ। ଅଫିସ୍ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ଦୀର୍ଘ ଦିନର ଆଶା ପୂରଣ ହେବ। ବିଦ୍ୟାର୍ଥୀ ପଢ଼ାରେ ମନୋନିବେଶ କରିବେ।
ଧନୁ: ପରିବାର ଲୋକଙ୍କ ସହଯୋଗ ମିଳିବ। ସ୍ବାସ୍ଥ୍ୟରେ ସୁଧାର ଆସିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। କଥାରେ ମଧୁରତା ରକ୍ଷା କରିବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ।
ମକର: ଦିନଟିରେ କର୍ମଚଞ୍ଚଳ ରହିବେ। ବ୍ୟବସାୟରେ ଲାଭ ମିଳିବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। ପଡ଼ୋଶୀଙ୍କ ସହ ମତାନ୍ତର ହେବ। ପୈତୃକ ସମ୍ପତ୍ତିକୁ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ସୁଖମୟ ହେବ।
କୁମ୍ଭ:ବ୍ୟବସାୟକୁ ନେଇ ଦୂରସ୍ଥାନକୁ ଯାତ୍ରା କରିବେ। ନିବେଶରୁ ଦୂରେଇ ରୁହନ୍ତୁ। ଘରେ ପୂଜାପାଠ ଆୟୋଜନ ହେବ। ବିବାହ ସମସ୍ୟା ସମାଧାନ ହେବ। ଯାନବାହନ କ୍ରୟର ଯୋଗ ଅଛି।
ମୀନ: ଉଧାର ଟଙ୍କା ଫେରି ପାଇବେ। ଅପ୍ରିୟ ସତ କହି ସମସ୍ୟାରେ ପଡ଼ିପାରନ୍ତି। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ରାଜନେତାଙ୍କ ପାଇଁ ଦିନଟି ଭଲ। ଅଫିସ୍ କାମ ପାଇଁ ଦୂର ସ୍ଥାନକୁ ଯାତ୍ରା ଯୋଗ ଅଛି।