Monday Horoscope: ସୋମବାର ରାଶିଫଳ ( ୨୨-୧୨-୨୦୨୫ )

Madhusudan Das Picture
Published On

ମେଷ: କର୍ମଚଞ୍ଚଳ ରହିବେ। ମନ ଖୁସି ରହିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଉତ୍ତମ। ବ୍ୟବସାୟରୁ ଲାଭ ମିଳିବ। ଅଫିସ୍‌ ସମସ୍ୟା ସମାଧାନ ହେବ।

ଆହୁରି ପଢ଼ନ୍ତୁ: Friday horoscope: ଶୁକ୍ରବାର ରାଶିଫଳ ( ୧୯-୧୨-୨୦୨୫ )

ବୃଷ: କଳା, ମନୋରଞ୍ଜନ ପ୍ରତି ଆଗ୍ରହ ବଢ଼ିବ। ପରିବାର ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ। ପ୍ରେମ ମାମଲାରେ କିଛି ନୂଆ ନିଷ୍ପତ୍ତି ନେବେ। ପ୍ରିୟଜନଙ୍କଠାରୁ ଉପହାର ପାଇବେ।  

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୨୦-୧୨-୨୦୨୫)

ମିଥୁନ: ବ୍ୟବସାୟ ଓ ଧାର୍ମିକ କାର୍ଯ୍ୟ ପାଇଁ ଅନୁକୂଳ ସମୟ। ବ୍ୟାୟାମ, ଯୋଗ, ଉଚ୍ଚଶିକ୍ଷା, ଧ୍ୟାନ ଆଦି ପ୍ରତି ରୁଚି ବଢ଼ିବ। ଶୁଭ ସମ୍ବାଦ ମିଳିବ। ଜମି ବିବାଦ ମାମଲା ସମାଧାନ ହେବ। 

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୧୬-୧୨-୨୦୨୫ )

କର୍କଟ: କାର୍ଯ୍ୟ ସ୍ଥିତିରେ ସୁଧାର ଆସିଲେ ମଧ୍ୟ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଦାମ୍ପତ୍ୟ ଜୀବନ ଚିନ୍ତାଜନକ ହେବ। କୌଣସି ସ୍ଥାନକୁ ବୁଲିବାକୁ ଯାଆନ୍ତୁ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। 

ସିଂହ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। କିଛି କ୍ଷେତ୍ରରେ ଅସଫଳ ରହିବେ। କାଳୀ ମା’ଙ୍କ ପୂଜା କରନ୍ତୁ। ନୂଆ ଯୋଜନା ପାଇଁ ଉପଯୁକ୍ତ ସମୟ। ଯୋଗ, ଏକ୍ସରସାଇଜ୍ ପ୍ରତି ଆଗ୍ରହ ପ୍ରକାଶ କରିବେ। 

କନ୍ୟା: ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ବିରୋଧୀଙ୍କଠାରୁ ଦୂରେଇ ରହିବେ। ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରେ ସଫଳ ହେବେ। ଅଫିସ୍‌ରେ ନୂଆ ପ୍ରୋଜେକ୍ଟରେ ସାମିଲ ହେବେ। 

ତୁଳା: ବ୍ୟବସାୟରୁ ଲାଭ ମିଳିବ। ପରିବାର ସଦସ୍ୟଙ୍କ ସହ ମତାନ୍ତର ଦୂର ହେବ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ସନ୍ତାନଙ୍କ ସହଯୋଗ ପ୍ରାପ୍ତ ହେବ। ଋଣ ସମସ୍ୟା ଦୂର ହେବ। 

ବିଛା: ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେବ। କୋର୍ଟକଚେରୀ ମାମଲା ବିଜୟ ଲାଭ କରିବେ। କମ୍ ସମୟରେ ଅଧିକ କାମ କରିବେ। ସନ୍ତାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

ଧନୁ: ପିଲାଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ଭଲ କାର୍ଯ୍ୟ ଯୋଗୁଁ ସମାଜରେ ପ୍ରତିଷ୍ଠା ବଢ଼ିବ। ଅଫିସ୍‌ରେ ନୂଆ ଦାୟିତ୍ବ ତୁଲାଇବେ। 

ମକର: ଦିନଟିରେ କର୍ମଚଞ୍ଚଳ ରହିବେ। ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ। ଦାମ୍ପତ୍ୟ ଜୀବନ ହସଖୁସିରେ କଟିବ। ନିବେଶ ପାଇଁ ଅନୁକୂଳ ସମୟ। 

କୁମ୍ଭ: ବ୍ୟବସାୟକୁ ମଜଭୁତ କରିବା ପାଇଁ ଅଧିକ ପ୍ରୟାସ କରିବାକୁ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଛାତ୍ରଛାତ୍ର ଦିନଚର୍ଯ୍ୟାରେ ପରିବର୍ତ୍ତନ ଆଣିବେ। ଅଫିସ୍‌ କାମରେ ବିଦେଶ ଯାତ୍ରା ଯୋଗ ରହିବ। 

ମୀନ: କାର୍ଯ୍ୟ ଆରମ୍ଭ ପାଇଁ ଅନୁକୂଳ ସମୟ। ମାନସିକ ସ୍ବାସ୍ଥ୍ୟରେ ସୁଧାର ଆସିବ। ପରୀକ୍ଷାର୍ଥୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଅଫିସ୍‌ରେ ନୂଆ କାମ ଆରମ୍ଭ କରିବେ। ବିବାହ ପ୍ରସ୍ତାବ ଆସିବ। 

Join Us @ WhatsApp

About The Author

Google News
Join Us @ WhatsApp