ସୋମବାର ରାଶିଫଳ ( ୦୧-୧୨-୨୦୨୫ )

Madhusudan Das Picture
Published On

ମେଷ: ଦୀର୍ଘ ଦିନର ଆଶା ପୂରଣ ହେବ। କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି।  ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଚାକିରିରେ ପରିବର୍ତ୍ତନ ହେବ। ରାଜନେତାଙ୍କ ପାଇଁ ଦିନଟି ଭଲ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

ବୃଷ: ବ୍ୟସ୍ତତା ଭିତରେ ଦିନ କଟିପାରେ। ଅତିଥି ସତ୍କାର କରିବେ। ବ୍ୟବସାୟ ଆଗକୁ ବଢ଼ାଇବାକୁ ପ୍ରୟାସ କରିବେ। ପରିବାର ସଦସ୍ୟଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। 

ଆହୁରି ପଢ଼ନ୍ତୁ: ମଙ୍ଗଳବାର ରାଶିଫଳ ( ୨୫-୧୧-୨୦୨୫ )

ମିଥୁନ: ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ସ୍ବାସ୍ଥ୍ୟରେ ସୁଧାର ଆସିବ। ପାରିବାରିକ ଜୀବନ ସୁଖମୟ ହେବ। ବାଦବିବାଦରୁ ଦୂରେଇ ରହିବେ। ଖର୍ଚ୍ଚରେ ନିୟନ୍ତ୍ରଣ ରକ୍ଷା କରିବେ।

ଆହୁରି ପଢ଼ନ୍ତୁ: ବୁଧବାର ରାଶିଫଳ ( ୨୬-୧୧-୨୦୨୫)

କର୍କଟ: ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। ଚାକିରିରେ ନୂଆ ସୁଯୋଗ ଜୁଟିପାରେ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି।  

ସିଂହ: ନିବେଶରୁ ଲାଭ ପାଇବେ। କାର୍ଯ୍ୟରେ ସଫଳତା ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ତରିବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁନି।

କନ୍ୟା: ନୂଆ ରଣନୀତିରେ କାରବାରକୁ ଆଗକୁ ନେବେ। ଘର ସାଜସଜ୍ଜାରେ ଅଧିକ ଖର୍ଚ୍ଚାନ୍ତ ହେବେ। ଭାଇ, ଭଉଣୀଙ୍କ ସହ ସୁଖଦୁଃଖ ବାଣ୍ଟିବେ। ପଡ଼ୋଶୀଙ୍କ ସହ ମତାନ୍ତର ଦୂର ହେବ। 

ତୁଳା: ସରକାରୀ କ୍ଷେତ୍ରରେ ଲାଭ ମିଳିବ। ଧାର କରଜ କରିବାରୁ ରକ୍ଷା ପାଇବେ। ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ। 

ବିଛା: ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ କରିବେ। ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ପୂରା କରିବେ। ଇଚ୍ଛା ପୂରଣ ହେବ। ଦାମ୍ପତ୍ୟ ଜୀବନ ଖୁସିରେ ବିତିବ। ବନ୍ଧୁଙ୍କ ସହ ବୁଲିବାକୁ ଯିବେ। 

ଧନୁ: ଧାର୍ମିକ ସ୍ଥାନକୁ ଯାତ୍ରାଯୋଗ ଅଛି। ବ୍ୟବସାୟ ଜନିତ ସମସ୍ୟା ସମାଧାନ ହେବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଆର୍ଥିକ ଉନ୍ନତିକୁ ନେଇ ପ୍ରସନ୍ନ ରହିବେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ।

ମକର: ନାଚ, ଗୀତରେ ସଫଳତା ମିଳିବ। ଛାତ୍ରଛାତ୍ରୀ ପଢ଼ା ପ୍ରତି ଆଗ୍ରହ ପ୍ରକାଶ କରିବେ। ଭଉଣୀଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। କୌଣସି କଥାକୁ ନେଇ ମନ ଉଣା କରିପାରନ୍ତି।

କୁମ୍ଭ: ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। ଘର ପାଇଁ ନୂଆ ଜିନିଷ କିଣିବେ। ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ।  ଦାନ ଧର୍ମ କରନ୍ତୁ।

ମୀନ: ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ। ଶିକ୍ଷାରେ ସଫଳତା ମିଳିବ। ପୈତୃକ ସମ୍ପତ୍ତି ବିବାଦର ସମାଧାନ ହେବ। ବ୍ୟବସାୟରେ ପରିବର୍ତ୍ତନ ଆଣିବେ। କୋର୍ଟ କଚେରୀ ମାମଲାର ଶୁଣାଣି ହେବ। 

Join Us @ WhatsApp

About The Author

Google News
Join Us @ WhatsApp